ମୁଖ୍ୟ ଶାସନ ସଚିବଙ୍କୁ ଏନ୍‌ଜିଟିଙ୍କ ନୋଟିସ

କଟକ,୫ା୧୧(କାର୍ତ୍ତିକ ସାହୁ): ଚଳିତ ବର୍ଷ ଦୀପାବଳି ସମୟରେ ମାତ୍ର ୨ଘଣ୍ଟା ସବୁଜ ବାଣ ଫୁଟାଇବା ଲାଗି ନିର୍ଦ୍ଦେଶ ରହିଥିଲା। ଦୁଇ ଦିନ ଧରି ବାଣ ଫୁଟାଯିବା ଫଳରେ ବାୟୁ ପ୍ରଦୂଷଣ ମାତ୍ରା ହଠାତ ବହୁଗୁଣିତ ହୋଇଥିଲା। କାହିଁକି ନିୟମ ଉଲ୍ଲଂଘନ କରି ବହୁ ମାତ୍ରାରେ ବାଣ ଫୁଟାଗଲା ସେ ସଂକ୍ରାନ୍ତରେ ୬ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ଜାତୀୟ ସବୁଜ ପ୍ରାଧିକରଣ (ଏନ୍‌ଜିଟି) ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପର୍ବପର୍ବାଣି ସମୟରେ ପୁରୀ ଶ୍ରୀମନ୍ଦିରରେ ବାଣ ନ ଫୁଟାଇବାକୁ ନେଇ ଏନ୍‌ଜିଟିରେ ରୁଜୁ ମାମଲାର ଶୁଣାଣିରେ ଏପରି ନିର୍ଦ୍ଦେଶ ହୋଇଛି। ଏଥିସହ ମାମଲାର ପରବର୍ତ୍ତୀ ଶୁଣାଣି ୨୦୨୫ ଜାନୁଆରୀ ୯ ତାରିଖକୁ ଧାର୍ଯ୍ୟ କରାଯାଇଛି।
ପ୍ରକାଶ ଯେ, ଗତବର୍ଷ ଚନ୍ଦନ ଯାତ୍ରା ସମୟରେ ପୁରୀରେ ବାଣ ଫୁଟାଯିବା ଦ୍ବାରା ୧୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୨ ଜଣ ଆହତ ହୋଇଥିଲେ। ଏହି ସମୟରେ ସବୁଜ ବାଣ ପରିବର୍ତ୍ତେ ଶବ୍ଦ ଓ ବାୟୁ ପ୍ରଦୂଷଣକାରୀ ବାଣ ଫୁଟାଯାଇଥିଲା। ପୁରୀ ବାୟୁ ପ୍ରଦୂଷଣ ଯୁକ୍ତ ସହର ମଧ୍ୟରେ ପରିଗଣିତ ହେଉଥିବାରୁ ଏଠାରେ ବାଣ ଫୁଟାଯିବା ଉପରେ କଟକଣା ରହିଛି। ମାତ୍ର ଅନେକ ସମୟରେ ନିୟମକୁ ପାଳନ କରାଯାଉନାହିଁ। ଫଳରେ ପର୍ବପର୍ବାଣି ସମୟରେ ବାଣ ନ ଫୁଟାଇବାକୁ ନିର୍ଦ୍ଦେଶ ଦେବା ନିମନ୍ତେ ଆବେଦନକାରୀ ସଞ୍ଜୟ କୁମାର ନାୟକ ଏନ୍‌ଜିଟିଙ୍କ ଦ୍ବାରସ୍ଥ ହୋଇଛନ୍ତି। ସେହିପରି ଭୁବନେଶ୍ବର, କଟକ, ଅନୁଗୋଳ, ତାଳଚେର,

ବାଲେଶ୍ବର, କଳିଙ୍ଗନଗର, ରାଉରକେଲା ଭଳି ୭ଟି ସହର ବାୟୁ ପ୍ରଦୂଷଣ ତାଲିକାରେ ରହିଛି। ଏହି ସହରଗୁଡ଼ିକରେ ବାଣଫୁଟା ଉପରେ ଏନ୍‌ଜିଟିଙ୍କ କଟକଣା ରହିଛି। ୨୦୨୩ରେ ଦୀପାବଳିରେ ବାଣ ଫୁଟାଯିବା ପରେ ଭୁବନେଶ୍ବରର ବାୟୁ ପ୍ରଦୂଷଣ ମାତ୍ର ୯୦୦ ପିପିଏମରୁ ଅଧିକ ବୃଦ୍ଧି ପାଇଥିଲା। ଚଳିତ ବର୍ଷ ମଧ୍ୟ ଏହାଠାରୁ ଯଥେଷ୍ଟ ଅଧିକ ଶବ୍ଦ ଓ ବାୟୁ ପ୍ରଦୂଷଣକାରୀ ବାଣ ଫୁଟାଯାଇଛି। ନ୍ୟାୟାଳୟ ଓ ପ୍ରଶାସନର କଟକଣା ପରେ ମଧ୍ୟ କାହିଁକି ଏଥିପ୍ରତି ଧ୍ୟାନ ଦିଆ ନ ଗଲା ସରକାରଙ୍କୁ ଜବାବ ତଲବ ଲାଗି ଆବେଦନକାରୀ ଏନ୍‌ଜିଟି ନିକଟରେ ପ୍ରାର୍ଥନା କରିଛନ୍ତି। ଏହି ମାମଲାରେ ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି, ସଦସ୍ୟ ସଚିବ, ବିସ୍ଫୋରକ ସାମଗ୍ରୀ ଅତିରିକ୍ତ ମୁଖ୍ୟ ମୁଖ୍ୟ ନିୟନ୍ତ୍ରକ, ଶ୍ରୀମନ୍ଦିର ପ୍ରଶାସନକୁ ପକ୍ଷଭୁକ୍ତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଲଟିଲା ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌

ଥୁଆମୂଳ ରାମପୁର,୮ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ସିଲେଟ ଗ୍ରାମ ପଞ୍ଚାୟତରେ ଏକ୍‌ ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ...

ଶୀତୁଆ ରାତିରେ ଶିକ୍ଷକଙ୍କ ଆନ୍ଦୋଳନ: ସରକାର ଦେଲେ ଏମିତି ପ୍ରତିଶ୍ରୁତି

ଭୁବନେଶ୍ୱର, ୮।୧୨(ରବିନାରାୟଣ ଜେନା):ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକମାନଙ୍କ ରଣହୁଙ୍କାରକୁ ରାଜ୍ୟ ସରକାର ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ...

ଏଇ ଭାରତରେ

ବାହାରେ କିମ୍ବା ଘରେ ଅଦରକାରୀ ଜିନିଷ ଠୁଳ ହୋଇ ରହିବା ପ୍ରଦୂଷଣର କାରଣ ପାଲଟୁଛି। ପ୍ରଦୂଷଣ ହ୍ରାସ କରିବା ସକାଶେ ରିସାଇକ୍ଲିଂ ପଦ୍ଧତିରେ ଏଗୁଡ଼ିକର ପୁନଃ...

ପୁଟିନଙ୍କ ପରେ ଭାରତ ଆସିପାରନ୍ତି ଜେଲେନ୍‌ସ୍କି

ନୂଆଦିଲ୍ଲୀ,୮ା୧୨:ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ୨୦୨୬ ଜାନୁଆରୀରେ ଭାରତ ଆସିପାରନ୍ତି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତ ପରେ ନୂଆଦିଲ୍ଲୀ ପକ୍ଷରୁ କୂଟନୈତିକ ସନ୍ତୁଳନ ଉଦ୍ୟମ...

କଚ୍ଛପ ଗତି

କୌଣସି କାର୍ଯ୍ୟ ସମ୍ପାଦନରେ ଉଛୁର ହେଲେ, ଲକ୍ଷ୍ୟ ହାସଲରେ ଡେରି ହେଲେ କିମା ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପାଇଁ ବିଳମ୍ବ ଘଟିଲେ ବିଳମ୍ବର କାରଣକୁ କଚ୍ଛପର...

ବାଘ ଆତଙ୍କ ଯୋଗୁ ୫୫ ସ୍କୁଲ ବନ୍ଦ: ଜାଣନ୍ତୁ କେଉଁଠି

ଡେରାଡୁନ୍‌,୮ା୧୨:ଉତ୍ତରାଖଣ୍ଡର ପୌରି ଜିଲାରେ କଲରାପତରିଆ ବାଘ ଆତଙ୍କ ଯୋଗୁ ୫୫ ସ୍କୁଲକୁ ସାମୟିକ ଭାବେ ବନ୍ଦ କରିଦିଆଯାଇଛି। ଉକ୍ତ ସ୍କୁଲଗୁଡ଼ିକର ପିଲାମାନଙ୍କୁ ଅନ୍‌ଲାଇନ ମୋଡ୍‌ରେ ପାଠପଢ଼ା...

ପୁଟିନ୍‌ଙ୍କ ଭାରତ ଗସ୍ତ ଅନ୍ତରାଳେ

ଭାରତକୁ ଆମେରିକା ନାଲିଆଖି ଦେଖାଇ ଟାରିଫ ବୃଦ୍ଧି କରିଛି। ଏହାସହ ଭାରତ-ରଷିଆ ସମ୍ପର୍କକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଘୋର ଅସନ୍ତୁଷ୍ଟ। ଏଭଳି ଏକ...

ଓଡ଼ିଶାରେ ବଢୁଛି ଓ୍ବେଷ୍ଟର୍ନ ପର୍ଯ୍ୟଟକଙ୍କ ସଂଖ୍ୟା: ୫ବର୍ଷରେ ୭ଗୁଣ ବୃଦ୍ଧି

ଭୁବନେଶ୍ୱର,୮୧୨(ରବିନାରାୟଣ ଜେନା):ରାଜ୍ୟର ପର୍ଯ୍ୟଟନ ଭିତ୍ତିଭୂମି ପ୍ରତି ଆକୃଷ୍ଟ ହୋଇ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ମଧ୍ୟରେ ଓ୍ବେଷ୍ଟର୍ନ ୟୁରୋପ ପର୍ଯ୍ୟଟକଙ୍କ ସଂଖ୍ୟା ଦିନକୁ ଦିନ ବଢୁଛି ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri