ରାମାୟଣ ବଣ୍ଣିତ କଥାବସ୍ତୁକୁ ନେଇ ନାଟକ ଶିବଧନୁ ଭଗ୍ନ : ସୀତାରାମ ବିବାହ ଦୃଶ୍ୟରେ ଦର୍ଶକ ବିଭୋର

ଖଣ୍ଡପଡ଼ା,୨୦ା୫(ସ୍ବ.ପ୍ର.)-କଣ୍ଟିଲୋ ରଘୁନାଥ ଜୀଉ ନାଟ୍ୟ ସମିତି, କଂସାରୀ ସାହି ପାଟଣା ଆନୁକୂଲ୍ୟରେ ଶନିବାର ୨ୟ ରାତିରେ ପୁରାଣ ବର୍ଣ୍ଣିତ ରାମାୟଣ କଥାବସ୍ତୁକୁ ନେଇ ନାଟକ ପରିବେଷିତ ହୋଇଥିଲା। ଏହି ଅବସରରେ ଶିବଧନୁ ଭଗ୍ନ, ସୀତା ବିବାହ ଓ ମିଥିଲ୍ୟା ପ୍ରବେଶ ଦୃଶ୍ୟରେ ଦର୍ଶକ ବିଭୋର ହୋଇଥିଲେ। ଜନକଙ୍କ ସର୍ତ୍ତ ଅନୁସାରେ ଯିଏ ଶିବଧନୁ ଭାଙ୍ଗିବ ସୀତା ତାଙ୍କ ଗଳାରେ ବରଣମାଳା ଦେବେ। ଏଥିପାଇଁ ବିଭିନ୍ନ ଦେଶରୁ ଆସିଥିବା ରାଜାମାନେ ଆୟୋଜିତ ସ୍ବୟଂମ୍ଭର ସଭାରେ ଉପସ୍ଥିତ ଥିଲେ। ଲଙ୍କା ନରେଶ ରାବଣଙ୍କଠାରୁ ଆରମ୍ଭ କରି କେହି ମଧ୍ୟ ଶିବଧନୁ ଭାଙ୍ଗିବା ଦୂରେ ଥାଉ ଉଠାଇ ମଧ୍ୟ ପାରିଲେନି। ଏଥିରେ ଲଜ୍ୟାବୋଧ କରି ରାବଣ ନିଜ ଆସନ ପରିତ୍ୟାଗ କରି ଅନ୍ୟ କେହି ଯେପରି ଧନୁ ଭାଙ୍ଗି ପାରିବେ ନାହିଁ ସେଥିପାଇଁ ରାହୁଙ୍କୁୁ ଧନୁ ଉପରେ ବସି ରହିବାକୁ ନିର୍ଦ୍ଦେଶ ଦେଇଥିଲେ। ଫଳରେ କେହି ରାଜା ଧନୁକୁ ଉଠାଇ ନ ପାରି ବାଧ୍ୟ ହୋଇ ସ୍ବୟଂମ୍ଭର ସଭା ପରିତ୍ୟାଗ କରିଥିଲେ। ସମସ୍ତ ରାଜା ସ୍ଥାନ ଛାଡି ଚାଲିଯାଉଥିବା ଦେଖି ରାହୁ ମଧ୍ୟ ଉଠି ଚାଲି ଯାଇଥିଲେ। ଏହି ସୁଯୋଗରେ ବିଶ୍ୱାମିତ୍ର ମୁନିଙ୍କ ନିର୍ଦ୍ଦେଶ କ୍ରମେ ରାମଚନ୍ଦ୍ର ଶିବଧନୁକୁ ଭୂମିରୁ ଉଠାଇ ଭାଙ୍ଗି ଦେଇଥିଲେ। ବିଶେଷ ଭାବେ ଏହି ଦୃଶ୍ୟ ରାମଭକ୍ତ ତଥା ଦଶର୍ର୍କଙ୍କୁ ବିଭୋର କରିଥିଲା। ଜନକଙ୍କ ସମ୍ମତି କ୍ରମେ ରାମଚନ୍ଦ୍ର ସୀତାଙ୍କୁ ବିବାହ କରିଥିଲୋ ସୀତାରାମ ଜନକପୁର ମିଥିଲ୍ୟା ଗମନ କରିଥିଲେ। ନାଟକ ଦେଖିବାକୁ ଶନିବାର ବିଳମ୍ବିତ ରାତିରୁ ରବିବାର ସକାଳ ୪ଟା ପର୍ଯ୍ୟନ୍ତ ଦର୍ଶକ ଉପସ୍ଥିତ ଥିଲେ। ରାମ, ଲକ୍ଷ୍ମଣ ଓ ସୀତା ଭୂମିକାରେ ଯଥାକ୍ରମେ ଶିଶୁ କଳାକାର ସୁରଜ, ଶିବୁ ଓ ରାଜା ଅଭିନୟ କରିଥିଲେ। ସେହିପରି ଜନକ, ବିଶ୍ୱାମିତ୍ର, ସହସ୍ରାର୍ଜୁନ, ବାଣାସୁର ଭୂମିକାରେ ଲକ୍ଷ୍ମୀଧର ଚିନ୍ନରା, ଭୂଷଣ ସାହୁ, ଭିକାରୀ ଚରଣ ସାହୁ ଓ ବିରଞ୍ଚତ୍ ନାରାୟଣ ସାହୁ ପ୍ରମୁଖ ଅଭିନୟ କରିଥିଲେ। ନାଟ୍ୟ ପରିଚାଳନାରେ ସୁରେନ୍ଦ୍ର ନାଥ ସାହୁ, ରମାକାନ୍ତ ସାହୁ, ରାଜେଶ କୁମାର ସାହୁ, ବସନ୍ତ ସାହୁ, ନିରଞ୍ଜନ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଉଠୁଛିପଡ଼ୁଛି ବଡ଼ଦାଣ୍ଡ: ମେଡିକାଲ ଛକରେ ମୃତଦେହ ରଖି…

ପୁରୀ,୨।୧(ଅଜିତ୍‌ ମହାନ୍ତି): ପୁରୀ ଦୁର୍ଘଟଣାରେ ୫ ବର୍ଷୀୟ ନାବାଳକର ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି। ମେଡିକାଲ ଛକରେ ମୃତଦେହ ରଖି ସ୍ଥାନୀୟ ଲୋକ ଧାରଣାରେ ବସିଛନ୍ତି।...

ପୁରୀ ବଡ଼ଦାଣ୍ଡରେ ନାବାଳକଙ୍କ ମୃତ୍ୟୁ: ୪ ଲକ୍ଷ ଟଙ୍କାର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୀ,୨।୧: ପୁରୀ ବଡ଼ଦାଣ୍ଡରେ ବୋଲେରୋ ଓ ସ୍କଟି ଧକ୍କାରେ ନାବାଳକଙ୍କ ମୃତ୍ୟୁ ହୋଇଛି। ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ...

ହାଇ ରିଟର୍ଣ୍ଣ ଲୋଭ ଦେଖାଇ କୋଟି କୋଟି ଟଙ୍କା ଠକେଇ: ଅଭିଯୁକ୍ତଙ୍କୁ ବାନ୍ଧିଲା EOW

ଭୁବନେଶ୍ୱର,୨।୧: ଗ୍ରାହକଙ୍କୁ ହାଇ ରିଟର୍ଣ୍ଣର ଲୋଭ ଦେଖାଇ ଟଙ୍କା ଠକେଇ କରିଥିବା ଅଭିଯୋଗରେ EOW ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ...

ହାତୀର ଟ୍ରାଙ୍କୁଲାଇଜ୍‌ ଚିକିତ୍ସା ପାଇଁ ଅନୁମତି ମାଗିଥିଲା ବନ ବିଭାଗ, ହେଲେ…

ବଲାଙ୍ଗୀର,୨ା୧(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଟିଟିଲାଗଡ଼ ରେଞ୍ଜ ବେଲଗାଁ ସେକ୍ସନ ନାରିକଟା ବିଟ୍‌ ବିଜେପୁର ପଞ୍ଚାୟତ ବର୍ଣ୍ଣି ଜଙ୍ଗଲସ୍ଥିତ ନୀମପଡ଼ା ଗାଁର ନାଳରେ ଏକ...

ଖୋଲିଲା ମଣ୍ଡି: ପ୍ରଥମ ଦିନରେ ଧାନ ଦେଲେ ଏତିକି ଚାଷୀ

ପାଟଣା,୨।୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟରେ ଶୁକ୍ରବାର ରାଜ୍ୟ ଯୋଗାଣ ନିଗମ ତରଫରୁ ଧାନ ମଣ୍ଡି ଖୋଲିଛି। ପ୍ରଥମ ଦିନରେ ପାଟଣା...

ଯୁବକଙ୍କୁ ଦଳି ମାରିବା ପରେ ବି ଜଗି ରହିଛି ହାତୀ 

ଖୋର୍ଦ୍ଧା,୨।୧(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ଭୂଆସୁଣି ପାଟଣା ଗାଁରେ ଯୁବକଙ୍କୁ ଜଣେ ଯୁବକଙ୍କୁ ଏକ ଦନ୍ତା ଦଳି ଦେଇଛି। ମୃତକ ହେଲେ ପ୍ରିୟବ୍ରତ...

ରାଜ୍ୟସ୍ତରୀୟ ଧନୁଯାତ୍ରା କୁଇଜ୍‌ ପ୍ରତିଯୋଗିତା: ପ୍ରଥମ ସ୍ଥାନରେ…

ମଥୁରାନଗରୀ,୨।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ଐତିହ୍ୟ ଓ ପରମ୍ପରାକୁ ବର୍ତ୍ତମାନର ଛାତ୍ରୀଛାତ୍ରମାନଙ୍କୁ ଅବଗତ କରାଇବା ପାଇଁ ସ୍ଥାନୀୟ ଲେଙ୍ଗୁମିଶ୍ର ଷ୍ଟାଡିୟମରେ ଆୟୋଜିତ ହସ୍ତତନ୍ତ ମେଳା...

ପୁରୀ ବଳଗଣ୍ଡି ଛକରେ ସ୍କୁଟିକୁ ଧକ୍କା ଦେଲା ବୋଲେରୋ, ନାବାଳକ ମୃତ

ପୁରୀ, ୨/୧( ଅଜିତ୍ କୁମାର ମହାନ୍ତି ): ସକାଳୁ ସକାଳୁ ବଡ଼ଦାଣ୍ଡରେ ଦୁର୍ଘଟଣା । ଶୁକ୍ରବାର ପୂର୍ବାହ୍ନରେ ପୁରୀ ବଡ଼ଦାଣ୍ଡରେ ଏକ ଅଭାବନୀୟ ଘଟଣା ଦେଖିବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri