Posted inଫୁରସତ

ବିଶ୍ୱ ଫଟୋଗ୍ରାଫି ଦିବସ : ଫଟୋ କହେ ହଜାରେ ଶବ୍ଦ

ହଜାରେ ଶବ୍ଦର ବ୍ୟବହାର କରି ଯେଉଁ କଥା କହି ହୁଏନା ତାହା ଗୋଟିଏ ଫଟୋ ଅତି ସହଜରେ ବର୍ଣ୍ଣନା କରିପାରେ। ସେଥିପାଇଁ କଥାରେ ଅଛି ‘ଏ ଫଟୋଗ୍ରାଫ୍‌ ସ୍ପିକ୍‌ସ ଏ ଥାଉଜାଣ୍ଡ ଓ୍ବାର୍ଡସ୍‌’ ବା ଗୋଟିଏ ଫଟୋଚିତ୍ର ହଜାରେ ଶବ୍ଦ କହିପାରେ। ଜୀବନ ସାରା ସାଇତି ରଖିବା ପାଇଁ ଏହା ଆମକୁ ଅନେକ ସ୍ମୃତି ଦେଇଥାଏ। ସେହିଭଳି ଫଟୋଗ୍ରାଫି କାହା ପାଇଁ ଏକ ନିଶା ତ କାହା ପାଇଁ ପେସା ହୋଇଥାଏ। ଡିଜିଟାଲ ଓ ସ୍ମାର୍ଟଫୋନ ଯୁଗରେ ସମସ୍ତେ ଆଜିକାଲି ଜଣେ ଜଣେ ଫଟୋଗ୍ରାଫର ହେଲେ ବି ଏହା ଏଭଳି ଏକ କଳା ଯେଉଁଥିରେ ଆବଶ୍ୟକ ହୋଇଥାଏ ଆବେଗ, ଉତ୍କଣ୍ଠା, କୌତୂହଳ ଓ ସୃଜନଶୀଳତାର ମିଶ୍ରିତ ପ୍ରତିଫଳନ। ଫଟୋଗ୍ରାଫି ମଣିଷ ମନକୁ ଦେଇଥାଏ ଅପାର ଆନନ୍ଦ। ଫଟୋକୁ ସାଇତି ରଖିଥିବା ମଣିଷ ହେଉ କି ଫଟୋର ସେହି ସୁନ୍ଦର ମୁହୂର୍ତ୍ତକୁ ଠିକ୍‌ ସମୟରେ ନିଜ କ୍ୟାମେରା ଲେନ୍ସରେ ତୋଳି ଧରିଥିବା ମଣିଷ ହେଉ, ସମସ୍ତଙ୍କ ପାଇଁ ଏକ ଫଟୋଚିତ୍ରର ମହତ୍ତ୍ବ ବେଶ୍‌ ଗୁରୁତ୍ବପୁର୍ଣ୍ଣ। ସୋମବାର ବିଶ୍ୱ ଫଟୋଗ୍ରାଫି ଦିବସ ଅବସରରେ ଫଟୋଗ୍ରାଫିର କେତେକ ଭିନ୍ନ ଦିଗକୁ ନେଇ ଆମର ସ୍ବତନ୍ତ୍ର ଉପସ୍ଥାପନା।

ଅତ୍ୟାଧୁନିକ ଟେକ୍ନୋଲୋଜି ଓ ନୂତନ ଯନ୍ତ୍ରପାତି :

ଅତ୍ୟାଧୁନିକ ଟେକ୍ନୋଲୋଜି ଦିନକୁ ଦିନ ଫଟୋ ଓ ଫଟୋଗ୍ରାଫିକୁ ନୂଆ ଦିଶା ଦେଉଛି। କେବଳ ଷ୍ଟିଲ୍‌ ଫଟୋ ଉଠାଇବାରେ ସୀମିତ ଥିବା କ୍ୟାମେରା ଏବେ ଭିଡିଓ ରେକର୍ଡିଂରୁ ଆରମ୍ଭକରି ଫଟୋ ଶେୟାରିଂ ଓ ଏଡିଟିଂ ଭଳି ଅପସନ୍‌ ଯୋଗାଇଦେଉଛି। ଅଧିକାଂଶ ହାଇଏଣ୍ଡ୍‌ କ୍ୟାମେରାରେ ଆଜିକାଲି ଫଟୋ ଉଠାଇବା ସହ ଏଚ୍‌ଡି ଭିଡିଓ ରେକର୍ଡିଂର ଅପସନ୍‌ ରହୁଛି। ଅଡିଓ ଓ ଭିଡିଓ ରେକର୍ଡିଂ ସହ କେତେକ କ୍ୟାମେରାରେ ଜିପିଏସ୍‌ ୟୁନିଟ୍‌ ମଧ୍ୟ ରହୁଛି। ଫଳରେ ଫଟୋ ଉଠାଇବା ବେଳେ ଉକ୍ତ ସ୍ଥାନର ଲୋକେଶନ୍‌ ମଧ୍ୟ ସେଥିରେ କ୍ୟାପ୍‌ଚର କରିହେଉଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାହେଲା ଅତ୍ୟାଧୁନିକ କ୍ୟାମେରାଗୁଡ଼ିକରେ ଆଜିକାଲି ଓ୍ବାଇ ଫାଇ ଫିଚର୍‌ ରହୁଥିବାରୁ ଫଟୋ ଉଠାଇ ତାହାକୁ ସଙ୍ଗେସଙ୍ଗେ ଅନ୍ୟମାନଙ୍କ ସହ ଶେୟାର ଓ ଅପ୍‌ଲୋଡ୍‌ କରିହେଉଛି। ଫଳରେ କମ୍ପ୍ୟୁଟର୍‌କୁ ଟ୍ରାନ୍ସଫର କରିବାର ନା ଝିନଝଟ ରହୁଛି ନା ଡାଟାକେବୁଲ୍‌, ପେନ୍‌ଡ୍ରାଇଭ୍‌ ଧରି ବୁଲିବାର ଚିନ୍ତା ରହୁଛି।

ପ୍ୟାଶନରୁ ପ୍ରଫେଶନ :

ଷ୍ଟ୍ରିଟ୍‌ ଫଟୋଗ୍ରାଫି କରୁ କରୁ କେତେବେଳେ ତାହା ପ୍ୟାଶନ ଓ ପ୍ରଫେଶନରେ ପରିଣତ ହୋଇଯାଏ ତାହା ଅନେକଙ୍କୁ ଜଣା ନ ଥାଏ। ଡିଜିଟାଲ ଫଟୋଗ୍ରାଫି ମାର୍କେଟ୍‌ ଦିନକୁ ଦିନ ବ୍ୟାପକ ହେଉଥିବା ବେଳେ ବିଭିନ୍ନ ପ୍ରକାର ଫଟୋଗ୍ରାଫିରେ କ୍ୟାରିୟର୍‌ କରିହେଉଛି। ଓ୍ବେଡିଂ ଫଟୋଗ୍ରାଫି, ଇଭେଣ୍ଟ ଫଟୋଗ୍ରାଫି, ଓ୍ବାଇଲ୍ଡଲାଇଫ୍‌ ଫଟୋଗ୍ରାଫି, ପୋର୍ଟ୍ରେଟ୍‌ ଫଟୋଗ୍ରାଫି, ପ୍ରଡକ୍ଟ ଫଟୋଗ୍ରାଫି, ଫାଇନ୍‌ଆର୍ଟ ଫଟୋଗ୍ରାଫି, ଫ୍ୟାଶନ ଫଟୋଗ୍ରାଫି, ଟ୍ରାଭେଲ ଫଟୋଗ୍ରାଫି, ଲାଇଫ୍‌ଷ୍ଟାଇଲ୍‌ ଫଟୋଗ୍ରାଫି, ଫଟୋ ଜର୍ନାଲିଜିମ୍‌, ସ୍ପୋର୍ଟସ ଫଟୋଗ୍ରାଫି, ଏରିୟଲ୍‌ ଫଟୋଗ୍ରାଫି, ଆର୍କିଟେକ୍‌ଚରାଲ ଫଟୋଗ୍ରାଫି ଭଳି ଅପସନ୍‌ ନୂଆ ସୁଯୋଗ ସୃଷ୍ଟିକରିଛି। ଓଡ଼ିଶାରେ ଓ୍ବେଡିଂ ଫଟୋଗ୍ରାଫି, ପ୍ରଡକ୍ଟ ଫଟୋଗ୍ରାଫି, ଇଭେଣ୍ଟ ଫଟୋଗ୍ରାଫି, ଫ୍ୟାଶନ ଫଟୋଗ୍ରାଫି, ଏରିୟଲ୍‌ ଫଟୋଗ୍ରାଫି ଓ ଫଟୋ ଜର୍ନାଲିଜିମ୍‌ର ଚାହିଦା ବର୍ତ୍ତମାନ ସମୟରେ ଅଧିକ ରହିଥିବ ବେଳେ ଜଣେ ଚାହିଁଲେ ନିଜ ଫଟୋଗ୍ରାଫି ପ୍ୟାଶନକୁ ପ୍ରଫେଶନରେ ପରିଣତ କରିପାରୁଛି। ୨୦୨୧ ସୁଦ୍ଧା ବିଶ୍ୱରେ ଡିଜିଟାଲ ଫଟୋଗ୍ରାଫିର ମାର୍କେଟ ଡିମାଣ୍ଡ ପ୍ରାୟ ୧୧୦ ବିଲିୟନ୍‌ ୟୁଏସ୍‌ ଡଲାରରେ ପହଞ୍ଚତ୍ବ ବୋଲି ଆକଳନ କରାଯାଉଥିବାବେଳେ ଏଥିରେ ଯୁବପିଢିଙ୍କ ପାଇଁ ଅଧିକ ସୁଯୋଗ ସୃଷ୍ଟିହେବ।

ମୋବାଇଲ୍‌ ଫଟୋଗ୍ରାଫି :


ସ୍ମାର୍ଟଫୋନର ଯୁଗରେ ଫଟୋ ଉଠାଇବା ସମସ୍ତଙ୍କ ପାଇଁ ସହଜସାଧ୍ୟ। ହେଲେ ସେଥିରେ ଥିବା କଳାକୁ ବୁଝିବା ଓ ଜାଣିବା ସମସ୍ତଙ୍କ ପକ୍ଷରେ ସହଜ ନୁହେଁ। ସେହିଭଳି ଏକ କଳା ହେଉଛି ମୋବାଇଲ୍‌ ଫଟୋଗ୍ରାଫି ବା ଫୋନ୍‌ ଫଟୋଗ୍ରାଫି। କେବଳ ଯେ ଡିଏସ୍‌ଏଲ୍‌ଆର୍‌, ଏସ୍‌ଏଲ୍‌ଆର୍‌ ଭଳି ବଡ଼ ବଡ଼ କ୍ୟାମେରା କିମ୍ବା ଲେନ୍ସ ବ୍ୟବହାର କରିଦେଲେ ଜଣେ ଭଲ ଫଟୋଗ୍ରାଫର ହୋଇଯିବ ତାହା ନୁହେଁ, ଏକ ସାଧାରଣ ସ୍ମାର୍ଟଫୋନ୍‌ରେ ବି ଉତ୍କୃଷ୍ଟମାନର ଫଟୋ ଉଠାଇହେବ। ଏଥିପାଇଁ କେବଳ ଆବଶ୍ୟକ ଭିନ୍ନ ଦୃଷ୍ଟିକୋଣ ଓ ଫଟୋଗ୍ରାଫିରେ ସାମାନ୍ୟ ଜ୍ଞାନ। ବର୍ତ୍ତମାନର ଅତ୍ୟାଧୁନିକ କ୍ୟାମେରା ଟେକ୍ନୋଲୋଜି ଫୋନ୍‌ ଫଟୋଗ୍ରାଫିକୁ ଆହୁରି ସହଜ କରିଦେଇଥିବା ବେଳେ ବହୁ ଆଓ୍ବାର୍ଡ ଓ୍ବିନିଂ ଫଟୋ ମୋବାଇଲ୍‌ରେ ଉଠାଯାଇଥିବା ଦେଖିବାକୁ ମିଳୁଛି। ବିଶେଷକରି ଆଇଫୋନ୍‌ ଫଟୋଗ୍ରାଫି ଇନ୍‌ଷ୍ଟାଗ୍ରାମରେ ବହୁଳ ଲୋକପ୍ରିୟତା ହାସଲ କରୁଥିବା ବେଳେ ଏଥିରେ ଶର୍ଟ ଫିଲ୍ମ ମଧ୍ୟ ଶୁଟ୍‌ କରାଯାଉଛି। ସେହିଭଳି ବିଭିନ୍ନ ଫଟୋ ଏଡିଟିଂ ଆପ୍ଲିକେଶନ ଏବଂ ସଫ୍ଟୱେର ସାଧାରଣ ଫଟୋକୁ ଏକ ଭିନ୍ନ ରୂପ ଦେଇ ଲୋକଙ୍କ କାମକୁ ଆହୁରି ସହଜ କରିଦେଉଛି। ତେବେ କୌଣସି ସ୍ଥାନର ଫଟୋ ଉଠାଇବା ପୂର୍ବରୁ ଉକ୍ତ ସ୍ଥାନ ବିଷୟରେ ଭଲଭାବେ ଜାଣିବା ସହ ସେଠାରେ ଆଗରୁ ଉଠାଯାଇଥିବା ଫଟୋ ଦେଖିବା ଉଚିତ୍‌। ଏହାପରେ ତାହାକୁ ଏକ ଭିନ୍ନ ଦୃଷ୍ଟିକୋଣରେ କ୍ୟାମେରା ଲେନ୍ସରେ ତୋଳିପାରିଲେ ତାହା ଭଲ ଫଟୋ ହେବ। ଆଜିକାଲି ଉପଲବ୍ଧ ଅତ୍ୟାଧୁନିକ ଟେକ୍ନୋଲୋଜି ଓ ହାଇଏଣ୍ଡ୍‌ କ୍ୟାମେରା ବିଶିଷ୍ଟ ସ୍ମାର୍ଟଫୋନ୍‌ର ଇମେଜ୍‌ କ୍ୱାଲିଟି, ଫଟୋଗ୍ରାଫି କମ୍ପୋଜିଶନ ଆଦି ଉତ୍କୃଷ୍ଟମାନର ହୋଇଥିବାରୁ ଏହା ଡିଏସ୍‌ଏଲ୍‌ଆର୍‌ କ୍ୟାମେରାଠାରୁ ମଧ୍ୟ ଭଲ ଫଟୋ ନେଇଥାଏ। ସ୍ଥାନୀୟ କଳା, ସଂସ୍କୃତି, ଖାଦ୍ୟ, ଆଖପାଖରେ ଥିବା ଲୋକ ଏବଂ ଲ୍ୟାଣ୍ଡ୍‌ସ୍କେପ୍‌କୁ ସ୍ମାର୍ଟଫୋନ୍‌ କ୍ୟାମେରାରେ ଅତି ସହଜରେ ଉଠାଇହୁଏ। ତେବେ ମୋବାଇଲ୍‌ରେ ଫଟୋ ଉଠାଇବା ସମୟରେ ଜୁମ୍‌ କରିବା କିମ୍ବା ଫ୍ଲାଶ୍‌ ଲାଇଟ୍‌ର ବ୍ୟବହାର କରିବାଠାରୁ ସବୁବେଳେ ଦୂରେଇ ରହିବା ଉଚିତ୍‌।
– ସସ୍ମିତା ପାଇକରାୟ, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

ଜିଲାପାଳ, ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣି: ସମସ୍ୟା ସମାଧାନ କଲେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପ ଜିଲପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲାପାଳ ଭି. କିର୍ତ୍ତି ଭାସନ ଓ ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ...

ବରଗଡକୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବିଜେଡି କଲା ବଡ଼ ଦାବି: ଦେଲା ଚେତାବନୀ, ସମସ୍ୟାର ସମାଧାନ ନ ହେଲେ…

ବରଗଡ ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ଜ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ବରଗଡ଼ ମଥୁରାନଗରୀ ପାଲଟିଛି । ମଙ୍ଗଳବାର ସମ୍ଭବତଃ ମୁଖ୍ୟମନ୍ତ୍ରୀ ମୋହନ ଚରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri