ମହିଳା ବିରୋଧୀ ଭାବନା

ବିଶ୍ୱର ପ୍ରାୟ ସବୁ ଦେଶରେ ମହିଳା ଅଧିକାର ଓ ସୁରକ୍ଷା ବିଷୟକୁ ଗୁରୁତ୍ୱ ଦିଆଯାଉଥିବାବେଳେ ଆଫଗାନିସ୍ତାନ ଏହାର ଏକ ବ୍ୟତିକ୍ରମ । କେନ୍ଦ୍ର ଓ ଦକ୍ଷିଣ ଏସିଆର ମଧ୍ୟଭାଗରେ ଥିବା ଏହି ଦେଶରେ ତାଲିବାନ୍‌ ୨୦୨୧ରେ ଦ୍ୱିତୀୟ ଥର କ୍ଷମତା ଦଖଲ କରିବା ପରେ ମହିଳାଙ୍କ ଅଧିକାରରେ ଗମ୍ଭୀର ସଙ୍କଟ ସୃଷ୍ଟି କରିବାରେ ଲାଗିଛି। ଆଫଗାନିସ୍ତାନ ହେଉଛି ଏକମାତ୍ର ଦେଶ ଯେଉଁଠାରେ ଝିଇ କିମ୍ବା ମହିଳାମାନଙ୍କୁ ମାଧ୍ୟମିକ ଓ ଉଚ୍ଚଶିକ୍ଷା ଲାଭ କରିବାକୁ ସରକାରୀ ସ୍ତରରେ ବନ୍ଦ କରିଦିଆଯାଇଛି। ମହିଳାମାନଙ୍କ ରୋଜଗାର ପନ୍ଥାକୁ ସୀମିତ କରାଯାଇଛି। ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, ଆଫଗାନିସ୍ତାନର ପୁନଃ ନିର୍ମାଣରେ ପ୍ରମୁଖ ଭୂମିକା ନେବାକୁ ଚାହଁୁଥିବା ଝିଅମାନେ ଶିକ୍ଷକ, ଡାକ୍ତର, ନର୍ସ, ଇଞ୍ଜିନିୟର ଓ ବ୍ୟବସାୟୀ ହେବା ପାଇଁ ସ୍ବପ୍ନ ଦେଖୁଛନ୍ତି। କିନ୍ତୁ ସେମାନଙ୍କୁ ସେଥିପାଇଁ ସୁଯୋଗ ନାହିଁ। ଫଳରେ ଆଫଗାନିସ୍ତାନ ଆଗାମୀ ଦିନରେ ସଶକ୍ତ ପିଢ଼ିକୁ ହରାଇବାର ସମ୍ଭାବନା ଦେଖାଯାଇଛି। ଏତେ ସବୁ କଟକଣା ସତ୍ତ୍ୱେ ୧୪ ଅଗଷ୍ଟରେ ତାଲିବାନ୍‌ ତା’ଶାସନର ଦ୍ୱିତୀୟ ପାଳିର ତୃତୀୟ ବାର୍ଷିକୀ ପାଳନ କରିବା ପୂର୍ବରୁ ମହିଳାଙ୍କ ଅଧିକାରକୁ ସଙ୍କୁଚିତ କରିବା ପାଇଁ ଆଉ ଏକ କଠୋର ଆଇନ ଆଣିଛି। ଅଗଷ୍ଟ ପ୍ରଥମ ସପ୍ତାହରେ ‘ଭାଇସ୍‌ ଆଣ୍ଡ ଭର୍ଚ୍ୟୁ’ ନାମରେ ଅଣାଯାଇଥିବା ନୂଆ ଆଇନରେ କୁହାଯାଇଛି ଯେ, ମହିଳାଙ୍କ ମୁହଁ ଓ ସ୍ବର ପ୍ରଲୋଭନର ଏକ ଉତ୍ସ ହୋଇଥିବାରୁ ତାହା ସର୍ବସାଧାରଣରେ ଶୁଣାଯିବା କିମ୍ବା ଦେଖାଯିବା ଉଚିତ ନୁହେଁ। ଏଣୁ କୌଣସି ପ୍ରାପ୍ତ ବୟସ୍କା ମହିଳା ବାହାରକୁ ଗଲାବେଳେ ମୁହଁ କିମ୍ବା ଶରୀର ସମ୍ପୂର୍ଣ୍ଣ ଘୋଡ଼ାଇରଖିବା ସହ ପଦେ କଥା କହିପାରିବେ ନାହିଁ। ଆଫଗାନିସ୍ତାନରେ ପୂର୍ବରୁ ରହିଥିବା ଅସହନୀୟ କଟକଣା ସହିତ ଏବେ ଘର ବାହାରେ ସେମାନଙ୍କ ସ୍ବରକୁ ଚାପିଦେବା ଲାଗି କରାଯାଇଥିବା ଆଇନ ମହିଳାଙ୍କ ଭବିଷ୍ୟତକୁ ଆହୁରି ଅନ୍ଧକାରକୁ ଠେଲିଦେଇଛି।
ଉଲ୍ଲେଖନୀୟ ଯେ, ୧୯୯୬ରେ ଆଫଗାନିସ୍ତାନରେ ତାଲିବାନ୍‌ ପ୍ରଥମେ କ୍ଷମତାକୁ ଆସିଥିଲା। ୧୧ ସେପ୍ଟେମ୍ବର ୨୦୨୧ରେ ଆମେରିକାର ନ୍ୟୁୟର୍କ ସହର ସ୍ଥିତ ଟୁଇନ ଟାଓ୍ବାର ଓ ଓ୍ବାଶିଂଟନ୍‌ର ପେଣ୍ଟାଗନ୍‌ ଉପରେ ଯାତ୍ରୀବାହୀ ବିମାନ ଯୋଗେ ଅଲ କାଏଦା ଉଗ୍ରବାଦୀ ଗୋଷ୍ଠୀ ଆକ୍ରମଣ କରିଥିଲେ। ଏଥିରେ ପାଖାପାଖି ୩୦୦୦ ଲୋକଙ୍କ ମୃତ୍ୟୁ ଘଟିଥିଲା । ପରେ ଆଫଗାନିସ୍ତାନରେ ଥିବା ଏହି ଆକ୍ରମଣର ମାଷ୍ଟରମାଇଣ୍ଡ ଓସାମା ବିନ୍‌ ଲାଡେନ୍‌ଙ୍କୁ ପ୍ରତ୍ୟର୍ପଣ କରିବା ସହ ସେହି ଗୋଷ୍ଠୀର ଉଗ୍ରବାଦୀଙ୍କୁ ଦେଶରୁ ବାହାର କରିଦେବା ଲାଗି ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ଜର୍ଜ ଡବ୍ଲ୍ୟୁ ବୁଶ୍‌ ଦାବି କରିଥିଲେ। ଏହାକୁ ଆଫଗାନିସ୍ତାନର ତାଲିବାନ୍‌ ସରକାର ସ୍ବୀକାର ନ କରିବା ଯୋଗୁ ଆମେରିକା ଓ ବିଟ୍ରେନ୍‌ର ମିଳିତ ସେନା ଆକ୍ରମଣକରି ତାଲିବାନ୍‌କୁ କ୍ଷମତାରୁ ହଟାଇଦେଇଥିଲେ। ପରେ ସେଠାରେ ଏକ ମଧ୍ୟବର୍ତ୍ତିକାଳୀନ ସରକାର ପ୍ରତିଷ୍ଠା କରାଯାଇଥିଲା। ଆଫଗାନିସ୍ତାନରେ ଆମେରିକାର ସେନା ରହି ସେହି ସରକାରକୁ ସହଯୋଗ କରିଥିଲା। ୨୦ ବର୍ଷ ପରେ ଆମେରିକା ସେଠାରୁ ସେନା ପ୍ରତ୍ୟାହର କରିବା ପରେ ପୁନର୍ବାର ଅଗଷ୍ଟ ୨୦୨୧ରେ ତାଲିବାନ୍‌ ବାକୁଲ ଦଖଲ କରିନେଇଥିଲା। ତେବେ ଭାରତ ସମେତ ପୃଥିବୀର ଅଧିକାଂଶ ଦେଶ ଇସ୍‌ଲାମିକ୍‌ ଏମିରେଟ ଅଫ୍‌ ଆଫଗାନିସ୍ତାନର ତାଲିବାନ୍‌ ସରକାରକୁ ସ୍ବୀକୃତି ଦେଇନାହାନ୍ତି। ଉଲ୍ଲେଖନୀୟ ଯେ, ମିଳିତ ଜାତିସଂଘ ଦ୍ୱାରା ୨୦୨୩ରେ କରାଯାଇଥିବା ଏକ ସର୍ଭେରୁ ଜଣାପଡ଼ିଥିଲା ଯେ, ଆଫଗାନିସ୍ତାନରେ ବାଧ୍ୟତାମୂଳକ ଭାବେ ମହିଳାମାନଙ୍କୁ ଅଲଗାକରି ରଖାଯିବା ଦ୍ୱାରା ସେମାନଙ୍କ ମାନସିକ ସ୍ବାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପଡ଼ୁଛି। ସେଠାରେ ଅନେକ ମହିଳା ବିଭିନ୍ନ କାର୍ଯ୍ୟରେ ସମ୍ପୃକ୍ତ ଥିଲେ। ୨୦୨୧ରେ ତାଲିବାନ୍‌ ଦ୍ୱାରା ପୁନର୍ବାର ସରକାର ଗଠନହେବା ପରେ ମହିଳାମାନେ ସ୍ବାସ୍ଥ୍ୟକର୍ମୀ, ପୋଲିସ, ବିଚାରପତି, ଶିକ୍ଷୟିତ୍ରୀ, ଡାକ୍ତର ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରୁ ହଠାତ୍‌ ବିଦାହୋଇଗଲେ। ଏହା ଫଳରେ ସମାଜର ୫୦% ନାଗରିକଙ୍କୁ ବିନା କୌଣସି ଦୋଷରେ ଏକ ପ୍ରକାର ପଣବନ୍ଦୀ କରିଦିଆଯାଇଛି। ଏହା ହେଉଛି କଠୋର ଇସ୍‌ଲାମୀୟ ମାନସିକତାର ଏକ ଜ୍ୱଳନ୍ତ ଉଦାହରଣ। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ଯେ, ଆଫଗାନିସ୍ତାନକୁ ଚାରିଆଡୁ ଘେରି ରହିଥିବା ମୁସଲମାନ ଦେଶଗୁଡ଼ିକ ମଧ୍ୟରୁ ଗୋଟିଏ ବି ଦେଶ ଏଭଳି ନକାରାମତ୍କ ସରକାରୀ ପଦକ୍ଷେପକୁ ସମାଲୋଚନା କରୁନାହାନ୍ତି। ତେଣୁ ବୁଝିବାକୁ ହେବ ଯେ, ସବୁ ମୁସଲମାନ ଦେଶରେ ଏହିଭଳି କାର୍ଯ୍ୟକୁ ପସନ୍ଦ କରାଯାଉଛି। ଏଠାରେ ଉଲ୍ଲେଖଯୋଗ୍ୟ, ଏହିଭଳି ସମାଜ ବିରୋଧୀ ଚିନ୍ତାଧାରା କେବଳ ମୁସଲମାନ ସମ୍ପ୍ରଦାୟରେ ସୀମିତ ନୁହେଁ। ହୁଏତ ସେହି ଧର୍ମରେ ଥିବା ମହିଳା ବିରୋଧୀ ଭାବନା ଅଧିକ ମାତ୍ରାରେ ପ୍ରତିଫଳନ ହେଉଛି। କିନ୍ତୁ ଏଥିସହ ମନେରଖିବାକୁ ହେବ ଯେ, ଅନ୍ୟ ସବୁ ଧର୍ମରେ ମଧ୍ୟ ତାଲିବାନ୍‌ ଭଳି ପୁରାତନ ଚିନ୍ତାରେ ଅନେକ ବଡ଼ ଗୋଷ୍ଠୀ ବୁଡ଼ି ରହିଛନ୍ତି। ଭାରତବର୍ଷରେ ଦେଖାଦେଉଥିବା ମହିଳା ବିରୋଧୀ ଅପରାଧ ତାଲିବାନ୍‌ ତୁଳନାରେ କୌଣସି ଭାବେ ଊଣା ନୁହେଁ। ସମୟ ଥିବା ଭିତରେ ଏହିଭଳି ମାନସିକତାକୁ ଯଦି ସମସ୍ତେ ସକ୍ରିୟ ଭାବେ ବିରୋଧ କରିବାକୁ ଅରାଜି ହେବେ , ତେବେ ଏକ ବିକୃତ ସମାଜ ଭବିଷ୍ୟତରେ ଗଢ଼ିଉଠିବା ନିଶ୍ଚିତ ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri