୧୩ ବ୍ଲକର ୧୩ ଲକ୍ଷପତି ଦିଦି ସମ୍ବର୍ଦ୍ଧିତ

ଭବାନୀପାଟଣା,୧୨।୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ ମାଣିକେଶ୍ବରୀ ବିଶ୍ୱବିଦ୍ୟାଳୟ ଖେଳପଡିଆରେ ମଙ୍ଗଳବାର ଜିଲାସ୍ତରୀୟ ଲକ୍ଷପତି ଦିଦି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କଳାହାଣ୍ଡି ଜିଲା ପ୍ରଶାସନ, ଓଡ଼ିଶା ଜୀବିକା ମିଶନ ଓ ମିଶନ ଶକ୍ତି ବିଭାଗ ପକ୍ଷରୁ ଏହା ଅୟୋଜିତ ହୋଇଥିଲା। ଜିଲାପାଳ ପାୱାର ସଚିନ ପ୍ରକାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। ଓଡ଼ିଶା ଜୀବିକା ମିଶନର ଜିଲା ପ୍ରକଳ୍ପ ପରିଚାଳକ ଚନ୍ଦନ କୁମାର ବେହେରା ସମସ୍ତଙ୍କୁ ସ୍ବାଗତ କରିବା ସହ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଜିଲା ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଦୟାମୟ ପାଢ଼ୀ ଜିଲାରେ ଲକ୍ଷପତି କାର୍ଯ୍ୟକ୍ରମର ଅଗ୍ରଗତି ସମ୍ବନ୍ଧରେ ସୂଚନା ଦେବା ସହ ଲକ୍ଷପତି ଦିଦି ନିମନ୍ତେ ମହିଳାମାନଙ୍କ ତାଲିମ, ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ କହିଥିଲେ। ମୁଖ୍ୟ ଅତିଥି ଜିଲାପାଳ ପ୍ରକାଶ ମହିଳାମାନଙ୍କୁ ଲକ୍ଷପତି ଦିଦି ବିକାଶ ଯୋଜନାରେ ସାମିଲ ହେବା ପାଇଁ ସରକାରଙ୍କ ପଦକ୍ଷେପ, ଜୀବିକା ମିଶନର ବିକାଶ ବିଷୟରେ ଆହ୍ବାନ ଦେଇଥିଲେ। ଏହି ଅବସରରେ ଜିଲାର ୧୩ ବ୍ଲକରୁ ୧୩ ଜଣ ଲକ୍ଷପତି ସହାୟିକା ଦିଦିଙ୍କୁ ଅତିଥିଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିରେ ଅତିରିକ୍ତ ଜିଲାପାଳ ତନ୍ମୟ କୁମାର ଦରୱାନ, ଭାଜପା ଜିଲା ସଭାପତି ଯୁଗଳ କିଶୋର ପୋଢ଼, ସାଂସଦ ପ୍ରତିନିଧି ଜୟଶଙ୍କର ନାଏକ ପ୍ରମୁଖ ଉପସ୍ଥିତ ଥିଲେ। ଜିଲା ମୁଖ୍ୟ କୃଷି ଅଧିକାରୀ ମଳୟ କୁମାର ପରିଡା, ଜିଲା ମୁଖ୍ୟ ଉଦ୍ୟାନ ଅଧିକାରୀ ବିଷ୍ଣୁ ପ୍ରସାଦ ସିଂ, ଜିଲା ମତ୍ସ୍ୟ ସମ୍ପଦ ଅଧିକାରୀ ଦ୍ରୌପଦୀ ମାଝୀ, ଜିଲା ପ୍ରାଣୀ ସମ୍ପଦ ଅଧିକାରୀ ଡା. ନିରୋଦ କହଁର, ଏଲ୍‌ଡିଏମ୍‌ ଧର୍ମରାଜ ସୁନାନୀ ପ୍ରମୁଖ ନିଜ ବିଭାଗ ଦ୍ବାରା ମହିଳାମାନେ କିପରି ଲାଭ ଉଠାଇ ଲକ୍ଷପତି ହୋଇପାରିବେ ସେ ନେଇ କହିଥିଲେ। କାର୍ଯ୍ୟକ୍ରମରେ ଲାଞ୍ଜିଗଡ ବ୍ଲକ ତେନ୍ତୁଳିପଙ୍ଗା ଗ୍ରାମର ବାସନ୍ତୀ ହରିଜନ କିଭଳି ଲକ୍ଷପତି ହୋଇ ପାରିଛନ୍ତି ସେ ବିଷୟରେ ନିଜର ଅନୁଭୂତି କହିଥିଲେ। ଏଥିରେ ୧୩ ବ୍ଲକ ଓ ପୌରପାଳିକାରୁ ୪ହଜାରରୁ ଊର୍ଦ୍ଧ୍ୱ ମହିଳା ଯୋଗ ଦେଇଥିଲେ। ଶେଷରେ ମିଶନ ଶକ୍ତି ବିଭାଗର ଜିଲା ସଂଯୋଜିକା ସୁମନ ଦ୍ବିବେଦୀ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୫ରୁ ଧର୍ମଶାଳା ମହୋତ୍ସବ: ବ୍ୟବସାୟ ପାଇଁ ରସିଦ୍‌ ଆଣିବାକୁ ବ୍ୟବସାୟୀଙ୍କ ଅସମ୍ଭାଳ ଭିଡ଼

ଧର୍ମଶାଳା,୨୨ା୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲାର ଐତିହ୍ୟ ପରମ୍ପରା, ଧର୍ମଶାଳା ମହୋତ୍ସବ ଆସନ୍ତା ୨୫ ତାରିଖରେ ଧର୍ମଶାଳା ମହୋତ୍ସବର ପଡ଼ିଆରେ ଆରମ୍ଭ ହୋଇ ଜାନୁଆରୀ ୭ରେ...

ରୁଷିଆ ପୋଲିସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଭାରତୀୟ ଯୁବକ: ମୋଦିଙ୍କୁ କଲେ ଏମିତି ନିବେଦନ

ନୂଆଦିଲ୍ଲୀ,୨୨।୧୨: ରୁଷିଆ ଏବଂ ୟୁକ୍ରେନ ଦୀର୍ଘ ସମୟ ଧରି ଯୁଦ୍ଧ ଚାଲିଛି। ଦୁଇ ଦେଶ ମଧ୍ୟରେ ଯୁଦ୍ଧବିରାମ ପାଇଁ ମଧ୍ୟସ୍ଥତା ପାଇଁ ପ୍ରୟାସ ଜାରି ରହିଛି।...

ଘର ଆଗରେ ପଡ଼ିଛି ଅବସରପ୍ରାପ୍ତ ମହିଳା ଏଏନ୍‌ଏମ୍‌ଙ୍କ ମୃତଦେହ, ଏକାକୀର ସୁଯୋଗ ନେଇ…

ଭବାନୀପାଟଣା,୨୨ା୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଥାନା ଅନ୍ତର୍ଗତ ଗଡ଼ିଆଜୋର ଗ୍ରାମରୁ ସୋମବାର ସକାଳୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଘରେ ଏକାକୀ...

ବଡ଼ଦିନ ପାଇଁ ସଜେଇ ହେଉଛି ଦାରିଙ୍ଗବାଡ଼ି, ପର୍ଯ୍ୟଟକଙ୍କ ଆଗମନକୁ ଦୃଷ୍ଟିରେ ରଖି…

ଦାରିଙ୍ଗବାଡ଼ି,୨୨ା୧୨(ଅରୁଣ ସାହୁ): ଆଉ ମାତ୍ର ୨ ଦିନର ଅପେକ୍ଷା ସାରା ବିଶ୍ୱରେ ଦେଖାଦେବ ଖୁସି ଓ ଆନନ୍ଦ। ପ୍ରଭୁ ଯୀଶୁଖ୍ରୀଷ୍ଟ ଜନ୍ମ ନେବେ ଏଥିପାଇଁ ଚାରିଆଡ଼େ...

ପାର୍କରେ ବସିଥିଲେ ପ୍ରେମୀଯୁଗଳ, ହଠାତ୍‌ ଆସିଲେ ୨ ଯୁବକ: ଆଉ ତା’ପରେ ଘଟିଲା…

ଭୁବନେଶ୍ୱର,୨୨ା୧୨(ତ୍ରିନାଥ ମହାନ୍ତି):ଆଇଜି ପାର୍କରେ ଯୁବତୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ କ୍ୟାପିଟାଲ ଥାନା ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଗୌରୀନଗରର ଆଶିଷ...

ସ୍ଥାନୀୟ ପ୍ରଶାସନକୁ କଥା ଦେଇ କଥା ରଖିଲାନି ଠିକାସଂସ୍ଥା: ମରାମତି ନୋହିଲା ଷ୍ଟ୍ରିଟ୍‌ ଲାଇଟ୍‌, ବଢୁଛି ଜନ ଅସନ୍ତୋଷ

ଦାରିଙ୍ଗବାଡ଼ି,୨୨ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର ଭାବେ ପରିଚିତ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଆଉ କିଛି ଦିନ ପରେ ପାଳିବ ଶୀତ ମହୋତ୍ସବ। ଏଥିପାଇଁ ପ୍ରଶାସନ ପକ୍ଷରୁ...

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ପ୍ରେମିକା ମୋବାଇଲ୍‌ ନ ଦେଖାଇବାରୁ ପ୍ରେମିକ ମୁଣ୍ଡକୁ ଚଢ଼ିଗଲା ପିତ୍ତ: ରାସ୍ତା ମଝିରେ କଲେ…

ଭୁବନେଶ୍ୱର,୨୨ା୧୨(ତ୍ରିନାଥ ମହାନ୍ତି):ପ୍ରେମିକା ମୋବାଇଲ୍‌ ନ ଦେଖାଇବାରୁ ପ୍ରେମିକ ମୁଣ୍ଡକୁ ପିତ୍ତ ଚଢ଼ିଗଲା। ରାସ୍ତା ମଝିରେ ପ୍ରେମିକାଙ୍କୁ ଗୋଡ଼ାଇ ପିଟିଲେ। ଏଭଳି ଘଟଣା ଇନ୍‌ଫୋଭ୍ୟାଲି ଥାନା ପିତାପଲ୍ଲୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri