ବିପଦପୂର୍ଣ୍ଣ ଅବସ୍ଥାରେ ପୋଲ

ଯୋଡ଼ା, ୩୦।୮(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ବ୍ଲକ ରାଜ୍ୟ ରାଜପଥ ନଂ ୨ ବାମେବାରୀ-ବାଂଶପାଣି ରାସ୍ତା ରେ ଥିବା ବିଭିନ୍ନ ପୋଲ ଗୁଡିକ ଭାଙ୍ଗି ଜରାଜୀର୍ଣ୍ଣ ହୋଇପଡିଛି। ଜରିବାହାଲ ଡିଆଇଏଲ ଛକ ନିକଟସ୍ଥ ପୋଲ, ଜୁରୁଡି ହାଟପଦା ନିକଟସ୍ଥ ପୋଲ, ଜୁରୁଡି ଦଲକି ନାଳ ପୋଲ ଗୁଡିକ ଦୀର୍ଘ ବର୍ଷ ହେଲା ଭାଙ୍ଗି ପଡିଛି। ଯୋଡା ଖଣିମଣ୍ଡଳ ଦେଇ ଯାଇଥିବା ବ୍ୟସ୍ତବହୁଳ ୨ନଂ ରାଜ୍ୟ ରାଜପଥ ବାମେବାରୀ ବାଂଶପାଣି ରାସ୍ତା ଦେଇ ଦୈନିକ ହଜାର ହଜାର ଖଣିଜ ବୋଝେଇ ଟ୍ରକ, ଡମ୍ପର ଯାତାୟାତ କରୁଛନ୍ତି। ଜୁରୁଡି ହାଟପଦା ନିକଟରେ ଥିବା ପୋଲଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇ ବିପଦପୂର୍ଣ୍ଣ ଅବସ୍ଥାରେ ଅଛି। ପୋଲଟି ଅତି ସଙ୍କୁଚିତ ଥିବାରୁ ପୋଲର ଦୁଇ ପାର୍ଶ୍ୱରେ ଥିବା ବାଡା ମଧ୍ୟ ଭାଙ୍ଗି ପଡିଛି। ସ୍କୁଲ୍‌ ବସ୍‌ , ଆମ୍ବୁଲାନ୍ସ, ଯାତ୍ରୀବାହୀ ବସ, କମାଣ୍ଡର, ଅଟୋ ପ୍ରଭୃତି ଗାଡି ସବୁ ଏହି ପୋଲ ଦେଇ ଅସୁରକ୍ଷିତ ଭାବେ ଯାତାୟାତ କରୁଛନ୍ତି।ଏହି ପୋଲର ସ୍ଥାନେ ସ୍ଥାନେ ତଳ ପାର୍ଶ୍ୱରେ ଫାଟ ସୃଷ୍ଟି ହୋଇଥିବାରୁ କୌଣସି ମୂହୁର୍ତ୍ତରେ ଏହା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡିବାର ଆଶଙ୍କା ରହିଛି।
ଉକ୍ତ ରାସ୍ତା ମରଣଯନ୍ତା ପାଲଟିଥିବାରୁ ସାଧାରଣ ପଥଚାରୀଠାରୁ ଆରମ୍ଭ କରି ବାଇକ୍‌ ଆରୋହୀ, ଛୋଟ ଯାନବାହାନ ମଧ୍ୟ ଯାତାୟାତ କରିବା କଷ୍ଟକର ହୋଇପଡିଛି। ଉକ୍ତ ପୋଲର ଉପର ପାର୍ଶ୍ୱରେ ଗଭୀର ଖାଲ ସୃଷ୍ଟି ହୋଇଥିବାରୁ ବର୍ଷାପାଣି ଜମି ଏକ ପ୍ରକାର ଛୋଟ ଛୋଟ ଜଳକୁଣ୍ଡରେ ପରିଣତ ହୋଇଛି। ବାମେବାରୀଠାରୁ ବାଂଶପାଣି ପର୍ଯ୍ୟନ୍ତ ୧୩ କି.ମି. ରାସ୍ତାର ନିର୍ମାଣ କାର୍ଯ୍ୟ ପାଇଁ ଜିଲା ଖଣିଜ ପାଣ୍ଠି (ଡିଏମଏଫ)ରୁ ୪୭ କୋଟି ଟଙ୍କା ମଞ୍ଜୁର କରାଯାଇ ଟେଣ୍ଡର ଜରିଆରେ ଏକ ଠିକାସଂସ୍ଥାକୁ କାର୍ଯ୍ୟାଦେଶ ଦିଆଯାଇଛି। ଏହି ଠିକାସଂସ୍ଥା ପକ୍ଷରୁ ଉକ୍ତ ରାସ୍ତାର ନିର୍ମାଣ କାର୍ଯ୍ୟ ଅତି ମନ୍ଥର ଗତିରେ ହେଉଥିବାରୁ ଏହି ରାସ୍ତାର ସମ୍ପୂର୍ଣ୍ଣତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଖୁବ୍‌ ଶୀଘ୍ର ଏହି ପୋଲର ମରାମତି କାର୍ଯ୍ୟ କରାନଗଲେ ଏହି ପୋଲ ଭୁଶୁଡ଼ି ପଡି ଯୋଗାଯୋଗ ବିଛିନ୍ନ ହୋଇଯିବାର ଆଶଙ୍କା ରହିଛି ବୋଲି ସେମାନେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ଏହା ସହିତ ଠିକାସଂସ୍ଥା ପକ୍ଷରୁ ପୋଲ ଗୁଡିକର ନିର୍ମାଣ କାର୍ଯ୍ୟ ଅତି ନିମ୍ନମାନର କରାଯାଉଥିବା ନେଇ ସ୍ଥାନୀୟ ଜୁରୁଡିର ବରିଷ୍ଠ ନାଗରିକ ସୁରେନ୍ଦ୍ରନାଥ ମହାନ୍ତି, ଦାସ ପେଣ୍ଠେଇ, ବୀର ପେଣ୍ଠେଇ ପ୍ରମୁଖ ଅଭିଯୋଗରେ କହିଛନ୍ତି। ସ୍ଥାନୀୟ ଅଞ୍ଚଳବାସୀ ରାସ୍ତା ଓ ପୋଲର ମରାମତି ପାଇଁ ଅଭିଯୋଗ ଆଣିଲେ ଦୁଇ ଚାରି ଗାଡି ମୋରମ ପକାଇ ସେମାନଙ୍କର ଦାୟିତ୍ୱ ଶେଷ କରିଥାନ୍ତି ବୋଲି ବରିଷ୍ଠ ନାଗରିକ ସୁରେନ୍ଦ୍ର ନାଥ ମହାନ୍ତି। କେନ୍ଦୁଝର ଜିଲାପାଳଙ୍କୁ ବାରମ୍ବାର ଲିଖିତ ଅଭିଯୋଗ କରାଯାଇଥିଲେ ସୁଦ୍ଧା ଏହି ପୋଲ ପ୍ରତି କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଉନି।


Enter your email to get our daily news in your inbox.

All Right Reserved By Dharitri.Com

ବୀରମିତ୍ରପୁରରେ ପହଞ୍ଚିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତଙ୍କ ଭଉଣୀ

କୁଆଁରମୁଣ୍ଡା,୨।୫(ମହେନ୍ଦ୍ର କୁମାର ସାହୁ): ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭଉଣୀ ତଥା ଜେଏମ୍‌ଏମ ନେତ୍ରୀ ଅଞ୍ଜନୀ ସୋରେନ ଗୁରୁବାର ରାତିରେ ଓଡ଼ିଶାର ବୀରମିତ୍ରପୁରରେ ପହଞ୍ଚିଛନ୍ତି। ଏହି...

ଟ୍ରେନ୍‌ ଉପରେ ଚଢ଼ି ପାରା ମାରୁଥିଲେ: ଲାଗିଲା ବିଦ୍ୟୁତ୍‌ ଆଘାତ

ରାୟଗଡ଼ା,୨।୫(ଆଶିଷ ରଞ୍ଜନ ପଣ୍ଡା)- ଟ୍ରେନ୍‌ ଉପରେ ଚଢ଼ି ପାରା ମାରିବାକୁ ଯାଇ ବିଦ୍ୟୁତ ଆଘାତରେ ୩ ଜଣ ଆହତ ହୋଇଥିବା ସୂଚନା ମିଳିଛି। ରାୟଗଡ଼ା ସହରସ୍ଥିତ...

ବିଜେଡିକୁ ଭୋଟ ଦେବାକୁ ମିଶନ ଶକ୍ତି ମହିଳାଙ୍କୁ ଧମକାଉଛନ୍ତି ପାଣ୍ତିଆନଙ୍କ ସ୍ତ୍ରୀ ସୁଜାତା: ଭାଜପା

ଭୁବନେଶ୍ୱର,୨।୫: ମିଶନ ଶକ୍ତି ସଚିବ ସୁଜାତା ପାଣ୍ଡିଆନଙ୍କ ବିରୋଧରେ ମୁଖ୍ୟ ନିର୍ବାଚନ କମିଶନରଙ୍କ ନିକଟରେ ଫେରାଦ ହେଲା ଭାଜପା। ସରକାରୀ ଅଧିକାରୀ ହୋଇ ବିଜେଡି ଏଜେଣ୍ଟ...

ଆଗ ରକ୍ତଦାନ, ପରେ ନାମାଙ୍କନ

ବରଗଡ଼,୨।୫(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନ ନେଇ ପ୍ରାର୍ଥୀମାନେ ଚିରାଚରିତ ଢଙ୍ଗରେ ପ୍ରାର୍ଥିପତ୍ର ତଥା ନାମାଙ୍କନ ଦାଖଲ କରୁଛନ୍ତି । କିଏ ବିଶାଳ ଶୋଭାଯାତ୍ରା ତ’ ଆଉ...

ଧାର ଟଙ୍କା ମାଗିବାରୁ ଆକ୍ରମଣ

ବ୍ରହ୍ମପୁର,ତା୨ା୫(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ସଦର ଥାନା ବାଳକୃଷ୍ଣପୁର ଗ୍ରାମରେ ଧାର ଟଙ୍କା ମାଗିବାରୁ ମମତା ପାତ୍ର ନାମ୍ନୀ ଜଣେ ମହିଳାଙ୍କୁ ଆକ୍ରମଣ କରାଯାଇଛି। ତାଙ୍କ...

ଟିକେଟ୍‌ ନ ମିଳିବାରୁ ବିଜେଡିରୁ ଇସ୍ତଫା ଦେଲେ ସନ୍ତୋଷ ଖଟୁଆ

ଭୁବନେଶ୍ୱର,୨।୫: ଆଜି ବିଜେଡି ନୀଳଗିରି ବିଧାୟକ ପାର୍ଥୀ ଘୋଷଣା କରିଛି। ହେଲେ ନୀଳଗିରି ନିର୍ବାଚନମଣ୍ଡଳୀ ପାଇଁ ଆଶାୟୀ ଥିବା ବାଲେଶ୍ୱର ଜିଲା ବିଜେଡି ଉପ-ସଭାପତି ସନ୍ତୋଷ...

ବଢୁଛି ଗ୍ରାମବାସୀଙ୍କ ଭୋଟ ବର୍ଜନ ନିଷ୍ପତ୍ତି

ଖଡ଼ିଆଳ,୨ା୫(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ତିଖାଲି ଡ୍ୟାମଠାରୁ ପ୍ରାୟ ୩ କି.ମି. ଦୂରରେ ଥିବା ଚାଷଜମିକୁ ପାଣି ଦିଆଯାଉ ନ ଥିବାରୁ ସାନମହେଶ୍ୱର ଗ୍ରାମବାସୀ...

ଷ୍ଟିଲ ପ୍ଲାଣ୍ଟରେ ବିସ୍ଫୋରଣ: ୯ ଜଣ ଶ୍ରମିକ ଆହତ

ଭୁବନେଶ୍ୱର,୨।୫: କେନ୍ଦୁଝର ସ୍ଥିତ ଏକ ଷ୍ଟିଲ ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ ହୋଇଛି। ଏଥିରେ ୯ ଜଣ ଶ୍ରମିକ ଆହତ ହୋଇଛନ୍ତି। ରୁଗୁଡ଼ି ସ୍ଥିତ KJS ଆଲୁୱାଲିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri