ବିଧାନସଭାରେ ଲୋକଙ୍କ ସମସ୍ୟା ନେଇ ପ୍ରଶ୍ନ ଉଠାଇବି, ପ୍ରତିଶ୍ରୁତି ଦେଲେ ବିଧାୟକ

କେସିଙ୍ଗା,୧୧ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ଚାଞ୍ଚେର ପଞ୍ଚାୟତର ଅମଠା ଗ୍ରାମକୁ ଭବାନୀପାଟଣା ବିଧାୟକ ସାଗର ଚରଣ ଦାଶ ଗୁରୁବାର ପରିଦର୍ଶନ କରିଛନ୍ତି। ଗତ ଜୁନ୍‌ରେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତିନି ଜଣଙ୍କ ମୃତ୍ୟୁ ଘଟିଥିବା ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ। କିଡ୍‌ନୀ ରୋଗରେ ମୃତ୍ୟୁ ହୋଇଥିବା ତିନି ଜଣ ହେଲେ ହରି ମାଝି,ବନିତା ମାଝି,କୃତିବାସ ଯାନୀ। ଆଉ ତିନି ଜଣ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇଥିବା ମଥୁରା ମାଝି,ଚିନ୍ତାମଣି ମାଝି ଓ ଦକ୍ଷ ଭାଟିଙ୍କୁ ଜିଲା ସ୍ବାସ୍ଥ୍ୟ ବିଭାଗ ତୁରନ୍ତ ଚିକିତ୍ସା କରିବା ଆଲୋଚନା କରିବା ପାଇଁ ପୀଡ଼ିତ ପରିବାରଙ୍କୁ ବିଧାୟକ କହିଥିଲେ। ଉକ୍ତ ଗ୍ରାମରେ ପାନୀୟଜଳର ଘୋର ଅଭାବ ଯୋଗୁ ଲୋକମାନେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରୁଥିବା ବିଧାନସଭାରେ ପ୍ରଶ୍ନ କରିବି ବୋଲି ବିଧାୟକ ପ୍ରକାଶ କରିଛନ୍ତି। ଗ୍ରାମରେ ଆଉ ଜଣେ ଶିଶୁଙ୍କ ମୃତ୍ୟୁ ହୋଇ ଥିବା ପରିବାରଙ୍କ ଘରକୁ ପରିଦର୍ଶନ କରି ସାନ୍ତ୍ୱନା ଦେଇଥିଲେ। ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରି ରନ୍ଧା ଖାଦ୍ୟ ଦେଖିଥିଲେ। ଉକ୍ତ ଗ୍ରାମରେ ଥିବା ସମସ୍ତ ନଳକୂପ ଅଚଳ ହୋଇଛି। ଲୋକମାନେ ପାନୀୟଜଳ ନ ପାଇ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରୁଥିବାରୁ ବିଧାୟକ ଘୋର ଅନୁତାପ କରିଥିଲେ। ଉକ୍ତ ଗ୍ରାମରେ ଥିବା ପୋଖରୀ ପାଣି ନାହିଁ। ଏ ସଂକ୍ରାନ୍ତରେ ବିଧାୟକ ସାଗର ଚରଣ ଦାଶଙ୍କୁ ପଚାରିବାରୁ ଆସନ୍ତା ୩ ମାସରେ ଯାହା ବି ସମସ୍ୟା ଅଛି ଦୂର ହେବ ଏବଂ ବିଧାନସଭାରେ ପ୍ରଶ୍ନ କରିବି ବୋଲି ପ୍ରକାଶ କରିଥିଲେ। ଏହି ପରିଦର୍ଶନ ବେଳେ ଚାଞ୍ଚେର ପଞ୍ଚାୟତର ସରପଞ୍ଚ ଅଞ୍ଜୁ କୁମାର, କେସିଙ୍ଗା ଏନ୍‌ଏସିର ପୂର୍ବତନ କାଉନସିଲର ବିଜୟ ଦୀପ,ବୋରିଆ ପଞ୍ଚାୟତର ପୂର୍ବତନ ସରପଞ୍ଚ ଦେବେନ୍ଦ୍ର ନାଏକ ପ୍ରମୁଖ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ଲେଡ଼ବନ୍ଧ ବୁଲାଣିରେ କାର-ବାଇକ୍‌ ମୁହାଁମୁହିଁ ଧକ୍କା: ମା’ ଗୁରୁତର, ଶିଶୁ ସହ ଦାଦା… 

ମୋହନା,୨୬।୧୨(ମନ୍ମଥ ମିଶ୍ର): ବୁଲାଣିରେ କାର- ବାଇକ ମୁହାଁ ମୁହିଁ ଧକ୍କା। ଜଣେ ମହିଳା ଗୁରୁତର। ସେ ହେଲେ ପ୍ରଭାବତୀ ମଳିକ(୨୦)। ତାଙ୍କ ଅବସ୍ଥା ଗୁରୁତର ଥିବାରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri