ଭୁଶୁଡ଼ିଲା ଆଉ ଏକ ଡିପ୍‌ଓ୍ବେଲ; ଦେଢ଼କୋଟି ଟଙ୍କାର ପ୍ରକଳ୍ପ ଅଚଳ

ପରଜଙ୍ଗ, ୧୯।୮(ଡି.ଏନ୍‌.ଏ.)  ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କଙ୍କଡ଼ାସୋଡ଼ା ଗ୍ରାମରେ ‘ବସୁଧା’ ଯୋଜନାରେ ନିର୍ମିତ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଡିପ୍‌ଓ୍ବେଲ ଶନିବାର ଭୁଶୁଡ଼ି ପଡ଼ିଛି। ଗତ ୧୫ଦିନ ମଧ୍ୟରେ ଏହା ହେଉଛି ଦ୍ୱିତୀୟ ଘଟଣା। ଏହା ପୂର୍ବରୁ ଅଗଷ୍ଟ ୩ରେ ନୂଆକୁଆଳୋ ଗ୍ରାମରେ ଅନୁରୂପ ଭାବେ ନବନିର୍ମିତ ଡିପ୍‌ଓ୍ବେଲ ଭୁଶୁଡ଼ି ପଡ଼ିଥିଲା। ନିମ୍ନମାନର କାମ, ଠିକାଦାରଙ୍କୁ ଅହେତୁକ ଅନୁକମ୍ପା ଏବଂ ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହୀନତାରୁ ଲୋକାର୍ପଣର ୬ମାସ ମଧ୍ୟରେ ପ୍ରକଳ୍ପ ଭୁଶୁଡ଼ି ପଡ଼ିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଅନ୍ୟପଟେ କୂଅ ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବା ପରେ ଏହା ଉପରେ ନିର୍ଭର କରୁଥିବା ୬୦୦ରୁ ଊର୍ଦ୍ଧ୍ୱ ପରିବାରକୁ ଘାରିଛି ପାନୀୟ ଜଳ ଚିନ୍ତା।
ଅଞ୍ଚଳବାସୀଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଣ କରିବା ଲକ୍ଷ୍ୟ ନେଇ ‘ବସୁଧା’ ଯୋଜନାରେ ଉକ୍ତ ପ୍ରକଳ୍ପ ନିର୍ମାଣ କରାଯାଇଥିଲା। ଓଭରହେଡ୍‌ ପାଣିଟାଙ୍କି, ପାଇପ ବିଛାଇବା ଏବଂ ସମେତ ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ଯ୍ୟରେ ଦେଢ଼କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ କରାଯାଇଥିଲା। କେବଳ କୂଅ ନିର୍ମାଣରେ ଖର୍ଚ୍ଚ ହୋଇଥିଲା ୭ ଲକ୍ଷ ଟଙ୍କା। ଗତ ମାର୍ଚ୍ଚ ୮ରେ ପ୍ରକଳ୍ପ ଲୋକାର୍ପିତ ହୋଇଥିବାବେଳେ ଏଥିରୁ ୬୦୦ରୁ ଊର୍ଦ୍ଧ୍ୱ ପରିବାର ସିଧାସଳଖ ପାଣି ପାଉଥିଲେ। ତେବେ ଶନିବାର ରାତିରେ ହଠାତ୍‌ ଡିପ୍‌ଓ୍ବେଲ୍‌ ଭୁଶୁଡ଼ି ପଡ଼ିଛି। କୂଅ ଭିତରେ ସମସ୍ତ ସାମଗ୍ରୀ ପୋତି ହୋଇଯାଇଛି। ସୁରକ୍ଷା ପାଚେରି ମଧ୍ୟ ଭାଙ୍ଗିଯାଇଛି।
ଗ୍ରାମବାସୀଙ୍କ କହିବା କଥା, ଟେଣ୍ଡର ନେଇଥିବା ଠିକାଦାର ପେଟି କଣ୍ଟ୍ରାକ୍ଟରଙ୍କ ସହାୟତାରେ କାମ କରୁଛନ୍ତି। ବିଭାଗୀୟ ଅଧିକାରୀମାନେ ନିୟମିତ କାର୍ଯ୍ୟ ତଦାରଖ କରୁନାହାନ୍ତି। ଏହାର ସୁଯୋଗରେ ମନଇଚ୍ଛା କାର୍ଯ୍ୟ କରାଯାଇଥିଲା। ଶ୍ରମିକଙ୍କ ପରିବର୍ତ୍ତେ ମେଶିନ ସହାୟତାରେ କୂଅ ଖୋଳାଯାଇଥିଲା। ଏପରି କି କୂଅ ଖନନ ସମୟରେ ଡିନାମାଇଟ୍‌ରେ ବିସ୍ଫୋରଣ କରାଯାଇଥିଲା। କୂଅ ଚାରିପଟେ ଥିବା ଫାଙ୍କା ସ୍ଥାନରେ ବାଲି ବଦଳରେ ଚିକିଟା ମାଟି ଫିଲିଂ କରାଯାଇଥିଲା। ଏପରି ନିମ୍ନମାନର କାମ ସମ୍ପର୍କରେ ଉକ୍ତ ସମୟରେ ସ୍ଥାନୀୟ ବାସିନ୍ଦା ବିଭାଗୀୟ ଯନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଥିଲେ। ହେଲେ ଠିକାଦାରଙ୍କ ବିରୋଧରେ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିଲା। ତେଣୁ ଏପରି ଦୁର୍ଘଟଣା ଘଟିଥିବା ଭଗବାନ ସାହୁ, ଦୁଷ୍ମନ୍ତ ରାଉଳ, ସଞ୍ଜୟ ଦାସ ପ୍ରମୁଖ ଅଭିଯୋଗ କରିଛନ୍ତି।
ବର୍ଷାଦିନେ ପାନୀୟ ଜଳ ଯୋଗାଣ ବନ୍ଦ ହୋଇଯାଇଥିବାରୁ ଲୋକଙ୍କ ଚିନ୍ତା ବଢ଼ିଛି। ନିମ୍ନମାନର କାର୍ଯ୍ୟ କରିଥିବା ଠିକାଦାର ଏବଂ ତଦାରଖ ଦାୟିତ୍ୱରେ ଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ତୁରନ୍ତ ପ୍ରକଳ୍ପ ପୁନରୁଦ୍ଧାର କରିବାକୁ ସ୍ଥାନୀୟ ସରପଞ୍ଚ ପବିତ୍ର ସାହୁ ଦାବି କରିଛନ୍ତି। ସେହିପରି ଜିଲା ପରିଷଦ ସଦସ୍ୟ ଶରତ ଚନ୍ଦ୍ର ସାହୁ କୁହନ୍ତି, ନୂଆକୁଆଲୋ ପରେ କଙ୍କଡ଼ାସୋଡ଼ାରେ ଡିପ୍‌ଓ୍ବେଲ ଭୁଶୁଡ଼ି ପଡ଼ିଛି। ଏଥିରୁ ନିମ୍ନମାନର କାମ କରାଯାଉଥିବା ସ୍ପଷ୍ଟ ହୋଇଛି। ଏହାର ଭିଜିଲାନ୍ସ ତଦନ୍ତ କରାଇବାକୁ ସେ ଜିଲାପାଳଙ୍କ ନିକଟରେ ଦାବି କରିଛନ୍ତି।
ଏ ନେଇ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ନିର୍ବାହୀଯନ୍ତ୍ରୀ ବିଜୟାନନ୍ଦ ସାହୁ କୁହନ୍ତି, ନିମ୍ନମାନର କାର୍ଯ୍ୟ ଯୋଗୁ ପ୍ରକଳ୍ପ ଭୁଶୁଡ଼ି ପଡ଼ିଛି। ଏହାକୁ ପୁନର୍ବାର ତିଆରି କରିବାକୁ ଠିକାଦାରଙ୍କୁ ନିର୍ଦ୍ଦେଶ ଦିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୁଙ୍କୁ ମିଳିଲା ଆଜୀବନ କାରାଦଣ୍ଡ: ଅଢେଇ ବର୍ଷ ତଳେ…

ବ୍ରହ୍ମପୁର, ୨୩/୧୨(ସୁବାସ ଚନ୍ଦ୍ର ପାଢ଼ୀ): ଜିଲା ଜଜ ଅଶାନ୍ତ କୁମାର ଦାସ ମଙ୍ଗଳବାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି। ଅଭିଯୁକ୍ତଙ୍କୁ ଦୋଷୀ...

ଯାଜପୁରରେ ରୁଦ୍ଧଦ୍ୱାର ବୈଠକ ପରେ ମୁହଁ ଖୋଲିଲେ ମୋକିମ୍‌: କହିଲେ…

ଯାଜପୁର,୨୩।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ରସୁଲପୁର ବ୍ଲକ କୁଆଖିଆରେ ବନ୍ଧୁମିଳନ ପରେ ପ୍ରତିକ୍ରିୟା ରଖିଲେ ମୋକିମ। କହିଲେ, କଂଗ୍ରେସରେ ଅନେକ ନେତା ଓ କର୍ମୀ...

ଚାଲିଗଲା ମା’ ଛେଉଣ୍ଡ ଛୁଆହାତୀ ଶମ୍ଭୁର ଜୀବନ

ବାରଙ୍ଗ,୨୩।୧୨(ଲିଙ୍ଗରାଜ ରାଉତ): ଚନ୍ଦକା ଜଙ୍ଗଲର କୁମାରଖୁଣ୍ଟିରେ ରହୁଥିବା ୬ମାସର ମା’ଛେଉଣ୍ଡ ହାତୀ ଛୁଆ ଶମ୍ଭୁ ମଙ୍ଗଳବାର ମୃତ୍ୟୁବରଣ କରିଛି। ମୃତ୍ୟୁର ପ୍ରକୃତ କାରଣ ଜଣାପଡି ନ...

ଚାଷୀଙ୍କୁ ଶୋଷଣ ଚଳିବ ନାହିଁ, ନଚେତ୍‌ ନିଆଁ ଜଳିବ: ପ୍ରଦୀପ ମାଝୀ

ଝରିଗାଁ, ୨୩।୧୨ (କିଶୋର ଚନ୍ଦ୍ର ମଣ୍ଡଳ):ନବରଙ୍ଗପୁର ଜିଲାର ଝରିଗାଁ, ଉମରକୋଟ ଓ ରାଇଘର, ଚନ୍ଦାହାଣ୍ଡି ବ୍ଲକ ଠାରେ ଚାଷୀ ମହାସଂଘ ପକ୍ଷରୁ ବ୍ଳକ ବନ୍ଦ କରାଯାଇଛି।...

କେନ୍ଦ୍ରାପଡ଼ାରେ ନାବାଳିକାଙ୍କ ସହ ଘଟିଗଲା ଏପରି ଅଘଟଣ: କଡା ଚେତାବନୀ ଦେଲେ ଉପମୁଖ୍ୟମନ୍ତ୍ରୀ

କେନ୍ଦ୍ରାପଡା,୨୩।୧୨: କେନ୍ଦ୍ରାପଡ଼ା ଜିଲା ସାତଭାୟା ଗ୍ରାମରେ ଘଟିଥିବା କଥିତ ନାବାଳିକା ବିବାହ ଘଟଣାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗଭୀର ଉଦବେଗ ପ୍ରକାଶ କରିଛନ୍ତି। ଏହି...

ଦାରିଙ୍ଗବାଡି ଶୀତ ମହୋତ୍ସବ: ରାଜ୍ୟର ୪ ମୁଖିଆଙ୍କୁ ନିମନ୍ତ୍ରଣ

ଦାରିଙ୍ଗବାଡି, ୨୩।୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିଠାରେ ଜାନୁଆରୀରେ ହେବାକୁ ରହିଥିବା ଶୀତ ମହୋତ୍ସବରେ ଅନ୍ୟ ଅତିଥିଙ୍କ ମଧ୍ୟରେ ଓଡ଼ିଶା ସରକାରଙ୍କ ଗୃହ ଏବଂ ନଗର...

ଶୁଳିଆଯାତ୍ରାରେ ଶ୍ରଦ୍ଧାଳୁଙ୍କ ଭିଡ଼: ପହଞ୍ଚିଲେ ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର, ପଶୁବଳିରେ…

ବଲାଙ୍ଗୀର,୨୩ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଖଇରଗୁରାସ୍ଥିତ ବଡ଼ଖଳା, କୁମୁରିଆ ସାନଖଳାରେ ପାରମ୍ପରିକ ରୀତିନୀତି ଅନୁସାରେ ମଙ୍ଗଳବାର ଶାନ୍ତିଶୃଙ୍ଖଳା ସହ ପାଳିତ ହୋଇଛି...

ମୋକିମଙ୍କ ରୁଦ୍ଧଦ୍ୱାର ବୈଠକ: ରାଜନୀତିରେ ହଲଚଲ, ଆସିପାରେ ନୂଆ…

ଧର୍ମଶାଳା,୨୩ା୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ରସୁଲପୁର ବ୍ଲକ କୁଆଖିଆ ସତ୍‌ସଙ୍ଗ ବିହାର ପରିସରରେ ଏକ ବନ୍ଧୁମିଳନ ଉତ୍ସବରେ କଟକ ବାରବାଟୀର ପୂର୍ବତନ ବିଧାୟକ ମହମ୍ମଦ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri