Posted inଜାତୀୟ

ମମତାଙ୍କ ବଡ଼ ସୂଚନା: ୧୦ ଦିନ ମଧ୍ୟରେ ବଳାତ୍କାରୀଙ୍କୁ ହେବ ଫାଶୀ, ଭାଜପା କହିଲା…

କୋଲକାତା,୨୯।୮: ପଶ୍ଚିମବଙ୍ଗରେ ଶାସକ ଟିଏମସି ଏବଂ ବିରୋଧୀ ଭାଜପା ମଧ୍ୟରେ କୋଲକାତାର ଆର.ଜି କର ମେଡିକାଲ ଘଟଣାକୁ ନେଇ ବିବାଦ ବଢିବାରେ ଲାଗିଛି। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ ଆସନ୍ତା ସପ୍ତାହରେ ଆମେ ବିଧାନସଭା ଅଧିବେଶନ ଡାକିବୁ ଏବଂ ବଳାତ୍କାରକାରୀଙ୍କ ମୃତ୍ୟୁଦଣ୍ଡ ନିଶ୍ଚିତ କରିବାକୁ ୧୦ ଦିନ ମଧ୍ୟରେ ଏକ ବିଲ ପାରିତ କରିବୁ। ଆମେ ଏହି ବିଲ ରାଜ୍ୟପାଳଙ୍କ ନିକଟକୁ ପଠାଇବୁ। ଯଦି ସେ ଏହାକୁ ଅନୁମୋଦନ ନ କରନ୍ତି, ତେବେ ଆମେ ରାଜ ଭବନ ବାହାରେ ଏକ ବିରୋଧ ପ୍ରଦର୍ଶନ କରିବୁ।

ମମତା ବାନାର୍ଜୀଙ୍କ ଏହି ବିବୃତ୍ତି ଉପରେ ଭାଜପା ଟାର୍ଗେଟ୍‌ କରିଛି। ଭାଜପା ନେତା ତଥା ସୋସିଆଲ ମିଡିଆ ପ୍ରଭାରୀ ଅମିତ ମାଲଭିଆ ପ୍ରଶ୍ନ କରିଛନ୍ତି , ମମତା ବାନାର୍ଜୀ ଏହି ବିଲ ପାସ ହେବାର ୧୦ ଦିନ ମଧ୍ୟରେ ଶେଖ ଶାହାଜାହାନଙ୍କୁ ଫାଶୀ ଦେବାକୁ ସହମତ ହେବେ? ଯଦି ନୁହେଁ, ତେବେ ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଟ୍ରେନି ମହିଳାଙ୍କ ସହ ନିର୍ଦ୍ଦୟ ବଳାତ୍କାର ଓ ହତ୍ୟା ପରେ ଉତ୍ତେଜିତ ଭାବର ଲାଭ ଉଠାଇବା ଏହା ଅନ୍ୟ ଏକ ଡ୍ରାମା। ଆମେ ଭୁଲିଯିବା ଉଚିତ ନୁହେଁ ଯେ ମମତା ବାନାର୍ଜୀ ମାସେ ଧରି ଶେଖ ଶାହାଜାହାନ ଏବଂ ସାନ୍ଦେଶଖାଲୀଙ୍କ ଉପରେ କୌଣସି ପଦକ୍ଷେପ ନେଇ ନଥିଲେ।

ଅମିତ ମାଲଭିଆ କହିଛନ୍ତି, ପଶ୍ଚିମବଙ୍ଗ ବିଧାନସଭାରେ ମମତା ବଳାତ୍କାରୀ ଶାହାଜାହାନଙ୍କୁ ରକ୍ଷା କରିଥିଲେ ଏବଂ ବଳାତ୍କାର ପୀଡିତାଙ୍କୁ ପ୍ରଚାରକ ବୋଲି କହିଥିଲେ। ବଳାତ୍କାର ଓ ହତ୍ୟା ଅଭିଯୋଗରେ ମମତା ବାନାର୍ଜୀ ହେଉଛନ୍ତି ସବୁଠାରୁ ବଡ ସମର୍ଥକ। ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲ ଦୁର୍ନୀତି ପଛରେ ଥିବା ଅପରାଧୀଙ୍କୁ ଉଦ୍ଧାର କରିବା ପାଇଁ ସେ ସୀମା ଅତିକ୍ରମ କଲେ ଆମେ ସମସ୍ତେ ଦେଖିଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ଏୟାରବସ୍‌ ଏ-୩୨୦ରେ ଗୁଣବତ୍ତା ସମସ୍ୟା, ବିମାନ ଡେଲିଭରିରେ ବିଳମ୍ବ

ପ୍ୟାରିସ୍‌,୬ା୧୨: ଏୟାର ବସ୍‌ ଏ-୩୨୦ ବିମାନଗୁଡ଼ିକରେ ସଫ୍ଟଓ୍ବେର ସମସ୍ୟା ଦେଖାଦେବା ପରେ ଗତ ମାସରେ କମ୍ପାନୀ ସେଗୁଡ଼ିକର ସମାଧାନ କରିଥିଲା। ସଫ୍ଟଓ୍ବେର ଅପ୍‌ଡେଟ୍‌ ପାଇଁ ଅନେକ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri