Posted inଜାତୀୟ

ବଟର ଫେଷ୍ଟିଭାଲ: ୧୩ହଜାର ଫୁଟ ଉଚ୍ଚରେ ଖେଳାଯାଏ କ୍ଷୀର-ଦହିରେ ହୋଲି

ଡେରାଡୁନ,୧୮।୮: ଉତ୍ତରାଖଣ୍ଡ ଏମିତି ଏକ ରାଜ୍ୟ ଯେଉଁଠି ଅନେକ ଉତ୍ସବକୁ ପ୍ରକୃତି ଓ ଦେବତାଙ୍କ ଉଦ୍ଦେଶ୍ୟରେ ସମର୍ପଣ କରାଯାଇଥାଏ। ଆହୁରି ମଧ୍ୟ ଏଠାରେ ଋତୁ ଅନୁଯାୟୀ ଅନେକ ଉତ୍ସବ ପାଳନ କରାଯାଇଥାଏ। ପ୍ରକୃତିକୁ ସମର୍ପଣ କରାଯାଇଥିବା ସେମିତି ଏକ ଉତ୍ସବ ହେଉଛି ‘ବଟର ଫେଷ୍ଟିଭାଲ’ ଯାହା ସମୁଦ୍ର ପତନଠାରୁ ୧୩ହଜାର ଫୁଟ ଉଚ୍ଚରେ ପାଳନ କରଯାଇଥାଏ। ଏହା ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲାର ବୁଗ୍ୟାଲରେ ପାଳନ କରାଯାଏ। ଏହା ଉତ୍ତରକାଶୀର ଶୈଥାଲ ଅଞ୍ଚଳରେ ଅବସ୍ଥିତ। ଏହି ଫେଷ୍ଟିଭାଲକୁ ସ୍ଥାନୀୟ ଭାଷାରେ ‘ଅଂଡୁଡି’ କୁହାଯାଏ। ଏଥିରେ ପ୍ରଥମେ କ୍ଷୀର ଦେଉଥିବା ପ୍ରାଣୀଙ୍କୁ ପୂଜାସ୍ଥଳକୁ ନିଆଯାଇଥାଏ। ସେଠାରେ ପ୍ରଥମେ ଗୋବର୍ଦ୍ଧନ ପର୍ବତକୁ ପୂଜା କରାଯିବା ସହ ସ୍ଥାନୀୟ ଗ୍ରାମବାସୀ ପରସ୍ପରକୁ ଲହୁଣି ଲଗାଇ ଥାଆନ୍ତି। ଏହାପରେ ଇଷ୍ଟ ଦେବତା ଓ ବନ ଦେବୀଙ୍କୁ ପୂଜା କରାଯାଏ। ଏହାପରେ ହୋଲିଭଳି ପିଚକାରୀରେ କ୍ଷୀର ଓ ଦହି ଭର୍ତ୍ତି କରି ଉପସ୍ଥିତ ଥିବା ଲୋକେ ପରସ୍ପର ଉପରକୁ ପକାଇଥାଆନ୍ତି। ଲୋକଙ୍କର ବିଶ୍ୱାସ ରହିଛି ଯେ ଏହି ପର୍ବ ପାଳନ କଲେ କ୍ଷୀର ଦେଉଥିବା ପଶୁମାନେ ସୁସ୍ଥ ସବଳ ରହିଥାଆନ୍ତି ଓ ଭଲ କ୍ଷୀର ଦେଇଥାଆନ୍ତି। ଏହି ଉତ୍ସବରେ ରାଧା କୃଷ୍ଣଙ୍କ ପ୍ରତିକ ସ୍ବରୁପ ଜଣେ ଯୁବତୀ ଓ ଜଣେ ଯୁବକଙ୍କୁ ସଜାଇ ମୁଖ୍ୟଦ୍ୱାରରେ ଠିଆ କରି ଦିଆଯାଏ। ଆଉ ଏମାନେ ଲହୁଣି ହାଣ୍ଡି ଭାଙ୍ଗିବା ପରେ ‘ବଟର ଫେଷ୍ଟିଭାଲ’ ଆରମ୍ଭ କରାଯାଇଥାଏ। ଏଥିରେ ଯେଉଁମାନେ ସାମିଲ ହୋଇଥାଆନ୍ତି ସେମାନେ ନୃତ୍ୟଗୀତରେ ମଜି ଯାଆନ୍ତି। କ୍ଷୀର ଦେଉଥିବା ପଶୁ ଓ ଈଶ୍ୱରଙ୍କୁ ଧନ୍ୟବାଦ ଦେବା ଉଦ୍ଦେଶ୍ୟରେ ଏହା ପାଳନ କରାଯାଏ ବୋଲି କୁହାଯାଏ। ଏହା ବର୍ଷା ଋତୁର ଶେଷ ଭାଗରେ ପାଳନ କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ବର୍ଷର ଉପହାର! 3ଟି ନୂଆ ଏୟାରଲାଇନ୍ସକୁ ସରକାରଙ୍କ ସବୁଜ ସଙ୍କେତ

ନୂଆଦିଲ୍ଲୀ,୨୪।୧୨: ନୂଆ ବର୍ଷରେ ଦେଶବାସୀ ତିନୋଟି ନୂତନ ବିମାନ ସେବାର ଉପହାର ପାଇବାକୁ ଯାଉଛନ୍ତି । କେନ୍ଦ୍ର ସରକାର ଦେଶରେ ତିନୋଟି ନୂତନ ବିମାନ ସେବାକୁ...

ଶୀତ ମହୋତ୍ସବକୁ ଆସିବା ପାଇଁ ନିମନ୍ତ୍ରଣ ଗ୍ରହଣ କଲେ ପ୍ରଭାତୀ

ଦାରିଙ୍ଗବାଡି, ୨୪/୧୨ (ଅରୁଣ ସାହୁ):  ଦାରିଙ୍ଗବାଡିରେ ଆସନ୍ତା ୮ ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି । ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ...

ନକଲି ଜିନିଷ ପାଇଁ ଅସଲି ଗ୍ରାହକ ହେଉଛନ୍ତି ଠକେଇ, ଭଞ୍ଜନଗରରେ ଖାଉଟି ଅଦାଲତ ସ୍ଥାପନ ଦାବି

ଭଞ୍ଜନଗର,୨୪/୧୨(ବାବୁଲା ପ୍ରଧାନ)-ଜାତୀୟ ଖାଉଟି ଦିବସ ପାଳନ ଅବସରରେ ଉପଭୋକ୍ତା ଓକିଲାତି ସଂଘ ବୋର୍ଡ, ଅବସର ସୈନିକ ସଂଘ, ଗ୍ରାହକ ପଞ୍ଚାୟତ ମିଳିତ ସହଯୋଗରେ ବୁଧବାର ଭଞ୍ଜନଗର...

ମକର ମେଳାରେ ଦଳାଚକଟା ଆଶଙ୍କା ଏଡ଼ାଇବାକୁ ପଦକ୍ଷେପ, ଏହିଦିନ ବନ୍ଦ ରହିବ ଟି- ସେତୁ

କଟକ,୨୪।୧୨: ବଡମ୍ବା ସିଂହନାଥ ମକର ମେଳାରେ ଦଳାଚକଟା ଆଶଙ୍କା ଏଡ଼ାଇବାକୁ ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି । ଜାନୁଆରୀ ୧୪ରୁ ୧୭ ଯାଏଁ...

ପାସ୍ତା, ପିଜା-ବର୍ଗର ନେଲା କି ଯୁବତୀଙ୍କ ଜୀବନ? ଜାଣନ୍ତୁ କ’ଣ କହୁଛନ୍ତି ଡାକ୍ତର

ନୂଆଦିଲ୍ଲୀ,୨୪।୧୨: ନିକଟରେ, ଉତ୍ତର ପ୍ରଦେଶର ଆମରୋହାରୁ ଜଣେ ୧୧ଶ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଖବର ପ୍ରକାଶିତ ହୋଇଥିଲା। ପରିବାର ଦାବି କରିଥିଲେ ଯେ ଝିଅଟିର ଖାଦ୍ୟରେ...

ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ସଚେତନତା, ବଟେଶ୍ୱର ପୀଠ ହେବ ପ୍ଲାଷ୍ଟିକ ମୁକ୍ତ

ଗଞ୍ଜାମ,୨୪।୧୨(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ଶୈବ ପୀଠ ସ୍ଥିତ କଲ୍ୟାଣ ମଣ୍ଡପରେ ବିରଳ ସାମୁଦ୍ରିକ କଇଁଛ ଅଲିଭ ରିଡଲେଙ୍କ ସୁରକ୍ଷା ସମ୍ପର୍କକିତ...

Vijay Hazare Trophy: ବିରାଟ କୋହଲିଙ୍କ ଧୂଆଁଧାର ବ୍ୟାଟିଂ, ୧୬ ବର୍ଷ ପରେ ଏପରି ଶତକ ମାରିଲେ…

ନୂଆଦିଲ୍ଲୀ,୨୪।୧୨: ବିରାଟ କୋହଲିଙ୍କ ବ୍ୟାଟ୍ ବନ୍ଦ ହେବାର କୌଣସି ସଙ୍କେତ ଦେଖାଯାଉନାହିଁ । ଏହା ଅନ୍ତର୍ଜାତୀୟ କ୍ରିକେଟ୍ ହେଉ କି ଘରୋଇ କ୍ରିକେଟ୍ ସବୁ ସ୍ଥାନରେ...

Govt Jobs: ବିନା ଇଣ୍ଟରଭ୍ୟୁରେ, ବିନା ପରୀକ୍ଷାରେ ଏମିତି ଉଠାନ୍ତୁ ସରକାରୀ ଚାକିରିର ସୁବିଧା

ନୂଆଦିଲ୍ଲୀ,୨୪।୧୨: ୟୁନାଇଟେଡ ଇଣ୍ଡିଆ ଇନସ୍ୟୁରାନ୍ସ କମ୍ପାନୀ ଲିମିଟେଡ ୧୫୩ଟି ପ୍ରଶାସନିକ ଅଧିକାରୀ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ସବୁଠାରୁ ଭଲ କଥା ହେଉଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri