ଆଗକୁ କାଳବୈଶାଖୀ: ୨୦ରୁ ୨୬ ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର,୧୭।୩: ଆଗକୁ ଆସୁଛି କାଳବୈଶାଖୀ। ଏହାର ପ୍ରଭାବରେ ରାଜ୍ୟରେ କମିବ ତାତି। ଆଶ୍ୱସ୍ତ ହେବେ ରାଜ୍ୟବାସୀ। ଗୁରୁଚାପ ବଳୟ ସାଙ୍ଗକୁ ଟ୍ରାପ୍‌ ଲାଇନ ପ୍ରଭାବରେ ଆସନ୍ତା ୨୦ରୁ ୨୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଏଭଳିସ୍ଥିତିରେ ରବିବାର ରାତିରେ ନୟାଗଡ଼ ଜିଲା ଦଶପଲ୍ଲାରେ ତାଣ୍ଡବ ରଚିଛି କାଳବୈଶାଖୀ। କାଳବୈଶାଖୀ ପ୍ରଭାବରେ ଅଚାନକ ପବନ ସାଙ୍ଗକୁ ମାଡି ଆସିଥିଲା କଳାହାଣ୍ଡିଆ ମେଘ। ତାପରେ ଛେଚିଲା ବର୍ଷା। ହେଲେ ବର୍ଷା ପୂର୍ବରୁ ହୋଇଥିବା ପ୍ରବଳ ଝଡ ତୋଫାନରେ ଉପୁଡି ପଡିଥିଲା ବଡ ବଡ ଗଛ।

ଝଡ଼ ତୋଫାନ ଯୋଗୁ ଅଞ୍ଚଳରେ ବିଦ୍ୟୁତ ସରବରାହ ପ୍ରାୟ ୧ ଘଣ୍ଟା ଧରି ବନ୍ଦ ରହିଥିଲା। ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି କଟର ସାହାଯ୍ୟରେ ଉପୁଡି ପଡିଥିବା ଗଛ ଡାଳ କାଟି ରାସ୍ତା ସଫା କରିଥିଲେ। ପରବର୍ତ୍ତୀ ସମୟରେ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଥିଲା। ଅନ୍ୟପକ୍ଷେ ଅଧିକ କ୍ଷୟକ୍ଷତି ସମ୍ପର୍କରେ ସୂଚନା ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ହାତ ମାରିହେବନି, ପୁଣି ଏତେ ବଢିଗଲା ସୁନା ଦର

ନୂଆଦିଲ୍ଲୀ,୧୮।୧୨: ଗୁରୁବାର, ଡିସେମ୍ବର ୧୮ ତାରିଖ, ଭାରତରେ ସୁନା ମୂଲ୍ୟ ପୁଣି ଥରେ ବୃଦ୍ଧି ପାଇଛି। ଗୁରୁବାର ରୂପା ମୂଲ୍ୟ ମଧ୍ୟ ପ୍ରତି କିଲୋଗ୍ରାମ ୨.୧୧...

ଥାନାରେ ପଶିଲା ଭିଜିଲାନ୍ସ, ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ…

କୋରାପୁଟ,୧୮ା୧୨(ଅମିତାଭ ବେହେରା): ଭିଜିଲାନ୍ସ ହାତରେ ଦଶମନ୍ତପୁର ଥାନାଧିକାରୀ କୌଣସି ମାମଲାରେ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଜୟପୁର ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ମିଳିଥିବା...

ଭାରତୀୟ ରେଲଓ୍ବେର ନୂଆ ରେକର୍ଡ, ଯାହା ବ୍ରିଟେନ-ଋଷ କରିପାରିନଥିଲେ…

ନୂଆଦିଲ୍ଲୀ,୧୮।୧୨: ଦେଶର ଜୀବନରେଖା ଭାବେ ବିବେଚିତ ଭାରତୀୟ ରେଳବାଇ ଏକ ମାଇଲଖୁଣ୍ଟ ହାସଲ କରିଛି । ଯାହା ବିଶ୍ୱର ପ୍ରମୁଖ ରେଳ ଶକ୍ତିଗୁଡ଼ିକୁ ମଧ୍ୟ ପଛରେ...

ଦୁଇ ବିଶାଳ ହାତୀଙ୍କ ଭୟଙ୍କର ଲଢ଼େଇ: ବଦଳିଗଲା ଜଙ୍ଗଲ, ଚାରିଆଡ଼ ହେଲା ଧୂଳିମୟ, ଭିଡିଓ ଦେଖିଲେ…

ଜଙ୍ଗଲ ଦୁନିଆ ଯେତିକି ରୋମାଞ୍ଚକର ସେତିକି ଆଶ୍ଚର୍ଯ୍ୟଜନକ ମଧ୍ୟ। ଅନେକ ସମୟରେ ଏଠାରେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଥାଏ, ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ ଏବଂ...

ଖଣ୍ଡଗିରିରୁ ଏମ୍ସ ହେବ ସ୍ବତନ୍ତ୍ର କରିଡର, ଆଉ ଭିଡ଼ରେ ଅଟକିବନି ଆମ୍ବୁଲାନ୍ସ

ଭୁବନେଶ୍ବର,୧୮।୧୨: ଆଉ ଭିଡରେ ଫସିବନି ଆମ୍ବୁଲାନ୍ସ । ଏନେଇ ପୂର୍ତ୍ତବିଭାଗ ସମୀକ୍ଷା ବୈଠକରେ ବଡ଼ ନିଷ୍ପତ୍ତି ହୋଇଥିବା ନେଇ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।...

ପୁଟିନ ଯିବେ ଆମେରିକା! ବଡ଼ ଘୋଷଣା କଲେ ଟ୍ରମ୍ପ ସରକାର, ଟେନସନରେ ଜେଲେନ୍ସକି

ଓ୍ବାଶିଂଟନ,୧୮।୧୨: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଏକ ଜଟିଳ ପ୍ରସଙ୍ଗ ହୋଇ ରହିଛି ଯାହାର ସମାଧାନ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ...

ଚାଇନାକୁ ବଡ଼ ଝଟକା, ତାଇୱାନକୁ ଏହି ସାହାଯ୍ୟ କରିବେ ଟ୍ରମ୍ପ

ନୂଆଦିଲ୍ଲୀ,୧୮।୧୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ତାଇୱାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଯାହା ଚାଇନାକୁ ଏକ ବଡ଼ ଧକ୍କା ଦେଇଛି...

ସୀମାନ୍ତରେ ପୋଲିସ-ମାଓବାଦୀ ଗୁଳି ବିନିମୟ, ୩ ମାଓବାଦୀ ସଫା

ମାଲକାନଗିରି,୧୮।୧୩(ଦୁର୍ଯ୍ୟୋଧନ ପାତ୍ର) ମାଲକାନଗିରି ସୀମାନ୍ତ ଛତିଶଗଡ ସୁକୁମା ଜିଲାରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ତିନିଜଣ ମାଓବାଦୀ ନିହତ ହୋଇଛନ୍ତିା ସୂଚନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri