ଟ୍ରମ୍ପ କଲେ ହୁଙ୍କାର, ଥରହର ଦିଲ୍ଲୀ! ଏବେ ବନ୍ଧୁତା ନା ଶତ୍ରୁତା?

ନୂଆଦିଲ୍ଲୀ,୨୧।୧:ଆରମ୍ଭ ହେଲା ହ୍‌ାଇଟ ହାଉସରେ ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱିତୀୟ ଇନିଂସ। ଆମେରିକା ଦଖଲ କରି ରାଷ୍ଟ୍ରପତି ଗାଦି ସମ୍ଭାଳିଲେ ଟ୍ରମ୍ପ। କିନ୍ତୁ ଶପଥ ନେଉ ନେଉ ଟ୍ରମ୍ପ ଏମିତି କିଛି ନିଷ୍ପତ୍ତି ନେଇଛନ୍ତି ଯାହାକୁ ନେଇ ଭାରତର ଟେନଶନ ବଢିଛି। ଏବେ ପ୍ରଶ୍ନ ଉଠୁଛି ଟ୍ରମ୍ପ ୨.୦ରେ କେମିତି ରହିବ ଭାରତ ସହ ସଂପର୍କ? ଶପଥ ନେବା ପରେ ରାଷ୍ଟ୍ରପତି ଟ୍ରମ୍ପ ଏପରି ୫ ବଡ଼ ନିଷ୍ପତ୍ତି ନେଇଛନ୍ତି ଯାହାକୁ ନେଇ ଭାରତରେ ଚହଳ ପଡିଛି। କୁହାଯାଉଛି ଟ୍ରମ୍ପନୀତି ଭାରତକୁ ଲାଭ ଦେବ ନା ଶତ୍ରୁତା ବଢାଇବ। କହିରଖୁଛୁ କି, ପ୍ରଚାର ସମୟରେ ହିଁ ଭାରତ ଉପରେ ଶୁଳ୍କ ବଢାଇବା ନେଇ ସଂକେତ ଦେଇସାରିଛନ୍ତି ଡୋନାଲ୍ଡ ଟ୍ରମ୍ପ । ଏଭଳି ସ୍ଥିତିରେ ଭାରତକୁ ନେଇ କଣ ରହିବ ଟ୍ରମ୍ପ ପ୍ରଶାସନ ଆଭିମୁଖ୍ୟ, ତା’ଉପରେ ନଜର ରହିଛି । ଟ୍ରମ୍ପଙ୍କ ପ୍ରାରମ୍ଭିକ ନିଷ୍ପତ୍ତିରେ ଭାରତର ନାଁ ନାହିଁ । ତେବେ ବ୍ରିକ୍ସ ଦେଶ ସମୁହକୁ ଧମକ, ନାଗରିକତା ଆଇନରେ ପରିବର୍ତ୍ତନ, ଶକ୍ତ ପ୍ରବାସ ନିୟମ ଓ ଆମେରିକା ପ୍ରଥମ ନୀତି ଭଳି ପ୍ରସଙ୍ଗ ଟ୍ରମ୍ପଙ୍କ ଦ୍ବିତୀୟ କାର୍ଯ୍ୟକାଳରେ ଭାରତର ଚିନ୍ତା ବଢାଇପାରେ ।

ର୍ନିବାଚନ ପ୍ରଚାର ସମୟରେ ଆମେରିକା ହିଁ ତାଙ୍କର ପ୍ରାଥମିକତା ହେବ ବୋଲି କହିଥିଲେ ଟ୍ରମ୍ପ । ନିଜ ଅଭିଭାଷଣରେ ବାରମ୍ବାର ‘ମେକ ଆମେରିକା ଗ୍ରେଟ ଏଗେନ’ର ନାରା ଲଗାଉଥିଲେ । ସୋମବାର ସମ୍ବୋଧନରେ ବି ଟ୍ରମ୍ପ ଏହାକୁ ଦୋହରାଇଛନ୍ତି । ଆମେରିକା ଓ ଭାରତ ବିଶ୍ବର ବଡ ବ୍ୟବସାୟିକ ପାର୍ଟନର । ତେବେ ଆମେରିକା ପ୍ରଥମ ନୀତିକୁ ଭାରତ ସହ ବ୍ୟବସାୟରେ ଟ୍ରମ୍ପ ଲାଗୁ କଲେ ଭାରତ କ୍ଷତି ସହିପାରେ । ପୂର୍ବରୁ ଟ୍ରମ୍ପ ଭାରତ ଆମେରିକୀୟ ସାମଗ୍ରୀ ଉପରେ ଅଧିକ ଶୁଳ୍କ ଲଗାଉଥିବା କହିବା ସହ ଏହାର ଜବାବରେ ଆମେରିକା କଡା ପଦକ୍ଷେପ ନେବ ବୋଲି କହିଥିଲେ । କାନାଡା ଓ ମେକ୍ସିକୋ ଉପରେ ଫେବ୍ରୁଆରୀ ୧ରୁ ୨୫ପ୍ରତିଶତ ଶୁଳ୍କ ନେଇ ଘୋଷଣା କରିଛନ୍ତି ଟ୍ରମ୍ପ ।

ଟ୍ରମ୍ପଙ୍କ ନୀତି ଭାରତୀୟ ଟଙ୍କା ଉପରେ ବି ପ୍ରଭାବ ପକାଇପାରେ । ଡଲାର ତୁଳନାରେ ଟଙ୍କାର ମୂଲ୍ୟ କମିଲେ ଭାରତ ପାଇଁ ଆମଦାନୀ ମହଙ୍ଗା ହୋଇଯିବ । ଫଳରେ ଦେଶରେ ଦରବୃଦ୍ଧି ହେବ । ଖାଲି ସେତିକି ନୁହେଁ ଡଲାରର ମୂଲ୍ୟ ବୃଦ୍ଧି ହେଲେ ଭାରତର ନିବେଶକଙ୍କ ପାଇଁ ଡଲାର ଆଧାରିତ ବଜାରରେ ନିବେଶ ମହଙ୍ଗା ହେବ । ଆମେରିକାରେ ଭାରତର ଏଫଡିଆଇ ଷ୍ଟକ ୨୦୨୨ରେ ୩.୭ବିଲିୟନ ଡଲାର ଥିଲା । ଯାହା ୨୦୨୧ଠାରୁ ୭.୦ପ୍ରତିଶତ ଅଧିକ ରହିଥିଲା । ଡଲାର ଦର ବଢିଲେ ଭାରତ ପାଇଁ ନିବେଶ ମହଙ୍ଗା ହୋଇଯିବ ।

ଶପଥ ନେବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବ୍ରିକ୍ସ ଦେଶଗୁଡିକୁ ଚେତାବନୀ ଦେଇଛନ୍ତି । ତେବେ ବ୍ରିକ୍ସ ଦେଶ ଗୁଡିକ ଆମେରିକା ବିରୋଧୀ ନୀତି ଗ୍ରହଣ କଲେ ସେମାନଙ୍କୁ ପରିଣାମ ଭୋଗିବାକୁ ପଡିବ ବୋଲି ଟ୍ରମ୍ପ କହିଛନ୍ତି । ପୂର୍ବରୁ ବ୍ରିକ୍ସ ଦେଶ ଗୁଡିକ ଆମେରିକୀୟ ଡଲାର ବଦଳରେ ଅନ୍ୟ କୌଣସି ମୁଦ୍ରା ଆଣନ୍ତି ତେବେ ସେମାନଙ୍କ ଉପରେ ୧୦୦ପ୍ରତିଶତ ଶୁଳ୍କ ଲାଗୁ କରାଯିବ ବୋଲି ଟ୍ରମ୍ପ କହିଥିଲେ। ଶପଥ ନେବା ପରେ ବି ସମାନ କଥା ଦୋହରାଇଛନ୍ତି । ଭାରତ ବ୍ରିକ୍ସର ପ୍ରତିଷ୍ଠାତା ସଦସ୍ୟ ରହିଛି ।

ଆମେରିକା ପ୍ରଶାସନର ଇରାନ ଓ ଋଷିଆ ସହ କୁଟନୈତିକ ବିବାଦ ରହିଛି । ତେବେ ଦୁଇ ଦେଶରୁ ବହୁ ପରିମାଣରେ ଅଶୋଧିତ ତୈଳ କିଣେ ଭାରତ । ତେଲ ନକିଣିବା ପାଇଁ ଉଭୟ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଚାପ ପକାଇ ଆସୁଛି ଆମେରିକା । ତେବେ କମ ଦରରେ ଋଷିଆ ଭାରତକୁ ଅଶୋଧିତ ତେଲ ଦେଉଥିବାରୁ କିଣିବା ଦେଶର ଅର୍ଥନୀତି ପାଇଁ ଲାଭଦାୟକ । ଯଦି ଟ୍ରମ୍ପ ତେଲ ନକିଣିବାକୁ ଭାରତ ଉପରେ ଅଧିକ ଚାପ ପକାନ୍ତି ତେବେ ଆର୍ଥନୈତିକ ଓ କୁଟନୈତିକ ସମସ୍ୟା ସୃଷ୍ଟି ହୋଇପାରେ । କରୋନା ସମୟରେ ଋଷଠାରୁ କମ ଦରରେ ଅଶୋଧିତ ତେଲ କିଣି ଅର୍ଥନୀତିକୁ ସ୍ଥିର ରଖିପାରିଥିଲା ଭାରତ ।

ଆମେରିକାକୁ ଅନୁପ୍ରବେଶକୁ ନେଇ କଡା ଆଭିମୁଖ୍ୟ ଦେଖାଇଛନ୍ତି ଟ୍ରମ୍ପ । ପ୍ରଥମ କାର୍ଯ୍ୟକାଳରେ ଏଚଓ୍ବାନ ଭିସା ନୀତିକୁ ଶକ୍ତ କରିବାକୁ ଉଦ୍ୟମ କରିଥିଲେ ଟ୍ରମ୍ପ । ଯାହା ଆମେରିକାରେ ଭାରତୀୟଙ୍କ କର୍ମନିଯୁକ୍ତିକୁ ପ୍ରଭାବିତ କରିଥିଲା । ଏଚଓ୍ବାନ ଭିସା ପାଇଁ ସର୍ବନିମ୍ନ ବେତନ ସୀମାକୁ ଦୁଇଗୁଣା କରିବାକୁ ପ୍ରସ୍ତାବ ଦେଇଛନ୍ତି ଟ୍ରମ୍ପ । ସେହିପରି ଆମେରିକାରେ ଜନ୍ମ ସହ ମିଳୁଥିବା ନାଗରିକତା ନିୟମକୁ ବନ୍ଦ କରିବାକୁ ପ୍ରସ୍ତାବ ଦେଇଛନ୍ତି ଟ୍ରମ୍ପ । ଏହା ଲାଗୁ ହେଲେ ଆମେରିକାରେ ଜନ୍ମ ହେଲେ ପିଲାଙ୍କୁ ଆମେରିକା ନାଗରିକତା ମିଳିବନି । କେବଳ ଭିସା ନୁହେଁ ପଢିବା ପାଇଁ ଆମେରିକା ଯାଉଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ଅଡୁଆ ବଢିପାରେ ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

ବାହାଘର ଭାଙ୍ଗିବା ପରେ ପ୍ରଥମଥର କ୍ୟାମେରା ଆଗରେ ମୁହଁ ଖୋଲିଲେ ସ୍ମୃତି ମନ୍ଧନା

ନୂଆଦିଲ୍ଲୀ,୧୦।୧୨: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ବ୍ୟାଟର୍ ସ୍ମୃତି ମନ୍ଧନା ବ୍ୟକ୍ତିଗତ ଜୀବନର ଝଡ଼ ପରେ ପୁଣି ଥରେ ନିଜ ପ୍ରିୟ ଖେଳ କ୍ରିକେଟକୁ...

ସ୍କୁଲରୁ ଘରକୁ ଫେରିବା ବେଳେ ଚାଲିଗଲା ପ୍ରଧାନଶିକ୍ଷକଙ୍କ ଜୀବନ

ପୁରୁଷୋତ୍ତମପୁର,୧୦ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପୁର ଛକ ନିକଟରେ ବୁଧବାର ସନ୍ଧ୍ୟାରେ ଦୁଇ ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ...

ବାଇକ୍‌ରେ ନେଉଥିଲେ ଶାଳକାଠ, ଗୋଡ଼ାଇ ଗୋଡ଼ାଇ ଧରିଲା ବନ ବିଭାଗ

ବଲାଙ୍ଗୀର,୧୦ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବନ ବିଭାଗ ପାଟଣାଗଡ଼ ରେଞ୍ଜର କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ବେଳେ ପାଟଣାଗଡ଼ ସେକ୍ସନର ମାନାଇପାଦ ଗ୍ରାମ ନିକଟରୁ ୬ଟି ଶାଳ...

ICC ଦିନିକିଆ ମାନ୍ୟତା: ଶୀର୍ଷରେ ରୋହିତ, ଦ୍ୱିତୀୟ ସ୍ଥାନକୁ ଉଠିଲେ କୋହଲି

ମୁମ୍ବାଇ,୧୦।୧୨: ଆଇସିସି ଦ୍ୱାରା ବୁଧବାର ପ୍ରକାଶିତ ସଦ୍ୟତମ ଦିନିକିଆ ମାନ୍ୟତାରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଶୀର୍ଷ ସ୍ଥାନ ବଜାୟ ରଖିଥିବାବେଳେ ବିରାଟ କୋହଲି ଦୁଇଟି...

ଟ୍ରକ୍‌କୁ ସାଇଡ୍‌ ଦେବାକୁ ଯାଇ ଗଛରେ ପିଟିହେଲା ବାଇକ୍‌, ଚାଲିଗଲା ଜଣଙ୍କ ଜୀବନ

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣୀ ବ୍ଲକ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅନ୍ତର୍ଗତ କତଳକଇଠା ଗ୍ରାମ ନିକଟରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ବୁଧବାର ଜଣେ...

ମହିଳାଙ୍କ ବିଷୟରେ ଆପତ୍ତିଜନକ ମନ୍ତବ୍ୟ ଦେଲେ ଅନିରୁଦ୍ଧାଚାର୍ଯ୍ୟ, ମାମଲା ରୁଜୁ

ନୂଆଦିଲ୍ଲୀ,୧୦।୧୨: ଆଧ୍ୟାତ୍ମିକ ଗୁରୁ ଅନିରୁଦ୍ଧାଚାର୍ଯ୍ୟ ମହିଳାମାନଙ୍କ ବିଷୟରେ ଦେଇଥିବା କିଛି ଆପତ୍ତିଜନକ ମନ୍ତବ୍ୟକୁ ନେଇ ବିବାଦ ଘେରକୁ ଆସିଛନ୍ତି। ଏହି ମାମଲାରେ ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟ୍...

ଟାଟା ପାଓ୍ବାରରେ ଚାଲିଛି ଛଟେଇ: ପ୍ରତିବାଦରେ ଏସ୍‌ଇ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଭଞ୍ଜନଗର,୧୦ା୧୨(ବାବୁଲା ପ୍ରଧାନ): ଟାଟା ପାଓ୍ବାରରେ ଆଉଟସୋର୍ସିଂ କର୍ମଚାରୀଙ୍କୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ପରୋକ୍ଷରେ ଠିକାଦାର ସଂସ୍ଥା ଉପରେ ଚାପ ପକାଇ ବିଭିନ୍ନ ସମୟରେ ଛଟେଇ କରୁଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri