ଆଖଣ୍ଡଳମଣିଙ୍କ ପାଇଁ ଆସିଲା ଲଗ୍ନ ଚିଟାଉ

ଆରଡ଼ି, ୧୯।୫ (ଡି.ଏନ.ଏ.) – ଭଦ୍ରକ ଜିଲାର ପ୍ରସିଦ୍ଧ ବାବା ଆଖଣ୍ଡଳମଣିଙ୍କ ପୀଠ ଶନିବାର ଉତ୍ସବମୁଖର ରହିଥିଲା। ଆସନ୍ତା ଜୁନ୍‌ ୭ ତାରିଖରେ ଦେବଦେବ ମହାଦେବଙ୍କ ବିବାହ ସକାଶେ ଲଗ୍ନ ଧରା କାର୍ଯ୍ୟକ୍ରମ ଥିବାରୁ ସେବାୟତ ଓ ଭକ୍ତ ଉତ୍ସାହିତ ଥିଲେ। ପରମ୍ପରା ଅନୁଯାୟୀ ଅପରାହ୍ନରେ ସମ୍ପୂର୍ଣ୍ଣ ଲୌକିକ ରୀତିରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମାତା ପାର୍ବତୀଙ୍କ ପିତା ସାଜିଥିବା ବ୍ରହ୍ମପୁରସ୍ଥିତ ଚନ୍ଦ୍ରଶେଖର ଦାସଙ୍କ ପୁରୋହିତ ଚନ୍ଦ୍ରମଣି ପାଢ଼ୀଙ୍କ ବାସଭବନରେ ଲଗ୍ନ ଚିଟାଉ ଲେଖାଯାଇଥିଲା। ବେଦଜ୍ଞ ପୁରୋହିତଙ୍କ ମଙ୍ଗଳାଷ୍ଟକ ପାଠ ସାଙ୍ଗକୁ ହରିବୋଲ, ହୁଳହୁଳି, ଶଙ୍ଖଧ୍ୱନିରେ କନ୍ୟାପିତାଙ୍କ ଗୃହ ପ୍ରକମ୍ପିତ ହୋଇଉଠିଥିଲା। ବିଧି ଅନୁସାରେ ମଙ୍ଗଳବେଳାରେ ଲଗ୍ନ ଲେଖାଯାଇଥିଲା। ଏହି ଲଗ୍ନକୁ ଏକ ଚାନ୍ଦି ନିର୍ମିତ ରେକାବୀରେ ରଖି ମଙ୍ଗଳ ପ୍ରତୀକ ଲାଲକପଡ଼ା ଦ୍ୱାରା ଆବଦ୍ଧ କରାଯାଇଥିଲା। ପରେ ଅନ୍ୟ ଲଗ୍ନ ସାମଗ୍ରୀ ଯଥା ରତ୍ନହାର, ରତ୍ନମୁଦ୍ରିକା, ରୌପ୍ୟ ଓ କଂସା ଥାଳି, ପଞ୍ଚ ଦେବତାଙ୍କ ପୂଜା ଉପକରଣ, ରୌପ୍ୟ ଖଟୁଲି, ସପ୍ତ ପାଟଯୋଡ଼, ଅନ୍ୟାନ୍ୟ ଲଗ୍ନ ଉପକରଣ କନ୍ୟାପିତା ସମର୍ପଣ ପୂର୍ବକ ଲଗ୍ନ ମଣ୍ଡପରେ ରଖିଥିଲେ। ଏକ ବିରାଟ ଶୋଭାଯାତ୍ରାରେ ଯୋଡ଼ିମହୁରୀ, ଢୋଲର ତାଳେ ତାଳେ କୁଳପୁରୋହିତ, ମଧ୍ୟସ୍ଥି ଦେବର୍ଷି ନାରଦ, ଜ୍ୟୋତିଷଙ୍କ ସମେତ ୭ ଜଣ ସାମନ୍ତ ଲଗ୍ନ ଚିଟାଉ ଓ ଲଗ୍ନ ଉପକରଣ ନେଇ ବର ବାବା ଭୋଳାଶଙ୍କରଙ୍କ ପିତା ସାଜିଥିବା ବାଲେଶ୍ୱରସ୍ଥିତ କାର୍ତ୍ତିକ ବେହେରାଙ୍କ ପୁରୋହିତ ସୁଶାନ୍ତ ପାଢ଼ୀଙ୍କ ବାସଗୃହକୁ ଯାଇଥିଲେ। ଶୋଭାଯାତ୍ରାରେ ରାସ୍ତାଘାଟ କମ୍ପିଥିଲା। ଲଗ୍ନ ନେଇଆସିଥିବା ଅତିଥିମାନଙ୍କୁ ସେଠାରେ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏହାପରେ ବରପିତା ପରମ୍ପରା ଅନୁସାରେ ମଧ୍ୟସ୍ଥି, ଜ୍ୟୋତିଷ, ପୁରୋହିତ, ସାମନ୍ତମାନଙ୍କୁ ଭୂରି ଭୋଜନରେ ଆପ୍ୟାୟିତ କରିଥିଲେ। ଏହି ଲଗ୍ନ ମହୋତ୍ସବ ଦେଖିବା ପାଇଁ ପୀଠରେ ଭିଡ଼ ପରିଲକ୍ଷିତ ହୋଇଥିଲା। ଆରଡ଼ିର ସମସ୍ତ ସେବାୟତଙ୍କ ଗୃହଦ୍ୱାରରେ ପୂର୍ଣ୍ଣକଳସ ଶୋଭା ପାଇଥିଲା। ଆଖଣ୍ଡଳମଣିଙ୍କ ଏହି ପବିତ୍ର ଲଗ୍ନ ମହୋତ୍ସବ ନିଜ ନିଜର କନ୍ୟାପୁତ୍ରଙ୍କର ସମାପିତ ହେଉଥିବା ଭଳି ସେବାୟତ ପରିବାର ମନେ କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଅରୁଣଙ୍କ ଘରେ ବିଜେଡି ନେତାଙ୍କ ମେଳି…

ବାଲେଶ୍ୱର,୨୦।୧୨(ବାଞ୍ଛାନିଧି ଦେ): ଅରୁଣ ସାହୁଙ୍କ ଘରେ ମେଳି ବାନ୍ଧିଲେଣି ବାଲେଶ୍ୱର ବିଜେଡି ନେତା। ଜ୍ୟୋତି ପାଣିଗ୍ରାହୀ, ସୁକାନ୍ତ ନାୟକ, ସ୍ବରୂପ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି।...

୧୧ କେଭି ବିଦ୍ୟୁତ ତାର ଛିଡ଼ି ଜଳିଗଲା ଧାନଗଦା, ୩ ଲଷରୁ ଅଧିକ ଟଙ୍କାର କ୍ଷତି

ବାହାନଗା, ୨୦। ୧୨(ଅରୂପ କୁମାର ଦାସ): ରେମୁଣା ବ୍ଲକ ଗୋପାଳପୁର ଥାନା ଅଧିନସ୍ଥ ତାଳପଦା ଗ୍ରାମ ବିଲରେ ଯାଇଥିବା ଇଲେଭେନ କେଭି ବିଦ୍ୟୁତ ତାର ଛିଡି...

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ଖଇରାରେ ଦନ୍ତା ହାତୀର ଉପଦ୍ରବ, ୨ ପଞ୍ଚାୟତର ସମସ୍ତ ସ୍କୁଲ ଛୁଟି ଘୋଷଣା

ଖଇରା, ୧୯ା୧୨(ଉତ୍କଳ ବନ୍ଧୁ ପଣ୍ଡା ): ଗୁରୁବାର ରାତିରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି । ଏକ...

ଖଇରାରେ ଆତଙ୍କ ଖେଳାଇଛି ଦନ୍ତା ହାତୀ, ଆକ୍ରମଣରେ ବୃଦ୍ଧ ମୃତ

ଖଇରା,୧୯/୧୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ସୋର ରେଞ୍ଜ ଅଧିନ ଖଇରା ଅଞ୍ଚଳରେ ଏକ ଦନ୍ତାହାତୀ ଗୁରୁବାର ରାତିସାରା ଆତଙ୍କ ଖେଳାଇଛି । କୁପାରୀ ଓ ଔପଦା...

ସୋର ଆହାର କେନ୍ଦ୍ରରୁ ବନ୍ଧୁକ ଜବତ, ପାଚେରି ଡେଇଁ ଯୁବକ ଚମ୍ପଟ୍‌

ବାଲେଶ୍ୱର,୧୮ା୧୨ ( ବାଞ୍ଛାନିଧି ଦେ): ସୋରରେ ଅଭାବନୀୟ ଘଟଣା । ଆହାର କେନ୍ଦ୍ରରୁ ଜବତ ହେଲା ବନ୍ଧୁକ ଜବତ ।  ତେବେ ଧରାପଡିବା ପରେ ଯୁବକ...

ପାରିବାରିକ କଳହର କରୁଣ ପରିଣତି, ସାନଭାଇ ମାଡ଼ରେ ବଡ଼ ଭାଇଙ୍କ ମୃତ୍ୟୁ ଅଭିଯୋଗ

ଭୋଗରାଇ,୧୮l୧୨ ( ପ୍ରଦୀପ ଦାସ ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ମାନକୁଣ୍ଡା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ଘର ରାସ୍ତାରେ ବାଇକ୍ ରଖାକୁ...

ନବଜାତ ଶିଶୁର ମୁଣ୍ଡ ଧରି ଶିବ ମନ୍ଦିର ସାମ୍ନାକୁ ଆସିଲା କୁକୁର: ବାହାନଗାରେ ଖେଳିଗଲା ଚାଞ୍ଚଲ୍ୟ

ବାହାନଗା,୧୬।୧୨(ଅରୂପ କୁମାର ଦାସ): ବାଲେଶ୍ୱର ଜିଲା ବାହାନଗା ବ୍ଲକ ଚିତ୍ତଳ ପଞ୍ଚାୟତର ବାଲିକିତ୍ତିରଣ ଗାଁ ରାସ୍ତାକଡ଼ରେ ନବଜାତ ଶିଶୁର ଖଣ୍ଡ ବିଖଣ୍ଡିତ ଶରୀର ପଡିଛି। ବାଲିକିତ୍ତିରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri