Posted inଜାତୀୟ

ଭାଜପା ତଣ୍ଟିରେ ଲାଗିଛି ‘ଶିନ୍ଦେ’ କଣ୍ଟା ! ସାଙ୍ଗରେ ରଖିବାକୁ ଦଳ ଯେତିକି ବାଧ୍ୟ ସେତିକି ଜରୁରୀ, ଅଣଦେଖା କଲେ…

ମୁମ୍ବାଇ,୨୮।୧୧: ଯଦି ଏକନାଥ ସିନ୍ଦେ ନୁହନ୍ତି, ତେବେ ମହାରାଷ୍ଟ୍ରର ଆଗାମୀ ମୁଖ୍ୟମନ୍ତ୍ରୀ କିଏ ହେବ? ଦେବେନ୍ଦ୍ର ଫଡନାଭିସ ଏହି ଦୌଡରେ ସବୁଠାରୁ ଆଗରେ ଥିବା କୁହାଯାଉଛି। ହେଲେ ଯଦି ଶିନ୍ଦେ ମୁଖ୍ୟମନ୍ତ୍ରୀ ନ ହୁଅନ୍ତି ତେବେ ତାଙ୍କ ଭୂମିକା କ’ଣ ରହିବ ସେନେଇ ଆଲୋଚନା କରାଯାଉଛି। ଯଦି ସେ ଭାଜପା ଉପରେ ଖପ୍ପା ହୋଇଯାଆନ୍ତି ତେବେ ଏହାର ପ୍ରଭାବ ଦଳ ଉପରେ କ’ଣ ପଡ଼ିବ? ମହାରାଷ୍ଟ୍ର ରାଜନୀତି ବ୍ୟତୀତ ଲୋକ ସଭାରେ ଶିନ୍ଦେଙ୍କ ଦଳର ପ୍ରମୁଖ ଯୋଗଦାନ ରହିଛି। ଏମିତିରେ ଯଦି ତାଙ୍କୁ ଅଣଦେଖା କରାଯାଏ ତେବେ ମୋଦି ସରକାର ଦୁର୍ବଳ ହୋଇପାରନ୍ତି।

କେନ୍ଦ୍ରରେ ବର୍ତ୍ତମାନ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସରକାର ଅଛି। ଏଥିରେ ଶିନ୍ଦେଙ୍କ ଶିବସେନାର ୭ ଏମ୍‌ପି ଅଛନ୍ତି। ଯଦି ଗଣିତକୁ ବୁଝାଯାଏ ତେବେ ମୋଦି ସରକାରରେ ମୋଟ ୨୯୨ ଏମ୍‌ପି ଅଛନ୍ତି। ସଂସଦରେ ମୋଟ ୫୪୩ ସଦସ୍ୟ ନିର୍ବାଚିତ ହୋଇ ପହଞ୍ଚନ୍ତି। ବହୁମତ ଲାଗି ୨୭୨ ଏମ୍‌ପିଙ୍କ ଆବଶକତା ରହିଛି। ଏହି ଅଙ୍କରୁ ଅଧିକ ୨୦ ଏମ୍‌ପି ଏନ୍‌ଡିଏ ପକ୍ଷରେ ଅଛନ୍ତି।

ଏଣୁ ଯଦି ଏକନାଥ ଶିନ୍ଦେ ମୁଖ୍ୟମନ୍ତ୍ରୀ ନ ହୁଅନ୍ତି ତେବେ ତାଙ୍କ ସହ ଦଳକୁ କ’ଣ ମିଳିବ?ଶିବସେନା ନିକଟରେ ମହାରାଷ୍ଟ୍ରରେ ୫୭ ବିଧାୟକ ଅଛନ୍ତି। ହେଲେ ଲୋକ ସଭାରେ ମୋଟ ୭ ସଦସ୍ୟ ଅଛନ୍ତି। ମୁଖ୍ୟମନ୍ତ୍ରୀ ପଦ ଯିବା ପରେ ଏବେ ଶିନ୍ଦେ କେନ୍ଦ୍ରକୁ ଯାଇପାରନ୍ତି। ତାଙ୍କୁ ମୋଦି ସରକାରରେ ମନ୍ତ୍ରୀ ପଦ ମିଳିପାରେ ବୋଲି କୁହାଯାଉଛି। ସେହିଭଳି ତାଙ୍କ ପୁଅ ଶ୍ରୀକାନ୍ତ ଶିନ୍ଦେଙ୍କୁ ମହାରାଷ୍ଟ୍ରରେ ଉପମୁଖ୍ୟମନ୍ତ୍ରୀ ପଦ ଦିଆଯାଇପାରେ। ଏଭଳି ଅନେକ ଦାବି କରାଯାଉଥିବା ବେଳେ ଯଦି ସେ ଖପ୍ପା ହୋଇ ଭାଜପାରୁ ଅଲଗା ହୋଇଯାଆନ୍ତି ତେବେ କେନ୍ଦ୍ରରେ ମୋଦି ସରକାର ଦୁର୍ବଳ ହୋଇଯିବ, ପରେ ନୀତୀଶ କୁମାର ଏବଂ ଚନ୍ଦ୍ରବାବୁ ନାଇଡୁ ବାଜି ପଲଟାଇଦେବାର ଭୟ ରହିଛି। ସେ ଯାହା ବି ହେଉ ରାଜନୀତିରେ କିଛି ବି ସମ୍ଭବ, ଆଗାମୀ ଦିନରେ ସବୁକିଛି ସ୍ପଷ୍ଟ ହୋଇଯିବ।

ଶିନ୍ଦେ ରାଜ୍ୟର ନୂଆ ସରକାରରେ ଉପମୁଖ୍ୟମନ୍ତ୍ରୀ ପଦକୁ ସମ୍ଭବତଃ ସ୍ବୀକାର ନ କରିପାରନ୍ତି। କାରଣ ତାଙ୍କର ନିକଟତର ସଞ୍ଜୟ ଶିରସାଟ୍‌ ଏହା କହିଛନ୍ତି। ଅପରପକ୍ଷେ ଶିନ୍ଦେ ଭାଜପାର ନିଷ୍ପତ୍ତିକୁ ମାନିନେବେ ବୋଲି ସଫାସଫା କହିଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶ ଆମେରିକାକୁ ଦେଲା ଝଟକା, ହକ୍ ବଦଳରେ ଭାରତରୁ ଆକାଶ କ୍ଷେପଣାସ୍ତ୍ର କିଣିବ

ନୂଆଦିଲ୍ଲୀ,୭ା୧୨: ଫିଲିପାଇନ୍ସ ଭାରତ ସହିତ ମଧ୍ୟମ ଦୂରଗାମୀ ସର୍ଫେସ ଟୁ ଏୟାର ମିସାଇଲ (SAM) ସିଷ୍ଟମ୍ କିଣିବାକୁ ଆନୁଷ୍ଠାନିକ ଆଲୋଚନା ଆରମ୍ଭ କରିଛି। ଏହି କ୍ଷେପଣାସ୍ତ୍ର...

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

F1: ଲାଣ୍ଡୋ ନରିସ୍ ବିଶ୍ୱ ଚାମ୍ପିଅନ୍, ମ୍ୟାକ୍‌ଲାରେନ୍‌ର ୧୭ ବର୍ଷର ଅପେକ୍ଷା ଶେଷ

ଆବୁଧାବି,୭ା୧୨: ଫର୍ମୁଲା ୱାନ୍‌ର ରୋମାଞ୍ଚକର ଶେଷ ରେସ୍‌ରେ ମ୍ୟାକ୍‌ଲାରେନ୍‌ର ଡ୍ରାଇଭର୍ ଲାଣ୍ଡୋ ନରିସ୍ (୨୬) ପ୍ରଥମ ଥର ପାଇଁ ବିଶ୍ୱ ଚାମ୍ପିଅନ୍ ଟାଇଟଲ୍ ଜିତିଛନ୍ତି ।...

ବାରବାଟୀରେ ଏକାକୀ ପ୍ରାକ୍ଟିସ କଲେ ହାର୍ଦ୍ଦିକ ପାଣ୍ଡ୍ୟା

କଟକ,୭ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚ ପାଇଁ କ୍ରିକେଟ୍‌...

ପୁତ୍ର ବିଚ୍ଛେଦରୁ ମୁକୁଳି ପାରୁନାହାନ୍ତି ହ୍ୟୁମାନଙ୍କ ମାଆ, ସ୍ତ୍ରୀ କହିଲେ ”ମୁଁ ୩୦ ବର୍ଷରେ ସ୍ବାମୀ ହରାଇଲି”

ବଲାଙ୍ଗୀର,୭ା୧୨: ଲୋକପ୍ରିୟ ଗାୟକ ହ୍ୟୁମାନ ସାଗରଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ପୁଣି ଥରେ ପୁଅର ମୃତ୍ୟୁ ପାଇଁ ପୂର୍ବରୁ କରିଥିବା ଅଭିଯୋଗକୁ ଦୋହରାଇଛନ୍ତି ତାଙ୍କ ମାଆ ।...

ହତ୍ୟା ପରେ ବ୍ୟକ୍ତିଙ୍କୁ ଜାଳିଦେଲେ ଦୁର୍ବୃତ୍ତ, ଦୁର୍ଗନ୍ଧ ହେବାରୁ…

ଖଲ୍ଲିକୋଟ,୭ା୧୨(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିକିଲି ନିକଟସ୍ଥ ମେଦିପୁର-ଆଲିପୁର ରାସ୍ତା ସୁଳିଆ ପାହାଡ଼ ନିକଟରୁ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ...

ପୁଟିନ୍‌ଙ୍କ ପାଇଁ ଭୋଜିରେ ଥିଲା ୪୦,୦୦୦ ଟଙ୍କା କେଜିର ଛତୁ, ଜାଣନ୍ତୁ ଏହାର ବିଶେଷତ୍ୱ

ନୂଆଦିଲ୍ଲୀ,୭ା୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ତାଙ୍କ ଭାରତ-ରୁଷିଆ ଶିଖର ସମ୍ମିଳନୀ ପାଇଁ ନୂଆଦିଲ୍ଲୀରେ ପହଞ୍ଚିଥିଲେ। ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆୟୋଜନ କରିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri