ଶକ୍ତି ଓ ଦୁର୍ବଳତା

ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣ ପରେ ମେ’ ୭ରୁ ୧୦ ଯାଏ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହୋଇଥିଲା। ‘ଅପରେଶନ ସିନ୍ଦୂର’କୁ ଦୁଇ ମାସ ପୂରିଯାଇଥିଲେ ମଧ୍ୟ ଭାରତୀୟ ସାମରିକ ଅଧିକାରୀଙ୍କ ମନର ବ୍ୟଥା ବାରମ୍ବାର ବୟାନ ଆକାରରେ ଆସୁଛି। ସଦ୍ୟ ଘଟଣାକୁ ଦେଖିଲେ ଜୁଲାଇ ୪ରେ ଫେଡେରେଶନ୍‌ ଅଫ୍‌ ଇଣ୍ଡିଆନ୍‌ ଚାମ୍ବର୍ସ ଅଫ୍‌ କମର୍ସ ଆଣ୍ଡ୍‌ ଇଣ୍ଡଷ୍ଟ୍ରି(ଫିକି) ପକ୍ଷରୁ ଆୟୋଜିତ ‘ନ୍ୟୁ ଏଜ୍‌ ମିଲିଟାରି ଟେକ୍ନୋଲୋଜି’ ଶୀର୍ଷକ ଆଲୋଚନାଚକ୍ରରେ ସ୍ଥଳସେନା ଉପମୁଖ୍ୟ ରାହୁଲ ସିଂ କହିଥିଲେ, ଅପରେଶନ ସିନ୍ଦୂର ଚାଲିଥିବା ବେଳେ ଭାରତର ପ୍ରସ୍ତୁତି ବିଷୟରେ ସବୁ କିଛି ପାକିସ୍ତାନ ଜାଣିଥିଲା। ଡାଇରେକ୍ଟର ଜେନେରାଲ ଅଫ୍‌ ମିଲିଟାରି ଅପରେଶନ୍‌ (ଡିଜିଏମ୍‌ଓ) ସ୍ତରୀୟ କଥାବାର୍ତ୍ତା ବେଳେ ପାକିସ୍ତାନ ବାସ୍ତବରେ ଭାରତୀୟ ପ୍ରତିପକ୍ଷଙ୍କୁ କହିଥିଲା, ଭାରତର କେଉଁ ଯୁଦ୍ଧାସ୍ତ୍ରଗୁଡ଼ିକୁ କେଉଁ ସ୍ଥାନଗୁଡ଼ିକରେ ମୁତୟନ କରାଯାଇଛି, ତାହା ସେମାନେ ଜାଣିପାରୁଥିଲେ। କେବଳ ସେତିକି ନୁହେଁ, କେଉଁ କ୍ଷେପଣାସ୍ତ୍ର ମାଡ଼ କରିବାକୁ ପ୍ରସ୍ତୁତ କରାଯାଉଛି ତାହାର ଅବିକଳ ସ୍ଥଳକୁ ଉଲ୍ଲେଖ କରି ପାକିସ୍ତାନର ଡିଜିଏମ୍‌ଓ ମେଜର ଜେନେରାଲ କାଶିଫ୍‌ ଅବ୍‌ଦୁଲ୍ଲା ତାଙ୍କ ଭାରତୀୟ ପ୍ରତିପକ୍ଷ ଲ୍ୟୁଟ୍‌ନାଣ୍ଟ ଜେନେରାଲ ରାଜୀବ ଘାଇଙ୍କୁ କହିଲେ ଯେ ଭାରତର ଏହି ଅସ୍ତ୍ର ସମ୍ପର୍କରେ ଆମେ ଜାଣିଛୁ ଏବଂ ଆପଣ ତାହାକୁ ଫେରାଇନେବା ଉଚିତ ହେବ। ଲ୍ୟୁଟ୍‌ନାଣ୍ଟ ଜେନେରାଲ ରାହୁଲ ସିଂଙ୍କ ଏହି କଥାରୁ ଜଣାପଡ଼ୁଛି ଯେ ପାକିସ୍ତାନ ଏକ ପ୍ରକାର ଧମକାଇବା ପରିସ୍ଥିତିରେ ରହିଛି, କାରଣ ଭାରତର ସମ୍ପୂର୍ଣ୍ଣ ସଶସ୍ତ୍ର ସେନାର ତଥ୍ୟ ତାହା ପାଖରେ ଅଛି। ଆଜିର ଯୁଗରେ ୟୁଟ୍ୟୁବରଙ୍କ ଦ୍ୱାରା ଗୋଇନ୍ଦା କାର୍ଯ୍ୟ କରାଇବାର ପ୍ରୟୋଜନ ନାହିଁ। ଉଚ୍ଚ ପ୍ରଯୁକ୍ତି କୌଶଳ ବ୍ୟବହାର କରାଯାଇ ସବୁ ପ୍ରକାର ତଥ୍ୟ ବାହାର କରିନେବାର କ୍ଷମତା ଚାଇନା ଓ ଆମେରିକା ପାଖରେ ଅଛି। ଉଭୟ ଦେଶ ପାକିସ୍ତାନ ସପକ୍ଷରେ କାର୍ଯ୍ୟ କରିଥିବା ଭଳି ମନେହୁଏ। ରାହୁଲ ଆହୁରି କହିଥିଲେ ଭାରତ ବିପକ୍ଷରେ ଗୋଟିଏ ସୀମାରେ ପାକିସ୍ତାନ ସହ ଅନ୍ୟ ଶତ୍ରୁ ଭିତରେ ଚାଇନା ସହିତ ତୁର୍କୀର ସମ୍ପୃକ୍ତି ରହିଥିଲା। ଏବଂ ସମ୍ଭବତଃ ଅନ୍ୟ ଶକ୍ତିମାନଙ୍କର ସହଯୋଗ ଉପସ୍ଥିତି ଥିଲା। ଯୁଦ୍ଧ ସମୟରେ ଭାରତର ସେନା ଏହିଭଳି ପରିସ୍ଥିତି ଜାଣିପାରିଥିଲା ବୋଲି ରାହୁଲ ସିଂ କହିଛନ୍ତି।
ଟିକେ ପଛକୁ ଗଲେ ଆଉ ଜଣେ ସାମରିକ ଅଧିକାରୀଙ୍କ ମନ୍ତବ୍ୟର ଚର୍ଚ୍ଚା ମଧ୍ୟ ସରିନାହିଁ। ଜୁନ୍‌ ୧୦ରେ ଇଣ୍ଡୋନେସିଆର ଦିର୍ଗନ୍ତର ମର୍ସେକଲ ସୂର୍ଯ୍ୟଦର୍ମ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ଏକ ଆଲୋଚନାଚକ୍ରରେ ଭାରତ-ପାକିସ୍ତାନ ଯୁଦ୍ଧ ପରିପ୍ରେକ୍ଷୀରେ ଶକ୍ତି ରଣନୀତି ଉପରେ ନୌସେନା କ୍ୟାପ୍‌ଟେନ ତଥା ଇଣ୍ଡୋନେସିଆର ଭାରତୀୟ ଦୂତାବାସରେ ଡିଫେନ୍ସ ଆତାସେ ଥିବା ଶିବକୁମାର ଦେଇଥିବା ମତ ଗୁରୁତ୍ୱ ବହନ କରିଛି। ପାକିସ୍ତାନୀ ସେନା ପ୍ରତିଷ୍ଠାନ କିମ୍ବା ସେମାନଙ୍କ ବାୟୁସେନା ଘାଟିଗୁଡ଼ିକ ଉପରେ ଆକ୍ରମଣ ନ କରିବା ପାଇଁ ଭାରତର ରାଜନୈତିକ ନେତୃତ୍ୱ ନିର୍ଦ୍ଦେଶ ଦେଇଥିବାରୁ ଇଣ୍ଡିଆନ୍‌ ଏୟାର ଫୋର୍ସ (ଆଇଏଏଫ୍‌)କୁ କେତୋଟି ଯୁଦ୍ଧବିମାନ ହରାଇବାକୁ ପଡ଼ିଥିଲା ବୋଲି ଶିବକୁମାର କହିଥିଲେ। ଅନୁରୂପ ଭାବେ ମେ’ ୩୧ରେ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ (ସିଡିଏସ୍‌) ଜେନେରାଲ ଅନିଲ ଚୌହାନ ସିଙ୍ଗାପୁରରେ ଆୟୋଜିତ ଶାଙ୍ଗ୍‌ରି-ଲା ଡାଏଲଗ୍‌ରେ କହିଥିଲେ, ଭାରତ ଓ ପାକିସ୍ତାନ ମଧ୍ୟରେ ମେ ୭ରୁ ୧୦ ଯାଏ ହୋଇଥିବା ଯୁଦ୍ଧରେ ଭାରତୀୟ ଯୁଦ୍ଧ ବିମାନ ଖସିଥିଲା। କେତେ ଲଢ଼ୁଆ ବିମାନ ଖସିଲା ସେହି ସଂଖ୍ୟା ଗୁରୁତ୍ୱପୂର୍ଣ୍ଣ ନୁହେଁ, କିନ୍ତୁ କାହିଁକି ଖସିଥିଲା ତାହା ତାତ୍ପର୍ଯ୍ୟପୂର୍ଣ୍ଣ ବୋଲି ଅନିଲ ଚୌହାନ ମତ ରଖିଥିଲେ।
ଉପରଲିଖିତ ତିନିଜଣ ଅତି ଉଚ୍ଚପଦସ୍ଥ ଭାରତୀୟ ସାମରିକ ଅଧିକାରୀଙ୍କ ମତ ଦେଶବାସୀଙ୍କୁ ବ୍ୟସ୍ତ କରିଛି। ଯୁଦ୍ଧ ଚାଲିଥିବା ବେଳେ ରାଜନୈତିକ ନେତୃତ୍ୱର ନିଷ୍ପତ୍ତିକୁ ସମାଲୋଚନା କରିବାର ଅର୍ଥ ହେଲା ସାମରିକ ବାହିନୀ ଭିତରେ ଅସନ୍ତୋଷ ପ୍ରକାଶ ପାଉଛି। ଏଥିସହିତ ଡିଜିଏମ୍‌ଓ ସ୍ତରରେ ଏଭଳି ପୁଙ୍ଖାନୁପୁଙ୍ଖ ଆଲୋଚନା ଇଙ୍ଗିତ କରୁଥାଇପାରେ ଯେ ଉଭୟ ଦେଶର ଉଚ୍ଚପଦସ୍ଥ ଅଧିକାରୀମାନେ ପରସ୍ପରକୁ ସମ୍ମାନ ଦେଉଛନ୍ତି। ଏଥିସହିତ ଉଭୟ ପକ୍ଷ ଅପରପକ୍ଷର ଶକ୍ତି ଓ ଦୁର୍ବଳତା ସମ୍ପର୍କରେ ଅତି ଭଲ ଭାବେ ଅବଗତ ଅଛନ୍ତି। ତେଣୁ କୌଣସି ପକ୍ଷ ହାରୁ ବୋଲି ମିଲିଟାରି ସ୍ତରରେ ଉଭୟ ପକ୍ଷ ଚାହିଁଲେ ନାହିଁ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଯେତେ ଛାତି ପିଟି ଶ୍ରେୟ ନେବାକୁ ଚାହୁଁଥିଲେ ବି ବାସ୍ତବ ନିଷ୍ପତ୍ତି ଦୁଇ ଡିଜିଏମ୍‌ଓଙ୍କ ମଧ୍ୟରେ ନିଆଯାଇଥିଲା ଭଳି ମନେହେଉଛି। ଟ୍ରମ୍ପ୍‌ଙ୍କ ଚାପ ନିଶ୍ଚିତ କାମ କରିଛି, ଏଥିରେ କୌଣସି ସନ୍ଦେହ ନାହିଁ। କିନ୍ତୁ ଭାରତ କିମ୍ବା ପାକିସ୍ତାନ, କୌଣସି ଗୋଟିଏ ପକ୍ଷ ଯଦି ଅମାନ୍ୟ ହୋଇଥାନ୍ତେ, ତେବେ ପରିସ୍ଥିତି ଭୟାବହ ହୋଇଥାଆନ୍ତା। ୨୦୨୫ ମସିହାରେ ଏହି ୪ ଦିନର ଯୁଦ୍ଧ ସମୟରେ ଏବଂ ଯୁଦ୍ଧ ପରେ କୌଣସି ଦେଶ ଭାରତକୁ ସମର୍ଥନ ଜଣାଇ ନ ଥିବା ହେତୁ ଭାରତୀୟ କୂଟନୀତିର ବିଫଳତା ଜଣାପଡ଼ିଲା। ରାହୁଲ ସିଂଙ୍କ କହିବା ଅନୁଯାୟୀ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ଦୁର୍ବଳତାକୁ ଘୋଡ଼ାଇ ଦେବା ପରିବର୍ତ୍ତେ ଅତି ଶୀଘ୍ର ତାହାକୁ ସାମ୍ନା କରି ଦେଶର ହିତ ପାଇଁ କାର୍ଯ୍ୟ ଆରମ୍ଭ ହେବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ସୁଦାନରୁ ଫେରିଲେ ଆଦର୍ଶ; ‘ବଞ୍ଚିବି ବୋଲି ଭାବି ନଥିଲି, ଦିନେ ଖାଇଲେ ଦିନେ ଖାଉନଥିଲି’

ଭୁବନେଶ୍ୱର,୧୭।୧୨: ସୁଦାନରୁ ସୁରକ୍ଷିତ ଭାବେ ଫେରିବା ପରେ ନିଜ ଉପରେ ହୋଇଥିବା ଯନ୍ତ୍ରଣା ବଖାଣିଛନ୍ତି ଆଦର୍ଶ ବେହେରା। ସେ ସୁରକ୍ଷିତ ଫେରିଥିବାରୁ ଭାରତ ସରକାରଙ୍କୁ ଧନ୍ୟବାଦ...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri