ଓଇଜିର ନୂଆ ମାଇଲଷ୍ଟୋନ୍‌

ଭୁବନେଶ୍ୱର,୧୫ା୭(ଅଭୟ ଦାଶ): ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଓଡିଏମ୍‌ ଏଜୁକେଶନାଲ ଗ୍ରୁପ୍‌ (ଓଇଜି) ନିକଟରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ସହ ନୂଆ ମାଇଲଷ୍ଟୋନ୍‌ ହାସଲ କରିଛି। ଉଲ୍ଲେଖଯୋଗ୍ୟ, କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଓଇଜିର ୧୪୨ଜଣ ଶିକ୍ଷକଙ୍କୁ ସ୍କୁଲ ଇନୋଭେଶନ ଆମ୍ବାସାଡର ଭାବେ ପ୍ରମାଣିତ କରାଯାଇଛିି। ବିଶେଷକରି ଶିକ୍ଷକମାନଙ୍କ ମଧ୍ୟରେ ଅଭିନବ ଚିନ୍ତାଧାରା ଏବଂ ଉଦ୍ୟୋଗୀ ଦକ୍ଷତାକୁ ପ୍ରୋତ୍ସାହିତ କରିବା ପାଇଁ ଡିଜାଇନ୍‌ କରାଯାଇଥିବା କଠୋର ସ୍କୁଲ ଇନୋଭେଶନ ଆମ୍ବାସାଡର ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଏହି ଶିକ୍ଷକମାନେ ସଫଳତାର ସହ ଶେଷ କରିଛନ୍ତି।

ସେହିଭଳି ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ପ୍ରସ୍ତୁତ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ୫ଟି ବିସ୍ତୃତ ମଡ୍ୟୁଲ୍‌ ଯଥା ଡିଜାଇନ୍‌ ଥିଙ୍କିଙ୍ଗ ଏବଂ ନୂତନତା, ଭାବନା ଉତ୍ପନ୍ନ ଏବଂ ହ୍ୟାଣ୍ଡହୋଲ୍ଡିଂ, ଉଦ୍ୟମିତା ଏବଂ ପ୍ରୋଟୋଟାଇପ୍‌ ବିକାଶ, ବୌଦ୍ଧିକ ସମ୍ପତ୍ତି ଅଧିକାର ଏବଂ ଅର୍ଥ, ବିକ୍ରି, ଏବଂ ଏଚ୍‌ଆର ଆଦି ସାମିଲ ରହିଛି।

ଏ ସମ୍ପର୍କରେ ଓଡିଏମ୍‌ ଏଜୁକେଶନାଲ ଗ୍ରୁପ(ଓଇଜି)ର ସଂସ୍ଥାପକ ଡା. ସତ୍ୟବ୍ରତ ମିନକେତନ କହିଛନ୍ତି,ଏହି ପ୍ରମାଣପତ୍ର ଆମ ଶିକ୍ଷକମାନଙ୍କର ନିଷ୍ଠା ଏବଂ ପ୍ରତିବଦ୍ଧତାର ପ୍ରତୀକ ହୋଇଥିଲାବେଳେ ଏହା ଏକ ନୂତନତା ଓ ଉଦ୍ୟମିତା ସଂସ୍କୃତିକୁ ଆଗକୁ ନେଇଛି। ଏପରିକି ଇନୋଭେଶନ ଆମ୍ବାସାଡର ହୋଇ ସେମାନେ ବର୍ତ୍ତମାନ ଆମ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଉଦ୍ଭାବନ ଓ ଉଦ୍ୟୋଗର ସଂସ୍କୃତି ସୃଷ୍ଟି କରିବାକୁ ସକ୍ଷମ ହୋଇ ଭବିଷ୍ୟତର ଆହ୍ବାନ ପାଇଁ ସେମାନଙ୍କୁ ପ୍ରସ୍ତୁତ କରୁଛନ୍ତି।

ସେହିଭଳି ନୂତନ ସାର୍ଟିଫାଏଡ ଇନୋଭେଶନ ଆମ୍ବାସାଡର ଓ ଓଡିଏମ ସାଫାୟର୍‌ ଗ୍ଲୋବାଲ୍‌ ସ୍କୁଲର ପ୍ରିନ୍ସିପାଲ ଅମିତ ସିଂହ କହିଛନ୍ତି, ପ୍ରଶିକ୍ଷଣ ପରିବର୍ତ୍ତନଶୀଳ ହୋଇଛି,ଏହା ଆମକୁ କେବଳ ଉଦ୍ଭାବନ ଶିଖାଇବା ପାଇଁ ନୁହେଁ ବରଂ ଆମର ଦୈନନ୍ଦିନ ଶିକ୍ଷାଦାନ ଅଭ୍ୟାସରେ ଏହି ନୀତିଗୁଡ଼ିକୁ ଅନ୍ତର୍ଭୁକ୍ତ କରିବାର ଉପକରଣ ପ୍ରଦାନ କରିଛି। ଏପରିକି ଆମେ ବର୍ତ୍ତମାନ ଭବିଷ୍ୟତର ଉଦ୍ଭାବକ ହେବା ଦିଗରେ ଆମର ଛାତ୍ରୀଛାତ୍ରମାନଙ୍କୁ ପୋଷଣ ଏବଂ ମାର୍ଗଦର୍ଶନ କରିବାକୁ ଅଧିକ ସୁସଜ୍ଜିତ ହୋଇଛୁ।

ଅପରପକ୍ଷରେ ଏହି ୧୪୨ ଜଣ ଶିକ୍ଷକଙ୍କୁ ଇନୋଭେଶନ ଆମ୍ବାସାଡର ଭାବେ ସାର୍ଟିଫିକେଟ୍‌ ମିଳିବା ଓଡିଏମ୍‌ ଏଜୁକେଶନାଲ ଗ୍ରୁପ୍‌ ପାଇଁ ଏକ ନୂଆ ମାଇଲଷ୍ଟୋନ୍‌ ପାଲଟିଛି, ଯାହା ଶିକ୍ଷାଗତ ଉତ୍କର୍ଷତା ଏବଂ ନବସୃଜନ ପ୍ରତି ଓଇଜିର ପ୍ରତିବଦ୍ଧତାକୁ ସୁଦୃଢ଼ କରୁଛି। ଏହି ପଦକ୍ଷେପ ଶିକ୍ଷକମାନଙ୍କ ପାଇଁ ନିରନ୍ତର ବୃତ୍ତିଗତ ବିକାଶର ଗୁରୁତ୍ୱ ଉପରେ ଆଲୋକପାତ କରୁଛି ଏବଂ ଶିକ୍ଷାର ଭବିଷ୍ୟତ ଗଠନରେ ଅଭିନବ ଚିନ୍ତାଧାରାର ଭୂମିକା ଉପରେ ବିସ୍ତୃତ ଭାବେ ଆଲୋକପାତ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦୩୦ ସୁଦ୍ଧା ଭାରତ ହେବ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି; ୭.୩ ଟ୍ରିଲିୟନ ଡଲାରରେ ପହଞ୍ଚିବ GDP

ବେଙ୍ଗାଲୁରୁ,୨୯।୧୨: ଭାରତୀୟ ଅର୍ଥନୀତି ଏକ ନୂତନ ମାଇଲଖୁଣ୍ଟ ଅତିକ୍ରମ କରିଛି। ସୋମବାର ଜାରି ହୋଇଥିବା ଏକ ସରକାରୀ ବିବୃତ୍ତି ଅନୁଯାୟୀ, ୪.୧୮ ଟ୍ରିଲିୟନ ଡଲାର GDP...

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

ଜିଲାପାଳ, ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣି: ସମସ୍ୟା ସମାଧାନ କଲେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପ ଜିଲପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲାପାଳ ଭି. କିର୍ତ୍ତି ଭାସନ ଓ ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri