Posted inଜାତୀୟ

ରାମମନ୍ଦିର ନିର୍ମାଣ ଦ୍ୱାରା କେହି ହିନ୍ଦୁ ନେତା ହୋଇଯାଆନ୍ତି ନାହିଁ: ମୋହନ ଭାଗବତ

ପୁଣେ,୨୧ା୧୨: ରାମ ମନ୍ଦିର ନିର୍ମାଣ କରି କେହି ହିନ୍ଦୁ ନେତା ହୋଇଯାଆନ୍ତି ନାହିଁ ବୋଲି ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ ଗୁରୁବାର ପୁଣେଠାରେ ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ କହିଛନ୍ତି। ‘ବିଶ୍ୱଗୁରୁ ଭାରତ’ ଶୀର୍ଷକ ବକ୍ତୃତାମାଳାରେ ଉଦ୍‌ବୋଧନ ଦେବାବେଳେ ଭାଗବତ କହିଥିଲେ, ରାମମନ୍ଦିର ହିନ୍ଦୁମାନଙ୍କ ବିଶ୍ୱାସର ଏକ ବିଷୟ। ରାମମନ୍ଦିର ନିର୍ମାଣ ହେବା ଉଚିତ ବୋଲି ହିନ୍ଦୁମାନେ ବିଶ୍ୱାସ କରୁଥିଲେ। ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପରେ କେତେଜଣ ବ୍ୟକ୍ତି ହିନ୍ଦୁମାନଙ୍କ ନେତା ହୋଇପାରିଛନ୍ତି ବୋଲି ଏକ ଧାରଣା ସୃଷ୍ଟି କରିଛନ୍ତି। ତେବେ ତାହା କରି, କେହି ହିନ୍ଦୁ ନେତା ହୋଇଯିବେ ନାହିଁ।
ଦେଶର ବିଭିନ୍ନ ଭାଗରେ ମନ୍ଦିର-ମସ୍‌ଜିଦ ବିବାଦ ବଢ଼ିବାରେ ଲାଗିଥିବାରୁ ଭାଗବତ ଚିନ୍ତାବ୍ୟକ୍ତ କରିଛନ୍ତି। ନୂଆ ନୂଆ ସ୍ଥାନରେ ମନ୍ଦିର-ମସ୍‌ଜିଦ ବିବାଦ ଛିଡ଼ା କରାଯାଉଛି। ଏହା ଗ୍ରହଣୀୟ ନୁହେଁ ବୋଲି ଆର୍‌ଏସ୍‌ଏସ୍‌ ମୁଖ୍ୟ କହିଛନ୍ତି। ସବୁଦିନ ଏଭଳି ବିବାଦ
ମନ୍ଦିର-ମସ୍‌ଜିଦ ବିବାଦ …
ମୁଣ୍ଡ ଟେକୁଛି। ସେଗୁଡ଼ିକୁ କିପରି ଅନୁମତି ଦିଆଯାଉଛି ବୋଲି ଭାଗବତ ପ୍ରଶ୍ନ କରିଛନ୍ତି। ଭାରତରେ ବହୁବର୍ଷ ଧରି ବିଭିନ୍ନ ଧର୍ମ, ଜାତି ଓ ବିଚାରଧାରାର ଲୋକମାନେ ସଦ୍‌ଭାବନାର ସହ ବସବାସ କରିଆସୁଛନ୍ତି। ସମାବେଶୀ ସମାଜ ସପକ୍ଷରେ ମତ ରଖି ଭାଗବତ କହିଥିଲେ, ଭାରତ ସଦ୍‌ଭାବନା ସହ ଏକତ୍ର ରହିପାରିଥିବା ବିଶ୍ୱକୁ ଦେଖାଇବାକୁ ହେବ। ବିଶ୍ୱ ଦ୍ୱାରା ଗୃହୀତ ହୋଇପାରିବା ଭଳି ଦେଶରେ ସଦ୍‌ଭାବନାର ଏକ ମଡେଲ ବିକଶିତ କରିବାକୁ ହେବ।
ସୂଚନାଯୋଗ୍ୟ, ବିଭିନ୍ନ ମସ୍‌ଜିଦ ହିନ୍ଦୁ ମନ୍ଦିର ଉପରେ ନିର୍ମାଣ କରାଯାଇଥିବା ଅଭିଯୋଗ କରି ସେଗୁଡ଼ିକର ସର୍ଭେ ପାଇଁ ଅଦାଲତରେ ଦାବି କରାଯାଉଛି। ଗତ ୧୨ ତାରିଖରେ ସୁପ୍ରିମକୋର୍ଟ ଦେଶବ୍ୟାପୀ ଏକ ନିର୍ଦ୍ଦେଶନାମା ଜାରି କରି ଏଭଳି ନୂଆ ମାମଲା ଗ୍ରହଣ ନ କରିବା ଏବଂ ମସ୍‌ଜିଦ ତଳେ ମନ୍ଦିର ଢାଞ୍ଚା ଥିଲା କି ନାହିଁ ସର୍ଭେ କରାଇବାକୁ ନିର୍ଦ୍ଦେଶ ନ ଦେବା ପାଇଁ ଅଦାଲତଗୁଡ଼ିକୁ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାରେ ଟ୍ରକ୍‌ ରଖି ଶୌଚ ପାଇଁ ଯାଇଥିଲେ ଡ୍ରାଇଭର, ଆପଣା ଛାଏଁ ପଛକୁ ପଛ ଗଡ଼ି…

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ସିମନବାଡ଼ି ନିକଟ ଟୋଲ୍‌ ଗେଟ୍‌ ନିକଟରେ...

ମାଙ୍ଗାନିଜ ବୋଝେଇ ୩ ଡମ୍ପରକୁ ମାଡ଼ି ବସିଲା ବନ ବିଭାଗ

ଯୋଡ଼ା,୨୭ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ସେକ୍ସନର ବୈତରଣୀ କ ସଂରକ୍ଷିତ ଜଙ୍ଗଲ ନିକଟ ତିରିଂ ପାହାଡ଼ ନିକଟରୁ ବନ ବିଭାଗ ଚଢ଼ାଉ କରି ଚୋରାଚାଲାଣ...

ଭାଜପା ଦାରିଙ୍ଗବାଡ଼ି ମଣ୍ଡଳରେ ନୂଆ କର୍ମକର୍ତ୍ତା: ରାଜନୀତିକୁ ଆସୁଛନ୍ତି ଶିକ୍ଷିତ, ସ୍ବୟଂସେବକ

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): ବିଭିନ୍ନ ଦଳରେ ଉଚ୍ଚ ଶିକ୍ଷିତ ଯୁବଗୋଷ୍ଠୀ ରାଜନୀତିକୁ ଆସିବା ଦେଖିବାକୁ ମିଳିଛି। ଏହି କ୍ରମରେ ରାଜ୍ୟ ଓ କେନ୍ଦ୍ରରେ ଶାସନ କରୁଥିବା ଭାଜପା...

୧୫ ଘଣ୍ଟା କାମ ପରେ ମିଳିଲା ୭୬୩ ଟଙ୍କା, ଡେଲିଭରି ବୟଙ୍କୁ ଘରକୁ ଡାକି ଏମିତି କଲେ ରାଘବ ଚଢା, ସମସ୍ତେ କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ,୨୭।୧୨: ନିକଟରେ, ଜଣେ ଡେଲିଭରି ବୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏକ ଛୋଟ ଭିଡିଓରେ, ଯୁବକ ଜଣକ ତାଙ୍କର ଦୈନନ୍ଦିନ କାର୍ଯ୍ୟସୂଚୀ...

Vijay Hazare Trophy: ଯାହାଙ୍କ ବଲରେ ଆଉଟ ହେଲେ କୋହଲି ତାଙ୍କୁ ଦେଲେ ବଡ଼ ଉପହାର, ଜିତିଲେ ପ୍ରଶଂସକଙ୍କ ମନ

ନୂଆଦିଲ୍ଲୀ,୨୭।୧୨: ବିରାଟ କୋହଲିଙ୍କୁ ଆଉଟ କରିଥିବା ଗୁଜରାଟର ସ୍ପିନର ବିଶାଲ ଜୟସୱାଲଙ୍କୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି। ବିରାଟଙ୍କ ଗୋଟିଏ ବଲ ଉପରେ କୋହଲି ଏକ...

ଅଲ୍ଲୁ-ଅର୍ଜୁନଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ କଲା ପୋଲିସ, କାରଣ ଜାଣିଲେ…

ମୁମ୍ବାଇ,୨୭ା୧୨: ଅଭିନେତା ଅଲ୍ଲୁ-ଅର୍ଜୁନଙ୍କ ନାମରେ ଚାର୍ଜଶିଟ୍‌ ଦାଖଲ କରିଛି ପୋଲିସ। ଉକ୍ତ ଚାର୍ଜଶିଟ୍‌ରେ ଅଲ୍ଲୁ-ଅର୍ଜୁନଙ୍କ ସମେତ ୨୩ ଅଭିଯୁକ୍ତଙ୍କ ନାଁ ରହିଛି। ହାଇଦ୍ରାବାଦ ସନ୍ଧ୍ୟା ଥିଏଟର...

ଗତ ୨ ବର୍ଷରେ ୧୧ ହଜାର ଇଞ୍ଜିନିୟର ୫ ହଜାର ଡାକ୍ତର ଦେଶ ଛାଡିଛନ୍ତି, କାହିଁକି ପାକିସ୍ତାନର ହେଉଛି ଏମିତି ଅବସ୍ଥା?ଜାଣନ୍ତୁ…

ଇସଲମାବାଦ,୨୭।୧୨: ପାକିସ୍ତାନ ବର୍ତ୍ତମାନ ଇତିହାସରେ ସବୁଠାରୁ ଗୁରୁତର ପ୍ରତିଭା ପ୍ରସ୍ଥାନର ସମ୍ମୁଖୀନ ହେଉଛି। ଆର୍ଥିକ ଦୁର୍ଦ୍ଦଶା, ରାଜନୈତିକ ଅନିଶ୍ଚିତତା ଏବଂ ବୃତ୍ତିଗତ ସୁଯୋଗର ଅଭାବ ଏପରି...

ଓମ୍‌ସାର ଆନ୍ଦୋଳନ ଆଜି ବି ଜାରି: ଆଉଟ୍‌ଡୋରରେ ଘଣ୍ଟାଏ ରୋଗୀସେବା ବନ୍ଦ

ଛତ୍ରପୁର,୨୭ା୧୨(ଦିଲ୍ଲୀପ ସାମଲ): ସାରା ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ପଦ ଅପେକ୍ଷା ପାଖାପାଖି ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି ରହିଛି। ଏହି ପଦବୀ ସବୁ ପୂରଣ କରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri