Posted inଜାତୀୟ

ମହିଳା କନଷ୍ଟେବଳଙ୍କ ସହ ହୋଟେଲ୍‌ରୁ ଧରାପଡ଼ିଲେ ପୋଲିସ୍‌ ଅଧିକାରୀ, ଏବେ…

ନୂଆଦିଲ୍ଲୀ, ୨୩।୬: ଜଣେ ମହିଳା ପୋଲିସ କର୍ମଚାରୀଙ୍କ ସହ ହୋଟେଲରେ ଧରାପଡିଥିବା ସର୍କଲ ଅଫିସରଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ତାଙ୍କୁ ପୁଣିଥରେ ସର୍କଳ ଅଫିସରରୁ କନଷ୍ଟେବଳ ରାଙ୍କକୁ ଖସାଇ ଦିଆଯଆଇଛି । ଏହି ଘଟଣା ଉତ୍ତର ପ୍ରଦେଶର କାନପୁରରେ ଘଟିଛି ।

ମିଳିଥିବା ସୂଚନା ଅନୁସାରେ ପୋଲିସ୍‌ ଅଧିକାରୀ କ୍ରିପା ଶଙ୍କର ବିଗାପୁର ସର୍କଲ ଅଫିସର ଥିବା ବେଳେ ଏପରି କାଣ୍ଡ ଘଟାଇଥିଲେ । ଜୁଲାଇ ୨୦୨୧ରେ ଛୁଟି ନେବା ପରେ କ୍ରିପାଶଙ୍କର କେଉଁ ଆଡ଼େ ଗାଏବ୍‌ ହୋଇଯାଇଥିଲେ । ପାରିବାରିକ କାରଣ ଦର୍ଶାଇ ତତ୍କାଳୀନ ଉନ୍ନାଓ ଏସ୍ପିଙ୍କ ଠାରୁ କ୍ରିପାଶଙ୍କର ୬ ଜୁଲାଇ ୨୦୨୧ରେ ପୁଣି ଛୁଟି ମାଗିଥିଲେ। କିନ୍ତୁ ଛୁଟି ମଞ୍ଜୁର ହେବା ପରେ ଘରକୁ ଯିବା ପରିବର୍ତ୍ତେ ସେ ଅନ୍ୟତ୍ର ଚାଲି ଯାଇଥିଲେ। ସେ କାନପୁରର ଏକ ହୋଟେଲରେ ଚେକ୍‌ ଇନ୍‌ କରିଥିଲେ । ତାଙ୍କ ସହିତ ଜଣେ ମହିଳା କନଷ୍ଟେବଳ ମଧ୍ୟ ଥିଲେ। ଏହି ସମୟ ମଧ୍ୟରେ ସେ ଉଭୟ ବ୍ୟକ୍ତିଗତ ଏବଂ ସରକାରୀ ମୋବାଇଲ ନମ୍ବର ବନ୍ଦ କରିଦେଇଥିଲେ । ତାଙ୍କର ଦୁଇଟି ଯାକ ନମ଼୍ବର ବନ୍ଦ ରହିଥିବାରୁ ଚିନ୍ତାରେ ପଡ଼ିଥିଲେ ତାଙ୍କ ସ୍ତ୍ରୀ ।

ଏହା ପରେ ସେନ ଜାଣିବାକୁ ପାଇଲେ ଯେ ସ଼୍ବାମୀ ଛୁଟି ନେଇ ଘରକୁ ଯାଇଛନ୍ତି। କିନ୍ତୁ ସେ ଘରେ ମଧ୍ୟ ପହଞ୍ଚି ନଥିଲେ। ତେଣୁ ପତ୍ନୀ ଉନ୍ନାଓ ଏସପିଙ୍କୁ ଭେଟି ତାଙ୍କ ସ଼୍ବାମୀଙ୍କୁ ଖୋଜିବାରେ ସାହାଯ୍ୟ ମାଗିଥିଲେ। ପରେ ଏସ୍‌ପି ତାଙ୍କ ମୋବାଇଲ ନମ଼୍ବର ଟ୍ରେସ୍‌ କରିବାକୁ ଆଦେଶ ଦେଇଥିଲେ ଏବଂ ସେ ହୋଟେଲରେ ଥିବା ଜଣାପଡ଼ିଥିଲା । ଜଣେ ମହିଳା କର୍ମଚାରୀଙ୍କ ସହ ତାଙ୍କୁ ହୋଟେଲରୁ ରଙ୍ଗେହାତ ଧରା ହୋଇଥିଲା । ତେବେ ଏନେଇ ପୋଲିସ୍‌ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ସାରା ଦେଶରେ ‘ନକଲି ପନିର’ ବିପଦ; ୮୩% ନମୁନା ବିଫଳ ହେବା ପରେ FSSAI’ର ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୧୭ା୧୨: ଦେଶରେ କ୍ଷୀର ଏବଂ କ୍ଷୀରଜାତ ଦ୍ରବ୍ୟରେ ବଢୁଥିବା ଭେଜାଲ ଓ ମିସ୍‌ବ୍ରାଣ୍ଡିଂ ସମସ୍ୟାର ସମାଧାନ ପାଇଁ ଭାରତୀୟ ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

‘ଭାରତରେ ଉତ୍ପାଦନ ହ୍ରାସ ପାଉଛି…,’ ଜର୍ମାନୀରେ BMW ଫ୍ୟାକ୍ଟ୍ରିରେ ପହଞ୍ଚି ଭିଡିଓ ଶେୟାର କଲେ ରାହୁଲ

ବର୍ଲିନ,୧୭।୧୨: କଂଗ୍ରେସ ନେତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଜର୍ମାନୀର BMW କାରଖାନା ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ...

ବଦନାମ ହେଲା TMC, ଭିଡିଓ ଶେୟାର କଲା ଭାଜପା

ନୂଆଦିଲ୍ଲୀ,୧୭।୧୨: ତୃଣମୂଳ କଂଗ୍ରେସ ଏମପି କୀର୍ତ୍ତି ଆଜାଦଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଆଜାଦ ସଂସଦ ଭିତରେ ସିଗାରେଟ ପିଉଥିବାର ଦେଖାଯାଉଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri