ନିବେଶକ ହରାଇଲେ ୨ ଲକ୍ଷ କୋଟି

ମୁମ୍ବାଇ,୧୮।୧୨: ଅନ୍ତଃରାଷ୍ଟ୍ରୀୟ ସମସ୍ୟା ଓ ଭୂରାଜନୈତିକ ଘଟଣାବଳୀର ପ୍ରଭାବ ସିଧାସଳଖ ଭାରତୀୟ ଷ୍ଟକ୍‌ ମାର୍କେଟ କାରବାର ଉପରେ ପଡୁଛି। ଏପରିକି କ୍ରମାଗତ ଭାବେ ଘରୋଇ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟୁଛି। ଫଳରେ ନିବେଶକ ଲକ୍ଷାଧିକ ଟଙ୍କାର ନିବେଶ ହରାଉଥିଲାବେଳେ ପୁଞ୍ଜିବଜାରର ପରିମାଣରେ ମଧ୍ୟ ହ୍ରାସ ଘଟୁଛି। ଉଲ୍ଲେଖଯୋଗ୍ୟ, ଚଳିତ ସପ୍ତାହର ୨ୟ କାର୍ଯ୍ୟଦିବସ ଆରମ୍ଭରୁ ବଜାର ତଳମୁହଁା ହୋଇ ରହିଥିଲାବେଳେ କାର୍ଯ୍ୟଦିବସ ଶେଷ ସୁଦ୍ଧା ଉଭୟ ନ୍ୟାଶନାଲ ଷ୍ଟ୍‌କ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ) ଏବଂ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ (ବିଏସ୍‌ଇ)ର କାରବାରରେ ବଡ଼ ଧରଣର ହ୍ରାସ ଘଟିଥିଲା। ଫଳରେ ଦିନକ ମଧ୍ୟରେ ଶେୟାର ବଜାରର ନିବେଶକମାନେ ୨ ଲକ୍ଷ କୋଟିରୁ ଅଧିକ ଟଙ୍କା(୨.୩୩ ଲକ୍ଷ କୋଟି)ର ନିବେଶ ହରାଇଛନ୍ତି। ସେହିଭଳି ବିଏସ୍‌ଇ ସେନ୍‌ସେକ୍ସର କାରବାରେ ୧୦୬୪.୧୨ ପଏଣ୍ଟ ହାସ ଘଟି ୮୦.୬୮୪.୪୫ ଅଙ୍କରେ ଥିଲାବେଳେ ନିଫ୍ଟି ୧.୩୫% କମି ୨୪,୩୩୬ ଅଙ୍କରେ ପହଞ୍ଚତ୍ଛି। ଏପରିକି ବିଏସ୍‌ଇ ସେନ୍‌ସେକ୍ସର ମିଡ୍‌କ୍ୟାପ ଓ ସ୍ମଲ୍‌କ୍ୟାପ କାରବାରରେ ୦.୫% ହ୍ରାସ ଘଟିଛି। ଅପରପକ୍ଷରେ ନିଫ୍ଟି ମିଡ୍‌କ୍ୟାପର କାରବାର ୩୪୧.୧୫ ପଏଣ୍ଟ କମି ୫୯,୧୦୧.୯୦ ଅଙ୍କରେ ଥିଲାବେଳେ ନିଫ୍ଟି ସ୍ମଲକ୍ୟାପ ୦.୮୪% ହ୍ରାସ ଘଟି୯୨୯୯.୬୦ ଅଙ୍କରେ କାରବାର ବନ୍ଦ କରିଥିଲା। ଏପରିକି ନିଫ୍ଟି ବ୍ୟାଙ୍କ ୧.୩୯% ହ୍ରାସ ଘଟି ୫୨,୮୩୪.୮୦ ଅଙ୍କରେ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜାଡ଼ରେ ଜିରୋ ନାଇଟ, ସକାଳୁ ନୂଆବର୍ଷ ପାଇଁ ଉତ୍ସବମୁଖର: ଭାଇଚାରା ବାଣ୍ଟିଲେ ଅଞ୍ଚଳବାସୀ

ଦାରିଙ୍ଗବାଡି, ୧ (୧ (ଅରୁଣ ସାହୁ ):ଓଡିଶାର କାଶ୍ମୀର ଦାରିଙ୍ଗବାଡିରେ ଲାଗି ରହିଛି ଶୀତ। ତାପମାତ୍ରା ୭ ଡିଗ୍ରୀ ରହିଥିବାବେଳେ ଶୀତକୁ ଖାତିର ନକରି ସବୁଠି...

ନିଆରା ଢଙ୍ଗରେ ନୂଆବର୍ଷକୁ ସ୍ବାଗତ: ଚା’ ବାଣ୍ଟି ଜଣାଇଲେ ଶୁଭେଚ୍ଛା

ରାଇକିଆ,୧।୧(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଅଞ୍ଚଳରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ ହୋଇଛି ଇଂରାଜୀ ନୂତନ ବର୍ଷ। ଏହାକୁ ନିଆରା ଢଙ୍ଗରେ ପାଳନ...

ଏବେ ୨୪ଘଣ୍ଟା ନୁହେଁ ୨୫ଘଣ୍ଟା ହୋଇଯିବ ଗୋଟିଏ ଦିନ, ୨୦୨୬ରେ ହେବ କି ବଡ଼ ପରିବର୍ତ୍ତନ!

ଆପଣଙ୍କର ଘଣ୍ଟା କେବେ ଗୋଟିଏ ଘଣ୍ଟା ଲେଟ୍‌ ହେବ କି? ଭବିଷ୍ୟତରେ ସୂର୍ଯ୍ୟ ଅସ୍ତ ହେବ ଏବଂ ରାତି ଲମ୍ୱା ହେବ କି? ଏହା ଏକ...

LPGରୁ UPI ଯାଏ…ଆଜିଠୁ ୫ବଡ଼ ପରିବର୍ତ୍ତନ, ସାଧାରଣ ଲୋକଙ୍କୁ ଲାଗିବ ଝଟ୍‌କା!

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନ ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମ ପରିବର୍ତ୍ତନ ହୋଇଛି, ଯାହା...

ଏଇ ଭାରତରେ

ଦିଲ୍ଲୀର ଦୁଇଭାଇ ବିହାନ ଓ ନାଭ ଅଗ୍ରଓ୍ୱାଲ ବର୍ଜ୍ୟ ରିସାଇକେଲିଂ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛନ୍ତି। ସେମାନେ ୧୪ଟି ସହରରେ ୧ ମିଲିୟନ(୧୦ ଲକ୍ଷ) କେ.ଜି...

ବିଶ୍ୱ ଓ ବର୍ଷାନ୍ତର

ଳର ଅନ୍ୟନାମ ସମୟ। ଅନନ୍ତ ସମୟର ଅସରନ୍ତି ଯାତ୍ରାରେ ଗୋଟିଏ ବର୍ଷ ବିତିବା ଓ ଆଉ ଗୋଟିଏ ବର୍ଷ ଆସିବା ଏକ ଚିରନ୍ତନ ପ୍ରକ୍ରିୟା। ଏହା...

ଘେଁସ ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ରେ ସାମିଲ: ୧୫ କୋଟି ବିନିଯୋଗରେ …

ମଥୁରାନଗରୀ/ ସୋହେଲା,୧ା୧(ପ୍ରେମାନନ୍ଦ ଖମାରୀ/ଅଶ୍ୱିନୀ କୁମାର ପାତ୍ର):ବରଗଡ଼ ଜିଲା ଘେଁସଠାରେ ବୁଧବାର ରାଜ୍ୟସ୍ତରୀୟ ବୀରତା ଦିବସ ଏବଂ ଶହୀଦ ମାଧୋ ସିଂହଙ୍କ ସ୍ମୃତି ସମାରୋହ ଆୟୋଜନ ହୋଇଥିଲା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri