Posted inଜାତୀୟ

ଆର୍‌ଜେଡିକୁ ପାନେ ଦେବେ ନୀତୀଶ କୁମାର: କରୁଛନ୍ତି ଏମିତି ପ୍ଲାନ୍‌

ପାଟନା,୧୯।୮: ଆରଜେଡିକୁ ଚକିତ କରିବା ପାଇଁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପୁଣି ଥରେ ଯୋଜନା ପ୍ରସ୍ତୁତ କରିଛନ୍ତି। ଗୋଟିଏ ପଟେ ଆସନ୍ତା ବର୍ଷ ୨୦୧୫ରେ ବିହାର ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ଅନ୍ୟ ପଟେ ଡିଫେନ୍ସ ଖେଳ ବର୍ତ୍ତମାନଠାରୁ ଆରମ୍ଭ ହୋଇଥିବା ଜଣାପଡିଛି। ସୂଚନାନୁସାରେ, ଆରଜେଡିର ଜାତୀୟ ସାଧାରଣ ସମ୍ପାଦକ ତଥା ବିହାର ସରକାରରେ ଦୀର୍ଘ ଦିନ ଧରି ମନ୍ତ୍ରୀ ଶ୍ୟାମ ରାଜକ ଦଳ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଖୁବ ଶୀଘ୍ର ସେ ଜେଡିୟୁରେ ଯୋଗ ଦେଇପାରନ୍ତି।
ମନ୍ତ୍ରୀ ପଦ ଛାଡିବା ପରେ ଜେଡିୟୁରୁ ଇସ୍ତଫା ଦେଇଥିବା ଶ୍ୟାମ ରାଜକ ଆରଜେଡିରେ ଯୋଗ ଦେଇ ଆଶା କରିଥିଲେ ଯେ, ଆରଜେଡି ତାଙ୍କୁ ୨୦୨୦ରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଫୁଲୱାରୀରୁ ଟିକେଟ ଦେବେ, କିନ୍ତୁ ତାହା ହୋଇ ନ ଥିଲା। ୨୦୨୦ ନିର୍ବାଚନ ଫଳାଫଳ ପରେ ଶ୍ୟାମ ରାଜକଙ୍କ ଆଶା ପୁଣିଥରେ ଉଠିଥିଲା ଯେ ବୋଧହୁଏ ଦଳ ତାଙ୍କୁ ବିଧାନ ପରିଷଦର ସଦସ୍ୟ କରିବ, କିନ୍ତୁ ଏହା ମଧ୍ୟ ହୋଇ ନ ଥିଲା। ଦଳ ମୁନି ରାଜକଙ୍କୁ ବିଧାନ ପରିଷଦର ସଦସ୍ୟ କରିଥିଲା।
ଏଭଳି ପରିସ୍ଥିତିରେ ଦଳରେ କ୍ରମାଗତ ଭାବରେ ଦଳିତ ହୋଇ ରହିଥିବା ଶ୍ୟାମ ରାଜକ ପୁଣି ଥରେ ଦଳ ପରିବର୍ତ୍ତନ କରିବାକୁ ପ୍ରସ୍ତୁତ ହେଉଛନ୍ତି। କିଛି ଦିନ ପୂର୍ବରୁ ଶ୍ୟାମ ରାଜକ ଜେଡିୟୁ ଜାତୀୟ ସଭାପତି ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ମଧ୍ୟ ଭେଟିଥିଲେ। ଯଦିଓ ଏହି ବୈଠକ ଶ୍ୟାମ ରାଜକଙ୍କ ଦ୍ୱାରା ଗୁପ୍ତରେ ଅନୁଷ୍ଠିତ ହୋଇଥିଲା, କିନ୍ତୁ ବର୍ତ୍ତମାନ ଆଲୋଚନା ତୀବ୍ର ହୋଇଛି ଯେ ଶ୍ୟାମ ରାଜକ ଜେଡିୟୁକୁ ଫେରିବାକୁ ଯାଉଛନ୍ତି।
ତେବେ ଶ୍ୟାମ ରାଜକ ଆସନ୍ତା ମାସରେ ଜନତା ଦଲ ୟୁନାଇଟେଡରେ ଯୋଗ ଦେଇପାରନ୍ତି। ଦଳ ମଧ୍ୟ ତାଙ୍କୁ ବଡ଼ ଦାୟିତ୍ୱ ଦେଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri