ରିଟର୍ଣ୍ଣ ଅଫ୍‌ ରାଇମୋହନ

ଚଳଚ୍ଚିତ୍ର ତଥା ଯାତ୍ରା ଜଗତରେ ଏକ ଅତି ପରିଚିତ ନଁା ରାଇମୋହନ। ସେ ଯେତେବେଳେ ଯାହା କରନ୍ତି ତାହା ହୁଏ ନିଆରା। ତାଙ୍କ ଅଭିନୟ ହେଉ କି ପିଚ୍‌ରେ ତାଙ୍କର ଡାଏଲଗ୍‌ ଉଚ୍ଚାରଣ – ସବୁଦୃଷ୍ଟିରୁ ଭିନ୍ନ ହେଉଛନ୍ତି ରାଇମୋହନ। ତାଙ୍କୁ ନେଇ ଏକ ବଡ଼ ଖବର ହେଉଛି, ଦୀର୍ଘଦିନ ପରେ ପୁଣିଥରେ ଯାତ୍ରାକୁ ଫେରିଛନ୍ତି ରାଇମୋହନ। ତେଣୁ ତାଙ୍କୁ ନେଇ ଏବେ ଠୁ ଆରମ୍ଭ ହୋଇଗଲାଣି ଚର୍ଚ୍ଚା। ଅସୁସ୍ଥତା ଯୋଗୁ ଦୀର୍ଘଦିନ ଧରି ସେ ଦୂରେଇ ରହିଥିଲେ ଯାତ୍ରାରୁ। ଏଥର ‘ଯାତ୍ରା ନନ୍ଦନକାନନ ମଧୁବାସନ୍ତି ଗଣନାଟ୍ୟ’ରେ ଏକ ଜବରଦସ୍ତ ନାଟକର ନିର୍ଦ୍ଦେଶନା ଦେଇ ତଥା ଅଭିନୟ କରି ସେ ତାଙ୍କର ଯାତ୍ରା ଲେଉଟାଣି କରିଛନ୍ତି। ନାଟକର ଶୀର୍ଷକ ହେଉଛି ‘ମୋଷ୍ଟ ଓ୍ବାଣ୍ଟେଡ଼ ରାଇମୋହନ୍‌’। ଏହି ନାଟକଟିକୁ ରଚନା କରିଛନ୍ତି ଯାତ୍ରା ଜଗତର ଜଣେ ଆଗଧାଡ଼ିର ନାଟ୍ୟକାର ଗୋପୀନାଥ ବାରିକ। ନବାଗତ ଶାରଦା ପଣ୍ଡା ତାଙ୍କୁ ନାଟ୍ୟ ରଚନାରେ ସହାୟତା କରିଛନ୍ତି। ଏହି ନାଟକଟି ସମ୍ପର୍କରେ ନାଟ୍ୟକାର ଗୋପୀନାଥ ବାରିକ କହନ୍ତି : ନାଟକଟିକୁ ସମ୍ପୂର୍ଣ୍ଣ ପରୀକ୍ଷାମୂଳକ କରାଯାଇଛି। ଆଗରୁ ରାଇମୋହନ୍‌ଙ୍କୁ ଜଣେ ବ୍ୟାଡମ୍ୟାନ୍‌ ଭାବରେ ଦର୍ଶକ ଦେଖିଥିଲେ। ମାତ୍ର ଏଥିରେ ରହିଛି ତାଙ୍କର ଅଲରାଉଣ୍ଡର ଭୂମିକା। କେତେବେଳେ ସେ କନ୍ଦାଉଛନ୍ତି ତ କେତେବେଳେ ନିଜେ କାନ୍ଦୁଛନ୍ତି। ନାଟକରେ ସେ ଜଣେ ଭଲଭାଇ, ଭଲ ପୁଅ, ଭଲ ବନ୍ଧୁ। ସାବତ ପୁଅ ହୋଇ ବି ଜଣେ ମା’କୁ କେତେ ଉପରେ ରଖିପାରେ ତାହା ଏହି ନାଟକରେ ଦେଖିବାକୁ ପାଇବେ ଦର୍ଶକ। ନାଟକଟି ଯେତିକି ଇମୋସନାଲ ସେତିକି ସାଇକୋଲୋଜିକାଲ। ନାଟକରେ ରାଇମୋହନ ଯେତେବେଳେ ଇମୋସନାଲ ହେଉଛନ୍ତି ସେତେବେଳେ ତାଙ୍କର ମୁଣ୍ଡ ବିଗିଡ଼ି ଯାଉଛି। ସେ ମର୍ଡ଼ର କରୁଛନ୍ତି। ସେଥିଲାଗି ସେ ବାରମ୍ବାର କହୁଛନ୍ତି – ‘ନା ମୁଁ କମନ୍‌ମ୍ୟାନ୍‌ ନା ମୁଁ ଜେଣ୍ଟଲମ୍ୟାନ୍‌। ନା ମୁଁ ହିରୋ ନା ମୁଁ ଭିଲେନ୍‌। ମୁଁ ମୋଷ୍ଟ ଓ୍ବାଣ୍ଟେଡ଼ ରାଇମୋହନ୍‌।’ ନାଟକରେ ପାଞ୍ଚଟି ମର୍ଡ଼ର କରିଛନ୍ତି ରାଇମୋହନ। ତାହା ପୁଣି ରହିଛି ଭିନ୍ନ ଭିନ୍ନ ତରିକାରେ। ଯେମିତି ଗୋଟିଏ ମର୍ଡ଼ର ସେ କରୁଛନ୍ତି ଏୟାରପୋର୍ଟରେ। କମଳକୁ ଗୁଡ଼େଇ ଗୁଡ଼େଇ ସେ ହତ୍ୟା କରୁଛନ୍ତି। ରାଇମୋହନ ଏହି ନାଟକରେ କେବଳ ଅଭିନୟ କରି ନାହାନ୍ତି; ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏଥିରେ ରାଇମୋହନ ନିଜକୁ ନେଇ ଏକ୍ସପେରିମେଣ୍ଟ କରିଛନ୍ତି। ହୁଏତ କେହି ରାଇଙ୍କୁ ନାଚିବା ଦେଖି ନ ଥିବେ। ମାତ୍ର ନାଟ୍ୟକାର ଗୋପୀନାଥ ବାରିକ ଏକ ଭାଇଭଉଣୀ ଗୀତରେ ରାଇଙ୍କୁ ନିଜର ସାନ ଭାଇଭଉଣୀଙ୍କ ସହିତ ଧୂମ ନଚେଇଛନ୍ତି। ମୋଟାମୋଟି ଭାବରେ ରାଇଙ୍କ ଲେଉଟାଣି ଦମଦାର ହୋଇଛି। ନିଜେ ରାଇମୋହନ ସ୍ବୀକାର କରିଛନ୍ତି ଯେ, ସେ ଅନେକ ଫିଲ୍ମ ଓ ଯାତ୍ରାରେ ଅନେକ କିସମର ଭୂମିକା ନିର୍ବାହ କରିଛନ୍ତି। ହେଲେ ଏ ନାଟକରେ ତାଙ୍କୁ ମିଳିଛି ତାଙ୍କ ଲାଇଫ୍‌ର ବେଷ୍ଟ ଭୂମିକା। ନାଟକଟି ଇତିମଧ୍ୟରେ ଦର୍ଶକ ଦରବାରକୁ ଆସିଗଲାଣି ତଥା ଦର୍ଶକଙ୍କୁ ନିଜର ରଙ୍ଗରେ ମତୁଆଲା କରିବା ଆରମ୍ଭ କଲାଣି।


Enter your email to get our daily news in your inbox.

All Right Reserved By Dharitri.Com

କଙ୍ଗନାଙ୍କୁ ରାଖୀଙ୍କ ଖୋଲା ଚ୍ୟାଲେଞ୍ଜ

ବମ୍ବେ: ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କୁ ବଡ଼ ଚ୍ୟାଲେଞ୍ଜ ଦେଇଛନ୍ତି ଡ୍ରାମା କୁଇନ୍‌ ରାଖୀ ସାଓ୍ବନ୍ତ। ସର୍ବଦା କିଛି ନା କିଛି କାରଣକୁ ନେଇ ବିବାଦରେ ରହୁଥିବା...

ବାପା ହେଲେ ଏହି ବଲିଉଡ୍‌ ଅଭିନେତା

ବମ୍ବେ: ପୁଣିଥରେ ବାପା ହୋଇଛନ୍ତି ବଲିଉଡ୍‌ ଅଭିନେତା ହରମନ ବାବେଜା। ତାଙ୍କ ଘରକୁ ଏକ କୁନି ରାଜକୁମାରୀ ଆସିଛନ୍ତି। ମାର୍ଚ୍ଚରେ ଅଭିନେତା ବାପା ହୋଇଥିଲେ ହେଁ...

ସଲମାନଙ୍କ ଘର ଉପରକୁ ଗୁଳିମାଡ଼ କରିଥିବା ଅଭିଯୁକ୍ତଙ୍କ ଆତ୍ମହତ୍ୟା

ମୁମ୍ବାଇ,୧ା୫: ବି’ ଟାଉନ୍‌ର ଭାଇଜାନ ସଲମାନ ଖାନଙ୍କ ଘର ଉପରକୁ ଗୁଳିମାଡ଼ ଘଟଣାର ଏକ ବଡ଼ ଖବର ସାମ୍ନାକୁ ଆସିଛି। ସଲମାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ...

ଋଷିଙ୍କୁ ମନେପକାଇଲେ ନୀତୁ

ମୁମ୍ବାଇ: ଅଭିନେତା ଋଷି କପୁରଙ୍କ ଚତୁର୍ଥ ଶ୍ରାଦ୍ଧବାର୍ଷିକୀ ମଙ୍ଗଳବାର ପାଳିତ ହୋଇଯାଇଛି। ବଲିଉଡ୍‌ ଇଣ୍ଡଷ୍ଟ୍ରିର ଏହି ଭେଟେରାନ ଅଭିନେତାଙ୍କର ଦେହାନ୍ତ ହେବାରେ ଇତି ମଧ୍ୟରେ ୪...

ଏହି ଯୁବ କ୍ରିକେଟରଙ୍କୁ ନେଇ ମନର କଥା କହିଲେ ଶାହାରୁଖ

ମୁମ୍ବାଇ,୩୦।୪: କୋଲକାତା ନାଇଟ ରାଇଡର୍ସ ମାଲିକ ଶାହରୁଖ ଖାନ ଆସନ୍ତା ଟି -୨୦ ବିଶ୍ୱକପରେ ତାଙ୍କ ଦଳର ଆକ୍ରମଣାତ୍ମକ ବ୍ୟାଟ୍ସମ୍ୟାନ ରିଙ୍କୁ ସିଂଙ୍କୁ ଭାରତୀୟ ଦଳରେ...

ପୁଅ ଅଭ୍ୟାନଙ୍କ ସହ ୱାର୍କଆଉଟ୍‌ କଲେ ଦିୟା

ମୁମ୍ବାଇ: ବଲିଉଡ୍‌ର ଷ୍ଟାର୍‌ ଅଭିନେତ୍ରୀମାନଙ୍କ ମଧ୍ୟରୁ ଦିୟା ମିର୍ଜା ଅନ୍ୟତମ। ସେ ନିଜର ନିଖୁଣ ଅଭିନୟ ଦ୍ୱାରା ବହୁବାର ଦର୍ଶକଙ୍କ ପ୍ରଶଂସା ସାଉଁଟିବାରେ ସଫଳ ହୋଇଛନ୍ତି। ମିସ୍‌...

ଫସିଗଲେ ଅଭିନେତା ସାହିଲ

ମୁମ୍ବାଇ,୨୮।୪: ମହାଦେବ ଅନଲାଇନ ବେଟିଂ ଆପ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମୁମ୍ବାଇ ପୋଲିସ ବର୍ତ୍ତମାନ ଠକେଇ ଏବଂ ଜୁଆର ବିଭିନ୍ନ ବିଭାଗରେ ଆପର ପ୍ରମୋଟରଙ୍କ...

ନ୍ୟୁୟର୍କ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ: ଦମନ, ପ୍ରତୀକ୍ଷା ମନୋନୀତ

ଭୁବନେଶ୍ୱର,୨୭ା୪(ଶର୍ମିଷ୍ଠା ପାଣିଗ୍ରାହୀ): ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଏକ ଖୁସି ଓ ଗର୍ବର ଖବର। ନିକଟରେ ଓଡ଼ିଆ ସିନେମାରେ ଚର୍ଚ୍ଚାରେ ଥିବା ଦୁଇଟି ଚଳଚ୍ଚିତ୍ର ‘ଦମନ’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri