ଲଗାଣ ବର୍ଷାରେ ଧାନତଳି ନଷ୍ଟ ଆଶଙ୍କାରେ ଚାଷୀ

ନିରାକାରପୁର,୨୦ା୭(ମାନସ ଚନ୍ଦ୍ର ପଟ୍ଟନାୟକ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ୨ଦିନ ଧରି ଲଗାଣ ବର୍ଷା ଜାରି ରହିଛି। ଫଳରେ ଧାନଜମିରେ ବର୍ଷା ପାଣି ଲହଡ଼ି ଭାଙ୍ଗୁଥିବା ବେଳେ ତଳି କିଆରିରେ ପାଣି ବୁଡି ରହିବା କାରଣରୁ ଗଜା ଧାନ ନଷ୍ଟ ହେବା ନେଇ ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛି। ଚାଷୀ ଭୋଇ ପ୍ରଧାନ କୁହନ୍ତି, ଗତ ଅକ୍ଷୟ ତୃତୀୟାରେ ସେ ନିଜ ଜମିରେ ଧାନ ବୁଣି ଅନୁକୂଳ କରିଥିଲେ। ହେଲେ ମୌସୁମୀର ଲୁଚକାଳି ଖେଳ ଯୋଗୁ ପାଣି ନ ପାଇ ଗଜା ହେଲାନି। ବାଧ୍ୟ ହୋଇ ପୁଣି ଏବେ ମୌସୁମୀ ଆଗମନ ଦେଖି ସୋସାଇଟିରୁ ଧାନ କିଣି ଅଧମାଣ ଜମିରେ ତଳି ପକାଇଥିଲି, ହେଲେ ଧାନ ଆଖି ଦୃଷ୍ଟିଆ ହେଲା ବେଳକୁ ବର୍ଷା ଏବେ ଦାଉ ସାଜିଛି। ସେହିପରି ଚାଷୀ ଅଶୋକ ମହାପାତ୍ର କୁହନ୍ତି, ସେ ମଧ୍ୟ ଡିଆ ମୌଜାରେ ଥିବା ଜମିରେ ଅଧମାଣ ଜମିରେ ଧାନ ତଳି ପକାଇଥିଲେ। ହେଲେ କାଁଭାଁ ଗଛ ଉଠିଛି କି ନାହିଁ ଏବେ ତଳି କ୍ଷେତ ପାଣିରେ ବୁଡ଼ି ରହିଛ। ସେହିପରି ଚାଷୀ ସୁନୀଲ କୁମାର ସୁବୁଦ୍ଧି କୁହନ୍ତି ସେ ମଧ୍ୟ ମୌସୁମୀର ଲୁଚକାଳି ଖେଳ ଦେଖି ନିଜର ମାଣେ ଜମିରେ ତଳି ପକାଇଥିଲେ। ହେଲେ ତଳି କିଆରିରେ ବର୍ଷା ପାଣିର ଲହଡ଼ି ଦେଖି ଚଳିତ ବର୍ଷ ଧାନ ଜମିକୁ କିପରି ଉଠିଆ କରିବି ବୋଲି ଭାବି ମୁଣ୍ଡରେ ହାତ ଦେଇ ବସିଛନ୍ତି। ବିଶେଷକରି ଏହି ଲଘୁଚାପଟି ଆହୁରି ଅଧିକ ଘନୀଭୂତ ହୋଇ ଏହାର ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ବିଭିନ୍ନ ଗଣମାଧ୍ୟମରୁ ଖବର ପାଇ ସ୍ଥାନୀୟ ଚାଷୀକୁଳ ଏବେ ଚିନ୍ତାରେ ପଡ଼ିଛନ୍ତି। ଏନେଇ ଟାଙ୍ଗୀବ୍ଲକ ଗ୍ରାମସେବକ ପ୍ରତାପ କୁମାର ସାହୁଙ୍କୁ ପଚାରିବାରେ ଆମ ବ୍ଲକ ଅଞ୍ଚଳରେ ଚାଷୀଭାଇମାନଙ୍କ ପାଇଁ ବର୍ଷାର ଆବଶ୍ୟକତା ଥିଲା। ତଥାପି ଯେତିକି ବର୍ଷା ହୋଇଛି ତାହା ଆବଶ୍ୟକତାଠାରୁ ଅଧିକ। ତେବେ ଯଦି କୌଣସି ଖାଲୁଆ ଜମିରେ ଥିବା ତଳି କ୍ଷେତରେ ପାଣି ବୁଡି ରହିଛି ତେବେ କିଛି ଅସୁବିଧା ନାହିଁ କି ଚାଷୀ ଭାଇମାନେ ଚିନ୍ତା କରିବାର ନାହିଁ। ମାତ୍ର ଏହିଭଳି ଯଦି ଆଉ ୪ରୁ ୫ଦିନ ଲଗାଣ ବର୍ଷା ହୋଇ ପାଣି ଜମି ରହିବ ତେବେ ତଳି ଜମି କ୍ଷତିଗ୍ରସ୍ତ ହୋଇପାରେ ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri