ଏକ ରାଜ୍ୟ ଏକ ଗ୍ରାମ୍ୟ ବ୍ୟାଙ୍କ

ଆଗକୁ ଆମ ଦେଶର ଗ୍ରାମୀଣ ବ୍ୟାଙ୍କଗୁଡିକ ନିମନ୍ତେ ଏକ ସୁଖଦ ସମୟ ଆସୁଛି, କାରଣ ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ଏକ ରାଜ୍ୟ- ଏକ ଗ୍ରାମ୍ୟ ବ୍ୟାଙ୍କର ନୀତି ପ୍ରଣୟନ କରି ଗ୍ରାମୀଣ ବ୍ୟାଙ୍କଗୁଡିକରେ ଏକ ବୈପ୍ଳବିକ ରୂପାନ୍ତରଣ ଆଣିବାକୁ ଯାଉଛନ୍ତି। ଏହା ନିଶ୍ଚିତ ଭାବରେ ଦେଶରେ ପ୍ରାୟୋଜକ ବ୍ୟାଙ୍କମାନଙ୍କ ସଂଖ୍ୟା ହ୍ରାସ କରିବା ସହ ଗ୍ରାମୀଣ ବ୍ୟାଙ୍କମାନଙ୍କୁ ରାଜ୍ୟସ୍ତରରେ ଅଧିକ ସୁଦକ୍ଷ,ସମୃଦ୍ଧ,ସଶକ୍ତ ଓ ଶୃଙ୍ଖଳିତ କରିବାରେ ସହାୟକ ହେବ ଏବଂ ପରବର୍ତ୍ତୀ ସମୟରେ ଭାରତୀୟ ସ୍ତରରେ ଏକକ ଜାତୀୟ ଗ୍ରାମୀଣ ବ୍ୟାଙ୍କ ଗଠନ କରିବାର ପଥକୁ ପ୍ରଶସ୍ତ କରିବ ବୋଲି ଆଶା କରାଯାଏ। ଏଥିନିମନ୍ତେ ବୁଦ୍ଧିଜୀବୀ ମହଲରେ ଅନେକ ଆଲୋଚନା ପର୍ଯ୍ୟାଲୋଚନା, ହିସାବ ନିକାଶ କରାଯିବା ପରେ ଅର୍ଥ ମନ୍ତ୍ରଣାଳୟ ଏହି ପ୍ରକ୍ରିୟା ଆରମ୍ଭ କରିଛି ବୋଲି କୁହାଯାଏ। ବର୍ତ୍ତମାନ ଅର୍ଥ ମନ୍ତ୍ରଣାଳୟରେ ଏହି ସମ୍ମିଶ୍ରଣ ସଂକ୍ରାନ୍ତୀୟ ସମସ୍ତ ନିୟମାବଳୀର ଚୂଡାନ୍ତ ରୂପରେଖ ପ୍ରସ୍ତୁତ କରାଯାଉଛି ଏବଂ ତାହା ସମ୍ବନ୍ଧିତ ସବିଶେଷ ବିବରଣୀକୁ ତର୍ଜମା କରିବା ପରେ ଅନ୍ତିମ ନିର୍ଣ୍ଣୟ ନିଆଯିବ ବୋଲି ଡିଏଫ୍‌ଏସ୍‌ର ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି।
ଗ୍ରାମୀଣ ବ୍ୟାଙ୍କର ଇତିହାସକୁ ଅବଲୋକନ କଲେ ଜଣାଯାଏ ଯେ ଭାରତୀୟ ଗ୍ରାମାଞ୍ଚଳରେ ସାମାଜିକ, ଅର୍ଥନୈତିକ ଉନ୍ନତୀକରଣ ପାଇଁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସମୟରେ ୧୯୭୫ ସେପ୍ଟେମ୍ବର ୨୬ରେ ନରସିଂହମ୍‌ କମିଟିର ସୁପାରିସ ଅନୁଯାୟୀ ପାର୍ଲାମେଣ୍ଟରେ ପାରିତ ହୋଇଥିଲା ଗ୍ରାମୀଣ ବ୍ୟାଙ୍କ ଆକ୍ଟ। ଏହି ଆକ୍ଟ ଅନୁଯାୟୀ ସ୍ଥିର ହେଲା ଯେ ଦେଶର ପ୍ରତ୍ୟେକ ରାଜ୍ୟର ପ୍ରତ୍ୟେକ ଜିଲାରେ ଗ୍ରାମୀଣ ବ୍ୟାଙ୍କମାନ ଖୋଲାଯିବ ଏବଂ ଏହି ବ୍ୟାଙ୍କଗୁଡ଼ିକର ଗଠନରେ କେନ୍ଦ୍ର ସରକାରଙ୍କ ଶତକଡା ପଚାଶ ଭାଗ ଅଂଶଧନ, ସେହି ଜିଲାର ଅଗ୍ରଣୀ ବ୍ୟାଙ୍କର ଶତକଡା ପଇଁତିରିଶ ଭାଗ ଅଂଶଧନ ଏବଂ ରାଜ୍ୟ ସରକାରଙ୍କ ଶତକଡା ପନ୍ଦର ଭାଗ ଅଂଶଧନ ରହିବ।
ସେହି ଅଗ୍ରଣୀ ବ୍ୟାଙ୍କଗୁଡ଼ିକ ଥିଲେ ୧୯୬୯ଦ୍‌ରେ ଜାତୀୟକରଣ ହୋଇଥିବା ରାଷ୍ଟ୍ରାୟତ୍ତ ବ୍ୟବସାୟିକ ବ୍ୟାଙ୍କ। କେବଳ ତତ୍କାଳୀନ ପଞ୍ଜାବ ଆଣ୍ଡ ସିନ୍ଦ୍‌ ବ୍ୟାଙ୍କକୁ ବାଦ୍‌ ଦେଲେ ଅନ୍ୟ ସମସ୍ତ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ଦ୍ୱାରା ଏକ କିମ୍ବା ତଦୂଦ୍ଧର୍‌ବ ଗ୍ରାମ୍ୟ ବ୍ୟାଙ୍କ ପ୍ରାୟୋଜିତ ହୋଇଥିଲା।
ଗ୍ରାମୀଣ ବ୍ୟାଙ୍କ ଆକ୍ଟ ଅନୁସାରେ ୧୯୭୫ ଅକ୍ଟୋବର ଦୁଇ ତାରିଖ ଗାନ୍ଧୀ ଜୟନ୍ତୀରେ ଉତ୍ତର ପ୍ରଦେଶର ମୌରଦାବାଦଠାରେ ଖୋଲିଥିଲା ଭାରତର ପ୍ରଥମ ଗ୍ରାମ୍ୟ ବ୍ୟାଙ୍କ ଏବଂ ତା’ ପରେ ଉତ୍ତର ପ୍ରଦେଶର ଗୋରଖପୁର କ୍ଷେତ୍ରିୟ ଗ୍ରାମ୍ୟ ବ୍ୟାଙ୍କ, ହରିୟାଣାର ହରିୟାଣା କୃଷି ଗ୍ରାମୀଣ ବ୍ୟାଙ୍କ, ପଶ୍ଚିମବଙ୍ଗର ଗୌର ଗ୍ରାମୀଣ ବ୍ୟାଙ୍କ ଏଂ ରାଜସ୍ଥାନର ଜୟପୁର ନାଗାଉର ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କ।
ସେହି ବ୍ୟାଙ୍କଗୁଡ଼ିକର ସଫଳତା ଲକ୍ଷ୍ୟ କରି ପୁନଶ୍ଚ ଗ୍ରାମୀଣ ବ୍ୟାଙ୍କ ଆକ୍ଟର ତର୍ଜମା କରି ସେଥିରେ ଆଉ କେତେକ ପରିବର୍ତ୍ତନ ଅଣାଯାଇ ୧୯୭୬ରେ ପୁନଶ୍ଚ ନରସିଂହମ୍‌ କମିଟିର ସୁପାରିସ ଅନୁଯାୟୀ ଗ୍ରାମୀଣ ବ୍ୟାଙ୍କ ଆକ୍ଟ ସଂଶୋଧିତ ଧାରା(୪୨) ବଳରେ ଦ୍ୱିତୀୟ ପର୍ଯ୍ୟାୟରେ ଓଡ଼ିଶା ସମେତ ଆହୁରି ଅନେକ ରାଜ୍ୟରେ ଜିଲାଭିତ୍ତିକ ଗ୍ରାମ୍ୟ ବ୍ୟାଙ୍କ ପ୍ରତିଷ୍ଠା କରାଯାଇଥିଲା।
ଗୋଟିଏ ପରେ ଗୋଟିଏ କରି ମୋଟ ୧୯୬ଟି ଗ୍ରାମ୍ୟ ବ୍ୟାଙ୍କ ଖୋଲିଥିଲା ଭାରତରେ। ସେଥିରୁ ଶତକଡା ବୟାନବେ ଭାଗ ଗ୍ରାମ୍ୟ ବ୍ୟାଙ୍କର ଶାଖା ଖୋଲିଥିଲା ଦେଶର ଦୁର୍ଗମ କୋଣ ଅନୁକୋଣରେ ଥିବା ଗ୍ରାମ ଏବଂ ସହରତଳି ଅଞ୍ଚଳରେ। ମୁଖ୍ୟତଃ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନାର ସଫଳ ରୂପାୟନ କରିବାରେ ଗ୍ରାମ୍ୟ ବ୍ୟାଙ୍କଗୁଡ଼ିକର ଭୂମିକା ଥିଲା ଗୁରୁତ୍ୱପୂର୍ଣ୍ଣ।
ପ୍ରାୟୋଜକ ଏବଂ ପ୍ରାୟୋଜିତ ବ୍ୟାଙ୍କ, ଦୁହିଁଙ୍କର କାମ ସମାନ ଥିଲେ ମଧ୍ୟ ଦରମା ଏବଂ ଅନ୍ୟାନ୍ୟ ସୁବିଧାରେ ରହିଥିଲା ଆକାଶପାତାଳ ଫରକ। ଇକ୍ୟୁଏସନ କମିଟିର ସୁପାରିସ ଅନୁଯାୟୀ ପ୍ରାୟୋଜକ ଏବଂ ପ୍ରାୟୋଜିତ ବ୍ୟାଙ୍କର କର୍ମଚାରୀଙ୍କ ଦରମା ଏବଂ ଅନ୍ୟାନ୍ୟ ଭତ୍ତାରେ ଥିବା ଅସମାନତା ଦୂର ହୋଇଥିଲା। ୨୦୦୫ରେ ଭାରତ ସରକାର ବ୍ୟାସ କମିଟି (୨୦୦୪)ର ସୁପାରିସ ଅନୁଯାୟୀ ସମସ୍ତ ରାଜ୍ୟରେ ପ୍ରାୟୋଜିତ ବ୍ୟାଙ୍କ ଅନୁଯାୟୀ ଗ୍ରାମ୍ୟ ବ୍ୟାଙ୍କଗୁଡ଼ିକର ମିଶ୍ରଣ ପ୍ରକ୍ରିୟା ଆରମ୍ଭ କରିଦେଲେ। ଏହି ପ୍ରକ୍ରିୟାରେ ୨୦୧୦ ମସିହା ସୁଦ୍ଧା ଗ୍ରାମ୍ୟ ବ୍ୟାଙ୍କର ସଂଖ୍ୟା ମୋଟ ୧୯୬ରୁ କମି କମି ଆସି ବୟାଅଶିରେ ପହଞ୍ଚିଥିଲା।
ଅର୍ଥ ମନ୍ତ୍ରଣାଳୟର ୨୦୧୧ରେ ପୁନଃ ସମ୍ମିଶ୍ରଣ ପାଇଁ ଆରମ୍ଭ ହୋଇଥିବା ଆଲୋଚନା ପରେ ୨୦୧୨ ଅକ୍ଟୋବରରୁ ଆରମ୍ଭ ହୋଇଥିଲା ଭାରତ ସରକାରଙ୍କ ଦ୍ୱିତୀୟ ପର୍ଯ୍ୟାୟ ମିଶ୍ରଣ ଯୋଜନା। ଏଥିରେ ଭୌଗୋଳିକ ସ୍ଥିତି ଅନୁଯାୟୀ ଗୋଟିଏ ରାଜ୍ୟରେ କାମ କରୁଥିବା ଗ୍ରାମ୍ୟ ବ୍ୟାଙ୍କଗୁଡ଼ିକୁ ପ୍ରାୟୋଜିତ ବ୍ୟାଙ୍କ ନିର୍ବିଶେଷରେ ମିଶ୍ରଣ କରି ପ୍ରତ୍ୟେକ ରାଜ୍ୟରେ ଗୋଟିଏ କିମ୍ବା ଦୁଇଟି ମଧ୍ୟମ ଆକାରର ଗ୍ରାମ୍ୟ ବ୍ୟାଙ୍କ ଗଠନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ସେହି ଯୋଜନା ଅନୁସାରେ କାର୍ଯ୍ୟ ସରିବା ପରେ ବର୍ତ୍ତମାନ ସମଗ୍ର ଦେଶର ଛବିଶିଟି ରାଜ୍ୟ ଏବଂ ତିନୋଟି କେନ୍ଦ୍ର ଶାସିତ ଅଞ୍ଚଳରେ ବାରଗୋଟି ପ୍ରାୟୋଜିତ ବ୍ୟାଙ୍କ ପରିଚାଳନାରେ କାର୍ଯ୍ୟ କରୁଛନ୍ତି ସର୍ବମୋଟ ତେୟାଳିଶଟି ଗ୍ରାମ୍ୟ ବ୍ୟାଙ୍କ। ଏହି ଗ୍ରାମ୍ୟ ବ୍ୟାଙ୍କଗୁଡ଼ିକର ୨୧୮୫୬ଟି ଶାଖା ଦେଶର ୭୦୨ ଜିଲାରେ କାମ କରୁଛନ୍ତି। ଏମାନଙ୍କ ପାଖରେ ପ୍ରାୟ ୩୦୦ କୋଟି ଜମା ଖାତା ଥିବାବେଳେ ପ୍ରାୟ ତିନି କୋଟି ଋ଼ଣ ଖାତା ରହିଛି।
ଏହି ପରିପ୍ରେକ୍ଷୀରେ ଅର୍ଥ ମନ୍ତ୍ରଣାଳୟର ଏକ ରାଜ୍ୟ -ଏକ ଗ୍ରାମ୍ୟ ବ୍ୟାଙ୍କ ଭଳି ନିଷ୍ପତ୍ତିରେ ଦେଶର ଗ୍ରାମ୍ୟ ବ୍ୟାଙ୍କମାନଙ୍କରେ ଆଗକୁ ନିଶ୍ଚୟ ସଫଳତାର ନୂତନ ସୂର୍ଯ୍ୟୋଦୟ ହେବ ଏହା ନିଃସନ୍ଦେହରେ କୁହାଯାଇପାରେ।
ଶାରଳା ଭବନ, ପୋତାପୋଖରୀ, କଟକ
ମୋ: ୯୩୩୭୨୭୨୬୪୭


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

କ’ଣ ଭାରତରେ ଲିଭ୍‌ ଇନ୍‌ ରିଲେଶନସିପରେ ରହିବା ଅବୈଧ? ନିୟମ ଜାଣିଲେ ତାଜୁବ ହେବେ

ଭାରତୀୟ ସମାଜରେ ବିବାହକୁ ଏକ ପବିତ୍ର ଓ ଏକ ଜରୁରି ଉତ୍ସବ ଭାବେ ପରିଗଣିତ କରାଯାଇଥାଏ । କାରଣ ବିବାହ ପରେ ହିଁ ପୁରୁଷ ଓ...

ଫେସବୁକରେ ଭିଡିଓ କରି କମାଇ ପାରିବେ ମୋଟା ଅଙ୍କର ଟଙ୍କା! ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୨୬।୧୨: ଯଦି ଆପଣ ସୋସିଆଲ ମିଡିଆରେ କଣ୍ଟେଣ୍ଟ ତିଆରି କରୁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର। ଇ-କମର୍ସ କମ୍ପାନୀ ମିଶୋ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ଶଟ ସର୍କିଟ୍‌ରୁ ଜଳିଗଲା ଘର

ପାରଳାଖେମୁଣ୍ଡି,୨୬ା୧୨(ଗିରିଧାରୀ ପରିଚ୍ଛା): ପାରଳାଖେମୁଣ୍ଡି ପୌରପରିଷଦ ୬ ନଂ.ୱାର୍ଡ ଅନ୍ତର୍ଗତ ରେଲିସେରି ସାହିର ଜଣେ ବ୍ୟକ୍ତିଙ୍କ ଘରେ ସର୍ଟସର୍କିଟ ଯୋଗୁଁ ନିଆଁଲାଗି ଘରର ସମସ୍ତ ଆସବାବପତ୍ର ପୋଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri