Posted inଜାତୀୟ

ଆଉ ଏକ ମହାମାରୀ ନିଶ୍ଚିତ

ନୂଆଦିଲ୍ଲୀ,୨୯ା୫: ଅନ୍ୟ ଏକ ମହାମାରୀ ନିଶ୍ଚିତ ବୋଲି ବ୍ରିଟେନ୍‌ର ପୂର୍ବତନ ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା ସାର୍‌ ପାଟ୍ରିକ୍‌ ଭାଲାନ୍ସ ସତର୍କ କରାଇଛନ୍ତି। ସେଥିପାଇଁ ଆଗାମୀ ସରକାର ପ୍ରସ୍ତୁତି ଉପରେ ପ୍ରାଥମିକତା ଦେବାକୁ ସେ ପରାମର୍ଶ ଦେଇଛନ୍ତି। ନୂତନ ଭାବେ ସୃଷ୍ଟି ହେଉଥିବା ବିପଦକୁ ଶୀଘ୍ର ଚିହ୍ନଟ କରିବା ପାଇଁ ଉନ୍ନତ ସର୍ଭିଲାନ୍ସ ବ୍ୟବସ୍ଥା ସ୍ଥାପନ ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ସେ ୨୦୨୧ରେ ଜି-୭ ନେତାମାନଙ୍କୁ ଦେଇଥିବା ବାର୍ତ୍ତାକୁ ଦୋହରାଇବା ସହ ତ୍ୱରିତ୍‌ କାର୍ଯ୍ୟାନୁଷ୍ଠାନକୁ ପ୍ରାଥମିକତା ଦେଇଛନ୍ତି। କୋଭିଡ୍‌-୧୯ ମହାମାରୀ ବେଳେ ତ୍ୱରିତ୍‌ ନିଦାନ, ଟିକା ଏବଂ ଚିକିତ୍ସା ଯୋଗୁ ଏହାକୁ ରୋକାଯାଇପାରିଥିଲା। ଏହା ହାସଲଯୋଗ୍ୟ ହୋଇଥିବାବେଳେ ଅନ୍ତର୍ଜାତୀୟ ସମନ୍ବୟରେ ଉଲ୍ଲେଖନୀୟ ଉନ୍ନତି ଆବଶ୍ୟକ ବୋଲି ଭାଲାନ୍ସ କହିଛନ୍ତି। ୨୦୨୧ରେ ସେ ଯେଉଁସବୁ ପରାମର୍ଶ ଦେଇଥିଲେ ୨୦୨୩ ସୁଦ୍ଧା ଜି-୭ ଦେଶଗୁଡ଼ିକ ତାହା ଭୁଲିଯାଇଥିବା ଭଳି ମନେହୁଏ। ମହାମାରୀ ମୁକାବିଲା ପାଇଁ ପ୍ରସ୍ତୁତିକୁ ଯୁଦ୍ଧକାଳୀନ ପ୍ରସ୍ତୁତି ଭଳି ଗୁରୁତ୍ୱର ସହ ନେବାକୁ ଭାଲାନ୍ସ ସୁପାରିସ କରିଛନ୍ତି। ମହାମାରୀ ପ୍ରସ୍ତୁତିରେ ଦେଶଗୁଡ଼ିକ ପରସ୍ପରକୁ ସହଯୋଗ କରିବା ନିମନ୍ତେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ମହାମାରି ଚୁକ୍ତିନାମା ପାଇଁ ଉଦ୍ୟମ ଚଳାଇଛି। ଏହା ଏକ ସକାରାତ୍ମକ ପଦକ୍ଷେପ ହେଲେ ମଧ୍ୟ ଯଥେଷ୍ଟ ନୁହେଁ। ଯଦି ଏହି ପ୍ରସଙ୍ଗ ଜି୭ ଏବଂ ଜି୨୦ ଏଜେଣ୍ଡାରୁ ହଟିଯାଉଛି, ତେବେ ଆମେ ସମାନ ସ୍ଥିତିରେ ରହିଛୁ ବୋଲି ଧରିନେବାକୁ ହେବବୋଲି ଭାଲାନ୍ସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri