ପ୍ରସାଧନୀ ପଦକ୍ଷେପ

ଉଭୟ କେନ୍ଦ୍ର ଓ ରାଜ୍ୟରେ, କ୍ଷେତ୍ରରେ ନିର୍ବାଚନ ଜିଣି ଯେଉଁ ସରକାରମାନେ ଆସନ୍ତି, ପ୍ରଶାସନ ନାମରେ ସେମାନେ ଜନସାଧାରଣଙ୍କୁ ଯାହା ପ୍ରଦାନ କରନ୍ତି; ତାହା ବସ୍ତୁତଃ ଏକ ଏକ ପ୍ରସାଧନୀ ପଦକ୍ଷେପ। କୌତୂହଳର କଥା, ଜନସାଧାରଣଙ୍କ ସାମୂହିକ ଉଦାସୀନତା ଏହି ପ୍ରସାଧନକୁ ଆହୁରି ପ୍ରୋତ୍ସାହିତ କରେ।
ସରକାରଙ୍କ ପ୍ରସାଧନୀ ପଦକ୍ଷେପ ପ୍ରସଙ୍ଗରେ ସବୁଠି ବେଶି ମନେପଡ଼େ ଜିଲା ପ୍ରଶାସନର ଧାଡ଼ିବାନ୍ଧି ଠିଆ ହୋଇଥିବା ଅଧିକାରୀମାନଙ୍କ ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ଗଣ ଶପଥର ଦୃଶ୍ୟ। ଏହା ବି ବେଳେବେଳେ ହୁଏ, ଧାଡ଼ିରେ ଠିଆ ହୋଇଥିବା କୌଣସି ଅଧିକାରୀ ସେହିଦିନ ସନ୍ଧ୍ୟାରେ ଜେଲ୍‌ ଯାଆନ୍ତି ଭିଜିଲାନ୍ସ ପଞ୍ଝାରେ ପଡ଼ି। ଦୁର୍ନୀତିରେ ଲିପ୍ତ ନ ହେବା ଭଳି ମୂଳତଃ ଏକ ନୈତିକ ମନୋଭାବ ଓ ଦୃଷ୍ଟିଭଙ୍ଗୀ ସର୍ବସାଧାରଣରେ ପୂର୍ବଲିଖିତ କାଗଜ ଖଣ୍ଡିଏ ପଢ଼ି କିପରି ଜାଗ୍ରତ କରାଯାଏ ବୁଝାପଡ଼େନି। ଏତିକି ଅବଶ୍ୟ ଜାଣିହୁଏ ଯେ, ଏହା ଦୁର୍ନୀତି ନିବାରଣ ଉଦ୍ୟମ ପ୍ରତି ଏକ ଆନୁଷ୍ଠାନିକ ପରିହାସ। ସେମିତି ଅତିମାତ୍ରାରେ ଗମ୍ଭୀର ବିଷୟକୁ ଫଟୋଉଠା କାର୍ଯ୍ୟକ୍ରମରେ ପରିଣତ କରି ଉପହାସ କରିବାର ଅନ୍ୟ ନାମ ହେଉଛି ବୃକ୍ଷରୋପଣ। ବର୍ଷାଦିନ ଆସିଲେ ଫଟୋ ଉଠାଇବାକୁ ବ୍ୟାକୁଳ ଅନେକ ଲୋକଙ୍କୁ ବୃକ୍ଷଚିନ୍ତା ଘାରେ। ତା’ ସାଙ୍ଗକୁ ସରକାରଙ୍କ ଏକ ଆନୁଷ୍ଠାନିକ କାର୍ଯ୍ୟକ୍ରମ ବି ଅଛି, ଯାହାକୁ ବନ ମହୋତ୍ସବ କହନ୍ତି। ଏହି ସମୟରେ ବେଶ କିଛି ଲୋକ ସକ୍ରିୟ ହୋଇ ଉଠନ୍ତି। ସେମାନେ ହେଲେ ସ୍ବେଚ୍ଛାସେବୀ ଗୋଷ୍ଠୀ, ସରକାରୀ ଅସାଧୁ ଅଧିକାରୀ, ଅସାଧୁ କାର୍ଯ୍ୟରେ ଲିପ୍ତ କିଛି ବୃକ୍ଷଚାରା ଯୋଗାଣକାରୀ ଓ ବୃକ୍ଷରୋପଣ ନାମରେ ପ୍ରହସନ ପାଲଟିଥିବା କାର୍ଯ୍ୟକୁ ଉଦ୍‌ଘାଟନ କରିବାକୁ ଆସୁଥିବା ରାଜନେତାଗଣ। ଗୋଟିଏ ପ୍ଲାଟ୍‌ଫର୍ମରେ ଚାରି ଗୋଷ୍ଠୀ, ଯାହାକୁ ଭୂତପୂର୍ବ ନିର୍ବାଚନ କମିଶନର ଟି.ଏନ୍‌. ଶେଷାନ କହିଥିଲେ- ବାବୁ, ଲାଲା; ଟୋପି, ଝୋଲା। ଅର୍ଥାତ୍‌ ସରକାରୀ ବାବୁ, ବ୍ୟବସାୟୀ, ରାଜନେତା ଓ ସ୍ବେଚ୍ଛାସେବୀ। ଦୁଃଖଲାଗେ ବିବେକର ଏହି ସାମୂହିକ ବିସର୍ଜନ ଦୃଶ୍ୟ ଦେଖି।
ଯେତେବେଳେ ପରିବେଶଜନିତ ଅବ୍ୟବସ୍ଥା ସମଗ୍ର ବ୍ରହ୍ମାଣ୍ଡକୁ ବିପର୍ଯ୍ୟସ୍ତ କଲାଣି- ମେରୁ ବରଫ ତରଳିବା, ସମଦ୍ରର ଜଳପତ୍ତନ ବଢ଼ିବା, ତାପମାତ୍ରା ବଢ଼ି ଆକାଶକୁ ଛୁଇଁବା, ନାହିଁ ନଥିବା ରୋଗ ଭୋଗୀ ମଣିଷର ପରମାୟୁ ଦ୍ରୁତଗତିରେ ହ୍ରାସ ପାଇବା- ସେତେବେଳେ ନିର୍ବାଚିତ ସରକାରମାନେ କେଡ଼େ ନିର୍ବିକାରରେ ସମସ୍ୟାକୁ ଏକ ‘ମିଶନ ମୋଡ୍‌’ରେ ମୁକାବିଲା କରିବା ପରିବର୍ତ୍ତେ ଆଖିରେ ‘କଳା ଚଷମା’ ପିନ୍ଧି, ଓଠରେ ‘ଲିପ୍‌ଷ୍ଟିକ’ ଓ ଗାଲରେ ‘ପାଉଡର’ ମାରି କାମ ସାରି ଦେଉଛନ୍ତି। ଯେଉଁ କାମ ପାଇଁ ପର୍ଯ୍ୟାପ୍ତ ବଜେଟ ବ୍ୟବସ୍ଥା କରି ଦୈନନ୍ଦିନ ଭିତ୍ତିରେ ତଦାରଖ କରିବା ଦରକାର, ସେ କାମକୁ ଜନସାଧାରଣଙ୍କୁ ଏକ ନିବେଦନ ମାଧ୍ୟମରେ ଛାଡ଼ିଦେଲେ କେମିତି ହେବ? ଏବେ ‘ଗୋଟିଏ ବୃକ୍ଷ ମା’ଙ୍କ ନାମରେ’ ସ୍ଲୋଗାନଟିଏ ଦିଆଗଲା। ଫଳହେଲା ସେହି ଫଟୋ ଉଠାଉଠି। ଅଥଚ କେଡ଼େ ସୁନ୍ଦର ଦୀର୍ଘମିଆଦୀ ପ୍ରସ୍ତାବଗୁଡ଼ିକ ପ୍ରସାଧନ ସୌଦାଗରଙ୍କ ଚକ ତଳେ ଚାପି ହୋଇଯାଇଛି। କିଛି ବର୍ଷ ତଳେ ଭୂପୃଷ୍ଠ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ ଏକ ସୁନ୍ଦର ପ୍ରସ୍ତାବ ଉତ୍‌ଥାପନ କରିଥିଲେ। ସେ କହିଥିଲେ, ଏଣିକି ନୂତନ ରାଜପଥ ନିର୍ମାଣ ବେଳେ ଉଭୟ କଡ଼େ ୧୦୦ମି. ରୁ ଅଧିକ ଓସାରରେ ବୃକ୍ଷରୋପଣ କରାଯିବ; ଯାହା ରାଜପଥ ସହ ସମାନ୍ତରାଳ ଭାବରେ ଚାଲିବ। ତାହାର ଖର୍ଚ୍ଚ, ନିର୍ମାଣର ଖର୍ଚ୍ଚ ସହ ଯୋଡ଼ାଯିବ। ଫଳରେ ସମସ୍ତ ଭାରତବର୍ଷରେ ଗୋଟିଏ ଉଦ୍ୟମରେ ହଜାର ହଜାର ବର୍ଗ କି.ମି.ର ମଣିଷକୃତ ଜଙ୍ଗଲ ସୃଷ୍ଟି ହୋଇପାରିବ। କିନ୍ତୁ ଦୁଃଖର କଥା, କେଉଁ ଏକ ଶୀତଳ ଭଣ୍ଡାରରେ ତାହା ରହିଗଲା। ଠିକ୍‌ ସେମିତି ପ୍ରାଦେଶିକ ସ୍ତରରେ ବିଜୟଶ୍ରୀ ରାଉତରାୟ ଜଙ୍ଗଲ ମନ୍ତ୍ରୀ ଥିବାବେଳେ ଓଡ଼ିଶାର ସବୁ ନଦୀ କୂଳେ କୂଳେ ବୃକ୍ଷରୋପଣ ଯୋଜନା କଲେ, ଯାହା ଜଙ୍ଗଲ ସୃଷ୍ଟି କରିବା ସହ ନଦୀଗର୍ଭକୁ ମଧ୍ୟ ଜଳଧାରଣରେ ସହାୟକ ହେବ। କିଛି ବୃକ୍ଷରୋପଣ ହୋଇଥିଲା ମଧ୍ୟ, ମାତ୍ର ପରେ ଏହି ଯୋଜନା ବାଷ୍ପୀଭୂତ ହେଲା!
ବୃକ୍ଷରୋପଣ ଓ ଦୁର୍ନୀତି ନିବାରଣ ସପ୍ତାହ ପାଳନକୁ ନେଇ ପ୍ରଶାସନର ଅନ୍ୟ ନାମ ପ୍ରତାରଣା ବୋଲି ଲୋକେ ବିଚାର କରନ୍ତି। ତେଣୁ ଗମ୍ଭୀର ବିଷୟ ସବୁକୁ ହାଲୁକା ଭାବରେ ନେଇ ଯେନତେନ ପ୍ରକାରଣେ ପାଞ୍ଚବଷିର୍ର୍ଆ ଆଖିରେ ରାଜ୍ୟ ବା ରାଷ୍ଟ୍ରର ସ୍ବାର୍ଥକୁ ଦେଖିବାକୁ ଉଦ୍ୟମ କରି ସୁଶାସନ ବା ବିକାଶ ନାମରେ ଭେଳିକି ହିଁ ଦେଖାହେଉଛି। ଗୋଟିଏ ଦୁଇଟି ଉଦାହରଣ ନିଆଯାଉ। ୧୯୮୩ରୁ ୨୦୨୪ ଦୀର୍ଘ ୪୧ ବର୍ଷ ଭିତରେ ଓଡି଼ଶାର ଯୁକ୍ତ ଦୁଇ ଶିକ୍ଷାନୁଷ୍ଠାନଗୁଡ଼ିକୁ +୩ ଶିକ୍ଷାନୁଷ୍ଠାନରୁ ପୃଥକ୍‌ କରି ଏକ ସୁବ୍ୟବସ୍ଥିତ ନ୍ୟାୟ ଶିକ୍ଷା ବ୍ୟବସ୍ଥା ପ୍ରଦାନ କରାଗଲା ନାହିଁ। ସବୁ ଦୁର୍ନୀତିର ମୂଳ ଉତ୍ସ ନିର୍ବାଚନ। ନିର୍ବାଚନ ଯେତେ ପ୍ରଦୂଷଣଯୁକ୍ତ ହେବ, ନିର୍ବାଚନ ପରେ ପ୍ରଶାସନ ସେତିକି ପଙ୍କିଳ ହେବ। କିନ୍ତୁ ଏକ ଶକ୍ତ ନିର୍ବାଚନୀ ଆଇନ ଆଣି ଓ ନିର୍ବାଚନୀ ପ୍ରକ୍ରିୟାରେ ଯୁଗାନ୍ତକାରୀ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରି ଏହାକୁ ଅର୍ଥ, ବାହୁବଳ ଓ ରାଜନୈତିକ ଅସମତାରୁ ମୁକ୍ତ କରି ଜ୍ଞାନୀ, ଗୁଣୀ, ସଚ୍ଚୋଟ ବ୍ୟକ୍ତି କେମିତି ରାଜନୀତିକୁ ଆସିବେ, ତା’ର ପଥ ପରିଷ୍କାର କରିବାରେ କାହାରି ଆଗ୍ରହ ନାହିଁ। ଆବର୍ଜନା ପାହାଡ଼ର ସଭାପତି ହେବାକୁ କିନ୍ତୁ ସମସ୍ତେ ବ୍ୟସ୍ତ!
ପ୍ରତାରଣା ପ୍ରତାରଣାକୁ ଜନ୍ମଦିଏ। ସରକାର ଯେମିତି ଜନସାଧାରଣଙ୍କୁ ଶାସନ ବା ପ୍ରଶାସନ ନାମରେ ପ୍ରସାଧନ ଭେଟି ଦେଉଛନ୍ତି, ଜନସାଧାରଣ ମଧ୍ୟ ସରକାର, ସରକାରୀ କାର୍ଯ୍ୟକ୍ରମ, ସରକାରୀ ପ୍ରତିଶ୍ରୁତିକୁ ଗମ୍ଭୀରତାର ସହିତ ନେଉନାହାନ୍ତି। ‘ସରକାର’ ଶବ୍ଦଟି ଏବେ ଯାବତୀୟ କଟୁ ସମାଲୋଚନା ପାଇଁ ଏକ ଉପମାର ସାମଗ୍ରୀ। ଅବିଶ୍ୱାସର ବ୍ୟବଧାନ ଏତେ ବଢ଼ିଯାଇଛି ଯେ, ଦଳୀୟ ସମର୍ଥକଙ୍କୁ ଛାଡ଼ିଦେଲେ ଆଜି କାହାରି ମାଟି ବା ପକ୍କା କାନ୍ଥରେ କୌଣସି ରାଜନେତାଙ୍କ ଫଟୋଚିତ୍ର ନାହିଁ; ଯାହା ସ୍ବାଧୀନୋତ୍ତର ଅପେକ୍ଷାକୃତ ଗରିବ ଭାରତର ଏକ ନିୟମିତ ଚିତ୍ର ଥିଲା। ଏଥିରେ ଅସୁବିଧା ଏତିକି ଯେଉଁ କେତେକ ଉତ୍ସର୍ଗୀକୃତ, ମହାନ୍‌ ଆତ୍ମାମାନେ ଶିକ୍ଷା, ସ୍ବାସ୍ଥ୍ୟ, ପରିବେଶ ସଜାଡ଼ିବାକୁ କିଛି ନିଷ୍ଠାପର ଉଦ୍ୟମ କରିଥିଲେ, ସେମାନେ ଏବେ ସେହି ଅନୁଷ୍ଠାନର ଏକଦା ସମର୍ପିତ କର୍ମଚାରୀମାନଙ୍କ ମଧ୍ୟରେ ସରକାରସ୍ତରୀୟ ମନୋଭାବ ଦେଖିଲେଣି- ଅର୍ଥାତ୍‌ ବିଷୟ ପ୍ରତି ଏକ ନିଷ୍ଠାପର, ଉପକାରୀ ଦୃଷ୍ଟିଭଙ୍ଗୀ ପରିବର୍ତ୍ତେ ଅଗଭୀର ଚାଷ ମାଧ୍ୟମରେ ଏକ ‘ହାରାହାରି’ କାମଚଳା ମନୋଭାବ ନେଇ କର୍ତ୍ତବ୍ୟ ସମ୍ପାଦନ କରିବା। ବୋଧହୁଏ, ସେମାନେ ଚାହାନ୍ତି ନିଷ୍ଠା କି ଗମ୍ଭୀରତା ନୁହେଁ, ପ୍ରସାଧନ ହିଁ ଆମର ଦିଗବାରେଣୀ ହେଉ!
ପୂର୍ବତନ ଅଧ୍ୟକ୍ଷ, ଜେଲ୍‌ରୋଡ଼, ବାଲେଶ୍ୱର
ମୋ. : ୯୪୩୭୩ ୭୬୨୧୯


Enter your email to get our daily news in your inbox.

All Right Reserved By Dharitri.Com

ହିଲଭିୟୁ ପାର୍କରେ ଟ୍ରେନ ଦୁର୍ଘଟଣା: ଟ୍ରାକ ବାହାରକୁ ଚାଲିଗଲା ବଗି

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ହିଲଭିୟୁ ପାର୍କରେ ଛୁଟିଦିନ ରହିଥିବାରୁ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି । ତେବେ...

ଜାତୀୟ କବାଡ଼ି ପ୍ରତିଯୋଗିତାରେ ଭାଗ ନେବେ ଓଡ଼ିଆ ପୁଅ ଶିବପ୍ରସାଦ

ଗଞ୍ଜାମ,୨୫ା୧୨(ବିଦ୍ୟାଧର ସାହୁ): ଆସନ୍ତା ୬ ତାରିଖରେ ରାଇପୁର ଭିଲାଇ ରାଜକୁମାର କଲେଜରେ ଅନୁଷ୍ଠିତ ହେବ ନ୍ୟାଶନାଲ ଇଭେଣ୍ଟ କବାଡ଼ି। ଏହି ପ୍ରତିଯୋଗିତାରେ ଖେଳିବାକୁ ଓଡ଼ିଶାର ଦୁଇ...

ଶୀତକୁ ନାହିଁ ଖାତିର, ଦାରିଙ୍ଗବାଡ଼ିରେ ବଢୁଛି ପର୍ଯ୍ୟଟକଙ୍କ ଭିଡ଼

ଦାରିଙ୍ଗବାଡ଼ି,୨୫ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ପୁଣି ବଢ଼ିଲା ଶୀତର ପ୍ରକୋପ। ବିଭିନ୍ନ ସ୍ଥାନରେ ଘନକୁହୁଡି ସହ ଶୀତ ଦ୍ବିଗୁଣିତ ହୋଇଛି। ଗୁରୁବାର ସକାଳେ...

ଗୁଲୁଆଙ୍କ ଗୁମର ଖୋଲିଦେଲେ ସ୍ତ୍ରୀ: ନୂଆ ନୂଆ ଝିଅଙ୍କୁ ଧରି….

ଭୁବନେଶ୍ୱର,୨୫।୧୨: ଓଡ଼ିଆ କମେଡିଆନ୍‌ ଗୁଲୁଆଙ୍କ ସାଂସାରିକ ଜୀବନରେ ଆସିଛି ଝଡ଼। ଜୀବନ ପ୍ରତି ବିପଦ ଥିବା ଗୁଲୁଆ ଅଭିଯୋଗ କରିବା ପରେ ତାଙ୍କ ସ୍ତ୍ରୀ ତଥା...

VHT 2025: ବିଜୟ ହଜାରେ ଟ୍ରଫିରୁ ବାଦ ପଡ଼ିଲେ ବୈଭବ ସୂର୍ଯ୍ୟବଂଶୀ, କାରଣ…

ନୂଆଦିଲ୍ଲୀ,୨୫।୧୨: ବୈଭବ ସୂର୍ଯ୍ୟବଂଶୀଙ୍କ ଫ୍ୟାନ୍ସଙ୍କୁ ଝଟକା । ଅଣ୍ଡର-୧୯ ଏସିଆ କପରେ ଏକ ଚମତ୍କାର ଇନିଂସ ଖେଳିବା ପରେ, ବୈଭବ ବିଜୟ ହଜାରେ ଟ୍ରଫିରେ ମଧ୍ୟ...

ଜାଣନ୍ତି କି ସରକାରୀ ଅନୁମୋଦନ ପାଇଥିବା ୨ ବିମାନ କମ୍ପାନୀର ମାଲିକ କିଏ?

ନୂଆଦିଲ୍ଲୀ,୨୫ା୧୨: କେନ୍ଦ୍ର ସରକାର ଇଚ୍ଛା ପ୍ରକାଶ କରୁଥିବା ଏୟାରଲାଇନ୍ସ ସହିତ ଅନେକ ବୈଠକ କରିବା ପରେ ଭାରତରେ ନୂଆ ଏୟାରଲାଇନ୍ସକୁ କାର୍ଯ୍ୟ କରିବାକୁ ଅନୁମତି ଦେଇଛନ୍ତି।...

ସସପେନ୍ସ ଶେଷ! ୨୦୨୭ ବିଶ୍ୱକପ ଖେଳିବେ କି ବିରାଟ କୋହଲି, କୋଚ କରିଦେଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ଷ୍ଟାର କ୍ରିକେଟର୍‌ ବିରାଟ କୋହଲି ବିଜୟ ହଜାରେ ଟ୍ରଫିରେ ଏକ ଚମିତ୍କାର ପ୍ରତ୍ୟାବର୍ତ୍ତନ କରିଛନ୍ତି। ସେ ଆନ୍ଧ୍ର ବିପକ୍ଷରେ ୧୩୧ ରନର ଏକ...

ଜଗନ୍ନାଥପ୍ରେମୀଙ୍କ ଭାବାବେଗକୁ ଆଘାତ…ସମୁଦ୍ରରେ ଭାସି ଆସିଲା ମହାପ୍ରଭୁଙ୍କ ବିଗ୍ରହ, ଦୟନୀୟ ଅବସ୍ଥାରେ ଉଦ୍ଧାର

ପୁରୀ ୨୫/୧୨( ଅଜିତ୍ କୁମାର ସାହୁ): ପୁଣି ମହାପ୍ରଭୁଙ୍କୁ ଅପମାନ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି ସମୁଦ୍ରରେ ଭାସିଵାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri