ଓଡ଼ିଆଙ୍କ କଳାକୃତି ଦକ୍ଷିଣ ଭାରତରେ ଭାଇରାଲ

କେନ୍ଦୁଝର, ୨୮-୮(ସ୍ବ.ପ୍ର.):ରୁବିକ୍‌ସ କ୍ୟୁବ୍‌ରେ ପ୍ରସ୍ତୁତ ଦକ୍ଷିଣ ଭାରତ ସୁପରଷ୍ଟାର ତଥା ବାହୁବଳୀ ସିନେମା ଅଭିନେତା ପ୍ରଭାସଙ୍କ ଚିତ୍ର ଓ ଭିଡିଓ ଦକ୍ଷିଣ ଭାରତରେ ଭାଇରାଲ ହୋଇଛି ା ବିଭିନ୍ନ ସୋସିଆଲ ମିଡିଆ ସମେତ ଟିଭି ଓ ପ୍ରିଣ୍ଟ ମିଡିଆରେ ମଧ୍ୟ ଛାଇ ଯାଇଛି ା ତେବେ ଏହି କଳାକୃତିକୁ ତିଆରି କରିଛନ୍ତି ଓଡ଼ିଶାର ଜଣେ ଯୁବକ। ସେ ହେଉଛନ୍ତି ସୁମିତ୍‌ ଦ୍ୱିବେଦୀ। ସେ କେନ୍ଦୁଝର ସରକାରୀ ଇଞ୍ଜିନିୟରିଂ କଲେଜରେ ଶେଷ ବର୍ଷ ମାଇନିଂ ଇଞ୍ଜିନିୟରିଂ ଛାତ୍ର ା ତାଙ୍କ ଘର ପଶ୍ଚିମଓଡ଼ିଶାର ଦେବଗଡ ସହରରେ।
ଏହି କଳାକୃତିକୁ ୪୮୬ଟି ରୁବିକ୍‌ସ କ୍ୟୁବ୍‌ରେ ତିଆରି କରିଥିବା ସୁମିତ୍‌ କହିଛନ୍ତି। ଏଥିପାଇଁ ତାଙ୍କୁ ୩ ଦିନ ସମୟ ଲାଗିଥିଲା। ମାଇନିଂ ଇଞ୍ଜିନିୟର ହେବାକୁ ଆଶା ରଖିଥିବା ସୁମିତ୍‌ ଏହି ଅନନ୍ୟ ଚିତ୍ରକଳାକୁ ଛାଡ଼ିବାକୁ ଚାହାନ୍ତି ନାହିଁ ା ଏହି କଳାକୃତି ବହୁତ କମ୍‌ କଳାକାର କରିଥାନ୍ତି। ବରଗଡରେ ଏକ ଘରୋଇ ବିଦ୍ୟାଳୟରେ ଯୁକ୍ତ ୨ ପଢୁଥିବା ବେଳେ ଜଣେ ଜୁନିୟର ଛାତ୍ରଙ୍କ ପ୍ରେରଣାରେ ସେ ଏହି କ୍ୟୁବ୍‌ରେ ଖେଳିବା ଆରମ୍ଭ କରିଥିଲେ। କିନ୍ତୁ ଗତ ୩ ମାସ ହେଲା ଏହି ରୁବିକ୍‌ସ କ୍ୟୁବରେ ଚିତ୍ର କରିବା ଆରମ୍ଭ କରିଥିଲେ। ଏହା ବ୍ୟୟବହୁଳ। ପକେଟ୍‌ ଖର୍ଚ୍ଚରୁ ୧୪୬ଟି ରୁବିକ୍‌ସ କ୍ୟୁବ୍‌ କିଣି ପ୍ରଥମେ ଓଡ଼ିଆ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଚିତ୍ର ପ୍ରସ୍ତୁତ କରିଥିଲେ। ଏହାପରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କ୍ରିକେଟିୟର ଏମ୍‌.ଏସ୍‌. ଧୋନୀଙ୍କ ଚିତ୍ର କରିଥିଲେ। ଇତିମଧ୍ୟରେ ୫୦୦ ରୁବିକ୍‌ସ କ୍ୟୁବ୍‌ ନୂଆଦିଲ୍ଲୀରୁ ମଗାଇ ସେଥିରେ ଅଭିନେତା ପ୍ରଭାସଙ୍କ ଚିତ୍ର ଆଙ୍କି ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ତାହା ବିଶେଷ କରି ଦକ୍ଷିଣ ଭାରତରେ ଅଧିକ ଭାଇରାଲ ହୋଇଥିଲା ା ସେଠାକାର ନ୍ୟୁଜ୍‌ ଚ୍ୟାନେଲ ଓ ପତ୍ରପତ୍ରିକାରେ ତାହା ପ୍ରକାଶ ପାଇଥିବାରୁ ସୁମିତ୍‌ ବେଶ୍‌ ଖୁସି ବ୍ୟକ୍ତ କରିଛନ୍ତି। ତାଙ୍କ ବାପା ସୁଦାମ ଚରଣ ଦ୍ୱିବେଦୀ ପେସାରେ ଜଣେ ଠିକାଦାର ହୋଇଥିବାବେଳେ ମା’ ସାବିତ୍ରୀ ହେଉଛନ୍ତି ଜଣେ ଗୃହିଣୀ ା
ଆଗକୁ ୨୦ ଜଣ ବିଶିଷ୍ଟ ବ୍ୟକ୍ତିଙ୍କ ଚିତ୍ର ଆଙ୍କିବା ପାଇଁ ଯୋଜନା ପ୍ରସ୍ତୁତ କରିଥିବା ସୁମିତ୍‌ କହିଛନ୍ତି। ତେବେ ତାଙ୍କୁ ଏକ ନୂଆ ପରିଚୟ ଦେଇଥିବା ପ୍ରଭାସଙ୍କ ଚିତ୍ରକୁ ସେ ସାଇତି ରଖିବେ। ଏଣୁ ସେ ଅଧିକ ରୁବିକ୍‌ସ କ୍ୟୁବ୍‌ କିଣି ସେଥିରେ ଚିତ୍ର କରିବେ ବୋଲି କହିଛନ୍ତି। ଇଟାଲୀର ଜଣେ ରୁବିକ୍‌ସ କ୍ୟୁବ୍‌ ଚିତ୍ରକାରଙ୍କ ଦ୍ୱାରା ପ୍ରଭାବିତ ହୋଇଥିବା ସୁମିତ୍‌ ଓଡ଼ିଶା ପାଇଁ ଅଧିକ ଗୌରବ ଆଣିବା ପାଇଁ ଲକ୍ଷ୍ୟ ରଖିଛନ୍ତି।

-ନରେଶ ଚନ୍ଦ୍ର ପଟ୍ଟନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଦମ୍‌ ଅଛି ଯଦି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କର

ଭୁବନେଶ୍ୱର/ହିଞ୍ଜିଳିକାଟୁ/ଶେରଗଡ଼/ଖଲ୍ଲିକୋଟ,୮ା୫(ଅନିଲ ଦାସ/ ଦ୍ୱିତୀକୃଷ୍ଣ ପଣ୍ଡା/ସୂର୍ଯ୍ୟନାରାୟଣ ଦାଶ/ପ୍ରଶାନ୍ତ ମିଶ୍ର):କିଛିଲୋକ ଦିନରେ ସ୍ବପ୍ନ ଦେଖୁଛନ୍ତି, ଭାବୁଛନ୍ତି ନବୀନବାବୁ ଆଉ ମୁଖ୍ୟମନ୍ତ୍ରୀ ହେବେ ନାହିଁ, କିନ୍ତୁ ଭାଜପାକୁ ଯଦି ପଚାରିବେ...

ପ୍ରଣବଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ପ୍ରଶ୍ନ ଉଠାଇଲା ଭାଜପା

ସମ୍ବଲପୁର, ୮।୫ (ପ୍ରମୋଦ ବହିଦାର):ବିଜେଡି ସାଙ୍ଗଠନିକ ସମ୍ପାଦକ ତଥା ଦଳର ସମ୍ବଲପୁର ଲୋକ ସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ପ୍ରଶ୍ନ...

ବିଧାୟକ ପ୍ରାର୍ଥୀଙ୍କ ଫଟୋରେ ଜୋତାମାଳ

କେନ୍ଦୁଝର(ନରେଶ ଚନ୍ଦ୍ର ପଟ୍ଟନାୟକ)/ପାଟଣା(ବୀର କିଶୋର ଦାଶ),୮ା୫:କେନ୍ଦୁଝର ଜିଲା ପାଟଣା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ନାୟକଙ୍କ ଫଟୋରେ କେହି ଜୋତାମାଳ ଝୁଲାଇବା...

‘ବିଜେଡିର ପ୍ରଚାର କରୁଛନ୍ତି ମିଶନ ଶକ୍ତି ମହିଳା’

ଭୁବନେଶ୍ୱର, ୭।୫(ସୁନିତ୍‌ ମିଶ୍ର): ମହିଳାଙ୍କୁ ସାମାଜିକ ଓ ଆର୍ଥତ୍କ କ୍ଷେତ୍ରରେ ସଶକ୍ତ କରିବା ପାଇଁ ସ୍ବୟଂ ସହାୟକ ଗୋଷ୍ଠୀର ସୃଷ୍ଟି କରାଯାଇଥିଲା। କିନ୍ତୁ ବିଜେଡି ଓଲଟା...

Featured Video Play Icon

ଏମ୍ସର ସଫଳତା,ଖପୁରୀରୁ ବାହାରିଲା ୭କେଜି ଟ୍ୟୁମର

ଭୁବନେଶ୍ୱର,୭।୫(ଅସମାପିକା ସାହୁ)- ଏମ୍ସ ଭୁବନେଶ୍ୱରରେ ଏକ ବିରଳ ସିନୋଭିଆଲ ସାର୍କୋମା ଟ୍ୟୁମରର ସଫଳ ଅସ୍ତ୍ରୋପଚାର କରାଯାଇଛି। ଜଣେ ୫୧ବର୍ଷୀୟ ବ୍ୟକ୍ତିଙ୍କ ଖପୁରୀର ଉପର ଅଂଶରୁ ପ୍ରାୟ...

ବୁଧବାର ଏହି ୭ ଜିଲାରେ ପ୍ରବଳ ବର୍ଷିବ, ଓ୍ବାର୍ନିଂ ଜାରି

ଭୁବନେଶ୍ୱର, ୭।୫(ଅସମାପିକା ସାହୁ)- ତାତିରୁ ମିଳିଛି ଆଶ୍ୱସ୍ତି। ରାଜ୍ୟର ଅଧିକାଂଶ ସହରରେ କାଳବୈଶାଖୀ ବର୍ଷା ଯୋଗୁ ତାପମାତ୍ରା ହ୍ରାସ ପାଇଥିବା ଦେଖାଯାଇଛି। ଦକ୍ଷିଣ ଝାଡ଼ଖଣ୍ଡରୁ ଏକ...

ସାଲେପୁର, ମାହାଙ୍ଗା ଓ ନିଆଳି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜ୍ଞପ୍ତି ପ୍ରକାଶ: ପ୍ରଥମ ଦିନରେ କେହି ପ୍ରାର୍ଥିପତ୍ର କଲେନି ଦାଖଲ

କଟକ,୭ା୫ (କାର୍ତ୍ତିକ ସାହୁ) ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସାଲେପୁର, ମାହାଙ୍ଗା ଓ ନିଆଳି ବିଧାନସଭା ନିର୍ବାଚନମଣ୍ଡଳୀର ୨୦୨୪ ସାଧାରଣ ନିର୍ବାଚନ ନିମନ୍ତେ ବିଧିବଦ୍ଧ...

ଭାଜପାର ଷ୍ଟାର ପ୍ରଚାରକ ତାଲିକା: ବାଦ୍‌ ପଡିଲେ ଅପରାଜିତା, ସମ୍ବିତ ପାତ୍ର

ଭୁବନେଶ୍ୱର,୭।୫: ରାଜ୍ୟର ବିଧାନସଭା ଓ ଲୋକ ସଭା ନିର୍ବାଚନ ପାଇଁ ଭାଜପା ଆଜି ତା’ର ସଂଶୋଧିତ ଷ୍ଟାର ପ୍ରଚାରକ ତାଲିକା ଜାରି କରିଛି । ଭୁବନେଶ୍ୱର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri