କେସିଙ୍ଗା ଏନଏସିରୁ ମ୍ୟୁନିସିପାଲଟି ଗଠନକୁ ଦୃଢ଼ ବିରୋଧ:ଗର୍ଜିଲେ ପଞ୍ଚାୟତବାସୀ

କେସିଙ୍ଗା,୧୯।୫(ତୁମେଶ୍ବର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ତହସିର ଗ୍ରାମ ପଞ୍ଚାୟତର କୁର୍ଲୁପଡା ସ୍ଥିତ ସରକାରୀ ବିଦ୍ୟାଳୟ ପରିସରରେ ୱାର୍ଡ ସଭ୍ୟ ଯୋଗେନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଏକ ପଲ୍ଲିସଭା ସୋମବାର ଅନୁଷ୍ଠିତ ହୋଇଥିଲା। ୱାର୍ଡ ନମ୍ବର ୧୨ସ୍ଥିତ ନୂଆପଡା ଓ ୧୩ନମ୍ବର ୱାର୍ଡର କୁର୍ଲୁପଡା ଗ୍ରାମର ଭୋଟର ସଂଖ୍ୟା ୮୩୨ଜଣଙ୍କୁ ନେଇ ନୂତନ ଭାବେ ଗଠନ ହେବାକୁ ଥିବା ମୁନ୍‌ସିପାଲଟି ସାମିଲ ହେବା ପାଇଁ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏକ ପଲ୍ଲିସଭା ଅନୁଷ୍ଠିତ ହୋଇଥିଲା।

କିନ୍ତୁ ଗ୍ରାମପଞ୍ଚାୟତବାସୀ ନୂତନ ମୁନ୍‌ସିପାଲଟି ଗଠନକୁ ସାମିଲ ନ ହେବା ପାଇଁ ଦୃଢ଼ ବିରୋଧ କରିଥିଲେ।
କାରଣ ଏହି ଗ୍ରାମ ପଞ୍ଚାୟତ ଏକ ଆଦିବାସୀ, ହରିଜନ ଓ ପଛୁଆ ବର୍ଗର ଲୋକଙ୍କୁ ନେଇ ଗ୍ରାମ ପଞ୍ଚାୟତ ଗଠନ ହୋଇଛି। ବିରୋଧ କରିବାର ମୁଖ୍ୟ କାରଣ ହେଲା ୧୯୬୬ମସିହାରେ ସ୍ଥାପିତ ପ୍ରାଥମିକ ବିଦ୍ୟାଳୟର ଖେଳ ପଡିଆ,୧୯୮୩ ମସିହାରେ ଆଦିବାସୀ, ହରିଜନ ଓ ପଛୁଆ ବର୍ଗର ଲୋକଙ୍କ ଜମିରେ ସେବା ପେପର ମିଲ ନିର୍ମାଣ ହେବାପାଇଁ ୧୮୦ ଏକର ଜମି ଅଧିଗ୍ରହଣ କରି ଥିଲା। ଆଜିକୁ ଦୀର୍ଘ ୪୨ବର୍ଷ ବିତିଯାଇଥିଲେ ମଧ୍ୟ କାଗଜ କଳ ନ ହୋଇ ରାଜ୍ୟ ସରକାର ଇଡ୍‌କୋ କମ୍ପାନୀକୁ ଜମି ବିକ୍ରି କରି ଦେଇଛନ୍ତି।

ଗ୍ରାମଞ୍ଚଳର ନିରୀହ ଲୋକମାନେ ସହରରେ ଖାପ ଖାଇ ଚଳିବା ପାଇଁ କଷ୍ଟ ହେବ ବୋଲି ନୂତନ ମ୍ୟୁନିସିପାଲଟିରେ ସାମିଲ ହେବେ ନାହିଁ ବୋଲି ପଲ୍ଲି ସଭା ରେ ଦୃଡ଼ ବିରୋଧ କରିଛନ୍ତି।ଏହା ସହିତ ଜିଲାପାଳ ଙ୍କ ଜନ ଶୁଣାଣି ଶିବିରରେ ମଧ୍ୟ ଗ୍ରାମବାସୀ ଲିଖିତ ଅଭିଯୋଗ କରିଛନ୍ତି। ଯଦି ମ୍ୟୁନିସିପାଲଟି ଗଠନରେ ଖିଲାପି ଦେଖାଦେଲେ କିମ୍ବା ଅପ୍ରୀତିକର ଘଟଣା ଘଟିଲେ ଜିଲା ପ୍ରଶାସନ ସମ୍ପୂର୍ଣ୍ଣ ଦାୟି ରହିବେ ଏବଂ ଯଦି ଲୋକଙ୍କୁ ଜବର ଦସ୍ତି ଜାଲ ଦସ୍ତଖତ କରି ମ୍ୟୁନିସିପାଲଟି ଗଠନ କରାଯାଏ,ତେବେ ଆଦିବାସୀ ମେଳି କରାଯିବା ସହିତ ଗଣ ଆନ୍ଦୋଳନ କରାଯିବ ବୋଲି ପଞ୍ଚାୟତ ବାସୀ ଦୃଢ଼ ବିରୋଧ କରି ପ୍ରଶାସନ କୁ ଚେତାବନୀ ଦେଇଛନ୍ତି ।ଏଥିରେ ତହସିର ଗ୍ରାମ ପଞ୍ଚାୟତ ର ସରପଞ୍ଚ ମମତା ରାଣୀ ନାଗଙ୍କୁ ପଚାରିବାରୁ ମୋତେ ଲୋକେ ଭୋଟ ଦେଇ ବିଜୟୀ କରାଇଛନ୍ତି। ମୁଁ ଜନସାଧାରଣ ଯାହା ନିଷ୍ପତ୍ତି ନେବେ ତାଙ୍କ କଥା ରେ ରାଜି ହେବି ବୋଲି ପ୍ରକାଶ କରିଥିଲେ। ଉକ୍ତ ଗ୍ରାମ ପଞ୍ଚାୟତର ସମିତି ସଦସ୍ୟା ପିଙ୍କି ମାଝୀ,ପୂର୍ବତନ ସରପଞ୍ଚ ଯୋଗେନ୍ଦ୍ର ସାହୁ, ଯୁବରାଜ ସାହୁ,ସୁଲପାଣି ସାହୁ,ପ୍ରମୁଖ ଶତାଧିକ ଗ୍ରାମବାସୀ ଉପସ୍ଥିତ ରହି ବିରୋଧ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri