Posted inଜାତୀୟ

ଶିବସେନା ନିମନ୍ତ୍ରଣ ପତ୍ରରେ ନାହିଁ ଶିନ୍ଦେଙ୍କ ନାମ! ମହାରଷ୍ଟ୍ରରେ ବାକି ଅଛି କି ମହା ଟୁଇଷ୍ଟ?

ମୁମ୍ବାଇ,୫।୧୨: ମହାରାଷ୍ଟ୍ରର ମୁମ୍ବାଇରେଥେିବା ଐତିହାସିକ ଆଜାଦ ମଇଦାନରେ ରାଜ୍ୟ ନୂଆ ସରକାର ଶପଥ ଗ୍ରହଣ କରିବେ। ଦେବେନ୍ଦ୍ର ଫଡନାଭିସ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ଏକନାଥ ଶିନ୍ଦେ ଏବଂ ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରୁଥିବା ନେଇ ଚର୍ଚ୍ଚା ହେଉଛି, କିନ୍ତୁ ଶେଷ ରାଉଣ୍ଡ ପର୍ଯ୍ୟନ୍ତ ଟୁଇଷ୍ଟ କମ୍‌ ହେବାର ଦେଖାଯାଉ ନାହିଁ। ବର୍ତ୍ତମାନ ଏକ ମଜାଦାର ବିଷୟ ସାମ୍ନାକୁ ଆସୁଛି ଯେ ଶିବସେନାର ନିମନ୍ତ୍ରଣ ପତ୍ରରେ ଏକନାଥ ଶିନ୍ଦେଙ୍କ ନାମ ନାହିଁ, କେବଳ ଫଡନାଭିସଙ୍କ ନାମ ଲେଖାଯାଇଛି। ଅନ୍ୟପକ୍ଷରେ, ଅଜିତ ପାୱାରଙ୍କ ନାମ ଏନସିପିର ନିମନ୍ତ୍ରଣ ପତ୍ରରେ ସ୍ପଷ୍ଟ ଭାବେ ଲେଖାଯାଇଛି। ଏହାର ଅର୍ଥ ହେଉଛି ଏକନାଥ ଶିନ୍ଦେଙ୍କ ପ୍ରେସର ପଲିଟକ୍ସର ଗେମ୍‌ ଏବେବି ଜାରି ରହିଛି।

ସୂଚନାଯୋଗ୍ୟ, ଗୃହ ବିଭାଗର ଚାହିଦା ଉପରେ ଶିନ୍ଦେ କ୍ରମାଗତ ଭାବରେ ଜିଦ ଧରିଥିବାରୁ ଏହି ବିନ୍ଦୁ ଦୃଢ ହେବାରେ ଲାଗିଛି। ତେଣୁ ଚାପ ରାଜନୀତିର ଏହି ଖେଳ ଜାରି ରହିଛି। ଏସବୁ ମଧ୍ୟରେ ଶିବସେନା ବିଧାୟକ ଉଦୟ ସାମନ୍ତ କହିଛନ୍ତି ଯେ ଆମେ ଚାହୁଁ ଯେ ଏକନାଥ ଶିନ୍ଦେ ଉପ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରନ୍ତୁ। ଏପରିକି ସେ କହିଛନ୍ତି ଯେ ଯଦି ଶିନ୍ଦେ ଡେପୁଟି ସିଏମ ନ ହୁଅନ୍ତି ତେବେ ଆମ ମଧ୍ୟରୁ କେହି ମନ୍ତ୍ରୀ ହେବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସାବରିମାଲା ଦୁର୍ନୀତିର ବଡ଼ ପର୍ଦ୍ଦାଫାଶ

କୋଚି,୧ା୧: କେରଳ ହାଇକୋର୍ଟଙ୍କ ତରଫରୁ ସାବରିମାଲା ମନ୍ଦିରର ସୁନା ଚୋରି ଘଟଣାର ତଦନ୍ତ ଆରମ୍ଭ କରିଥିବା ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ମନ୍ଦିର ଗର୍ଭଗୃହର ଦ୍ୱରାପାଳକ...

ଏହି ଦିନ ଗଡ଼ିବ ଭାରତର ପ୍ରଥମ ବୁଲେଟ୍ ଟ୍ରେନ୍: ବୁକ୍ କରନ୍ତୁ ଟିକେଟ୍

ନୂଆଦିଲ୍ଲୀ,୧।୧: ଭାରତୀୟ ପରିବହନ କ୍ଷେତ୍ରରେ ଏକ ଐତିହାସିକ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି। ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଘୋଷଣା ଅନୁଯାୟୀ, ଆସନ୍ତା ଅଗଷ୍ଟ ୧୫,...

ନାତୁଣୀଙ୍କୁ ଦୁର୍ବବ୍ୟହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନ୍ୟାସୀ ଗୌଡ଼(୬୫)ଙ୍କୁ ଗୁରୁବାର ସକାଳ...

ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ

ମେଲବୋର୍ନ,୧ା୧: ଶ୍ରୀଲଙ୍କା ଏବଂ ଭାରତରେ ହେବାକୁଥିବା ଟି୨୦ କ୍ରିକେଟ ବିଶ୍ୱକପ୍‌ ପାଇଁ ଅଷ୍ଟ୍ରେଲିଆ ଚୟନକର୍ତ୍ତା ଏକ ୧୫ଜଣିଆ ଦଳ ଘୋଷଣା କରିଛନ୍ତି। ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ...

ନୂଆବର୍ଷରେ କର୍ମୀଙ୍କ ବ୍ୟାନର ଓ୍ବାର, ନୂଆନୂଆ ଚେହେରା ଦେଖି…

ଧର୍ମଶାଳା,୧ା୧(ଶିବପ୍ରସାଦ ମହାନ୍ତି): ବିଦାୟ ନେଇଛି ବର୍ଷ ୨୦୨୫, ଆରମ୍ଭ ହୋଇଛି ନବବର୍ଷ ୨୦୨୬। ଏଥିପାଇଁ ଅନେକ ପ୍ରସ୍ତୁତି ମଧ୍ୟ ହୋଇଛି। ସବୁଠି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ...

୨୦୨୬ରେ ଲେଖା ହେବ ମହାକାଶ ବିଜ୍ଞାନର ନୂଆ ଅଧ୍ୟାୟ: ଭାରତ, ଆମେରିକା ରଚିବେ ଇତିହାସ

ନୂଆଦିଲ୍ଲୀ,୧।୧: ୨୦୨୬ ବର୍ଷଟି ବିଶ୍ୱ ମହାକାଶ ଇତିହାସରେ ଏକ ନୂତନ ଯୁଗର ସୂତ୍ରପାତ କରିବାକୁ ଯାଉଛି। ଭାରତର ‘ଇସ୍ରୋ’ ଏବଂ ଆମେରିକାର ‘ନାସା’ ଦୁଇଟି ଭିନ୍ନ...

ନୂଆ ରେକର୍ଡ କଲା ନନ୍ଦନକାନନ: ବୁଲିଲେ ୪୦ ଲକ୍ଷ ପର୍ଯ୍ୟଟକ

ଭୁବନେଶ୍ୱର,୧।୧: ୨୦୨୫ରେ ନନ୍ଦନକାନନକୁ ରେକର୍ଡ ସଂଖ୍ୟକ ପର୍ଯ୍ୟଟକ ଆଗମନ କରିଥିବା ଗୁରୁବାର ସୂଚନା ମିଳିଛି। ୨୦୨୫ରେ ନନ୍ଦନକାନନକୁ ୪୦ ଲକ୍ଷ ୨୦ହଜାର ୫୩୯ ପର୍ଯ୍ୟଟକ ଆସିଛନ୍ତି।...

ନୂଆବର୍ଷର ପ୍ରଥମ ଦିନରେ ଦୁର୍ଘଟଣା, ଦୁଇ ବାଇକ୍ ମୁହାଁମୁହିଁ ଧକ୍କାରେ ଜଣେ ମୃତ

ପଟ୍ଟାଙ୍ଗି୧/୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅନ୍ତର୍ଗତ ଦେଓଫଟ୍ଟାଙ୍ଗି ପଞ୍ଚାୟତ ସଦର ମହକୁମା ସ୍ଥିତ ଚିଲିଗୁଡା ସଲପଗୁଡା ଛକ ନିକଟରେ ଦୁଇ ମୋଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri