ଧଳା ଜହର ଜାଲରେ ଢେଙ୍କାନାଳ

ଢେଙ୍କାନାଳ ଅଫିସ, ୨୧ା୮-ଢେଙ୍କାନାଳ ପାଲଟିଛି ବ୍ରାଉନ୍‌ସୁଗାର କାରବାରର ସେଫ୍‌ଜୋନ୍‌। ନିଶା ବେପାରୀମାନେ କଲେଜ ପଢୁଆ ଛାତ୍ରୀଛାତ୍ରଙ୍କୁ ଟାର୍ଗେଟ କରୁଛନ୍ତି। ପୋଲିସ ଗୋଇନ୍ଦା ବିଫଳତା କାରଣରୁ ଏହି ଧଳା ଜହର କାରବାର ବଢ଼ିଚାଲିଥିବାବେଳେ
ଏହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଅଭିଭାବକ।
ରାଜଧାନୀ ଭୁବନେଶ୍ୱରରେ କମିଶନରେଟ୍‌ ପୋଲିସର ଘନଘନ ଚଢ଼ାଉ ପରେ ଏବେ ନିଶା ବେପାରୀମାନେ ରାଜ୍ୟରେ କେନ୍ଦ୍ରାଞ୍ଚଳରେ ଅବସ୍ଥିତ ଢେଙ୍କାନାଳ ମୁହଁା ହୋଇଛନ୍ତି। ସହରତଳି ଅଞ୍ଚଳରେ ସେମାନେ ଯୋଜନାବଦ୍ଧ ଭାବେ ନିଜର ନେଟ୍‌ଓ୍ବାର୍କ ବଢ଼ାଉଛନ୍ତି। ପୋଲିସ ସ୍କାନରରେ ନ ଥିବା ବ୍ୟକ୍ତିଙ୍କୁ ସେମାନେ ଏହି କାର୍ଯ୍ୟରେ ନିୟୋଜିତ କରୁଛନ୍ତି। ଫଳରେ ସେମାନଙ୍କୁ ଧରିବା କାଠିକର ପାଠ ହୋଇପଡୁଛି।
ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଦୀର୍ଘଦିନ ହେଲା ଢେଙ୍କାନାଳ ସହରରେ ବ୍ରାଉନସୁଗାର କାରବାର ଚାଲିଛି। ନିଶା ପ୍ରତି ଆକର୍ଷିତ ଥିବା ଯୁବଗୋଷ୍ଠୀକୁ ସେମାନେ ସହଜରେ ବ୍ରାଉନସୁଗାର ଜାଲରେ ଫସାଉଛନ୍ତି। ଏଥିରେ ୧୬ରୁ ୨୦ବର୍ଷ ବୟସର ପିଲା ସର୍ବାଧିକ ପ୍ରଭାବିତ ହେଉଛନ୍ତି। ସହରକୁ ବିଭିନ୍ନ ମାଧ୍ୟମରେ ବ୍ରାଉନସୁଗାର ଆସୁଛି। ଏ ନେଇ ଅବକାରୀ ବିଭାଗ ପାଖରେ ମଧ୍ୟ ସୂଚନା ରହିଛି। ହେଲେ ଅଭିଯୁକ୍ତଙ୍କୁ ଧରିବାରେ ସଫଳତା ମିଳୁ ନ ଥିଲା। ଗତ ସପ୍ତାହରେ ଅବକାରୀ ବିଭାଗର ଫ୍ଲାଇଂ ସ୍କ୍ବାଡ୍‌ ଏବଂ ପୋଲିସ ପକ୍ଷରୁ ମିଳିତ ଭାବେ ଚଢ଼ାଉ କରାଯାଇ ବାଜିଚୌକ ଅଞ୍ଚଳରୁ ପ୍ରଥମ କରି ୨୨ଗ୍ରାମ୍‌ ବ୍ରାଉନସୁଗାର ଜବତ କରାଯାଇଥିଲା, ଯାହାର ଆନୁମାନିକ ମୂଲ୍ୟ ୨ଲକ୍ଷ ୨୦ ହଜାର ଟଙ୍କା ହେବ। ଏହି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ୨ଜଣ ଗିରଫ ହୋଇଛନ୍ତି। ଏହାପରେ ଉଭୟ ପୋଲିସ ଏବଂ ଅବକାରୀ ବିଭାଗ ଅଧିକାରୀଙ୍କ ଚିନ୍ତା ବଢ଼ିଯାଇଛି।
ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପୁରୀ, କଟକ, ଖୋର୍ଦ୍ଧା ଅଞ୍ଚଳରୁ ଢେଙ୍କାନାଳ ସହରକୁ ବ୍ରାଉନସୁଗାର ଆସୁଛି। ଧରାପଡ଼ିବା ଆଶଙ୍କା ଥିବାରୁ ଏବେ କଟକରୁ ଧଳାଜହର ଆଣିବାକୁ ସ୍ଥାନୀୟ ବ୍ୟବସାୟୀ ସୁରକ୍ଷିତ ମଣୁନାହାନ୍ତି। ତେଣୁ ସେମାନେ ଏବେ ପୁରୀ ଏବଂ ଖୋର୍ଦ୍ଧା ଅଞ୍ଚଳର ନିଶା ବେପାରୀଙ୍କ ଆଡ଼କୁ ଢଳିଛନ୍ତି। ରାମେଶ୍ୱରପୁର ଓଭରବ୍ରଜ୍‌, କଣ୍ଟାନାଳି ବାଇପାସ୍‌, ବସ୍‌ଷ୍ଟାଣ୍ଡ୍‌, କଲେଜ ବାଇପାସ୍‌, ଶ୍ୟାମାଚରଣପୁର ପାସେଞ୍ଜର ହଲ୍ଟ, କୁଞ୍ଜକାନ୍ତ ପୋଖରୀ ହୁଡ଼ା, ଶ୍ମଶାନ ପଡ଼ିଆରେ ସନ୍ଧ୍ୟାରୁ ବିଳମ୍ବିତ ରାତି ଯାଏ ଏହି ଦାମୀ ନିଶା ବେପାର ଚାଲୁଛି। ଖାଲି ଦିଆସିଲି କିମ୍ବା ସିଗାଟେର ପ୍ୟାକେଟରେ ସୁରକ୍ଷିତ ଭାବେ ଗ୍ରାହକଙ୍କ ପାଖରେ ପହଞ୍ଚତ୍ୟାଉଛି ବ୍ରାଉନ୍‌ ସୁଗାର। ପୋଲିସ ପାଟ୍ରୋଲିଂ ଗାଡ଼ି ଦେଖି ଯୁବକମାନେ ଦୌଡ଼ି ପଳାଉଛନ୍ତି। ଧରାପଡୁଥିବା ନାବାଳକମାନଙ୍କୁ ତାଗିଦ୍‌ କରି ପୋଲିସ ଅଭିଭାବକଙ୍କ ଜିମା ଦେଉଛି। ଏଥିପ୍ରତି ସଚେତନ ହେବାକୁ ପରିବାର ଲୋକଙ୍କୁ କୁହାଯାଉଛି। ତଥାପି ଏହାକୁ ଘର କେହି ସେତେଟା ଗୁରୁତ୍ୱ ଦେଉନାହାନ୍ତି। ତେଣୁ କଲେଜ ପଢୁଆ ପିଲାମାନେ ଧୀରେ ଧୀରେ ନିଶା କବଳିତ ହେଉଛନ୍ତି।
ଏ ସଂକ୍ରାନ୍ତରେ ଜିଲା ଅବକାରୀ ଅଧୀକ୍ଷକ ମନୋଜ ସେଠୀ କୁହନ୍ତି, ବ୍ରାଉନସୁଗାର ସହରକୁ ଆସୁଥିବା ସୂଚନା ଅଛି। ଠୋସ୍‌ ଖବର ମିଳିଲେ ଚଢ଼ାଉ କରାଯାଉଛି। ପ୍ରଥମ ଥର ପାଇଁ ବାଜିଚୌକ ଅଞ୍ଚଳରୁ ୨୨ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି। ଏପରି ନିଶା କାରବାର ରୋକିବାକୁ ବିଭାଗ ଆଲର୍ଟ ରହିଥିବା ସେ ସୂଚନା ଦେଇଛନ୍ତି। ସେହିପରି ଏସ୍‌ପି ଅନୁପମା ଜେମ୍‌ସ କୁହନ୍ତି, ପୋଲିସ ମଧ୍ୟ ଏଥି ପ୍ରତି ସଜାଗ ରହିଛି। ସୂଚନା ମିଳିବା କ୍ଷଣି ଚଢ଼ାଉ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କଳାକାରଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ବଢ଼ିଲା ସହାୟତା ଭତ୍ତା, ଉପକୃତ ହେବେ ୪୭ ହଜାର

ଭୁବନେଶ୍ୱର,୨୮ା୧୨: କେନ୍ଦୁଝର ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର କଳାକାରମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ରେ...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍‌ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...

ପୃଥକ ଦୁର୍ଘଟଣା: ଅଟୋ-ବାଇକ୍‌ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, ଜଳିଗଲା କାର୍‌

ବ୍ରହ୍ମଗିରି,୨୮।୧୨: ଜାତୀୟ ରାଜପଥ ବ୍ରହ୍ମଗିରି ପଣଷପଦା ନିକଟରେ ରବିବାର ଏକ ଅଘଟଣ ଘଟିଛି। ଚିଲିକାରୁ ଫେରୁଥିବା ଏକ କାର୍‌ ରାଜପଥରେ ଜଳି ଯାଇଛି। CNG ଗ୍ୟାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri