ହାଇସ୍କୁଲ ଜାଗା ଜବରଦଖଲ ଘଟଣା: ଜବରଦଖଲକାରୀଙ୍କ ଘରେ ଚଢିଲା ବୁଲଡୋଜର

କୋକସରା,୧୮।୧୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ମହିମା ପଞ୍ଚାୟତ ଡେଙ୍ଗାଗୁଡା ଶମ୍ଭୁଶ୍ୱର ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ଜାଗାକୁ ଗ୍ରାମର ଜଣେ ବ୍ୟକ୍ତି ଅଭିମନ୍ୟୁ ନାଏକ ଜବରଦଖଲ କରି ରଖିଥିଲେ। ପ୍ରଶାସନ ପକ୍ଷରୁ ସୋମବାର ଉଚ୍ଛେଦ କରାଯାଇଛି।

ସୂଚନା ମତେ, ଡେଙ୍ଗାଗୁଡା ଗ୍ରାମର ଗୌନ୍ତିଆ ସୁଦାମ ଚରଣ ନାଏକ ୧୯୯୩ରେ ସ୍କୁଲ ନିର୍ମାଣ ପାଇଁ ୩ ଏକର ଜମି ଦାନ କରିଥିଲେ। ତେବେ ଗ୍ରାମର ଜଣେ ବ୍ୟକ୍ତି ଅଭିମନ୍ୟୁ ନାଏକ ଉକ୍ତ ଜମିକୁ ନିଜର ପୈତୃକ ଜାଗା ଥିବା ଦର୍ଶାଇ ଜବରଦଖଲ କରି ଘର ନିର୍ମାଣ କରିବା ସହ ବାଡ଼ି ବଗିଚା କରି ଦୀର୍ଘ ବର୍ଷ ହେବ ନିଜ ଅକ୍ତିଆରରେ ରଖି ଆସୁଥିଲେ। ଏନେଇ ସ୍କୁଲ ପରିଚାଳନା କମିଟି ପକ୍ଷରୁ ପୂର୍ବରୁ ଜାଗା ଖାଲି କରିବାକୁ କହିବା ସତ୍ତ୍ୱେ ଜବରଦଖଲକାରୀ ଓଲଟା ସ୍କୁଲ କର୍ତ୍ତୃପକ୍ଷ ଓ କମିଟିର ସଦସ୍ୟଙ୍କୁ ଧମକଚମକ ଦେଇ ଆସୁଥିଲେ। ପରେ ସ୍କୁଲ ପକ୍ଷରୁ ଜବରଦଖଲ କାରୀଙ୍କ ବିରୋଧରେ କୋକସରା ତହସିଲ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ। ତହସିଲ କାର୍ଯ୍ୟାଳୟ ପକ୍ଷରୁ ତଦନ୍ତ କରି ସଂପୃକ୍ତ ବ୍ୟକ୍ତିଙ୍କୁ ଜାଗା ଖାଲି କରିବା ପାଇଁ ନୋଟିସ ପରେ ନୋଟିସ ଦେବାପରେ ମଧ୍ୟ ଜାଗା ଖାଲି କରି ନ ଥିଲେ। ଏନେଇ ଗତ ଜୁଲାଇ ୧୮ ତାରିଖରେ ତହସିଲଦାର ନବୀନ କିଶୋର ପାଢ଼ୀ ପୋଲିସ ଫୋର୍ସ ନେଇ ଜବରଦଖଲ ଉଚ୍ଛେଦ ପାଇଁ ଯାଇଥିବା ବେଳେ ଦଖଲକାରୀ କିଛି ମାସ ସମୟ ମାଗିଥିଲେ।

ତେବେ ପରବର୍ତ୍ତୀ ସମୟରେ ମଧ୍ୟ ଜାଗା ଖାଲି ନ କରିବାରୁ ସୋମବାର କୋକସରା ତହସିଲଦାର ନବୀନ କିଶୋର ପାଢ଼ୀ, ସହାୟକ ଜିଲାପାଳ ଅଜିତ କୁମାର ଶବର, ଅତିରିକ୍ତ ତହସିଲଦାର ମୋହନ ଚରଣ ଜେନା, ଆମପାଣି ଆଇଆଇସି ବିଜୟଲକ୍ଷ୍ମୀ ହିକ୍କା, ରାଜସ୍ବ ବିଭାଗ କର୍ମଚାରୀ ଛନ୍ଦା ଚରଣ ଖମାରି, ରାଧା ଗୋବିନ୍ଦ ପଟ୍ଟନାୟକ, ବୈଷ୍ଣବ ଗୁରୁ ପ୍ରମୁଖ ସ୍କୁଲରେ ବୁଲଡୋଜର ନେଇ ପହଞ୍ଚି ଜବରଦଖଲକାରୀ ଅଭିମନ୍ୟୁ ନାଏକଙ୍କ ଘରକୁ ବୁଲଡୋଜର ଲଗାଇ ଭାଙ୍ଗିଥିଲେ। ଘର ଭାଙ୍ଗି ଜାଗାକୁ ଖାଲି କରାଯାଇ ସ୍କୁଲ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri