ଭାଜପା ଉପାଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା: ଅଡୁଆ ବଢ଼ିଲା

ଜଗତ୍‌ସିଂହପୁର,୨୯।୪(ପ୍ରମୋଦ କୁମାର ନାୟକ): ଦୀର୍ଘ ୩ ବର୍ଷ ପରେ ଜଗତ୍‌ସିଂହପୁର ପୌର ପରିଷଦ ରାଜନୈତିକ ସମୀକରଣ ଭିନ୍ନ ମୋଡ଼ ନେଇଛି। ପରିଷଦର ୧୪ ନମ୍ବର ୱାର୍ଡ ଭାଜପା କାଉନସିଲର ତଥା ଉପାଧ୍ୟକ୍ଷ ରାଜେନ୍ଦ୍ର କୁମାର ବିଶୋଇଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବକୁ ଜିଲାପାଳ ଗମ୍ଭୀରତାର ସହ ନେଇଛନ୍ତି।

ଆସନ୍ତା ମେ’ ୨୦ରେ କାଉନ୍‌ସିଲରମାନେ ଉପଜିଲାପାଳଙ୍କ ନିକଟରେ ପକ୍ଷ ରଖିବା ପାଇଁ ଦିନ ଧାର୍ଯ୍ୟ କରାଯାଇଛି। ଜିଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ଜଗତ୍‌ସିଂହପୁର ପୌର ପରିଷଦ ପକ୍ଷରୁ ସମସ୍ତ ୨୧ ଜଣ କାଉନ୍‌ସିଲରଙ୍କୁ ଉପଜିଲାପାଳଙ୍କ ନିକଟରେ ଉପସ୍ଥିତ ରହି ସେମାନଙ୍କ ପକ୍ଷ ରଖିବାକୁ ନୋଟିସ୍‌ ଦର୍ଶାଯାଇଛି ବୋଲି ପୌର ନିର୍ବାହୀ ଅଧିକାରୀ ସୀମା ଜେନା କହିଛନ୍ତି।

ତେବେ ଏହି ଦିନ ସମ୍ଭବତଃ ଉପାଧ୍ୟକ୍ଷ ବିଶୋଇଙ୍କ ଆସ୍ଥାଭାଜନ ପାଇଁ ଶେଷ ସୁଯୋଗ ରହିପାରେ ବୋଲି କୁହାଯାଉଛି। ଅନ୍ୟପଟେ ପରିଷଦର ୧୪ ଜଣ କାଉନସିଲର ବିଶୋଇଙ୍କ ବିରୋଧରେ ମତ ରଖିବାକୁ ଏକପ୍ରକାର ପ୍ରସ୍ତୁତି ସରିଛି ବୋଲି କେତେଜଣ କାଉନସିଲର ନାମ ଗୋପନ ରଖି କହିଛନ୍ତି। ଏହା ଯଦି ସତ ହୁଏ ତେବେ ଉପାଧ୍ୟକ୍ଷଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହେବ। ଗତ ୧୫ ତାରିଖରେ ପରିଷଦର ମୋଟ ୨୧ କାଉନସିଲରଙ୍କ ମଧ୍ୟରୁ ୧୩ ଜଣ ଜିଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳ ଜ୍ୟୋତିଶଙ୍କର ରାୟଙ୍କୁ ସାକ୍ଷାତ୍‌ କରି ଉପାଧ୍ୟକ୍ଷ ବିଶୋଇଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ। ସେମାନେ ଦର୍ଶାଇଥିଲେ, ବିଶୋଇ ନିଜ କାର୍ଯ୍ୟରେ ଅବହେଳା କରୁଛନ୍ତି, ଏପରିକି ବିଭିନ୍ନ ଓ୍ବାର୍ଡ ପ୍ରତି ପକ୍ଷପାତିତା କରୁଛନ୍ତି। ସେମାନଙ୍କ ସହ ଆଉ ଜଣେ କାଉନ୍‌ସିଲର ମଧ୍ୟ ରହିଛନ୍ତି ବୋଲି ସୂଚନା ମିଳିଛି।

ସୂଚନାଯୋଗ୍ୟ, ୨୦୨୨ ପୌର ନିର୍ବାଚନ ସମୟରେ ଜଗତ୍‌ସିଂହପୁର ପୌର ପରିଷଦର ମୋଟ ୨୧ଟି ୱାର୍ଡ ମଧ୍ୟରୁ ବିଶୋଇଙ୍କ ସପକ୍ଷରେ ୧୧ଟି ଭୋଟ ଯାଇଥିଲା। ଅର୍ଥାତ୍‌ କଂଗ୍ରେସର ୭ (ୱାର୍ଡ ୨, ୫, ୯, ୧୧, ୧୮, ୧୯, ୨୧), ଭାଜପା ୨ (୧୩, ୧୪) ଓ ସ୍ବାଧୀନ ୨ (ୱାର୍ଡ ୭, ୧୭) ଜଣ କାଉନସିଲର ମିଶିବାରୁ ବିଶୋଇ ବିଜୟୀ ହୋଇ ପାରିଥିଲେ। କିନ୍ତୁ ବର୍ତ୍ତମାନ ଚିତ୍ର ବଦଳିଛି। ୱାର୍ଡ ୭, ୧୭, କଂଗ୍ରେସର ୱାର୍ଡ ୨ କାଉନ୍‌ସିଲର ଉପାଧ୍ୟକ୍ଷଙ୍କ ଉପରୁ ଆସ୍ଥା ହରାଇଛନ୍ତି। ସେମାନେ ବିଜେଡିର ୧୦ ଜଣ କାଉନ୍‌ସିଲରଙ୍କ ସହ ହାତ ମିଳାଇ ଉପାଧ୍ୟକ୍ଷ ବିଶୋଇଙ୍କୁ ଗାଦିଚ୍ୟୁତ ପାଇଁ ନିଷ୍ପତ୍ତି ନେଇଛନ୍ତି। ଏ ସମ୍ପର୍କରେ ବିଶୋଇ କହିଛନ୍ତି, ଅନାସ୍ଥା ମୁକାବିଲା ପାଇଁ ସେ ପ୍ରସ୍ତୁତ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri