ଲଢ଼େଇ ଲକ୍ଷ୍ୟରେ ପୁରୁଖା ନେତାଙ୍କ ମେଳି: ୨୩ ଫେବୃଆରୀରେ ସମାବେଶ ପାଇଁ ସଜବାଜ

ରସୁଲପୁର,୩୧ା୧(ରଞ୍ଜିତ ରାଉତ): ଯାଜପୁର ଜିଲା ରସୁଲପୁର ବ୍ଲକ ଅନ୍ତର୍ଗତ ବାରବାଟୀ ପଞ୍ଚାୟତର ୧୬ନମ୍ବର ଜାତୀୟ ରାଜପଥ ପାର୍ଶ୍ୱସ୍ଥ ମା’ ତାରିଣୀ ମନ୍ଦିର ପରିସରରେ ବନ୍ଧୁମିଳନ ଆଳରେ ଧର୍ମଶାଳା ନିର୍ବାଚନମଣ୍ଡଳୀ ବିଜେଡିର ପୁରୁଖା ନେତାମାନଙ୍କ ଏକ ମେଳି ନିକଟରେ ଦେଖିବାକୁ ମିଳିଥିଲା। ୨୩ ଫେବୃଆରୀରେ ଏକ ସମାବେଶ ଆୟୋଜନ କରାଯିବାକୁ ଏଥିରେ ନିଷ୍ପତ୍ତି ନିଆଯାଇଥିବା ଶୁଣିବାକୁ ମିଳିଛି। ଏପରିକି ଏହାକୁ ସର୍ବଦଳୀୟ ସଭାରେ ପରିଣତ ପାଇଁ ନେତୃମଣ୍ଡଳୀ ମନସ୍ଥ କରିଛନ୍ତି।
ବରିଷ୍ଠ ନେତାମାନେ କଂଗ୍ରେସ, ବିଜେଡି, ଭାଜପା ଭଳି ପ୍ରମୁଖ ଦଳର ଅବହେଳିତ ପୁରୁଖାଙ୍କୁ ଏଥିରେ ସାମିଲ କରିବା ପାଇଁ ଯୋଗାଯୋଗ କରୁଛନ୍ତି। ଏଭଳି ପ୍ରସ୍ତାବକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି। ତେବେ ଆଗକୁ ସମାବେଶ କେଉଁ ରୂପ ଧାରଣ କରୁଛି ଓ ତାହା ଧର୍ମଶାଳାର ରାଜନୀତିକୁ କେତେ ପ୍ରଭାବିତ କରୁଛି ତାହା ସମୟକ୍ରମେ ସ୍ପଷ୍ଟ ହୋଇପାରିବ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।
ନିର୍ବାଚନରେ ଧର୍ମଶାଳାରେ ୩୦ବର୍ଷର ପରିବାରବାଦ ରାଜନୀତିରେ ରୋକ୍‌ ଲାଗିଛି। ଏଠି ସ୍ବାଧୀନ ପ୍ରାର୍ଥୀ ଜିତିବା ପରେ ଭାଜପାରେ ସାମିଲ ହୋଇ ଦଳୀୟ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ବିଜେଡି ଶାସନ କାଳରେ ଅଲୋଡ଼ା ହୋଇଥିବା ପୁରୁଖା ନେତା ସ୍ବାଧୀନ ପ୍ରାର୍ଥୀଙ୍କୁ ସମର୍ଥନ ଜଣାଇଥିଲେ। ଏଥିଯୋଗୁ ଧର୍ମଶାଳା ବିଜେଡିର ପରାଜୟ ହୋଇଥିବା ଲୋକେ ଟୁପୁରଟାପୁର ହୋଇଥିଲେ। ନିର୍ବାଚନମଣ୍ଡଳୀରେ ନେତା ପରିବର୍ତ୍ତନ ହେବା ସହ ରାଜ୍ୟରେ ସରକାର ବଦଳିଥିଲା।
ରାଜନୈତିକ ପରିବର୍ତ୍ତନରେ ପୁରୁଖାମାନେ ଖୁସି ପ୍ରକଟ କରିଥିଲେ। ଭାବିଥିଲେ ସେମାନଙ୍କ ଗୁରୁତ୍ୱ ବଡ଼ିଯିବ। ରାଜ୍ୟରେ ସରକାର ଗଠନ ହେବାର ୮ମାସ ହେଲାଣି, କିନ୍ତୁ ସେମାନେ ପ୍ରାଧାନ୍ୟ ପାଉ ନ ଥିବା ଲକ୍ଷ୍ୟ କରାଯାଉଛି। କେତେକ କହୁଛନ୍ତି, ଭାଜପା ସଙ୍ଗଠନରେ ପୁରୁଖାଙ୍କୁ ସେତେଟା ଗୁରୁତ୍ୱ ଦିଆଯାଇନାହିଁ। ବିଜେଡି ସରକାର ଅମଳରେ ସେମାନଙ୍କ ସ୍ଥିତି ଯାହାଥିଲା ନେତୃତ୍ୱ ପରିବର୍ତ୍ତନ ପରେ ସେଥିରେ କୌଣସି ପରିବର୍ତ୍ତନ ଘଟିଲା ନାହିଁ।
ଏତେ ସତ୍ତ୍ୱେ ବିଭିନ୍ନ ପଞ୍ଚାୟତର ପୂର୍ବତନ ସରପଞ୍ଚ, ସମିତିସଭ୍ୟଙ୍କୁ ସମାବେଶ ଆଳରେ ପୁରୁଣା ନେତା ଏକାଠି କରିବାକୁ ଯୋଜନା କରୁଥିବା ଜଣାପଡ଼ିଛି। ଏହି ସମାବେଶରେ ଧର୍ମଶାଳାର ପୂର୍ବତନ ବିଧାୟକ ଗୁରୁଚରଣ ଟିକାୟତଙ୍କୁ ସମ୍ମାନିତ କରାଯିବାର କାର୍ଯ୍ୟକ୍ରମ ଥିବା ଆଲୋଚନା ହେଉଛି। ଏହାଛଡା ୨୦୨୯ ସାଧାରଣ ନିର୍ବାଚନ ପୂର୍ବରୁ ଦେଶରେ ୱାନ ନେସନ ୱାନ ଇଲେକ୍ସନ ନିୟମ ଲାଗୁ ହେଲେ ସମଗ୍ର ଭାରତବର୍ଷରେ ନିର୍ବାଚନମଣ୍ଡଳୀ ପୁନର୍ଗଠନ ହେବ ବୋଲି ଜଣାଯାଇଛି।
ଏହି ଆଧାରରେ ରସୁଲପୁର ବ୍ଲକକୁ ନିର୍ବାଚନମଣ୍ଡଳୀ ମାନ୍ୟତା ମିଳିବାର ସମ୍ଭାବନା ରହିଛି ବୋଲି କେତେ ଜଣ ପୁରୁଖା ନେତା କହୁଛନ୍ତି। ଏବେଠାରୁ ସଙ୍ଗଠନ ପ୍ରସ୍ତୁତ କରାଯାଇ ରସୁଲପୁର ବ୍ଲକ ଅଞ୍ଚଳରୁ ଜଣେ ଜନନେତାଙ୍କୁ ନିର୍ବାଚିତ କରିବା ପାଇଁ ପୁରୁଖା ନେତାମାନେ ମନସ୍ଥ କରୁଛନ୍ତି। ଧର୍ମଶାଳା ନିର୍ବାଚନମଣ୍ଡଳୀ ଓ ଆଗକୁ ଯଦି ରସୁଲପୁର ନିର୍ବାଚନମଣ୍ଡଳୀ ହୁଏ ତାହା ହେଲେ ଦୀର୍ଘବର୍ଷ ଧରି ସମ୍ପୃକ୍ତ ଅଞ୍ଚଳକୁ ରାଜନୈତିକ ଦୃଷ୍ଟିକୋଣରୁ ଅକ୍ତିଆର କରିଥିବା ବ୍ୟକ୍ତିଙ୍କୁ ପ୍ରତିହତ କରିବା ପାଇଁ ପୁରୁଖାମାନେ ଲଢ଼େଇ କରିବେ ବୋଲି ଶୁଣିବାକୁ ମିଳିଛି।
ଏଠାରେ ଆୟୋଜିତ ବନ୍ଧୁମିଳନ କାର୍ଯ୍ୟକ୍ରମରେ ପୂର୍ବତନ ଜିଲାପରିଷଦ ସଦସ୍ୟ ସୁଧୀର ଚନ୍ଦ୍ର ନାୟକ ଅଧ୍ୟକ୍ଷତା କରିଥିଲେ। ପୂର୍ବତନ ସରପଞ୍ଚ ରବି ସାହୁ, ବରିଷ୍ଠ ନେତା ବିରଳ ଦାଶ, ପ୍ରମୋଦ ପ୍ରଧାନ, କାର୍ତ୍ତିକ ପଣ୍ଡାଙ୍କ ସମେତ ଧର୍ମଶାଳା ନିର୍ବାଚନମଣ୍ଡଳୀ ଅଧୀନ ରସୁଲପୁର ବ୍ଲକ ଅଞ୍ଚଳରୁ ୩୦ରୁ ଊର୍ଦ୍ଧ୍ୱ ପୁରୁଖା ନେତା ଯୋଗ ଦେଇଥିଲେ।

Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri