ଓଡ଼ିଆ ସାହିତ୍ୟରେ ଅଳଙ୍କାର ଅତୁଳନୀୟ

ବାଲେଶ୍ୱର ଅଫିସ, ୨୦।୫- ଓଡ଼ିଆ ଭାଷା ସାହିତ୍ୟରେ ଆରମ୍ଭରୁ ଏଯାଏ ଅନେକ ପରୀକ୍ଷା ନିରୀକ୍ଷା ହୋଇଆସିଛି। ସୃଜନଶୀଳ ସ୍ରଷ୍ଟାମାନେ ସାହିତ୍ୟର ବିଭିନ୍ନ ବିଭାଗରେ ଲେଖନି ଚାଳନାକରି ସାରସ୍ବତ ଭଣ୍ଡାରକୁ ସମୃଦ୍ଧ କରିଛନ୍ତି। ଆଗରୁ ଭାଷାଭିତ୍ତିକ କବିତା ‘ଏକପଦୀ’ ରଚିତ ହେଉଥିଲା। ବର୍ତ୍ତମାନ ଏଭଳି ରଚନା ବିରଳ ହୋଇପଡିଛି। ତେବେ ଏକପଦୀ କବିତା ଅଭାବକୁ ଦୂର କରିବା ଲାଗି ବହୁ କବିଙ୍କ ଉଦ୍ୟମରେ ‘ଶହେ ଏକ ଏକପଦୀ’ ନାମରେ ଏକ ନୂତନ ସଂକଳନ ପ୍ରକାଶ ପାଇଛି। ଶନିବାର ବାଲେଶ୍ୱର ଶାନ୍ତିକାନନ ପରିସରରେ ଓଡ଼ିଆ ଭାଷା ବିକାଶ ଆନ୍ଦୋଳନର ଏକାଦଶ ବାର୍ଷିକ ଉତ୍ସବରେ ବରିଷ୍ଠ ସାହିତି୍ୟକ ଡ. ରମାକାନ୍ତ ବେହେରା ଏହି ସଂକଳନକୁ ଲୋକାର୍ପିତ କରି ଓଡ଼ିଆ ଭାଷା ସାହିତ୍ୟର ପରମ୍ପରା ଉପରେ ଆଲୋକପାତ କରିଥିଲେ। ବାଲେଶ୍ୱର ଜିଲାର ଉପାନ୍ତ ଅଞ୍ଚଳରେ ଓଡ଼ିଆ ଭାଷା ଓ ସଂସ୍କୃତି ସାରସ୍ବତ ସାଧକମାନଙ୍କ ପାଇଁ ସୁରକ୍ଷିତ ହୋଇ ରହିପାରିଛି ବୋଲି ସେ କହିଥିଲେ।
ଉତ୍ସବରେ ଡ. ଲକ୍ଷ୍ମୀକାନ୍ତ ତ୍ରିପାଠୀ ପୌରୋହିତ୍ୟ କରି ଭାଷା ସାହିତ୍ୟର ସୁରକ୍ଷା ଓ ବିକାଶ ଦିଗରେ ଅନୁଷ୍ଠାନ କରିଆସୁଥିବା କାର୍ଯ୍ୟର ବିବରଣୀ ପ୍ରଦାନ କରିଥିଲେ। ପଣ୍ଡିତ ସୁରେନ୍ଦ୍ରନାଥ କର ଆସରକୁ ଉଦ୍‌ଘାଟନ କରି ଉପାନ୍ତ ଅଞ୍ଚଳରେ ଭାଷା ସାହିତ୍ୟ ସମ୍ପର୍କରେ ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱାରୋପ କରିଥିଲେ। ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ. ମଥୁରା ନାଥ ହୋତା ମୁଖ୍ୟବକ୍ତା ଭାବେ ଯୋଗଦେଇ ଓଡ଼ିଆ ଭାଷା ସାହିତ୍ୟରେ ଅଳଙ୍କାର ପ୍ରୟୋଗ ଅତୁଳନୀୟ ବୋଲି ଏକ ପ୍ରବନ୍ଧ ଉପସ୍ଥାପନା କରି ସୂଚନା ଦେଇଥିଲେ। ସାଧାରଣ ସମ୍ପାଦକ ନିବାରଣ ଜେନା ଓ ସଙ୍ଗଠନ ସମ୍ପାଦକ ତପନ ରାୟ ପ୍ରାରମ୍ଭିକ ବକ୍ତବ୍ୟ ଦେଇଥିଲେ। ଦୀପକ ବୋଷ୍‌ ଅତିଥିମାନଙ୍କୁ ମଞ୍ଚକୁ ଆବାହନ କରିଥିଲେ। ଶେଷରେ ସୁବ୍ରତା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରଦୀପ ଚାଟାର୍ଜୀ, ଡ. ସାରଙ୍ଗଧର ତ୍ରିପାଠୀ, ମହେନ୍ଦ୍ର ପ୍ରସାଦ ଧଳ, ଚତୁର୍ଭୁଜ ଜେନା, ନୃସିଂହ ଚରଣ ନାୟକ, ଶିତିକଣ୍ଠ ଦୀକ୍ଷିତ, ଅରୁଣା ରାୟ, ସ୍ମୃତି ଦାସ, କଲ୍ୟାଣୀ ନନ୍ଦ, ଜ୍ୟୋତ୍ସ୍ନା ରାୟ, ମମତା ଦାସ, ବିଶ୍ୱନାଥ ରଣା, ଡ. କରୁଣାକର ରାଉଳ, ରମାକାନ୍ତ ମହାନ୍ତି, ଡ. ଅଭିମନ୍ୟୁ କାନୁନ୍‌ଗୋ, ଜଳଧର ପଣ୍ଡା, ଡା. ସନାତନ ଦାସ, ଡ. ରତ୍ନାକର ସିଂହ, ଡ. ସଞ୍ଜୟ କୁମାର ପଣ୍ଡା, ନିରଞ୍ଜନ ରାଉତ, ରମେଶ ଚନ୍ଦ୍ର ଜେନା, ଯୋଗେଶ ଚନ୍ଦ୍ର ପ୍ରଧାନ, ରାଜେନ୍ଦ୍ର କୁମାର ରାଉତ, ବିଦ୍ୟାଧର ସାହୁ, ପୁରୁଷୋତ୍ତମ ବେହେରା, ଅମରେନ୍ଦ୍ର ସିଂ ପ୍ରମୁଖ ଏହି ସାରସ୍ବତ ସମାରୋହରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସରୁନି ପୋଲ ସଂଯୋଗୀକରଣ ରାସ୍ତା

ବାଲେଶ୍ୱର,୨୯ା୪(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ତେନ୍ତୁଳିଦା ପଞ୍ଚାୟତ ବୋଇତବାଙ୍କ ଘାଟରେ ଦୀର୍ଘ ଦିନ ହେବ ବିଜୁ ସେତୁ ନିର୍ମାଣ ସରିଥିଲେ ମଧ୍ୟ ସଂଯୋଗୀକରଣ...

କୋରେଇ, ଖଣ୍ଡପଡ଼ା, ନୀଳଗିରି ଆସନ ଝୁଲାଇ ରଖିଲା ବିଜେଡି

ଭୁବନେଶ୍ୱର,୨୭।୪: ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ଶନିବାର ଆଉ ତିନି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହାକୁ ମିଶାଇ...

ଗୌତମବୁଦ୍ଧଙ୍କୁ ଟିକେଟ୍‌, ଅନନ୍ତ ଦାସଙ୍କ ପୁଅ ନିରାଶ

ଭୋଗରାଇ,୨୭।୪: ୩ଟି ଆସନରେ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି। ଏଥିରେ ଗୌତମବୁଦ୍ଧ ଦାସଙ୍କୁ ଟିକେଟ୍‌ ମିଳିଛି। ଗୌତମଙ୍କୁ ଭୋଗରାଇ ଆସନରୁ ଟିକେଟ୍‌ ମିଳିଛି।...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ୱର,(ମାନସ ବିଶ୍ୱାଳ)୨୬।୪: ବାଲେଶ୍ୱର ଜିଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତରେ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଯିବା ପାଇଁ ଖଟିଆର...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ପାଚିଲା ଧାନ କ୍ଷେତରେ ହାତୀପଲଙ୍କ ଉପଦ୍ରବ:ଚାଷୀ ମୁଣ୍ଡରେ ଚଡକ

ରୂପସା,୨୩।୪(ବାଞ୍ଛାନିଧି ଦେ)ବାଲେଶ୍ବର ଜିଲା ବସ୍ତା ଥାନା ସଦାନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ନାଇକୁଡି ଗ୍ରାମରେ ଝାଡଖଣ୍ତି ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି l ୫୦ରୁ ଊର୍ଦ୍ଧ ଝାଡଖଣ୍ତି...

ସରପଞ୍ଚରୁ ବିଧାୟିକା ପ୍ରାର୍ଥୀ

ବାଲେଶ୍ୱର,୨୧।୪(ମାନସ ବିଶ୍ୱାଳ)ବାଲେଶ୍ୱର ଜିଲାର ଦୁଇଟି ବିଧାନସଭା ଆସନର ପ୍ରାର୍ଥୀଙ୍କ ନାମ ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଘୋଷଣା କରିଛି। ରେମୁଣା ବିଧାନସଭା କ୍ଷେତ୍ରରୁ ବିଦ୍ୟାସ୍ମିତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri