ବର୍ଷାରେ ବେହାଲ ରେଶମ ସହର

ବ୍ରହ୍ମପୁର ଅଫିସ,୨୧ା୮- ବର୍ଷାରେ ପୁଣି ବେହାଲ ହୋଇଛି ବ୍ରହ୍ମପୁର ମହାନଗର ନିଗମର ବହୁ ଅଞ୍ଚଳ। ମଙ୍ଗଳବାର ଅପରାହ୍ନରେ ମାତ୍ର ଦେଢଘଣ୍ଟା ବର୍ଷାରେ ସହରର ଅନେକ ଅଞ୍ଚଳ ଜଳାର୍ଣ୍ଣବ ହୋଇଥିବା ଦେଖିବାକୁ ମିଳିଥିଲା। ରାସ୍ତା ଉପରେ ପ୍ରାୟ ୨ ଫୁଟ ଉଚ୍ଚର ବର୍ଷାଜଳ ସହ ଡ୍ରେନ୍‌ଗୁଡିକର ଜଳ ପ୍ରବାହିତ ହୋଇଥିବା ବେଳେ ଅନେକ ଅଞ୍ଚଳ ପ୍ରାୟ ୩ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଜଳବନ୍ଦୀ ହୋଇ ରହିଥିଲା। ତେବେ ବର୍ଷାଦିନ ପୂର୍ବରୁ ଡ୍ରେନ୍‌ ସଫା ଓ ନିର୍ମାଣ ଦିଗରେ ବିଏମ୍‌ସିର ଅବହେଳା ଯୋଗୁ ଏପରି ହୋଇଛି। ବର୍ଷାଦିନକୁ ଦୃଷ୍ଟିରେ ରଖି ଡ୍ରେନ୍‌ ସଫା ଓ ଜଳ ନିଷ୍କାସନ ଦିଗରେ ପଦକ୍ଷେପ ନିଆଯାଉଥିବା ନେଇ ବିଏମ୍‌ସି ପକ୍ଷରୁ କୁହାଯାଉଥିବା ବେଳେ ଅନେକ ଅଞ୍ଚଳରେ ଡ୍ରେନ୍‌ର ବର୍ଷାଜଳ ନିଷ୍କାସନ ବାଧାପ୍ରାପ୍ତ ଯୋଗୁ ଏଭଳି କୁତ୍ରିମ ବନ୍ୟା ପରିସ୍ଥିତି ଉପୁଜିଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।
କିଛିଦିନ ପୂର୍ବେ ଲଘୁଚାପ ଜନିତ ଦୁଇଦିନ ବର୍ଷାରେ ସହରର ଗଜପତି ନଗର, ନୀଳାଞ୍ଚଳ ନଗର ଓ ପ୍ରେମନଗର ଭଳି କେତେକ ଅଞ୍ଚଳ ଜଳମଗ୍ନ ହୋଇଥିଲା। ମଙ୍ଗଳବାର ଅପରାହ୍ନରେ ପୁଣି ମୌସୁମୀ ବର୍ଷାରେ ସହରର ଅନେକ ଅଞ୍ଚଳରେ କୁତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ୫ ନଂ. ୱାର୍ଡ ତୁଳସୀନଗର ଦ୍ୱିତୀୟ, ତୃତୀୟ, ଷଷ୍ଠ, ସପ୍ତମ ଲାଇନ ସମେତ ୬ ନଂ. ୱାର୍ଡ ଲୋଚାପଡା ବ୍ୟାଙ୍କ କଲୋନୀ, ଭବାନୀନଗର ପ୍ରଭୃତି ଆଦି ଅଞ୍ଚଳରେ ପ୍ରାୟ ୨ ଫୁଟ ଉଚ୍ଚରେ ନର୍ଦ୍ଦମା ମିଶା ବର୍ଷାଜଳ ଜମି ରହିଥିଲା। ଅନେକଙ୍କ ଘରମଧ୍ୟକୁ ଏହି ନର୍ଦମା ମିଶା ବର୍ଷାଜଳ ପଶିଥିବା ଦେଖିବାକୁ ମିଳିିଥିଲା। ଫଳରେ ପ୍ରାୟ ୩ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ବିଭିନ୍ନ ଅଞ୍ଚଳକୁ ଯାତାୟାତ ବାଧାପ୍ରାପ୍ତ ହୋଇଥିବା ଜଣାପଡିଛି।
ବ୍ରହ୍ମପୁରରେ ୨୦୧୮ରେ ବିିଭିନ୍ନ ୱାର୍ଡରେ ଉନ୍ନତି ଯୋଜନା, ବିଏମ୍‌ସି ଫଣ୍ଡ ଓ ଓଡିଆରପିରେ ଡ୍ରେନ୍‌ ନିର୍ମାଣ ନେଇ ଭିତ୍ତପ୍ରସ୍ତର ସ୍ଥାପନ କରାଯାଇଥିଲା। କିନ୍ତୁ ଅଦ୍ୟାବଧି ଅନେକ ଅଞ୍ଚଳରେ ଡ୍ରେନ୍‌ ନିର୍ମାଣ ତଥା ପୁନରୁଦ୍ଧାର ହୋଇ ନ ଥିବା ଅଭିଯୋଗ ହୋଇଛି। ୫ ନଂ. ୱାର୍ଡ ତୁଳସୀନଗର ଷଷ୍ଠ ଗଳିରେ ଡ୍ରେନ୍‌ ଅଧାରୁ ପୋତି ହୋଇଯାଇଥିବା ଏହାର ପୁନରୁଦ୍ଧାର ଦିଗରେ ପଦକ୍ଷେପ ନିଆଯାଇନାହିଁ। ଫଳରେ ବର୍ଷାଜଳ ନିଷ୍କାସନ ପ୍ରଭାବିତ ହୋଇଥିଲା। ନର୍ଦ୍ଦମା ଜଳ ଉକ୍ତ ଅଞ୍ଚଳର ଘରେ ପଶିଯାଇଥିଲା। ସେହିପରି ପ୍ରେମନଗର ରାସ୍ତାରେ ଡ୍ରେନ୍‌ ଅବ୍ୟବସ୍ଥା ଯୋଗୁ ନର୍ଦ୍ଦମା ମିଶା ବର୍ଷାଜଳ ମୁଖ୍ୟରାସ୍ତାରେ ଜମି ରହିବା ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ରାମଲିଙ୍ଗମ ଟେମ୍ପୁଲ ରୋଡ ନର୍ଦ୍ଦମାଜଳ ପ୍ରାୟ ୨ ଫୁଟ ଉଚ୍ଚରେ ପ୍ରବାହିତ ହେବା ସହ ନିକଟସ୍ଥ ବିଏମ୍‌ସି କାର୍ଯ୍ୟାଳୟ, ସ୍କୁଲ ମଧ୍ୟରେ ପଶିଯାଇଥିଲା। ଲୋଚାପଡା ବ୍ୟାଙ୍କ କଲୋନୀ, ଭବାନୀନଗର ଅଞ୍ଚଳରେ ମଧ୍ୟ ଅନୁରୂପ ପରିସ୍ଥିତ ଦେଖିବାକୁ ମିଳିଥିଲା। ବିଗତ ୨ ରୁ ୩ ବର୍ଷ ପରେ ପୁଣି ଚଳିତ ବର୍ଷ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବାରୁ ବିଏମ୍‌ସି ପକ୍ଷରୁ ବର୍ଷାଜଳ ନିଷ୍କାସନ ଦିଗରେ ପଦକ୍ଷେପ ନିଆଯାଉ ନ ଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଅନ୍ୟପକ୍ଷରେ ଡ୍ରେନ୍‌ର କ୍ଷମତାଠାରୁ ଅଧିକ ପରିମାଣର ବର୍ଷା ହୋଇଥିବାରୁ ଏଭଳି ପରିସ୍ଥିତ ଉପୁଜିଛି। ବର୍ଷାଜଳ ଜମି ରହିଥିବା ତଥା ଡ୍ରେନ୍‌ ଚୋକ ହୋଇଥିବା ଅଞ୍ଚଳକୁ ସ୍ବତନ୍ତ୍ର ଟିମ୍‌ ପଠାଯାଇଛି। ଡ୍ରେନ୍‌ ସଫା ଓ ଅଞ୍ଚଳରେ ଜମି ରହିଥିବା ଜଳ ନିଷ୍କାସନ ଦିଗରେ ପଦକ୍ଷେପ ନିଆଯାଇଥିବା କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

ପ୍ରତିଷ୍ଠା ଦିବସର ଦିନକ ପରେ ବଡ଼ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୮ା୧୨(ସୁନିତ୍‌ ମିଶ୍ର): ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ...

୭୦% ଚାଷୀଙ୍କୁ ମିଳୁନି କେସିସି ଋଣ

ଭୁବନେଶ୍ୱର,୨୭।୧୨(ରବିନାରାୟଣ ଜେନା): ରାଜ୍ୟରେ ଚାଷୀଙ୍କ ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁବିଧ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏହାକୁ ତୃଣମୂଳସ୍ତରରେ କାର୍ଯ୍ୟକାରୀ କରିବା...

୧୦ମ ଶ୍ରେଣୀ ଇତିହାସ, ରାଜନୀତି ବିଜ୍ଞାନ ବହିରେ ଭୁଲ୍‌ ତଥ୍ୟ

ଭଦ୍ରକ,୨୮।୧୨(ସନାତନ ରାଉତ): ୨୦୧୩ ମସିହାରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ମୁଦ୍ରିତ ଓ ପ୍ରକାଶିତ ୧୦ମ ଶ୍ରେଣୀ ଇତିହାସ ଓ ରାଜନୀତି ବିଜ୍ଞାନ ବହିରେ...

ପହିଲାରୁ ୩ ଡିଗ୍ରୀ ବଢ଼ିବ ତାପମାତ୍ରା

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ରାଜ୍ୟରେ ପ୍ରବଳ ଶୀତ ସହ କୁହୁଡ଼ି ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହେବାରେ ଲାଗିଛି। ୩୧ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri