Posted inଜାତୀୟ

ଖାଉଥିବାବେଳେ ଉପରୁ ଆସିଲା ମୃତ୍ୟୁ: ଆଉ ତା’ପରେ ଘଟିଗଲା…

ନୂଆଦିଲ୍ଲୀ/ଅହମଦାବାଦ,୧୩ା୬:ଅହମଦାବାଦର ବି.ଜେ. ମେଡିକାଲ କଲେଜ ହଷ୍ଟେଲରେ ଡାକ୍ତରୀ ଛାତ୍ରୀଛାତ୍ର ମଧ୍ୟାହ୍ନ ଭୋଜନ କରୁଥିବାବେଳେ ଆସିଥିଲା ମୃତ୍ୟୁ। ଗୁରୁବାର ଅପରାହ୍ନ ୧ଟା ୩୯ ମିନିଟ୍‌ ସମୟରେ ଏୟାର ଇଣ୍ଡିଆ ବିମାନ ଉକ୍ତ ହଷ୍ଟେଲ ଉପରେ ଖସିଥିଲା। ସେତେବେଳେ ମଧ୍ୟାହ୍ନ ଭୋଜନ ପାଇଁ କ୍ୟାଣ୍ଟିନ୍‌ରେ ୫୦ରୁ ୬୦ ଜଣ ପିଲା ଥିଲେ। ଟେବୁଲ ଉପରେ ଖାଦ୍ୟ ପ୍ଲେଟ୍‌ ରହିଥିବା ଦେଖାଯାଇଛି। ମୃତ୍ୟୁସଂଖ୍ୟା ସ୍ପଷ୍ଟ ହୋଇ ନ ଥିବାବେଳେ ଅଧିକ ପିଲାଙ୍କ ଜୀବନ ଯାଇଥିବା ଆଶଙ୍କା କରାଯାଉଛି। ହଷ୍ଟେଲ ବିଲ୍ଡିଂ ଚୂର୍‌ମାର ହୋଇଯାଇଛି। ଏହି ଦୁଃଖଦ ଘଟଣା ସମୁଦାୟ ମେଡିକାଲ ଶିକ୍ଷା ବିଭାଗକୁ ଗଭୀର ପ୍ରଭାବିତ କରିଛି। ବି.ଜେ. ମେଡିକାଲ କଲେଜ ଗୁଜରାଟର ସବୁଠୁ ପୁରାତନ ମେଡିକାଲ କଲେଜ ହୋଇଥିଲାବେଳେ ସମଗ୍ର ଦେଶରେ ଅନ୍ୟତମ ପୁରାତନ କଲେଜ। ସେଠାରେ ଏମ୍‌ବିବିଏସ୍‌ରେ ୨୫୦ ଜଣ ଏବଂ ପିଜି ପାଠ୍ୟକ୍ରମରେ ୪୦୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ନାମ ଲେଖାଇଥାନ୍ତି। ଏହି କଲେଜରେ ୨୪ଟି ବିଭାଗରେ ପିଜି ପାଠ୍ୟକ୍ରମ ରହିଥିବାବେଳେ ୧୧ଟି ବିଭାଗରେ ସୁପର ସ୍ପେଶିଆଲିଟି ପାଠ୍ୟକ୍ରମ ରହିଛି।

ଭୟାବହ ବିମାନ ଦୁର୍ଘଟଣା ପରେ ଅହମଦାବାଦ ସିଟି ସିଭିଲ ହସ୍ପିଟାଲକୁ ୨୬୫ଟି ମୃତଦେହ ଅଣାଯାଇଥିବା ଡିସିପି କାନନ ଦେଶାଇ ଗଣମାଧ୍ୟମକୁ କହିଛନ୍ତି। ବିମାନରେ ଯାତ୍ରୀ ଓ କ୍ରିଉ ସଦସ୍ୟଙ୍କୁ ମିଶାଇ ୨୪୨ ଜଣ ଥିବାବେଳେ ଏହା ବି.ଜେ. ମେଡିକାଲ କଲେଜ ହଷ୍ଟେଲ ଉପରେ ଖସିପଡ଼ିଥିଲା। ବିମାନର ମାତ୍ର ଜଣେ ଯାତ୍ରୀ ବଞ୍ଚତ୍ତ୍ଥିବା ସ୍ପଷ୍ଟ ହୋଇଥିବାବେଳେ ଅନ୍ୟ ୨୪୧ ଜଣ ମୃତ ଆଶଙ୍କା କରାଯାଉଛି। ସେହିପରି ହଷ୍ଟେଲର ଅନେକ ଅନ୍ତେବାସୀ ପ୍ରାଣ ହରାଇଛନ୍ତି। ଇନ୍ଧନ ଜଳିବା ଯୋଗୁ ବିମାନ ଭିତରେ ତାପମାତ୍ରା ଏତେ ଅଧିକ ଥିଲା ଯେ, କେହି ବଞ୍ଚତ୍ବା ସମ୍ଭାବନା ନାହିଁ ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା କହିଛନ୍ତି। ଡିଏନ୍‌ଏ ପରୀକ୍ଷା ଏବଂ ମୃତକଙ୍କୁ ଚିହ୍ନଟ କରାଯିବା ପରେ ସରକାରୀ ଭାବେ ମୃତ୍ୟୁସଂଖ୍ୟା ଘୋଷଣା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଥାନାରେ ପଶିଲା ଭିଜିଲାନ୍ସ, ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ…

କୋରାପୁଟ,୧୮ା୧୨(ଅମିତାଭ ବେହେରା): ଭିଜିଲାନ୍ସ ହାତରେ ଦଶମନ୍ତପୁର ଥାନାଧିକାରୀ କୌଣସି ମାମଲାରେ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଜୟପୁର ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ମିଳିଥିବା...

ଭାରତୀୟ ରେଲଓ୍ବେର ନୂଆ ରେକର୍ଡ, ଯାହା ବ୍ରିଟେନ-ଋଷ କରିପାରିନଥିଲେ…

ନୂଆଦିଲ୍ଲୀ,୧୮।୧୨: ଦେଶର ଜୀବନରେଖା ଭାବେ ବିବେଚିତ ଭାରତୀୟ ରେଳବାଇ ଏକ ମାଇଲଖୁଣ୍ଟ ହାସଲ କରିଛି । ଯାହା ବିଶ୍ୱର ପ୍ରମୁଖ ରେଳ ଶକ୍ତିଗୁଡ଼ିକୁ ମଧ୍ୟ ପଛରେ...

ଦୁଇ ବିଶାଳ ହାତୀଙ୍କ ଭୟଙ୍କର ଲଢ଼େଇ: ବଦଳିଗଲା ଜଙ୍ଗଲ, ଚାରିଆଡ଼ ହେଲା ଧୂଳିମୟ, ଭିଡିଓ ଦେଖିଲେ…

ଜଙ୍ଗଲ ଦୁନିଆ ଯେତିକି ରୋମାଞ୍ଚକର ସେତିକି ଆଶ୍ଚର୍ଯ୍ୟଜନକ ମଧ୍ୟ। ଅନେକ ସମୟରେ ଏଠାରେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଥାଏ, ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ ଏବଂ...

ଅତିରଞ୍ଜିତ କରି ଏମିତି କଥା କହିଲେ ଟ୍ରମ୍ପ, ମୁଣ୍ଡରେ ହାତ ଦେଲେ ବିଶେଷଜ୍ଞ

ନୂଆଦିଲ୍ଲୀ,୧୮।୧୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ତାଙ୍କ ବୟାନ ପାଇଁ ଚର୍ଚ୍ଚାରେ ଅଛନ୍ତି। ଦେଶକୁ ସମ୍ବୋଧିତ କରି ସେ କହିଛନ୍ତି, ତାଙ୍କର ନିଷ୍ପତ୍ତି ଏବଂ...

ଖଣ୍ଡଗିରିରୁ ଏମ୍ସ ହେବ ସ୍ବତନ୍ତ୍ର କରିଡର, ଆଉ ଭିଡ଼ରେ ଅଟକିବନି ଆମ୍ବୁଲାନ୍ସ

ଭୁବନେଶ୍ବର,୧୮।୧୨: ଆଉ ଭିଡରେ ଫସିବନି ଆମ୍ବୁଲାନ୍ସ । ଏନେଇ ପୂର୍ତ୍ତବିଭାଗ ସମୀକ୍ଷା ବୈଠକରେ ବଡ଼ ନିଷ୍ପତ୍ତି ହୋଇଥିବା ନେଇ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।...

ଚାଇନାକୁ ବଡ଼ ଝଟକା, ତାଇୱାନକୁ ଏହି ସାହାଯ୍ୟ କରିବେ ଟ୍ରମ୍ପ

ନୂଆଦିଲ୍ଲୀ,୧୮।୧୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ତାଇୱାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଯାହା ଚାଇନାକୁ ଏକ ବଡ଼ ଧକ୍କା ଦେଇଛି...

ସୀମାନ୍ତରେ ପୋଲିସ-ମାଓବାଦୀ ଗୁଳି ବିନିମୟ, ୩ ମାଓବାଦୀ ସଫା

ମାଲକାନଗିରି,୧୮।୧୩(ଦୁର୍ଯ୍ୟୋଧନ ପାତ୍ର) ମାଲକାନଗିରି ସୀମାନ୍ତ ଛତିଶଗଡ ସୁକୁମା ଜିଲାରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ତିନିଜଣ ମାଓବାଦୀ ନିହତ ହୋଇଛନ୍ତିା ସୂଚନା...

ଚକରା ଘାଟିରେ ପର୍ଯ୍ୟଟକ-ଦନ୍ତା ମୁହାଁମୁହିଁ: ଲୋକେ ଆତଙ୍କିତ

ଭଞ୍ଜନଗର,୧୮।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ରେ ଦନ୍ତା ହାତୀମାନଙ୍କ ଦୌରାତ୍ମ ଦିନକୁ ଦିନ ବଢ଼ିବାରେ ଲାଗିଛି। ଯାହାକୁ ନେଇ ଜଙ୍ଗଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri