Posted inଜାତୀୟ

ଗେମିଂ ଜୋନ୍‌ ଅଗ୍ନିକାଣ୍ଡ ମାମଲା: ୨ ପୋଲିସ ସମେତ ୭ ନିଲମ୍ବିତ

ରାଜକୋଟ,୨୮ା୫(ପି.ଟି.): ରାଜକୋଟ ଗେମିଂ ଜୋନ୍‌ ଅଗ୍ନିକାଣ୍ଡ ଘଟଣାରେ ଗୁଜରାଟ ସରକାର ସୋମବାର ୨ ଜଣ ପୋଲିସ ଅଫିସରଙ୍କ ସମେତ ୭ ଜଣଙ୍କୁ ନିଲମ୍ବନ କରିଛନ୍ତି। ଏହି ଅଫିସରମାନଙ୍କ ଦାୟିତ୍ୱହୀନତା ଯୋଗୁ ଆବଶ୍ୟକ ଅନୁମୋଦନ ନ ଥାଇ ଗେମିଂ ଜୋନ୍‌ ଚାଲୁଥିଲା ବୋଲି ସରକାରଙ୍କ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି। ଏହାବ୍ୟତୀତ ରାଜକୋଟ ପୋଲିସ କମିଶନର ରାଜୁ ଭାର୍ଗବଙ୍କ ସମେତ ୬ ପୋଲିସ ଅଧିକାରୀଙ୍କୁ ବଦଳି କରାଯାଇଛି। ରାଜକୋଟ ପୌର ନିଗମ କମିଶନର ଆନନ୍ଦ ପଟେଲଙ୍କୁ ବଦଳି କରାଯାଇ ତାଙ୍କ ସ୍ଥାନରେ ଡି.ପି. ଦେଶାଇଙ୍କୁ ନିଯୁକ୍ତ କରାଯାଇଛି। ଦେଶାଇ ଅହମଦାବାଦ ସହରାଞ୍ଚଳ ବିକାଶ କର୍ତ୍ତୃପକ୍ଷ (ଏୟୁଡିଏ)ର ସିଇଓ ରହିଛନ୍ତି।
ନିଲମ୍ବିତ ଅଧିକାରୀଙ୍କ ମଧ୍ୟରେ ଅଛନ୍ତି ରାଜକୋଟ ପୌର ନିଗମ ଟାଉନ ପ୍ଲାନିଂ ବିଭାଗ ସହକାରୀ ଯନ୍ତ୍ରୀ ଜୟଦୀପ ଚୌଧରୀ, ଆର୍‌ଏମ୍‌ସିର ଆସିଷ୍ଟାଣ୍ଟ ଟାଉନ ପ୍ଲାନର ଗୌତମ ଜୋଷୀ, ସଡ଼କ ଓ ଅଟ୍ଟାଳିକା ବିଭାଗ ଉପକାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଏମ୍‌.ଆର୍‌. ସୁମା ଏବଂ ପାରସ କୋଠିୟା, ପୋଲିସ ଇନ୍ସପେକ୍ଟର ଭି.ଆର୍‌. ପଟେଲ ଏବଂ ଏନ୍‌.ଆଇ. ରାଠୋଡ। ପରେ ଆର୍‌ଏମ୍‌ସିର କାଲାଭାଦ୍‌ ରୋଡ୍‌ ଫାୟାରଷ୍ଟେଶନର ଷ୍ଟେଶନ ଅଫିସର ରୋହିତ ଭିଗୋରାଙ୍କୁ ନିଲମ୍ବନ କରାଯାଇଛି।
ଗେମିଂ ଜୋନ୍‌ର ଆଉ ଜଣେ ଅଂଶୀଦାର ରାହୁଲ ରାଡୋଡ୍‌ଙ୍କୁ ପୋଲିସ ସୋମବାର ଗିରଫ କରିଛି। ଏହାକୁ ମିଶାଇ ଅଗ୍ନିକାଣ୍ଡ ଘଟଣାରେ ଗିରଫ ସଂଖ୍ୟା ୩ରେ ପହଞ୍ଚତ୍ଛି। ରବିବାର ଅନ୍ୟତମ ଅଂଶୀଦାର ଯୁବରାଜ ସିଂ ସୋଲାଙ୍କି ଏବଂ ମ୍ୟାନେଜର ନିତୀନ ଜୈନଙ୍କୁ ଗିରଫ କରାଯାଇଥିଲା। ଗତ ଶନିବାର ରାଜକୋଟ ଗେମିଂ ଜୋନ୍‌ରେ ନିଆଁ ଲାଗି ଛୋଟ ପିଲାଙ୍କ ସମେତ ୨୮ ଜଣଙ୍କ ମୃତ୍ୟୁ ଘଟିଥିଲା। ମୃତକଙ୍କ ମଧ୍ୟରେ ଏକ ନବ ଦମ୍ପତି ଓ କନ୍ୟାର ଭଉଣୀ ଅଛନ୍ତି।

ରାଜ୍ୟ ପ୍ରଶାସନ ଉପରେ ବିଶ୍ୱାସ ନାହିଁ: ହାଇକୋର୍ଟ

ରାଜକୋଟ ଗେମିଂ ଜୋନ୍‌ ଅଗ୍ନିକାଣ୍ଡ ଘଟଣାରେ ଗୁଜରାଟ ହାଇକୋର୍ଟ ପୌର ନିଗମକୁ ଭର୍ତ୍ସନା କରିଛନ୍ତି। ନିରୀହ ଲୋକମାନଙ୍କ ଜୀବନ ଯିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ରାଜ୍ୟ ପ୍ରଶାସନ ଉପରେ ବିଶ୍ୱାସ ନାହିଁ ବୋଲି ହାଇକୋର୍ଟ କହିଛନ୍ତି। ଏକ ଜନସ୍ବାର୍ଥ ମାମଲାରେ ପୂର୍ବରୁ ନିଆଯାଇଥିବା ଅଗ୍ନି ନିରାପତ୍ତା ନିର୍ଦ୍ଦେଶନାମାକୁ ପୌର ପ୍ରଶାସନ ୧୮ ମାସ ହେଲା ଚାପିଦେଇଥିଲା ବୋଲି ଜଷ୍ଟିସ୍‌ ବୀରେନ ବୈଷ୍ଣବ ଏବଂ ଦେବନ ଦେଶାଇଙ୍କ ସ୍ବତନ୍ତ୍ର ଖଣ୍ଡପୀଠ କହିଛନ୍ତି। ଗେମିଂ ଜୋନ୍‌ ଅଗ୍ନିକାଣ୍ଡ ଘଟଣାରେ ହାଇକୋର୍ଟ ନିଜଆଡ଼ୁ ଜନସ୍ବାର୍ଥ ମାମଲା ବିଚାର ପାଇଁ ଗ୍ରହଣ କରିଥିଲେ। ଏହା ଏକ ମାନବକୃତ ବିପର୍ଯ୍ୟୟ ବୋଲି ହାଇକୋର୍ଟ କହିଥିଲେ। ଟିଆର୍‌ପି ଗେମ୍‌ ଜୋନ୍‌ ଆବଶ୍ୟକ ଅନୁମତି ପାଇଁ ଆବେଦନ କରି ନ ଥିଲା ବୋଲି ପୌର ନିଗମ ପକ୍ଷରୁ କୁହାଯିବାରୁ ନିଜ ଅଞ୍ଚଳରେ ଏତେବଡ଼ ନିର୍ମାଣ ପ୍ରତି କର୍ତ୍ତୃପକ୍ଷ କିପରି ଆଖି ବୁଜିଦେଇଥିଲେ ବୋଲି ଖଣ୍ଡପୀଠ ପ୍ରଶ୍ନ କରିଥିଲେ। ଅଗ୍ନିକାଣ୍ଡ ପାଇଁ ୨୦୨୧ରେ ଟିଆର୍‌ପି ଗେମିଂ ଜୋନ୍‌ ନିର୍ମାଣ ଦିନଠାରୁ ଆଜି ପର୍ଯ୍ୟନ୍ତ ସମସ୍ତ ପୌର କମିଶନର ଦାୟୀ ରହିବା ଆବଶ୍ୟକ। ସେମାନଙ୍କ ଅଲଗା ଅଲଗା ସତ୍ୟପାଠ ଦାଖଲ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶୀତ ମହୋତ୍ସବକୁ ଆସିବା ପାଇଁ ନିମନ୍ତ୍ରଣ ଗ୍ରହଣ କଲେ ପ୍ରଭାତୀ

ଦାରିଙ୍ଗବାଡି, ୨୪/୧୨ (ଅରୁଣ ସାହୁ):  ଦାରିଙ୍ଗବାଡିରେ ଆସନ୍ତା ୮ ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି । ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ...

ନକଲି ଜିନିଷ ପାଇଁ ଅସଲି ଗ୍ରାହକ ହେଉଛନ୍ତି ଠକେଇ, ଭଞ୍ଜନଗରରେ ଖାଉଟି ଅଦାଲତ ସ୍ଥାପନ ଦାବି

ଭଞ୍ଜନଗର,୨୪/୧୨(ବାବୁଲା ପ୍ରଧାନ)-ଜାତୀୟ ଖାଉଟି ଦିବସ ପାଳନ ଅବସରରେ ଉପଭୋକ୍ତା ଓକିଲାତି ସଂଘ ବୋର୍ଡ, ଅବସର ସୈନିକ ସଂଘ, ଗ୍ରାହକ ପଞ୍ଚାୟତ ମିଳିତ ସହଯୋଗରେ ବୁଧବାର ଭଞ୍ଜନଗର...

ଅନୁ ଗର୍ଗ ହେଲେ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ, ନୂଆବର୍ଷରେ ନେବେ ଦାୟିତ୍ବ

ଭୁବନେଶ୍ବର,୨୪।୧୨: ଅନୁ ଗର୍ଗ ହେଲେ ନୂଆ ମୁଖ୍ୟ ଶାସନ ସଚିବ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟର...

ମକର ମେଳାରେ ଦଳାଚକଟା ଆଶଙ୍କା ଏଡ଼ାଇବାକୁ ପଦକ୍ଷେପ, ଏହିଦିନ ବନ୍ଦ ରହିବ ଟି- ସେତୁ

କଟକ,୨୪।୧୨: ବଡମ୍ବା ସିଂହନାଥ ମକର ମେଳାରେ ଦଳାଚକଟା ଆଶଙ୍କା ଏଡ଼ାଇବାକୁ ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି । ଜାନୁଆରୀ ୧୪ରୁ ୧୭ ଯାଏଁ...

ପାସ୍ତା, ପିଜା-ବର୍ଗର ନେଲା କି ଯୁବତୀଙ୍କ ଜୀବନ? ଜାଣନ୍ତୁ କ’ଣ କହୁଛନ୍ତି ଡାକ୍ତର

ନୂଆଦିଲ୍ଲୀ,୨୪।୧୨: ନିକଟରେ, ଉତ୍ତର ପ୍ରଦେଶର ଆମରୋହାରୁ ଜଣେ ୧୧ଶ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଖବର ପ୍ରକାଶିତ ହୋଇଥିଲା। ପରିବାର ଦାବି କରିଥିଲେ ଯେ ଝିଅଟିର ଖାଦ୍ୟରେ...

ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ସଚେତନତା, ବଟେଶ୍ୱର ପୀଠ ହେବ ପ୍ଲାଷ୍ଟିକ ମୁକ୍ତ

ଗଞ୍ଜାମ,୨୪।୧୨(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ଶୈବ ପୀଠ ସ୍ଥିତ କଲ୍ୟାଣ ମଣ୍ଡପରେ ବିରଳ ସାମୁଦ୍ରିକ କଇଁଛ ଅଲିଭ ରିଡଲେଙ୍କ ସୁରକ୍ଷା ସମ୍ପର୍କକିତ...

ଚାନ୍ଦବାଲି ଲଜ୍ଜା: ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪।୧୨: ଭଦ୍ରକ ଜିଲା ଚାନ୍ଦବାଲିରେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣା ବର୍ତ୍ତମାନ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏନେଇ ଉତ୍ତେଜନା ଦେଖାଯାଇଥିବା...

Vijay Hazare Trophy: ବିରାଟ କୋହଲିଙ୍କ ଧୂଆଁଧାର ବ୍ୟାଟିଂ, ୧୬ ବର୍ଷ ପରେ ଏପରି ଶତକ ମାରିଲେ…

ନୂଆଦିଲ୍ଲୀ,୨୪।୧୨: ବିରାଟ କୋହଲିଙ୍କ ବ୍ୟାଟ୍ ବନ୍ଦ ହେବାର କୌଣସି ସଙ୍କେତ ଦେଖାଯାଉନାହିଁ । ଏହା ଅନ୍ତର୍ଜାତୀୟ କ୍ରିକେଟ୍ ହେଉ କି ଘରୋଇ କ୍ରିକେଟ୍ ସବୁ ସ୍ଥାନରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri