ପାନୀୟଜଳ, ପକ୍କାରାସ୍ତା, ବିଦ୍ୟୁତ୍‌ରୁ ବଞ୍ଚିତ

ଖଜୁରିପଡା,୨୦ା୫(ଡି.ଏନ.ଏ.)-କନ୍ଧମାଳ ଜିଲା ଖଜୁରିପଡା ବ୍ଲକ ବିଲାବାଡି ପଞ୍ଚାୟତର ମେଣିଆଁକୋଠି ଗାଁ। ଜଙ୍ଗଲ ଘେରା ଏହି ଗାଁରେ ୧୫ ପରିବାର ରହୁଥିବାବେଳେ ଜନସଂଖ୍ୟା ୬୦ରୁ ୭୦। ସ୍ବାଧୀନତାର ୭୨ବର୍ଷ ବିତିଥିଲେ ମଧ୍ୟ ଗାଁକୁ ପକ୍କାରାସ୍ତା, ପାନୀୟଜଳ ଓ ବିଦ୍ୟୁତ୍‌ ବ୍ୟବସ୍ଥା ନାହିଁ। ଭୋଟ ଆସିଲେ ନେତାଙ୍କ ପାଦପଡେ, ବହୁ ପ୍ରତିଶ୍ରୁତି ମିଳେ, ମାତ୍ର ଭୋଟ ସରିଗଲେ ଆଉ ଦେଖା ମିଳେନାହିଁ। ଏବେ ଏହି ଗାଁ ଖଜୁରିପଡା ବ୍ଲକ ବିଲାବାଡି ପଞ୍ଚାୟତରୁ ବାହାର କରାଯାଇ ଫୁଲବାଣୀ ବ୍ଲକ ତୁଡିପାଜୁ ପଞ୍ଚାୟତରେ ସାମିଲ କରାଯାଇଥିବା ଶୁଣିବାକୁ ମିଳୁଛି। ମାତ୍ର ଗ୍ରାମବାସୀ ଏବେବି ମୌଳିକ ସମସ୍ୟାରୁ ବଞ୍ଚତ୍ତ। ଗାଁକୁ ପକ୍କା ରାସ୍ତା ନ ଥିବାବେଳେ ଲୋକେ ଜଙ୍ଗଲ ରାସ୍ତା ଦେଇ ଯାତାୟାତ କରୁଛନ୍ତି।
ପିଇବା ପାଣିର ବ୍ୟବସ୍ଥା ନଥିବାରୁ ନାଳ, ଝରଣା ଓ ଚୁଆ ଉପରେ ନିର୍ଭର କରିଥାନ୍ତି ଗ୍ରାମବାସୀ। ଖରାଦିନରେ ଅବସ୍ଥା ଶୋଚନୀୟ ହୋଇପଡେ। ପିଡିଏସ୍‌ ଚାଉଳ ପାଇଁ ୧୦ କିମି ଦୂର ଭେଟଖୋଲ ଚାଲିକି ଯିବାକୁ ପଡୁଛି ବୋଲି କହିଛନ୍ତି ଗ୍ରାମବାସୀ। କିଛିଦିନ ତଳେ ଗ୍ରାମର ସମସ୍ୟା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଫୁଲବାଣୀ ବିଡିଓ ସୁବ୍ରତ କୁମାର ଜେନା ଓ ବ୍ଲକ ଅଧ୍ୟକ୍ଷା ମଞ୍ଜୁ କହଁର ଗାଁକୁ ଯାଇ ସମସ୍ୟାର ଅନୁଧ୍ୟାନ କରିଥିଲେ। ସେଠାରୁ ଆସି ଅବ୍ୟବସ୍ଥା ସମ୍ପର୍କରେ ଜିଲାପାଳଙ୍କୁ ଅବଗତ କରାଇଥିଲେ। ଜିଲାପାଳ ଡ. ବୃନ୍ଦା ଡି ଗ୍ରାମ ଲୋକଙ୍କୁ ଡକାଇ ସେଠାରୁ ପାଖ ପଡିଶା ଗ୍ରାମକୁ ଯାଇ ଥଇଥାନ ହେବାକୁ ପରାମର୍ଶ ଦେଇ ଜାଗା ଓ ବାସଗୃହ ଦିଆଯିବ ବୋଲି କହିଥିଲେ। କିନ୍ତୁ ଗ୍ରାମବାସୀ କହିବା କଥା, ସେଠାରେ ଆମର ଜମିବାଡି, ଘରଦ୍ୱାର ଅଛି ଆମେ ଅନ୍ୟକୁଆଡେ ଯିବୁନାହିଁ। ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଫୁଲବାଣି ବ୍ଲକର ତୁଡିପାଜୁ ପଞ୍ଚାୟତ ନୂଆ ପଞ୍ଚାୟତ। ଏଥିରେ ଆମ୍ଭ ଗ୍ରାମକୁ ମିଶାଯାଇଥିବାରୁ ଆହୁରି ଅଡୁଆ ହେଲା। ସୁଡ୍ରେଜୁ ପଞ୍ଚାୟତ ବରଂ ଭଲ ଥିଲା ବୋଲି କହିଛନ୍ତି ଗ୍ରାମବାସୀ। ଫୁଲବାଣୀ ବ୍ଲକ ଓ ତୁଡିପାଜୁ ପଞ୍ଚାୟତକୁ ଯଦି ଆମ୍ଭମାନଙ୍କୁ ନିଆଯାଇଛି। ଯଥାଶୀଘ୍ର ସମସ୍ୟା ଦୂର କରି ରାସ୍ତା କରିଦେଲେ ଆମ୍ଭେ ମାନେ ଉନ୍ନତି କରିପାରିବୁ ବୋଲି କହିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌ ସହ ପିଟିହେଲା ବାଇକ୍‌: ୨ ଜଣଙ୍କ ଜୀବନ ଗଲା, ୨ ଆହତ

ଛତ୍ରପୁର,୧ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅନ୍ତର୍ଗତ ବାଟ ଛତ୍ରପୁର ଗ୍ରାମ ନିକଟ କାଜୁ ଫ୍ୟାକ୍ଟରି ସମ୍ମୁଖ ରାଜପଥରେ ବାଇକ୍‌ ସହ ବାଇକ ଧକ୍କାରେ...

ଯୁବକଙ୍କୁ ହତ୍ୟା, ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ବ୍ରହ୍ମପୁର,୧ା୫(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରାଜଜ୍‌ (ଏଡିଜେ-୧) ଡ. ଇନ୍ଦୁ ଶର୍ମା ବୁଧବାର ଏକ ହତ୍ୟା ମାମଲାର ୧୯ ବର୍ଷ ପରେ ଚୂଡ଼ାନ୍ତ...

ଗାଡ଼ି ଚଳାଉଥିବା ବେଳେ ରାସ୍ତାରେ ହେଲା ହାର୍ଟ ଆଟାକ୍‌, ଚାଲିଗଲା ଜୀବନ

ବୁଗୁଡ଼ା,୧ା୫(କାଳିଚରଣ ଦାଶ): ଗାଡ଼ି ଚଳାଇ ଆସୁଥିବା ବେଳେ ଅଧା ରାସ୍ତାରେ ହୋଇଗଲା ହାର୍ଟ ଆଟାକ୍‌। ଆଉ ଗାଡ଼ି ଭିତରେ ହିଁ ଚାଲିଗଲା ଜୀବନ ଏମିତି ଏକ...

ଡବଲ ଇଞ୍ଜିନ୍‌ ଭୋଟ୍‌ ପାଇଁ କାମ କରେ, କାହିଁକି ଏମିତି କହିଲେ ପାଣ୍ଡିଆନ

ଛତ୍ରପୁର,୧ା୫(ଦିଲ୍ଲୀପ ସାମଲ): ଛତ୍ରପୁରରେ କାର୍ତ୍ତିକ ପାଣ୍ଡିଆନଙ୍କ ମାରାଥନ ପ୍ରଚାର। ସାଧାରଣ ସଭାରେ କାର୍ତ୍ତିକ ପାଣ୍ଡିଆନଙ୍କ ଉଦ୍‌ବୋଧନ ଦେଇ କହିଛନ୍ତି, ଡବଲ ଇଞ୍ଜିନ୍‌ ବୋଲି କିଛି ଲୋକ...

ଖଲ୍ଲିକୋଟ ଆସନ ଲାଗି ବିଜେଡିରୁ ହଟିଲା ସସ୍‌ପେନ୍ସ: ସୂର୍ଯ୍ୟମଣିଙ୍କୁ ମିଳିଲା ଟିକେଟ

ପୁରୁଷୋତ୍ତମପୁର,୧।୫(ସୀମାଞ୍ଚଳ ମିଶ୍ର): ମେ’ ୨୦ରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବ। ଏହି ପରିପ୍ରେକ୍ଷୀରେ ନିର୍ବାଚନ ଲାଗି ନାମାଙ୍କନ ପ୍ରକ୍ରିୟା ଶେଷ ହେବାକୁ ଆଉ ମାତ୍ର ୨ଦିନ...

ନିର୍ବାଚନକୁ ନେଇ ଯାଞ୍ଚ କଡ଼ାକଡ଼ି

ଛତ୍ରପୁର,୧।୫(ସନ୍ତୋଷ ପାଢ଼ୀ)- ଗଞ୍ଜାମ ଜିଲାରେ ଆଗାମୀ ସାଧାରଣ ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହିତ ଅବାଧ, ମୁକ୍ତ କରିବା ନେଇ ସମସ୍ତ ପ୍ରକାର ପ୍ରସ୍ତୁତି ଜୋରଦାର ଚାଲିଛ।...

ସୋସିଆଲ ମିଡିଆରେ ବଢୁଛି ନିର୍ବାଚନୀ ହାୱା

ବ୍ରହ୍ମପୁର,୧ା୫(ଅଶୋକ କୁମାର ସାହୁ): ଗଞ୍ଜାମ ଜିଲାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ମେ ୧୩ ତାରିଖରେ ହେବ। ଏଥିପାଇଁ ଗାଁଠୁ ସହର ପର୍ଯ୍ୟନ୍ତ ସବୁଠି ବାତାବରଣ ଉଷ୍ମ...

ସାନଖେମୁଣ୍ଡି ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ରମେଶ ଜେନା

ଛତ୍ରପୁର,୩୦।୪(ସନ୍ତୋଷ ପାଢ଼ୀ ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କୁ କଂଗ୍ରେସ ପୁଣି ପ୍ରାର୍ଥୀ କରି ରିପିଟ୍‌ କରିଛି। ସାନଖେମୁଣ୍ଡି ବିଧାନସଭା ଆସନ ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri