୧୭ ବର୍ଷ ଧରି ଲୁହା ଶିକୁଳିରେ ବନ୍ଧା ଜୀବନ

ହାଟଡିହୀ,୩୧। ୮(ଡି.ଏନ୍‌.ଏ.)-ପୁଅ ପାଠ ପଢ଼ିବ, ବଡ଼ ମଣିଷ ହେବ। ଗରିବ ମା’ ବାପାଙ୍କ ଦୁଃଖ ହଟିବ। ପୁଅକୁ ନେଇ ସେମାନେ କେତେ ସ୍ବପ୍ନ ଦେଖିଥିଲେ। କିନ୍ତୁ ସ୍ବପ୍ନ ସବୁ ଆଶା ମଉଳି ଯାଇଛି। ସେହି ପୁଅ ମା’ ବାପାଙ୍କ ବୋଝ ନେବା ପରିବର୍ତ୍ତେ ନିଜେ ବୋଝ ପାଲଟିଛନ୍ତି। ଚିକିତ୍ସା ଅଭାବରୁ ତାଙ୍କ ମାନସିକ ସ୍ଥିତି ବିଗିଡିବାରୁ ମା’ ବାପା ଦୀର୍ଘ ୧୭ ବର୍ଷ ହେଲା ପୁଅକୁ ହାତଗୋଡରେ ଶିକୁଳି ପକାଇ ଘରେ ବାନ୍ଧି ରଖିଛନ୍ତି। ଗରିବ ମା’ ବାପାଙ୍କ ଆଖିରୁ ଲୁହ ଶୁଖୁନି କି ଦୁର୍ଦ୍ଦଶା ଘୁଞ୍ଚି ପାରୁନି। ଅର୍ଥାଭାବରୁ ଚିକିତ୍ସା କରାଇ ନ ପାରି ଭଗବାନ ଓ ଭାଗ୍ୟକୁ ଭରସା କରି ଦିନ କାଟୁଛନ୍ତି।
କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଆମ୍ବୋ ପଞ୍ଚାୟତ ଅଣତିରା ଗ୍ରାମରେ ଏଭଳି ଘଟଣା ପଦାକୁ ଆସିଛି। ଏହି ଗ୍ରାମର ଇନ୍ଦ୍ରମଣି ପରିଡା ଓ ରଜନୀ ପରିଡାଙ୍କ ପୁଅ ସନ୍ତୋଷ (୨୫)। ଜନ୍ମରୁ ତାଙ୍କ ଅବସ୍ଥା ସ୍ବାଭାବିକ ଥିଲା। ସେ ତୃତୀୟ ଶ୍ରେଣୀରେ ପଢୁଥିବାବେଳେ ହଠାତ୍‌ ରୋଗାକ୍ରାନ୍ତ ହୋଇ ମାନସିକ ସନ୍ତୁଳନ ହରାଇ ବସିଥିଲେ। ଗରିବ ଇନ୍ଦ୍ରମଣି ଦିନ ମଜୁରି ଲାଗି ଭଙ୍ଗା ମାଟିଝାଟି ଘରେ ଚଳୁଥିଲେ। ସେତେବେଳେ ଅର୍ଥାଭାବ କାରଣରୁ ସନ୍ତୋଷଙ୍କ ଉପଯୁକ୍ତ ଚିକିତ୍ସା କରାଇ ପାରି ନ ଥିଲେ। ତଥାପି ସେ ଧାର ଉଧାର କରି ପୁଅକୁ ବିଭିନ୍ନ ଡାକ୍ତରଖାନା ନେଇ ଡାକ୍ତରଙ୍କୁ ଦେଖାଇଥିଲେ। ସେଥିରେ ସନ୍ତୋଷ ଭଲ ହୋଇ ନ ଥିଲେ। ପରେ ଅର୍ଥାଭାବରୁ ସନ୍ତୋଷଙ୍କ ଚିକିତ୍ସା ବନ୍ଦ ହୋଇଗଲା। ଧୀରେ ଧୀରେ ସନ୍ତୋଷଙ୍କ ମାନସିକ ଅବସ୍ଥା ବିଗିଡିବାରୁ ବିଭିନ୍ନ ଅସ୍ବାଭାବିକ ଲକ୍ଷଣ ଦେଖିବାକୁ ମିଳିଲା। ତାଙ୍କ ମାନସିକ ସ୍ଥିତି ଦେଖି କାଳେ ସେ କୁଆଡେ ଚାଲିଯିବ କି ହଜିଯିବ ଏଭଳି ଆଶଙ୍କାରେ ରଜନୀ ଓ ଇନ୍ଦ୍ରମଣି ତାଙ୍କ ହାତ ଓ ଗୋଡରେ ଲୁହା ଶିକୁଳି ପକାଇ ଘର ଭିତରେ ବନ୍ଦ କରି ରଖିଥିଲେ। ସେବେଠାରୁ ଦୀର୍ଘ ୧୭ ବର୍ଷ ବିତି ଗଲାଣି। ଚିକିତ୍ସା ବିନା ସନ୍ତୋଷ ଶିକୁଳିରେ ବନ୍ଧା ହୋଇ ଜୀବନ ବିତାଉଛନ୍ତି। ମା’ ବାପା ଠାକୁରଙ୍କୁ ଡାକି ସରକାର ଓ ଜିଲା ପ୍ରଶାସନକୁ ଗୁହାରି ଜଣାଇ ଆଜି ବି ଚିକିତ୍ସା ସହାୟତାକୁ ଚାହିଁ ବସିଛନ୍ତି। ରଜନୀ ଓ ଇନ୍ଦ୍ରମଣି କହିଛନ୍ତି, ପୁଅଙ୍କ ଚିକିତ୍ସା ଲାଗି ସରକାରୀ ସାହାଯ୍ୟ ମିଳିଲେ ସେ ଭଲ ହୋଇପାରନ୍ତା। ସରକାର ଗରିବଙ୍କ ଲାଗି ବିଭିନ୍ନ ଯୋଜନା କରୁଛନ୍ତି। ତାଙ୍କ ଭଳି ଅସହାୟ ଓ ଗରିବଙ୍କ ପ୍ରତି ଦୃଷ୍ଟି ପଡିଲେ, ସନ୍ତୋଷ ନୂଆ ଜୀବନ ପାଇ ପାରନ୍ତା। ଏ ସମ୍ପର୍କରେ ପୂର୍ବତନ ଓାର୍ଡ଼ମେମ୍ବର ପ୍ରଦ୍ୟୁମ୍ନ ପଣ୍ଡା, ପଞ୍ଚାୟତ ବିଜୁ ଯୁବ ବାହିନୀର ସଭାପତି ମହେନ୍ଦ୍ର ଜେନା, ମମତାମୟୀ ମଣ୍ଡଳ, ସୌମ୍ୟରଞ୍ଜନ ସାହୁ, ବସନ୍ତ କୁମାର ମାଝି ପ୍ରମୁଖ କହିଛନ୍ତି, ଶିକୁଳିରେ ବନ୍ଧା ସନ୍ତୋଷଙ୍କ ସ୍ଥିତି ଅନୁଧ୍ୟାନ କରି ଚିକିତ୍ସା ବ୍ୟବସ୍ଥା କରାଇବା ସକାଶେ ସେମାନେ ଜିଲା ପ୍ରଶାସନକୁ ଜଣାଇଛନ୍ତି । ଏ ସମ୍ପର୍କରେ ଜିଲାମୁଖ୍ୟ ଚିକିତ୍ସାଧିକାରୀ ସୁଧାଂଶୁ ଶେଖର ବଳଙ୍କୁ ପଚାରିବାରୁ କହିଛନ୍ତି ଯେ, ଏପରି ଖବର ଆମ ପାଖରେ ନ ଥିଲା। ଅସୁସ୍ଥ ସନ୍ତୋଷଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଗଲେ ତାଙ୍କ ଚିକିତ୍ସା ଲାଗି ବ୍ୟବସ୍ଥା କରାଯାଇ ପାରନ୍ତା।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ପୋଲିସକୁ ଖୋଲା ଚ୍ୟାଲେଞ୍ଜ: ଗୋଟିଏ ରାତିରେ ଛତ୍ରପୁରର ୪ ମନ୍ଦିରରୁ ଚୋରି

ଛତ୍ରପୁର, ୨୦ା୧୨(ଦିଲୀପ ସାମଲ)- ପୁଣି ମନ୍ଦିରଗୁଡିକ ଉପରେ ଦୁର୍ବୃତ୍ତଙ୍କ ନଜର ପଡିଛି । ପୋଲିସ କଲୋନୀ ନିକଟରେ ଥିବା ୪ଟି ମନ୍ଦିରରୁ ଚୋରି କରି ପୋଲିସକୁ...

ଧକ୍କା ଦେଇ ଚାଲିଗଲା ଡାଲା ଅଟୋ: ଚାନ୍ଦପୁର ଗ୍ରାମର ୨ ଯୁବକ…

ଦିଗପହଣ୍ଡି, ୨୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଝାଟିପିଟିଆ ଗ୍ରାମ ହରିଜନ ସାହି ନିକଟ ମୁଖ୍ୟରାସ୍ତାରେ ଶନିବାର ସନ୍ଧ୍ୟାରେ ଏକ ଗାଡ଼ି ଧକ୍କାରେ...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

ସୁନା ପାଇଁ ବୃଦ୍ଧାଙ୍କୁ ପୋଡ଼ି ମାରିଦେଲେ! ଦୁଇ ଗୋଡ଼କୁ ଛାଡ଼ି ସବୁ ପାଉଁଶ, ପୋଲିସ ପହଞ୍ଚି…

ଅମ୍ବାଦୋଳା,୨୦।୧୨(ରବୀନ୍ଦ୍ର ପଣ୍ଡା):ରାୟଗଡା ଜିଲା ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡ଼ାବାଲି ଗାଁରେ ଜଣେ ବୃଦ୍ଧାଙ୍କ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି I  ମୃତ ବୃଦ୍ଧା...

ପ୍ରଦୂଷଣ ପ୍ରମାଣପତ୍ର ନ ଥିଲେ ଓଡ଼ିଶାରେ ପେଟ୍ରୋଲ ମନା

ଭୁବନେଶ୍ୱର,୨୦।୧୨: ପରିବହନ କ୍ଷେତ୍ରରେ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ପ୍ରାଧିକରଣ (STA) ପକ୍ଷରୁ ଶନିବାର ଏକ ବଡ଼ ପଦକ୍ଷେପ ନିଆଯାଇଛି। ପ୍ରଦୂଷଣ ପ୍ରମାଣପତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri