ମୋର ଦୋଷ କ’ଣ

ମୁଁ ୭ ମାସର ଭ୍ରୂଣ। ଯେତେବେଳେ ମାଆର ଗର୍ଭରେ ଥିଲି ସେତେବେଳେ ମୁଠାଏ ଦାନା ପାଇଁ ମାଆ ଯାଉଥିଲା ଦିନ ମଜୁରିକୁ। କେବେ କେଉଁଠି ବାସନ ମାଜୁଥିଲା ତ ଆଉ କେଉଁଠି ନିର୍ମାଣ କାର୍ଯ୍ୟରେ ଶ୍ରମିକ ହୋଇ କାମ କାରୁଥିଲା। ସେ ଯେତେବେଳେ ନିଜକୁ ଅବହେଳାକରି ଭୋକ ଉପାସରେ କାମ କରୁଥିଲା ସେତେବେଳେ ଗର୍ଭରେ ମୋ ପେଟ ବି ପୋଡୁଥିଲା। ମାଆ ଜାଣିପାରୁଥିଲା କିନ୍ତୁ କିଛି କରିବାର ଉପାୟ ସତେ ଯେମିତି ତା’ ପାଖରେ ନ ଥିଲା। କାରଣ ବାପା ଛାଡ଼ି ଚାଲିଯାଇଥିଲେ ବୋଲି ପରିବାରର ସବୁ ଦାୟିତ୍ୱ ତା’ ମୁଣ୍ଡରେ। ନିଜେ ରୋଜଗାର କଲେ ଖାଇବ, ଖୁଆଇବ, ଚଳିବ। ମୁଁ ତ ଭ୍ରୂଣଟିଏ। ମାଆର ଖାଦ୍ୟ ଉପରେ ନିର୍ଭରକରେ। ଭଲ ମୁଠାଏ ଆହାର ପାଇଲେ ମୁଁ ଭଲରେ ବଢ଼େ। ଏଠି ସବୁ ଓଲଟା। ପୋଷଣ ବିଷୟରେ ମାଆ ଅଚେତନ। ଅଙ୍ଗନଓ୍ବାଡି ଦିଦି ଡାକିବାକୁ ଆସିଲେ କିମ୍ବା ବୁଝାଇଲେ ମାଆ ଶୁଣେନା ବା ଏକଥାକୁ ଗୁରୁତ୍ୱ ଦିଏନା। ଏମିତି ପରିସ୍ଥିତିରେ ଗର୍ଭରୁ ମୁଁ ସୁସ୍ଥ ନ ରହିଲେ ଜନ୍ମ ବେଳକୁ ଦିବ୍ୟାଙ୍ଗ ହୁଏ ନଚେତ୍‌ କମ୍‌ ଓଜନର ଶିଶୁଟିଏ ହୋଇ ଜନ୍ମହୁଏ। ମୃତ୍ୟୁ ସହ ଲଢ଼େଇ କରିବାକୁ ପଡ଼େ ଅହରହ। ଏଥିରେ ମୋର ଦୋଷ କ’ଣ ?
ଅନ୍ୟ ଏକ ପରିବାରର ୭ ବର୍ଷର ଶିଶୁଟିଏ ମୁଁ। ମୋତେ ମାଆ ସହ ସବୁଦିନ ଯିବାକୁ ପଡ଼େ ତା’ର କର୍ମସ୍ଥଳୀକୁ। ସେ ବାଲି, ଇଟା ବୁହେ ମୁଣ୍ଡରେ। ମୁଁ ଗଡ଼େ ବାଲିରେ। ସେଦିନ ଗୋଟିଏ ଅଫିସ୍‌ର ପରିସର ଥିଲା। ମୁଁ ଜାଣି ନ ଥିଲି। ଜଣେ ଭଦ୍ରବ୍ୟକ୍ତି ଆସି ମୋତେ ଦେଖାଇ ମୋ ମାଆକୁ ପଚାରିଲେ ୟାର ବୟସ କେତେ? ମାଆ କହିଲା, ୭ ବର୍ଷ। ତା’ ପରେ ସେ କହିଲେ, ଇଏ ବିଦ୍ୟାଳୟକୁ କାହଁିକି ଯାଉନି ? ମାଆ କହିଲା, ସେ ବିଦ୍ୟାଳୟକୁ ଯିବା ପୂର୍ବରୁ ମୁଁ କାମକୁ ଆସେ ଆଉ ବିଦ୍ୟାଳୟରୁ ଆସିବା ପରେ ମୁଁ କାମରୁ ଫେରେ। ତାକୁ ବିଦ୍ୟାଳୟରେ ଛାଡ଼ିବ ଆଉ ଆଣିବ କିଏ? ତା’ର ଜନ୍ମ ବେଳୁ ତା’ ବାପା ଆମକୁ ଛାଡ଼ି ଚାଲିଗଲେ। ଘରେ ତ ଆଉ କେହି ନାହାନ୍ତି, ତା’ର କିଏ ଯନତ୍ ନେବ? ମାଆ କୁହେ, ମୁଁ ଯେଉଁ ବସ୍ତିରେ ରହୁଛି ସେଠାରେ ଅନ୍ୟ ପିଲାମାନେ ବଦମାସି କରୁଛନ୍ତି। ତାଙ୍କ ସହ ମୁଁ କୁଆଡ଼େ ସବୁବେଳେ ଖାଲି ବୁଲିବି। ସେଥିପାଇଁ ମାଆ ମୋତେ ତା’ସହ ସବୁବେଳେ ନିଏ। ଭଦ୍ରବ୍ୟକ୍ତି ଜଣକ ଗୁଣୁଗୁଣୁ ହେଲେ, କ୍ରେଚ୍‌ ସୁବିଧା ନାହିଁ ? ପଡ଼ୋଶୀ କିମ୍ବା ସମ୍ପର୍କୀୟ ଦାୟିତ୍ୱ ନେଉନାହାନ୍ତି ? ଯୌଥ ପରିବାର ଭାଙ୍ଗିଯାଉଛି ? ତା’ର ପ୍ରଭାବ ବୋଧହୁଏ ଏମିତି ପଡୁଛି। ମାଆକୁ କହିଲେ, ତାକୁ ଏକ ଆଶ୍ର୍ରମରେ ଛାଡ଼ି ଦେଉନ? ମାଆ ସେହି ଭଦ୍ରବ୍ୟକ୍ତିଙ୍କୁ କଟମଟ କରି ଚାହିଁଲା। ଭଦ୍ରବ୍ୟକ୍ତି ଜଣକ ସେଠାରୁ ଚାଲିଗଲେ। ପାଠକୁ ଛାଡ଼ି ମୁଁ ଏଠି ବାଲିରେ ଗଡୁଛି। ମୁଁ ତ ଅପରିପକ୍ୱ ମୁଁ କିଛି ବୁଝିପାରୁନାହିଁ। ମୋର ଦୋଷ କ’ଣ?
ଅନ୍ୟ ଏକ ଘଟଣା। ଏଠି ମୁଁ ୧୭ ବର୍ଷର ପିଲା। ମୋ ବାପା ପରିବା ବିକନ୍ତି। ମାଆ ନାହିଁ ବୋଲି ମୋତେ ଘରେ ନ ଛାଡ଼ି ସାଙ୍ଗରେ ନିଅନ୍ତି ପରିବା ଦୋକାନକୁ। ସେଠି ମୁଁ ତାଙ୍କୁ ପନିପରିବା ବିକ୍ରିବଟାରେ ସାହାଯ୍ୟକରେ। ପଞ୍ଚମ ପଢ଼ିଛି, ଅଧିକ ପଢ଼ି କ’ଣ କରିବି କୁହନ୍ତି ବାପା। କାମ କରିବା ଶିଖିଲେ ମୋତେ କୋଉଠି ଚଳିବା ସହଜ ହେବ ! ସବୁଦିନ ପରିବା ହାଟରେ ମୁଁ ବସେ ବୋଲି ହାଟରେ ସମସ୍ତେ ମୋତେ ଚିହ୍ନନ୍ତି। ଖାଲି ହାଟ କାହିଁକି, ବାପା ଯେଉଁଠି କାମ କରନ୍ତି, ମୁଁ ସେଠାକୁ ତାଙ୍କ ସାଙ୍ଗରେ ଯାଇ କାମ କରେ। ଆପଣମାନେ ବି ମୋତେ ହାଟରେ, ବାଟରେ ଦେଖୁଥିବେ, ଠେଲା ଗାଡ଼ି ସହିତ, ଅସ୍ଥାୟୀ ଖାଦ୍ୟ କ୍ୟାବିନ୍‌ ସହିତ ବି। ଦୁଃଖ ଏହା ଯେ ମୋର ଟିକେ ଆଉ ପଢ଼ିବାକୁ ଇଚ୍ଛା ଥିଲା, କିନ୍ତୁ ମୁଁ ସେ ସୁଯୋଗରୁ ବଞ୍ଚିତ। ମୋର ଇଚ୍ଛାଟା ପୂରଣ ହୁଏନି ବୋଲି ମୁଁ ବେଳେ ବେଳେ ମୁହଁ ଶୁଖାଏ। ଆଉ ବାପା ଚକୋଲେଟଟିଏ ଦେଇଦେଲେ ମୁଁ ଧାଇଁଯାଏ ତାଙ୍କ ସହ ପାଠ କଥା ଭୁଲି। ଏଥିରେ ମୋର ଦୋଷ କ’ଣ ?
ଉପରୋକ୍ତ ସତ୍ୟ ଘଟଣା ଥିଲା କେତୋଟି ଉଦାହରଣ, ଯେଉଁଥିରେ ଏସବୁ ପିଲାଙ୍କ ସହ ସେମାନଙ୍କ କେବଳ ପିତା କିମ୍ବା ମାତା ଅଛନ୍ତି। ଏହି ପିଲାମାନଙ୍କ ପରିସ୍ଥିତି ବା ଚିତ୍ର ରାସ୍ତାଘାଟରେ ଯିବା ଆସିବାବେଳେ ଆମର ନଜରକୁ ଆସେ। ଆମ ଭିତରୁ ଅନେକେ ଏହାକୁ ସୁଧାରିବାକୁ ଚେଷ୍ଟାକରନ୍ତି ଓ ଅନେକେ ଅଣଦେଖା କରିଥାନ୍ତି। ଶେଷରେ ପ୍ରାୟ ସମସ୍ତେ କୁହନ୍ତି, ତା’ର ମାଆ କିମ୍ବା ବାପା ତ ଅଛନ୍ତି। ଆମର ଭୂମିକା କିଛି ନାହିଁ। ସରକାରୀ କର୍ମକର୍ତ୍ତା, ଏନ୍‌ଜିଓଗୁଡ଼ିକ ବୁଝାନ୍ତି, ଉଦ୍ଧାର ଥଇଥାନ କରନ୍ତି। କିନ୍ତୁ କିଛିଦିନ ପରେ ଯଥା ପୂର୍ବଂ ତଥା ପରମ୍‌। କେତେକ ଘଟଣାରେ ସୁଧାର ଆସେ ଆଉ କେତେକରେ କିଛି ସୁଫଳ ପିଲାମାନେ ପାଆନ୍ତି ନାହିଁ ଏମାନଙ୍କ ପିତା କିମ୍ବା ମାତାଙ୍କ ଅସଚେତନତା ପାଇଁ। ଏପରି ବାପା କିମ୍ବା ମାଆଙ୍କୁ ଯଦି ଦଣ୍ଡ ଦିଆଯାଏ ତେବେ ପିଲାଟି ୟା’ଠାରୁ ଅଧିକ ଖରାପ ସ୍ଥିତିକୁ ସାମ୍ନାକରେ। ଏପଟେ ଦଣ୍ଡକୁ ସମ୍ଭାଳିବାକୁ ବି କ୍ଷମତା ନ ଥାଏ ଏହି ବାପା କିମ୍ବା ମାଆଙ୍କର। ଏହି ପିଲାମାନଙ୍କୁ ଏ ବିପରୀତ ସ୍ଥିତି ଏମିତି ବାଟକୁ ନେଇଯାଏ , ଯାହାର ପରିଣାମ ଆମ ପରିବାର, ସମାଜ, ଦେଶକୁ ଭୋଗିବାକୁ ପଡ଼େ ବର୍ତ୍ତମାନରେ ଓ ଭବିଷ୍ୟତରେ। ଠିକ୍‌ ସମୟରେ ଶିଶୁଟି ଶିକ୍ଷା ନ ପାଇବା, ସମୟର ସଦୁପଯାଗ ନ ହେବା, ଉପଯୁକ୍ତ ପୋଷଣ ନ ପାଇବା, ମାନସିକ ଅଭିବୃଦ୍ଧି ନ ହେବା ଦ୍ୱାରା ତା’ର ଭବିଷ୍ୟତ ବିପଦରେ ପଡ଼େ। ସେତେବେଳେ ସମାଜ ପିଲାଟି ଉପରେ, ତା’ର ପିତା କିମ୍ବା ମାତାଙ୍କ କିମ୍ବା ବ୍ୟବସ୍ଥା ଉପରକୁ ଆଙ୍ଗୁଠି ଉଠାନ୍ତି। ବାସ୍ତବରେ ପିଲାଟି ଆଉ ତା’ର ପିଲାଦିନ, ପାଠପଢ଼ା, ଚପଳାମି ଫେରିପାଏନା କି ଭବିଷ୍ୟତକୁ ସୁନ୍ଦର କରି ଗଢ଼ିବାର ସୁଯୋଗ ପାଏନା। ଯେଉଁଠି ଏକକ ପିତା କିମ୍ବା ମାତା ଅଛନ୍ତି, କିନ୍ତୁ ପିଲାଟିକୁ ଠିକ୍‌ ଲାଳନପାଳନ, ଯନତ୍, ଶିକ୍ଷା, ସ୍ବାସ୍ଥ୍ୟ ଆଦି ମୌଳିକ ଅଧିକାର ମିଳୁନାହିଁ ସେଠାରେ ଉକ୍ତ ଶିଶୁଟି ଯନତ୍ ଓ ସୁରକ୍ଷା ଲୋଡ଼େ। ଫଳରେ ଘଟଣା କିଶୋର ନ୍ୟାୟ ଆଇନ, ଶିକ୍ଷା ଅଧିକାର ଆଇନ, ଶିଶୁଶ୍ରମ ନିରୋଧ ଆଇନର ପରିସରଭୁକ୍ତ ହୁଏ। ଏଥିପାଇଁ ବ୍ୟାପକ ସଚେତନତା ତଥା ପ୍ରତିଟି କର୍ମକ୍ଷେତ୍ରରେ ଶିଶୁିଯନତ୍ ଓ ସୁରକ୍ଷା ନୀତିର କାର୍ଯ୍ୟକାରିତା ଲୋଡ଼ା। ଏଥିପାଇଁ ପ୍ରମୁଖ ଭାବେ ସରପଞ୍ଚ, ସ୍ଥାନୀୟ ନେତୃତ୍ୱ, ପରିଚାଳନା ସଂସ୍ଥା, ସରକାରୀ ଓ ବେସରକାରୀ ସଂସ୍ଥାଗୁଡ଼ିକ ଅଧିକ ଯନତ୍ବାନ୍‌ ହେବା ଦରକାର। ସମାଜର ପ୍ରତିଟି ବ୍ୟକ୍ତି ଏଥିପାଇଁ କର୍ତ୍ତବ୍ୟ ନିର୍ବାହ କରିବା ଜରୁରୀ। ସରକାରୀ, ବେସରକାରୀ ସହଭାଗିତାରେ ଶିଶୁଟି ସେବା, ଯନତ୍, ଶିକ୍ଷା ପାଇପାରିବ।
ବିଜିପୁର, ବ୍ରହ୍ମଗିରି, ପୁରୀ
ମୋ:୯୪୩୮୪୩୨୦୨୩


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri