ପାକିସ୍ତାନରେ ଆତଙ୍କବାଦ

ଏହା ନିଃସନ୍ଦେହ ଯେ, ଆତଙ୍କବାଦ ସମଗ୍ର ବିଶ୍ୱପାଇଁ ବିପଦ ସୃଷ୍ଟି କରିଛି। ବିଶ୍ୱରେ ଊଣା ଅଧିକେ ପ୍ରାୟ ସମସ୍ତ ଦେଶ ଏହାର ଶିକାର ହେଉଛନ୍ତି। ନିକଟରେ ଗ୍ଲୋବାଲ ଟେରରିଜମ୍‌ ଇଣ୍ଡେକ୍ସ ୨୦୨୫ ରିପୋର୍ଟରେ ପ୍ରକାଶ ପାଇଛି। ଏଥିରେ ବିଶ୍ୱର ୯୯.୭ ପ୍ରତିଶତ ଲୋକସଂଖ୍ୟା ଥିବା ୧୬୩ଟି ରାଷ୍ଟ୍ରକୁ ନେଇ ସର୍ଭେ କରାଯାଇଥିଲା। ରିପୋର୍ଟରେ ବୁର୍କିନା ଫାସୋ ଆତଙ୍କବାଦ ପ୍ରଭାବିତ ଦେଶ ତାଲିକାରେ ପ୍ରଥମ ସ୍ଥାନରେ ଥିବାବେଳେ ପାକିସ୍ତାନ ଦ୍ୱିତୀୟ, ସିରିଆ ତୃତୀୟ ମାଲି ଚତୁର୍ଥ, ନିଗେର ପଞ୍ଚମ, ନାଇଜେରିଆ ଷଷ୍ଠ ସ୍ଥାନରେ ଏବଂ ଭାରତ ଚତୁର୍ଦ୍ଦଶ ସ୍ଥାନରେ ରହିଛି। ସେହିପରି ଭାରତର ଅନ୍ୟତମ ପଡ଼ୋଶୀ ରାଷ୍ଟ୍ର ଆଫଗାନିସ୍ତାନ ନବମ ସ୍ଥାନରେ ଅଛି। କହିବା ବାହୁଲ୍ୟ ଯେ, ଭାରତର ପଡ଼ୋଶୀ ପାକିସ୍ତାନ ୨୦୨୪ ରିପୋର୍ଟରେ ତାଲିକାର ଚତୁର୍ଥ ସ୍ଥାନରେ ଥିବାବେଳେ ଚଳିତଥର ଆଉ ଦୁଇଟି ସ୍ଥାନ ଉପରକୁ ଉଠି ଦ୍ୱିତୀୟ ସ୍ଥାନରେ ରହିଛି। ଏହା ପାକିସ୍ତାନରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇଥିବା ସ୍ପଷ୍ଟ ସଙ୍କେତ ପ୍ରଦାନ କରେ। ପାକିସ୍ତାନର ତେହେରିକ-ଇ-ତାଲିବାନ୍‌ ପାକିସ୍ତାନ (ଟିଟିପି), ବେଲୁଚି ଲିବରେଶନ ଆର୍ମି (ବିଏଲ୍‌ଏ), ଲସ୍କର-ଇ-ତୋଇବା (ଏଲ୍‌ଇଟି) ସମେତ ବହୁ ଆତଙ୍କବାଦୀ ଗୋଷ୍ଠୀ ସକ୍ରିୟ ଅଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ୨୦୨୩ରେ ପାକିସ୍ତାନରେ ଯେତିକି ଆତଙ୍କବାଦୀ ଆକ୍ରମଣ ଘଟଣା ଘଟିଥିଲା, ୨୦୨୪ରେ ତାହାଠାରୁ ଅଧିକ ୪୫ପ୍ରତିଶତ ଘଟଣା ବୃଦ୍ଧି ପାଇଥିବା ରିପୋର୍ଟରେ କୁହାଯାଇଛି। ୨୦୨୩ରେ ୫୧୭ଟି ଆତଙ୍କବାଦୀ ଆକ୍ରମଣ ହୋଇଥିବାବେଳେ ଏହି ସଂଖ୍ୟା ୧୦୯୯କୁ ବୃଦ୍ଧି ପାଇଥିଲା। ପାକିସ୍ତାନରେ ବିଭିନ୍ନ ଆତଙ୍କବାଦୀ ସଂଗଠନ ସକ୍ରିୟ ଥିବାବେଳେ ଟିଟିପି ସବୁଠାରୁ ଅଧିକ ଘାତକ ସଂଗଠନ ଭାବେ ଉଭାହୋଇଛି। ୨୦୨୪ରେ ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣରେ ଯେତେ ସଂଖ୍ୟକ ବ୍ୟକ୍ତି ପ୍ରାଣ ହରାଇଥିଲେ ସେଥିମଧ୍ୟରୁ ୫୨ପ୍ରତିଶତ ମୃତ୍ୟୁ ଟିଟିପି ଦ୍ୱାରା ହୋଇଥିଲା।
ଏଇ ନିକଟରେ ପାକିସ୍ତାନର ବେଲୁଚିସ୍ଥାନରେ ବିଏଲ୍‌ଏ ଆତଙ୍କବାଦୀ ସଂଗଠନ ଦ୍ୱାରା ଏକ ଯାତ୍ରୀବାହୀ ଟ୍ରେନ୍‌କୁ ଅପହରଣ କରି ଯାତ୍ରୀମାନଙ୍କୁ ପଣବନ୍ଦୀ ରଖିବା ଘଟଣା ସମଗ୍ର ବିଶ୍ୱରେ ଚହଳ ସୃଷ୍ଟି କରିଥିଲା। ଏଥିରେ ୩୦ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା ସହ ଅନେକ ସେନା କର୍ମଚାରୀ ଓ ପଣବନ୍ଦୀଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି। ସେହିପରି ୨୦୨୩ରେ ବିଶ୍ୱରେ ଯେତିକି ଲୋକଙ୍କ ଆତଙ୍କବାଦୀଙ୍କ ଆକ୍ରମଣରେ ମୃତ୍ୟୁ ଘଟିଥିଲା, ୨୦୨୪ରେ ତା’ଠାରୁ ଅଧିକ ୧୧ପ୍ରତିଶତ ମୃତ୍ୟୁ ଘଟିଥିଲା। ତେବେ ପାକିସ୍ତାନଠାରୁ ଅଧିକ ସଂଖ୍ୟକ ଆତଙ୍କବାଦୀ ଆକ୍ରମଣ ଘଟଣା ବୁର୍କିନା ଫାସୋରେ ଘଟିଛି। ଯେଉଁଠାରେ ଇସ୍‌ଲାମିକ୍‌ ଷ୍ଟେଟ ମୃତ୍ୟୁ ଏବଂ ଆତଙ୍କର ତାଣ୍ଡବ ରଚିଛି। ଏହା ନିଃସନ୍ଦେହ ଯେ, ଇସ୍‌ଲାମିକ୍‌ ଷ୍ଟେଟ(ଆଇଏସ୍‌) ବିଶ୍ୱର ସବୁଠାରୁ ବିପଜ୍ଜନକ ଆତଙ୍କବାଦୀ ସଂଗଠନ ବୋଲି ରିପୋର୍ଟରେ ଦର୍ଶାଯାଇଛି। ରିପୋର୍ଟରେ ଆତଙ୍କବାଦ ଘଟଣା, ମୃତ୍ୟୁ, ଆହତଙ୍କ ସଂଖ୍ୟା ଏବଂ ପଣବନ୍ଦୀ ଆଦି ଚାରୋଟି ସୂଚନାକୁ ନେଇ ଗୋବ୍ଲାଲ ଟେରରିଜମ୍‌ ଇଣ୍ଡେକ୍ସ (ଜିଟିଆଇ) ପ୍ରସ୍ତୁତ କରାଯାଇଛି। ଏଥିରେ ଆତଙ୍କବାଦ ଏବେ କେବଳ ଗୋଟିଏ ଦୁଇଟି ଦେଶ ପାଇଁ ନୁହେଁ, ସମଗ୍ର ବିଶ୍ୱ ପାଇଁ ଗୁରୁଧମକ ସୃଷ୍ଟି କରିଛି ବୋଲି କୁହାଯାଇଛି।
ଆମ ଦେଶରେ ଆତଙ୍କବାଦ ଆଶାତୀତ ଭାବେ ହ୍ରାସ ପାଇଛି। ଏହା ସତ୍ୟ ଯେ, ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ ହ୍ରାସ ପାଇଛି। ଏହା ସତ୍ୟ ଯେ, ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ ନବେ ଦଶକରୁ ଭାରତରେ ଧ୍ୱଂସ ଓ ମୃତ୍ୟୁର ତାଣ୍ଡବ ସୃଷ୍ଟି କରିଥିଲା। ପାକିସ୍ତାନ ଭାରତ ବିରୋଧରେ ଆତଙ୍କବାଦ ଜରିଆରେ ଛାୟାଯୁଦ୍ଧ ଚଳାଇଥିଲା। ମାତ୍ର ପରିସ୍ଥିତି ଏବେ ବଦଳି ଯାଇଛି। ଭାରତର କଠୋର କାର୍ଯ୍ୟାନୁଷ୍ଠାନ ବିଶେଷ କରି ପାକସ୍ତାନ ଅଧିକୃତ କଶ୍ମୀର (ପିଓକେ)ରେ ଆତଙ୍କବାଦୀଙ୍କ ଆଡ୍ଡା ଉପରେ ସେନାର ସର୍ଜିକାଲ ଷ୍ଟା୍ରଇକ ପରେ ଦେଶରେ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ହ୍ରାସ ପାଇଛି। କିନ୍ତୁ ସମ୍ପୂର୍ଣ୍ଣ ଭାବେ ଥମି ନାହିଁ। ପାକିସ୍ତାନରେ ଏବେ ଯେଭଳି ଆତଙ୍କବାଦୀଙ୍କ ହିଂସାକାଣ୍ଡ ଘଟୁଛି, ତାହା ତୁଳନାରେ ଭାରତରେ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ କିଛି ନୁହେଁ ବୋଲି କହିଲେ ଅତିରଞ୍ଜିତ ହୋଇ ନ ପାରେ। ତେବେ ଏତିକି କୁହାଯାଇପାରେ ଯିଏ ଅନ୍ୟପାଇଁ ଗାତ ଖୋଳେ ସିଏ ହିଁ ସେହି ଗାତରେ ପଡ଼େ।

ସୌଭାଗ୍ୟ ରଞ୍ଜନ ମହାନ୍ତି
ଗାଙ୍ଗୋତ୍ରୀ ନଗର, ଶିଶୁପାଳଗଡ଼, ମୋ:୭୯୭୮୬୬୬୪୦୩


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲାର ବିଭିନ୍ନ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ ରାଜ୍ୟସ୍ତରୀୟ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

ଗୋପାଳଙ୍କ ଉପରେ ଭରସା କଲେ ନବୀନ: ଦେଲେ ଗୁରୁଦାୟିତ୍ୱ, ବିଜେଡିର ନିଶ୍ଚୟ ବିଜୟ କହିଲେ…

କେସିଙ୍ଗା,୩୦।୧୨(ତୁମେଶ୍ୱର ସାହୁ): ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ ନାମ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ  ଘୋଷଣା...

୨୦୨୬ରେ ହେବ ଭାରତ ପାକିସ୍ତାନ ଯୁଦ୍ଧ? ଆସୁଛି ଅସ୍ତ୍ର

ନୂଆଦିଲ୍ଲୀ,୩୦।୧୨: ଆମେରିକୀୟ ଥିଙ୍କ ଟ୍ୟାଙ୍କ କାଉନସିଲ ଅନ ଫରେନ ରିଲେସନ୍ସ (CFR) ଚେତାବନୀ ଦେଇଛି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ 2026 ରେ ଯୁଦ୍ଧ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri