ବାହ୍ୟ ଆକ୍ରମଣ ଓ ବିଦ୍ରୋହ

ଗତ ମାସରେ ଇରାନ୍‌ର ଆଣବିକ କେନ୍ଦ୍ର ଉପରେ ଆମେରିକା ଆକାଶମାର୍ଗରୁ ବୋମା ବର୍ଷଣ କରିଥିଲା ଏବଂ ଏଥିରେ କେତେ କ୍ଷତି ହୋଇଛି, ତାହା ଏବେ ସୁଦ୍ଧା ଆମେ ଜାଣିନୁ। ଜୁନ୍‌ରେ ଅନୁଷ୍ଠିତ ନାଟୋ ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଗର୍ବର ସହିତ କହିଥିଲେ, ”ଏହା ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଥିବା ମୋର ବିଶ୍ୱାସ“। କିନ୍ତୁ ଏହା ପୂର୍ବରୁ ଆମେରିକାର ଏକ ଗୋଇନ୍ଦା ରିପୋର୍ଟ ପ୍ରକାଶ କରିଥିଲା ଯେ, ଇରାନ୍‌ ପୁଣି କିଛି ମାସ ମଧ୍ୟରେ ଉନ୍ନତ ମାନର ୟୁରାନିୟମ ପ୍ରସ୍ତୁତି ଆରମ୍ଭ କରିପାରେ। ଅନ୍ତର୍ଜାତୀୟ ଆଣବିକ ଶକ୍ତି ସଂସ୍ଥା (ଆଇଏଇଏ)ର ନିର୍ଦ୍ଦେଶକ ରାଫେଲ୍‌ ମାରିଆନୋ ଗ୍ରୋସି ମଧ୍ୟ ସମାନ କଥା କହିଥିଲେ। ତେବେ ଆମେ ଗୋଟିଏ କଥା କହିପାରିବା ଯେ, ଇସ୍ରାଏଲ୍‌-ୟୁଏସ୍‌ର ବମିଂ ଅଭିଯାନ ଇସ୍‌ଲାମିକ ରିପବ୍ଲିକ ଶାସନ ବିରୋଧରେ କୌଣସି ବିଦ୍ରୋହ ସୃଷ୍ଟି କରିପାରିଲା ନାହିଁ। କିନ୍ତୁ ଏଭଳି ଘଟିବ ବୋଲି ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ଆଶା କରିଥିଲେ। ଏପରିକି ଟ୍ରମ୍ପ୍‌ ମଧ୍ୟ ଭାବୁଥିଲେ ଯେ, ମେକ୍‌ ଇରାନ୍‌ ଗ୍ରେଟ୍‌ ଏଗେନ୍‌ (ଏମ୍‌ଆଇଜିଏ)ରେ ଅସମର୍ଥ ହୋଇଥିବା ଏକ ଶାସନର ବିକଳ୍ପ ହେଉଛି ତାହାକୁ ପରିବର୍ତ୍ତନ କରିବା। କିନ୍ତୁ ଏମ୍‌ଆଇଜିଏ ପାଇଁ ଚେଷ୍ଟା ଦେଶ ଭିତରୁ ନା ବାହାରୁ ହେବା ଉଚିତ ନା ନାହିଁ, ତାହା ସେ ସ୍ପଷ୍ଟ କରିନାହାନ୍ତି।
କୌଣସି ଏକ ଦେଶ ଉପରେ ଆକ୍ରମଣ କରି ସେହି ଦେଶର ନାଗରିକଙ୍କ ନୈତିକ ମନୋବଳ ଭାଙ୍ଗିଦେବା ସହ ସେମାନଙ୍କୁ ନିଜ ନେତାଙ୍କ ବିରୋଧରେ ସ୍ବର ଉଠାଇବା ପାଇଁ ପ୍ରେରିତ କରିବା କଥା ଯାହା ଚିନ୍ତା କରାଯାଉଛି, ତାହା ଏକ ପୁରୁଣା ମାନସିକତା ଓ ପ୍ରାୟତଃ ଗ୍ରହଣୀୟ ନୁହେଁ। ଏହା ସ୍ପେନ ଗୃହଯୁଦ୍ଧ ସମୟରେ ଯେତେବେଳେ ଜର୍ମାନ ଓ ଇଟାଲୀ ଗୁଏର୍‌ନିକା ଉପରେ ୧୯୩୭ରେ ଆକ୍ରମଣ କରିଥିଲେ କିମ୍ବା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଯେତେବେଳେ ହିଟ୍‌ଲର ବ୍ରିଟେନ୍‌ ଉପରେ ଆକ୍ରମଣ କରିଥିଲେ କିମ୍ବା ମିତ୍ର ଦେଶଗୁଡ଼ିକ ନାଜି ଜର୍ମାନୀର ସହରଗୁଡ଼ିକୁ ଧ୍ୱଂସ କରିଥିଲେ, ସେତେବେଳେ ଏହି ସିଦ୍ଧାନ୍ତ କାମ କରି ନ ଥିଲା। ୧୯୬୫-୬୮ ପର୍ଯ୍ୟନ୍ତ ଉତ୍ତର ଭିଏଟ୍‌ନାମରେ ଚାଲିଥିବା ଅପରେଶନ ରୋଲିଂ ଥଣ୍ଡର ମଧ୍ୟ ଏହି ଲକ୍ଷ୍ୟ ହାସଲ କରିବାରେ ବିଫଳ ହୋଇଥିଲା। ଗାଜା ଉପରେ ଏବେ ଜାରି ରହିଥିବା ଇସ୍ରାଏଲ୍‌ର ଆକ୍ରମଣ କ୍ଷେତ୍ରରେ ମଧ୍ୟ ସେୟା ଘଟିଛି।
ଷ୍ଟ୍ରାଟେଜିକ୍‌ ବମିଂରେ ଆକାଶମାର୍ଗରୁ ସଂଖ୍ୟାଧିକ ବୋମା ପକାଯାଇ କୌଣସି ଦେଶର ଭିତ୍ତିଭୂମି ଓ ସମ୍ବଳକୁ ଦୁର୍ବଳ କରାଯାଇଥାଏ। ଦୁଇଟି ବିଶ୍ୱଯୁଦ୍ଧରେ ଇଟାଲୀୟ ଜେନେରାଲ ଗିଉଲିଓ ଡୋଉହେଟ ଏହି କୌଶଳ ପ୍ରସ୍ତୁତ କରିଥିଲେ। କିନ୍ତୁ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଆକାଶମାର୍ଗରୁ କରାଯାଇଥିବା ଘାତକ ବମିଂରେ ବ୍ରିଟେନ୍‌ର କମାଣ୍ଡର ଇନ୍‌ ଚିଫ୍‌, ଆର୍‌ଏଏଫ୍‌ ବମ୍ବର କମାଣ୍ଡ, ଅର୍ଥୁର ହାରିସ୍‌ (ବମ୍ବର ହାରିସ୍‌ ଭାବେ ଜଣାଶୁଣା) ଏବଂ ଆମେରିକା ଏୟାର ଫୋର୍ସ ଜେନେରାଲ କୁରଟିସ୍‌ ଏମରଶନ୍‌ ଲିମେ ଜଡ଼ିତ ଥିଲେ। ପରେ ୧୯୪୪-୪୫ରେ ଜାପାନର ସହରଗୁଡ଼ିକୁ ଧ୍ୱଂସ କରି ଅନେକ ହଜାର ନାଗରିକଙ୍କୁ ହତ୍ୟା କରାଯାଇଥିଲା। ସେତେବେଳେ କୁହାଯାଉଥିଲା ଯେ, ଯଦି ଆମେରିକା ହାରିଥାଆନ୍ତା, ତେବେ ଲିମେଙ୍କୁ ଯୁଦ୍ଧ ଅପରାଧୀ କରିବାକୁ ପଦକ୍ଷେପ ଗ୍ରହଣ କରାଯାଇଥାଆନ୍ତା। ଷ୍ଟ୍ରାଟେଜିକ୍‌ ବମିଂ ସହରାଞ୍ଚଳକୁ ଧ୍ୱଂସ କରିଦେଲା ଏବଂ ସଂଖ୍ୟାଧିକ ବୋକେ (ଜର୍ମାନ୍‌ ନାଗରିକଙ୍କ ପାଇଁ ଏକ ଉପହାସପୂର୍ଣ୍ଣ ଶବ୍ଦ)ଙ୍କୁ ହତ୍ୟା କରିବାରେ ହାରିସ୍‌ ତାଙ୍କ ଆଶା ପୂରଣ କଲେ। କିନ୍ତୁ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଷ୍ଟ୍ରାଟେଜିକ୍‌ ବମିଂକୁ ବ୍ୟାପକ ଭାବେ ବ୍ୟବହାର କଲେ ମଧ୍ୟ ଏହି କୌଶଳ କେବେ ବି ଏକ ବଡ଼ ବିଦ୍ରୋହ ସୃଷ୍ଟି କରିପାରି ନ ଥିଲା। ହିରୋସୀମା ଓ ନାଗାସାକୀ ସହରରେ ପରମାଣୁ ବୋମା ଆକ୍ରମଣର ପରିଣାମ ଯାହା ହୋଇଥାଉନା କାହିଁକି, ଜାପାନରେ ସେଠାକାର ସରକାରଙ୍କ ବିରୋଧରେ କୌଣସି ବିଦ୍ରୋହ ଦେଖାଯାଇ ନ ଥିଲା।
ଏକ ଆକ୍ରମଣ ଲୋକଙ୍କୁ ଭୋକିଲା ରଖିପାରେ, ହେଲେ ଲୋକପ୍ରିୟତା ହରାଇଥିବା ଏକ ସରକାର ପାଇଁ ଏହା ସମର୍ଥନ ଜୁଟାଇବା ସମ୍ଭାବନା ସୃଷ୍ଟି କରେ। ୧୯୪୧ରେ ଲଣ୍ଡନବାସୀଙ୍କ ମନୋବଳ ଭାଙ୍ଗିଦେବା ପାଇଁ ଜର୍ମାନ୍‌ ପ୍ରଚେଷ୍ଟା କରିଥିଲା। କିନ୍ତୁ ଏହା ଲଣ୍ଡନବାସୀଙ୍କୁ ଅଧିକ ଜିଦିଆ କରିବା ସହ ତାଙ୍କ ସହର ଆକ୍ରମଣର ମୁକାବିଲା କରିପାରିବ ବୋଲି ସେମାନଙ୍କ ମନରେ ଦୃଢ଼ ବିଶ୍ୱାସ ଜନ୍ମାଇଥିଲା। ଅବଶ୍ୟ ସେତେବେଳେ ଓ୍ବିନ୍‌ଷ୍ଟନ ଚର୍ଚ୍ଚିଲଙ୍କ ଲୋକପ୍ରିୟତା ଥିଲା। କିନ୍ତୁ ବର୍ଲିନ୍‌ବାସୀଙ୍କ ମଧ୍ୟରେ ଏପରିକି ଯେଉଁମାନେ ହିଟ୍‌ଲରଙ୍କୁ ବିରୋଧ କରୁଥିଲେ, ସେମାନଙ୍କର ମଧ୍ୟ ସମାନ ପ୍ରକାର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ବିନା ଅଭିଯୋଗରେ ଯନ୍ତ୍ରଣା ସହିବା କିମ୍ବା ସମସ୍ୟାରେ ରହିବାର ମାନସିକତା ଗଣତାନ୍ତ୍ରିକ ଦେଶ ତୁଳନାରେ ଯଥେଷ୍ଟ ଅଧିକ ଅଛି ଏକଚ୍ଛତ୍ରବାଦ ଶାସନରେ। ଉତ୍ତର ଭିଏଟ୍‌ନାମର ଲୋକେ ସେମାନଙ୍କ ନେତାଙ୍କୁ ମାନିବା ପାଇଁ ବାଧ୍ୟ ହୋଇଥିଲେ, କିନ୍ତୁ ଆମେରିକାର ଆକ୍ରମଣ ସେମାନଙ୍କ ନୈତିକ ଅଧୋଗତି ଘଟାଇବା କିମ୍ବା ଏକ ଜନ ବିଦ୍ରୋହ ସୃଷ୍ଟି କରିବାର କୌଣସି ପ୍ରମାଣ ନାହିଁ। ଆମେରିକାର ଯୁଦ୍ଧ ବିମାନରୁ ଆକ୍ରମଣ କରିଥିଲେ ମଧ୍ୟ ଭିଏଟ୍‌ନାମର ନାଗରିକଙ୍କଠାରେ ପ୍ରକୃତ ଦେଶଭକ୍ତି ଥିଲା।
ସତ୍ୟ ହେଉଛି, କୌଣସି ଦେଶରେ ନାଗରିକମାନେ ସେମାନଙ୍କ ନେତାଙ୍କୁ ଯେତେ ଘୃଣା କରନ୍ତୁ ପଛେ, ବିଦେଶୀ ଶକ୍ତିଙ୍କ ଆକ୍ରମଣକୁ ସେମାନେ ସହ୍ୟ କରନ୍ତି ନାହିଁ। ବିଶେଷକରି ଇରାନ୍‌ ଭଳି ଏକ ଦେଶଭକ୍ତ ଭାବନାରେ ପରିପୂର୍ଣ୍ଣ ତଥା ବୈଦେଶିକ ହସ୍ତକ୍ଷେପର ତିକ୍ତ ଇତିହାସ ସହ ଜଡ଼ିତ ଦେଶରେ ଏହା ସମ୍ଭବ। ୧୯୫୩ରେ ଆମେରିକା ଓ ବ୍ରିଟେନ୍‌ ସମର୍ଥନରେ ବଳପୂର୍ବକ ପ୍ରତିଶ୍ରୁତିବଦ୍ଧ ଗଣତନ୍ତ୍ରକୁ ହଟାଇ ଦିଆଯାଇଥିଲା। ଏବେ ଏହିସବୁ ପାଶ୍ଚାତ୍ୟ ଦେଶ ପ୍ରତି ଘୃଣାଭାବ କମିଯାଇଥାଇପାରେ, କିନ୍ତୁ ସେମାନଙ୍କ ବିଚାର ତଥା କାର୍ଯ୍ୟକଳାପକୁ ଇରାନୀୟମାନେ ସବୁବେଳେ ସନ୍ଦେହ ଦୃଷ୍ଟିରେ ଦେଖନ୍ତି। ଟ୍ରମ୍ପ୍‌ଙ୍କ ମେକ୍‌ ଇରାନ୍‌ ଗ୍ରେଟ୍‌ ଏଗେନ୍‌ ଧ୍ୱନିକୁ ଇରାନୀୟମାନେ ସମର୍ଥନ କରିବା କଷ୍ଟକର।
ଏହା ନିଶ୍ଚିତ ଯେ, ଇରାନ୍‌ର ଆଣବିକ କ୍ଷମତା ହ୍ରାସ କରିବା ଏକ ସକାରାତ୍ମକ ପଦକ୍ଷେପ। ଲେବାନନ୍‌ ଓ ସିରିଆରେ ଇରାନ୍‌ର ସପକ୍ଷବାଦୀ ଉଗ୍ରବାଦୀଙ୍କ ଉପରେ ଇସ୍ରାଏଲ୍‌ର ଆକ୍ରମଣ ମଧ୍ୟ ଏକ ଭଲ ପଦକ୍ଷେପ ହୋଇପାରେ। କିନ୍ତୁ ଏସିଆ ଓ ମଧ୍ୟପ୍ରାଚ୍ୟରେ ଦେଖାଯାଇଥିବା ଅନ୍ୟ ପାଶ୍ଚାତ୍ୟ ସାମରିକ ହସ୍ତକ୍ଷେପ ଗଣତନ୍ତ୍ରକୁ ପରିବର୍ତ୍ତନ କରିପାରିବ ନାହିଁ। ଯେଉଁମାନେ ଇରାନ୍‌ର କଠୋର, ଦମନକାରୀ ଓ କ୍ରୂର ଧର୍ମୀୟ ଶାସନକୁ ହଟାଇପାରିବେ, ସେମାନେ ହେଉଛନ୍ତି ଇରାନ୍‌ର ନାଗରିକ। ଏହି ଶାସନ ଅଧିକ ଲୋକପ୍ରିତା ହରାଇଛି ଏବଂ ୮୦ ପ୍ରତିଶତରୁ ଅଧିକ ଇରାନୀୟ ଗଣତାନ୍ତ୍ରିକ ସରକାର ଚାହାନ୍ତି ବୋଲି ୨୦୨୩ର ଏକ ସର୍ଭେରୁ ଜଣାପଡ଼ିଥିଲା। ଇରାନ୍‌ ଉପରେ ଆକ୍ରମଣ କଲେ ଏହାର ସାମରିକ ଦୁର୍ବଳତା ସାମ୍ନାକୁ ଆଣିଥାଇପାରେ, କିନ୍ତୁ ଶାସନ ବିରୋଧରେ ବଢ଼ୁଥିବା ବିରୋଧକୁ ଏହା ନିଶ୍ଚିତ ଭାବେ ହ୍ରାସ କରିଥିବା ଜଣାଯାଏ।
ଇରାନ୍‌ର ଅଭିନେତା ରେଜା କିଆନିଆନ ସରକାରଙ୍କ ଦୃଢ଼ ସମାଲୋଚକ ତଥା ୨୦୨୨ ଶାସନ ବିରୋଧୀ ଆନ୍ଦୋଳନର ଜଣେ ସମର୍ଥକ ଭାବେ ସେ ନିଃସନ୍ଦେହରେ ଏକ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ସ୍ବାଗତ କରିଥାଆନ୍ତେ। କିନ୍ତୁ ଇସ୍ରାଏଲ୍‌ ଓ ଆମେରିକା ଆକ୍ରମଣ ଆରମ୍ଭ କରିଦେବା ଯୋଗୁ ତାଙ୍କ ଦେଶଭକ୍ତି ବଢ଼ିଗଲା। ଫାଇନାନ୍ସିଆଲ ଟାଇମ୍ସକୁ ସେ ସାକ୍ଷାତ୍‌କାରରେ କହିଥିଲେ ଯେ, ଇରାନ୍‌ ବାହାରେ ରହିଥିବା ଜଣେ ବ୍ୟକ୍ତି ଦେଶକୁ ଆଗକୁ ବଢ଼ିବା ପାଇଁ କହିପାରିବେ ନାହିଁ। ଇରାନ୍‌ ହେଉଛି ମୋ ଦେଶ। କ’ଣ କରିବାକୁ ହେବ ମୁଁ ସ୍ଥିର କରିବି। ମୋ ନିଜ ଦେଶରେ ମୁଁ କ’ଣ କରିବି ସେ ସମ୍ପର୍କରେ କାହା କଥାକୁ ଅପେକ୍ଷା କରିବି ନାହିଁ। ବାହ୍ୟ ହସ୍ତକ୍ଷେପ ପ୍ରତି ଏହି ବିମୁଖତା ବା ବିିରୋଧାଭାଷ ଯୁକ୍ତିଯୁକ୍ତ ମନେହୁଏ ଓ ଏହା ଶୀଘ୍ର ଏକ ନୂଆ ସଙ୍କଳ୍ପର ପଥ ଦେଖାଇପାରେ। ଗୋଟିଏ ଶାସନ ଯେତେବେଳେ ଚାପରେ ରହିଥାଏ, ସେତେବେଳେ କ’ଣ ଘଟିବ କେହି କହିପାରିବେ ନାହିଁ। କିନ୍ତୁ ଇରାନର ଏବକାର ଶାସନ ତଥାକଥିତ ଦେଶଦ୍ରୋହୀ ଏବଂ ଅସନ୍ତୁଷ୍ଟଙ୍କ ସ୍ବରକୁ ଦୃଢ଼ ହସ୍ତରେ ଦବାଇ ରଖିଛି। ଇରାନର ସାମରିକ ଦୁର୍ବଳତା ହିଁ ଏହାର ନେତାଙ୍କୁ ଏକ ପରମାଣୁ ବୋମା ତିଆରି କରିବା ପାଇଁ ଦୁଇଗୁଣ ପ୍ରେରଣ କରିବାର ସମ୍ଭାବନା ଅଛି।

ଇଆନ ବୁରୁମା
ପ୍ରତିଷ୍ଠିତ ଲେଖକ


Enter your email to get our daily news in your inbox.

All Right Reserved By Dharitri.Com

୩ ଦିନ ହେଲା ଅଟକି ରହିଛି ଟ୍ରକ୍‌, ବାହାରୁଛି ପଚା ଦୁର୍ଗନ୍ଧ, ରକ୍ତ: ଅଞ୍ଚଳରେ ଚାଞ୍ଚଲ୍ୟ

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ଟ୍ରକରୁ ବାହାରୁଛି ପଚା ଦୁର୍ଗନ୍ଧ ଏବଂ ରକ୍ତ। ନୟାଗଡ଼ ବ୍ଲକ ଶାଳଭଙ୍ଗା ଜଙ୍ଗଲ ଫରେଷ୍ଟ ଟାୱାର ନିକଟରେ ଟ୍ରକଟି ଅଟକି ରହିଛି।...

ସରପଞ୍ଚଙ୍କ ଘରୁ ଲୁଟ୍‌

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଭୋଗବାଡ଼ି ସରପଞ୍ଚ ନିିର୍ମଳା ସାହୁଙ୍କ ଘରୁ ଚୋରି ହୋଇଛି। ଦୁର୍ବୃତ୍ତମାନେ ସୋମବାର ରାତିରେ ସରପଞ୍ଚଙ୍କ ଘରେ...

ମନ୍ଦିର ନିକଟରେ କୁଟୁରାକୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ ଘଟିଗଲା…

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଦୁର୍ଗାପ୍ରାସାଦ ମୁଖ୍ୟ ରାସ୍ତାର ସୋରଦେବୀ ମନ୍ଦିର ନିକଟରେ ମଙ୍ଗଳବାର ସକାଳେ ବାଇକ ଧକ୍କାରେ ଏକ କୁଟୁରା ମୃତ୍ୟୁବରଣ କରିଛି। ଏଥିରେ...

ଗୋପୀନାଥ ମନ୍ଦିରରୁ ଚୋରି: ନେଇଗଲେ ଦିଅଙ୍କ ଅଳଙ୍କାର

ଗଜପତି,୯।୧୨(ଗିରିଧାରୀ ପରିଛା): ଆନ୍ଧ୍ରପ୍ରଦେଶ କତୁରୁ ମଡ଼ଲମରେ ଥିବା ଲିହୁରୀ ଗ୍ରାମ ଗୋପୀନାଥ ମନ୍ଦିରରୁ ଚୋରି ହୋଇଛି । ଦୁର୍ବୃତ୍ତମାନେ ଦିଅଙ୍କ ଅଳଙ୍କାର ସହ ମନ୍ଦିରରେ ଲାଗିଥିବା...

ବାଇକରେ ଫେରୁଥିବାବେଳେ ପୋଲ ତଳକୁ ଖସିପଡ଼ିଲେ ୨ ଜଣ: ଆଉ ତା’ପରେ…

ଓଡଗାଁ, ୯।୧୨(ଆଦର୍ଶ କୁମାର ପଟ୍ଟନାୟକ): ନୟାଗଡ଼ ଜିଲା ଓ ଆଦର୍ଶ ଥାନା ଗିରିଡିପଲ୍ଲୀରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ପଞ୍ଚାୟତ ଧଝୋଲା ଗ୍ରାମର ଫକୀର...

ପାହାଡ ପାର୍ଶ୍ୱରୁ ମୋରମ ତାଢି ନେଉଯାଉଥିଲେ, ରୋକିଲେ ଗ୍ରାମବାସୀ

ଧର୍ମଶାଳା,୯।୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ବଡ଼କାଏମା ପଞ୍ଚାୟତରେ ଥିବା ଐତିହାସିକ କାଏମା ପାହାଡ ପାର୍ଶ୍ୱରୁ ମୋରମ ତାଡ଼ି ନେଇ ଅନ୍ୟ ଏକ...

ସାଇବର ଠକେଇ ଅଭିଯୋଗରେ ୩ ଗିରଫ : ଅଭିଯୁକ୍ତଙ୍କ ନିକଟରୁ ଜବତ ହେଲା…

ଆନନ୍ଦପୁର,୯।୧୨(ସୁଶାନ୍ତ କୁମାର ସାହୁ): ପୃଥକ ଦୁଇଟି ମାମଲାରେ ୩ ଜଣ ସାଇବର ଠକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଗୋଟିଏ ମାମଲା...

ଗୋଆରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ

ଗଜପତି,୯।୧୨(ଗିରିଧାରୀ ପରିଛା): କାମଧନ୍ଦା ନ ପାଇ ଗୋଆକୁ ଦାଦନ ଖଟିବାକୁ ଯାଇ ଜଣେ ଓଡ଼ିଆ ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟିଛି। ମୃତକ ହେଲେ ମୋହନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri