Posted inଖେଳ

ଆଇପିଏଲ୍‌ ୨୦୨୫ ପୂର୍ବରୁ ଗୁଜରାଟ ଟାଇଟନ୍ସକୁ ଲାଗିବ ଆଉ ଏକ ଝଟ୍‌କା? ପ୍ରୀତି ଜିଣ୍ଟାଙ୍କ ସହ ନୂଆ ପ୍ରୋଜେକ୍ଟରେ…

ନୂଆଦିଲ୍ଲୀ,୨୪।୭: ଆଇପିଏଲ୍‌ ୨୦୨୫ରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ଟୁର୍ନାମେଣ୍ଟ ଆରମ୍ଭ ହେବାକୁ ଅନେକ ମାସ ଥିଲେ ହେଁ ଏବେଠାରୁ କିଛି ଖେଳାଳିଙ୍କ ଦଳଡିଆଁ ଖବର ସାମ୍ନାକୁ ଆସୁଛି। ଏସବୁ ନାମରେ ଶୁଭମନ ଗିଲଙ୍କ ନାମ ଯୋଡ଼ି ହୋଇଛି। ସେ ପଞ୍ଜାବ କିଙ୍ଗ୍ସ ଯାଇପାରନ୍ତି ବୋଲି ଚର୍ଚ୍ଚା ବଢ଼ିବାରେ ଲାଗିଛି। ଯଦି ଏହା ହୁଏ ତେବେ ଆଇପିଏଲ୍‌ ପୂର୍ବରୁ ଗୁଜରାଟକୁ ଆଉ ଏକ ବଡ ଝଟ୍‌କା ଲାଗିପାରେ। ଗୁଜରାଟ କୋଚ୍‌ ଆଶୀଷ ନେହେରା ପୂର୍ବରୁ ଦଳ ଛାଡ଼ିବେ ବୋଲି ସ୍ପଷ୍ଟ ହୋଇଛି। ଏବେ ଗିଲଙ୍କୁ ନେଇ ସେଭଳି କିଛି ଅନୁମାନ କରାଯାଉଛି।

ଆପଣ ଭାବୁଥିବେ ଚର୍ଚ୍ଚା ପଛର କାରଣ କ’ଣ। ତେବେ ପଞ୍ଜାବ କିଙ୍ଗ୍ସର କୋ-ଓନର ପ୍ରୀତି ଜିଣ୍ଟାଙ୍କ ସହ ଗିଲଙ୍କ ଭିଡିଓ ସାମ୍ନାକୁ ଆସିଛି। ସେଥିରେ ସେ ବ୍ୟାଟ୍‌ ବୁଲାଉଥିବା ଦେଖାଯାଉଛି। ଭିଡିଓକୁ ପ୍ରୀତି ନିଜର ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଖୁବ୍‌ଶୀଘ୍ର ସେ ଏଥିନେଇ ସମସ୍ତଙ୍କ ସହ ସୂଚନା ବାଣ୍ଟିବେ ବୋଲି କହିଛନ୍ତି।

ତେବେ ଭିଡିଓଟି ପ୍ରୀତିଙ୍କ ଏକ ପ୍ରୋଜେକ୍ଟର, ଯେଉଁଥିରେ ସେ ଗିଲଙ୍କ ସହ କାମ କରୁଛନ୍ତି। ଏହି ପ୍ରୋଜେକ୍ଟରେ କ୍ରିକେଟ ଏବଂ ଫିଟ୍‌ନେସର ମିଶ୍ରଣ ଦେଖିବାକୁ ମିଳିବ। ଏଣୁ କ’ଣ ଏହି ପ୍ରୋଜେକ୍ଟ ଭଳି ପ୍ରୀତିଙ୍କ ପଞ୍ଜାବଙ୍କୁ ଗିଲ୍‌ ଚାଲିଯିବେ ବୋଲି କୁହାଯାଉଛି।

କହିରଖୁଛୁ, ଗିଲ୍‌ ଏବେ ଆଇପିଏଲ୍‌ରେ ଗୁଜରାଟ ଟାଇଟନ୍ସର ଅଧିନାୟକ ଅଛନ୍ତି। ତାଙ୍କୁ ଫ୍ରାଞ୍ଚାଇଜ ଆଇପିଏଲ୍‌ ୨୦୨୪ ସମୟରେ ଅଧିନାୟକ କରିଥିଲା। ଗିଲଙ୍କ ଅଧିନାୟକତ୍ୱରେ ଗୁଜରାଟ ଆଇପିଏଲ୍‌ର ଗ୍ରୁପ୍‌ ଷ୍ଟେଜ୍‌ ଖେଳି ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା।

 

View this post on Instagram

 

A post shared by Preity G Zinta (@realpz)


Enter your email to get our daily news in your inbox.

All Right Reserved By Dharitri.Com

ମାନବାଧିକାର, ଆମର ଦୈନନ୍ଦିନ ଆବଶ୍ୟକତା

ଆଜି ସାରା ବିଶ୍ୱରେ ଅନ୍ତର୍ଜାତୀୟ ମାନବାଧିକାର ଦିବସ ପାଳନ ହେଉଛି । ଚଳିତ ବର୍ଷ ଜାତିସଂଘ ତରଫରୁ ଏହି ଦିବସ ପାଇଁ ସ୍ଲୋଗାନ ରହିଛି ”ମାନବାଧିକାର,...

୧୬ ବର୍ଷ ପରେ ହତ୍ୟା ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଭଞ୍ଜନଗର,୧୦/୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ନୂଆଁପଲ୍ଲୀ ଗ୍ରାମର ଟୁକୁନା ନାଇକଙ୍କୁ ପୋଲିସ ଏକ ହତ୍ୟା ମାମଲାରେ ସୋମବାର ଗିରଫ କରିଛି। ଏହାପରେ ତାଙ୍କୁ...

ଭଞ୍ଜନଗରରେ ଖୁସିର ଲହରୀ: ପ୍ରଦ୍ୟୁମ୍ନ ଭାଜପା ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି

ଭଞ୍ଜନଗର,୧୦।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ୍ନ କୁମାର ନାୟକଙ୍କୁ ଭାଜପା ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି ଭାବେ ମଙ୍ଗଳବାର ନିଯୁକ୍ତି ଦିଆଯାଇଛି। ଏହି ଖବର...

ଚାଷୀ ମହଲରେ ଚାଞ୍ଚଲ୍ୟ, ଚର୍ଚ୍ଚାରେ ନିଷ୍ପତ୍ତି: କଟନୀଛଟନୀକୁ ସରକାରୀ ମୋହର୍‌!

ବରଗଡ଼,୧୦।୧୨(ପ୍ରେମାନନ୍ଦ ଖମାରୀ): ଧାନ ସଂଗ୍ରହ ପ୍ରକ୍ରିୟାରେ କଟନୀଛଟନୀ ନୂଆ କଥା ନୁହେଁ। ପ୍ରତିବର୍ଷ ବିଭିନ୍ନ ଆଳ ଦେଖାଇ ଧାନ କଟନୀଛଟନୀ ହୋଇଥାଏ। କେତେବେଳେ ମଣ୍ଡିରେ ତ...

ଯୁକ୍ତ୨ ପରୀକ୍ଷା ସୂଚୀରେ ପରିବର୍ତ୍ତନ

ଭୁବନେଶ୍ୱର,୧୦।୧୨(ସୁଚିସ୍ମିତା ସାହୁ): ଯୁକ୍ତ୨ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପରିବର୍ତ୍ତିତ ସୂଚୀ ଅନୁଯାୟୀ, ମାର୍ଚ୍ଚ ୧୧ରେ ହେବାକୁ...

ନ୍ୟୁୟର୍କ ଟାଇମ୍ସ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ,୧୦ା୧୨(ପି.ଟି.):ବଲିଉଡ୍‌ ଅଭିନେତା ଶାହରୁଖ୍‌ ଖାନ୍‌ ନ୍ୟୁୟର୍କ ଟାଇମ୍ସର ୬୭ ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ସ୍ଥାନିତ ହୋଇଛନ୍ତି। ୨୦୨୫ ବର୍ଷ ପାଇଁ ପ୍ରକାଶିତ ଏହି ତାଲିକାରେ...

ଆଦାନୀ ଗ୍ରୁପ କଲା ବଡ଼ ଡିଲ୍‌, ଭାରତରେ ପାଇଲଟ ଟ୍ରେନିଂ ଓ ପ୍ରତିରକ୍ଷା ସିମୁଲେସନରେ ହେବ ପରିବର୍ତ୍ତନ!

ନୂଆଦିଲ୍ଲୀ,୯।୧୨: ଆଡାନୀ ଗ୍ରୁପର ପ୍ରତିରକ୍ଷା ଓ ଏରୋସ୍ପେସ ଆର୍ମ ADSTL (ଆଡାନୀ ଡିଫେନ୍ସ ସିଷ୍ଟମ୍ସ ଏଣ୍ଡ ଟେକ୍ନୋଲୋଜିଜ ଲିମିଟେଡ) ଏବଂ ପ୍ରାଇମ ଏରୋ ସର୍ଭିସେସ LLP...

ପାଦରେ ସୁନା ପିନ୍ଧିବା କାହିଁକି ଅଶୁଭ? ପିନ୍ଧିଲେ ମାଡ଼ି ଆସିବ…

ବର୍ତ୍ତମାନ, ସୁନା ବିଶ୍ୱର ସବୁଠାରୁ ମହଙ୍ଗା ଧାତୁ ମଧ୍ୟରୁ ଗୋଟିଏ। ସୁନା ସମସ୍ତଙ୍କୁ ଆକର୍ଷିତ କରେ। ମହିଳାମାନେ ସୁନା ଅଳଙ୍କାରକୁ ଭଲ ପାଆନ୍ତି। ଅଳଙ୍କାର ପିନ୍ଧିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri