ନିବେଶକଙ୍କୁ ଠକୁଛନ୍ତି ପିଗ୍‌ ବଚରିଙ୍ଗ୍‌ ସ୍କାମର, ଜାଣନ୍ତୁ ଏହା କ’ଣ?

ଭୁବନେଶ୍ୱର,୨୩।୫ (ଅନୁରାଧା ମହାରଣା): ଷ୍ଟକ୍‌ ମାର୍କେଟରେ ପୁଞ୍ଜି ବିନିଯୋଗ କରିବା ଧାରା ବୃଦ୍ଧି ପାଉଥିବାବେଳେ ନୂତନ ପ୍ରକାର ଠକେଇ ଏବଂ ସ୍କାମ୍‌ ମଧ୍ୟ ବଢ଼ିବାରେ ଲାଗିଛି। ବର୍ତ୍ତମାନ ଏହିପରି ଅନେକ ମାମଲା ସାମ୍ନାକୁ ଆସୁଛି ଯେଉଁଥିରେ ଲୋକମାନେ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ବ୍ୟବହାରକରି ବିପୁଳ ରିଟର୍ନ ଲୋଭ ଦେଇ ଲକ୍ଷ ଲକ୍ଷ ଟଙ୍କା ଠକେଇ କରୁଛନ୍ତି। ଏହି ପ୍ରକାର ଠକେଇକୁ ‘ପିଗ୍‌ ବଚରିଙ୍ଗ୍‌’ କୁହାଯାଉଛି। ଏହି ପ୍ରକାର ମାମଲା ଦ୍ରୁତଗତିରେ ବଢ଼ୁଥିବାବେଳେ ଶେୟାର ମାର୍କେଟରେ ଟଙ୍କା ବିନିଯୋଗକାରୀ ଏହାର ଶିକାର ହେଉଛନ୍ତି। ସାମାନ୍ୟ ଅସାବଧାନତା ଫଳରେ ନିବେଶକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରୁ ସମସ୍ତ ଟଙ୍କା ନିମିଷକରେ ଉଭାନ ହୋଇଯାଉଛି। କେବଳ ସାଧାରଣ ଲୋକ ନୁହନ୍ତି ବରଂ ଟେକ୍ନୋଲୋଜି ଏବଂ ବଜାର ନିବେଶ ସମ୍ପର୍କିତ ଗଭୀର ଜ୍ଞାନ ରଖୁଥିବା ଲୋକମାନେ ଏଥିରେ ଜଡ଼ିତ ଅଛନ୍ତି। ଅନେକ ସମୟରେ ଏକ ଅଜଣା ନମ୍ବରରୁ ଏକ ନୂତନ ହ୍ବାଟ୍ସ୍‌ଆପ୍‌ ଗ୍ରୁପ୍‌ ସହ ବ୍ୟକ୍ତି ଯୋଡ଼ିହୋଇଥା’ନ୍ତି। ଏହି ଗ୍ରୁପ୍‌ ଷ୍ଟକ୍‌ ମାର୍କେଟ କାରବାର ସହ ଜଡ଼ିତ ଥିବା ଭଳି ପ୍ରତୀୟମାନ ହୋଇଥାଏ। ମାତ୍ର ଏହା ହୋଇ ନ ଥାଏ। ବାସ୍ତବରେ ଏକ ବିଶାଳ ଡାଟାବେସ୍‌ ଡାର୍କ ୱେବ୍‌ରେ ବିକ୍ରି ହେଉଛି, ଯେଉଁଥିରେ କୋଟି କୋଟି ଲୋକଙ୍କ ସୂଚନା ଉପଲବ୍ଧ ହେଉଛି। ଏହି ସ୍କାମରମାନେ ଡାର୍କ ୱେବ୍‌ରୁ ତଥ୍ୟ କିଣନ୍ତି ଏବଂ ହ୍ବାଟ୍ସଆପ୍‌ କିମ୍ବା ଟେଲିଗ୍ରାମରେ ଏକ ଗୋଷ୍ଠୀ ବା ଗ୍ରୁପ୍‌ ସୃଷ୍ଟି କରି ଏଥିରେ ମିଳୁଥିବା ନମ୍ବରଗୁଡିକ ସାମିଲ କରିଥା’ନ୍ତି। ଏହି ଗୋଷ୍ଠୀରେ ତଥାକଥିତ ଷ୍ଟକ ମାର୍କେଟ ବିଶେଷଜ୍ଞ କିମ୍ବା ଷ୍ଟକ୍‌ ଗୁରୁ ମଧ୍ୟ ରହିଥାନ୍ତି। ସେହ ନକଲି ବିଶେଷଜ୍ଞଙ୍କ ନାମରେ ଗୋଷ୍ଠୀ ସଦସ୍ୟମାନଙ୍କୁ ଟିପ୍ସ ଦିଆଯାଏ। ସେହି ଟିପ୍ସଗୁଡ଼ିକ ଏପରି ଯେ ଲୋକମାନେ ମଧ୍ୟ ପ୍ରତାରିତ ହୁଅନ୍ତି। ଗ୍ରୁପ୍‌ରେ ବ୍ୟବସାୟିକ ଅଧ୍ୟୟନ ସାମଗ୍ରୀ ଇତ୍ୟାଦି ମଧ୍ୟ ଦିଆଯାଏ। ଅନେକ ଥର କିଛି ସବ୍‌ସ୍କ୍ରିପସନ ଚାର୍ଜ ମଧ୍ୟ ପଚରାଯାଏ। ଏପରି ଭାବେ ସ୍କାମରମାନେ ଗ୍ରୁପ୍‌ ସଦସ୍ୟଙ୍କ ବିଶ୍ୱାସଭାଜନ ହୋଇଥା’ନ୍ତି। ସ୍କାମରଙ୍କ ଦ୍ୱାରା ଏହିପରି ବ୍ୟକ୍ତିମାନେ ଗ୍ରୁପ୍‌ରେ ଯୋଡ଼ିହୋଇଥାନ୍ତି, ଯେଉଁମାନେ ଟିପ୍ସରେ ଉପକୃତ ହେବା ସହ ବିପୁଳ ଲାଭ ଉପାର୍ଜନ କରିଥିବା ଦର୍ଶାଇଥାନ୍ତି। ଏ ସମ୍ପର୍କିତ ନକଲି ସ୍କ୍ରିନ୍‌ସଟ୍‌ ମଧ୍ୟ ଶେୟାର କରିଥା’ନ୍ତି। ଏହିପରି ସ୍କାମରମାନେ ଫିସିଂ ୱେବ୍‌ସାଇଟ ଏବଂ ଆପ୍‌ର ସାହାଯ୍ୟ ନିଅନ୍ତି। ଏହି ଆପ୍‌ ଏବଂ ୱେବ୍‌ସାଇଟଗୁଡିକ କେବଳ ବାସ୍ତବ ଦେଖାଯାଏ ନାହିଁ ବରଂ ଏଥିରେ ଯୋଡ଼ିହେଉଥିବା ନିବେଶକାରୀ ଲାଭବାନ ହେଉଥିବା ପ୍ରତୀୟମାନ ହୁଏ। ପରବର୍ତ୍ତୀ ସମୟରେ ନିବେଶକ ଲକ୍ଷାଧିକ ଟଙ୍କା ବିନିଯୋଗ କରିବା ପରେ ସମସ୍ତ ଟଙ୍କା ସ୍କାମର ଠକି ନିଅନ୍ତି ଏବଂ ଆପ୍‌ କାର୍ଯ୍ୟ କରିବା ବନ୍ଦ ହୋଇଯାଇଥାଏ।

ପିଗ୍‌ ବଚରିଙ୍ଗ୍‌ କ’ଣ?

ପିଗ୍‌ ବଚରିଙ୍ଗ୍‌ର ଅର୍ଥ ହେଉଛି ଘୁୁଷୁରି ହତ୍ୟା। ଘୁଷୁରିମାନଙ୍କୁ ମାଂସ ପାଇଁ ମାରିବା ପୂର୍ବରୁ ସେମାନଙ୍କୁ ପୂର୍ବରୁ ଖାଇବାକୁ ଦିଆଯାଏ ଏବଂ ହୃଷ୍ଟପୁଷ୍ଟ କରାଯାଏ। ସ୍କାମରମାନେ ମଧ୍ୟ ଏହି ସ୍କାମ୍‌ରେ ସମାନ କାର୍ଯ୍ୟ କରନ୍ତ। ସ୍କାମରମାନେ ବଚର ବା କଂସେଇ ଭାବରେ କାର୍ଯ୍ୟ କରନ୍ତି ଏବଂ ଘୁଷୁରି ବଦଳରେ ନିରୀହ ନିବେଶକମାନେ ଶିକାର ହୁଅନ୍ତି। ସ୍କାମର ପ୍ରଥମେ ନିବେଶକଙ୍କୁ ରୋଜଗାରର ପ୍ରତିଶ୍ରୁତି ଦେଇଥାଏ। ନିବେଶକମାନଙ୍କୁ ଆରମ୍ଭରେ କିଛି ଆକର୍ଷଣୀୟ ରିଟର୍ନ ଦିଆଯାଏ। ଏହା ନିବେଶକଙ୍କ ଲୋଭକୁ ବଢ଼ାଇଥାଏ ଏବଂ ସେ ନିଜ ବିନିଯୋଗ ଅଂଶ ବଢ଼ାଇଥାନ୍ତି। ପରିମାଣ ବଢ଼ିବା ମାତ୍ରେ ସ୍କାମର ଉକ୍ତ ଟଙ୍କାକୁ ଉଠାଇନେଇଥାଏ।

ପିଗ୍‌ ବଚରିଙ୍ଗ୍‌ ସ୍କାମ୍‌ରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ଅପ୍ରତ୍ୟାଶିତ ରିଟର୍ନ ଲୋଭରେ ପଡ଼ନ୍ତୁ ନାହିଁ। ହ୍ବାଟ୍ସଆପ୍‌ କିମ୍ବା ଟେଲିଗ୍ରାମରେ ଅଜଣା ଗ୍ରୁପ୍‌ରେ ମିଳୁଥିବା ଟିପ୍ସଠାରୁ ଦୂରରେ ରହିବା ଉଚିତ। କୌଣସି ସୋସିଆଲ ମିଡିଆ, ବାର୍ତ୍ତା କିମ୍ବା ଇମେଲ୍‌ ମାଧ୍ୟମରେ ଆସୁଥିବା ସନ୍ଦେହଜନକ ଲିଙ୍କ୍‌ ଉପରେ କ୍ଲିକ୍‌ କରିବା ଉଚିତ ନୁହେଁ। କେବଳ ପରିଚିତ ବ୍ୟକ୍ତି କୌଣସି ଗ୍ରୁପ୍‌ରେ ଯୋଡ଼ିଲେ ଏହାର କାରଣ ଜାଣିବା ପରେ ହିଁ ଏଥିରେ ଯୋଡ଼ିହୁଅନ୍ତୁ। ଆବଶ୍ୟକ ସ୍ଥଳେ ଆପଣ ଜାଣିଥିବା ଭରସାଯୋଗ୍ୟ ବଜାର ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ। ଯଦି ଠକେଇର ଶିକାର ହେବାର ସାମାନ୍ୟତମ ସନ୍ଦେହ ହୁଏ ତେବେ ଗ୍ରୁପ୍‌ ବ୍ଲକ୍‌ କରିବା ଆବଶ୍ୟକ।
-ତ୍ରିନାଥ ଲେଙ୍କା, ଅର୍ଥନୀତି ବିଶେଷଜ୍ଞ


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଚେଷ୍ଟା ରହିଲେ ସଫଳତା ନିଶ୍ଚିତ ମିଳିବ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ସେଣ୍ଟ ଆନ୍ସ ଇଂଗ୍ରାଜୀ ମିଡିୟମ ସ୍କୁଲର ୧୯ ତମ ବାର୍ଷିକ ଉତ୍ସବ ସୋମବାର ସନ୍ଧ୍ୟାରେ ପାଳିତ ହୋଇଯାଇଛି। ଆୟୋଜିତ ଉତ୍ସବରେ...

ପରିମଳ କର୍ମଚାରୀଙ୍କ ଅନର୍ଦ୍ଦିିଷ୍ଟ କାଳ କାର୍ଯ୍ୟବନ୍ଦ ଆନ୍ଦୋଳନ

କବିସୂର୍ଯ୍ୟନଗର,୨୨ା୧୨(କୃପାସିନ୍ଧୁ ସ୍ୱାଇଁ): ୧୦ ମାସର ବକେୟା ଦରମା ପ୍ରଦାନ ଓ ଛଟେଇ ନିଷ୍ପତ୍ତି ପ୍ରତ୍ୟାହାର ଦାବିନେଇ କବିସୂର୍ଯନଗର ଏନ୍‌ଏସିର ପରିମଳ କର୍ମଚାରୀମାନେ ଅନର୍ଦ୍ଦିିଷ୍ଟ କାଳ ପାଇଁ...

Asia Cup ବିଜୟୀ ଦଳକୁ ସ୍ୱତନ୍ତ୍ର ପୁରସ୍କାର ଘୋଷଣା କଲେ ଶାହବାଜ

କରାଚୀ,୨୨ା୧୨: ଦୁବାଇରେ ୧୯ବର୍ଷରୁ କମ୍‌ Asia Cup ବିଜୟୀ ପାକିସ୍ତାନ ଦଳର ସଦସ୍ୟମାନଙ୍କ ଲାଗି ଦେଶର ପ୍ରଧାନମନ୍ତ୍ରୀ ଶାହବାଜ ଶରିଫ ୧୦ ନିୟୁତ ପାକିସ୍ତାନୀ ଟଙ୍କା...

ଦୁର୍ବ୍ୟବହାର ପ୍ରତିବାଦରେ ଡାକ୍ତର, କର୍ମଚାରୀଙ୍କ ଧାରଣା

କେସିଙ୍ଗା,୨୨ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ମେଡ଼ିକାଲ ଅଫିସର ଓ ଡାକ୍ତରଙ୍କୁ କେତେଜଣ ବ୍ୟକ୍ତି ଦୁର୍ବ୍ୟବହାର ପ୍ରଦର୍ଶନ କରିବା ପ୍ରତିବାଦରେ ସୋମବାର...

ଓଡ଼ିଶା ହେବ ପୁଞ୍ଜିନିବେଶ ହବ୍, ନିଯୁକ୍ତି ପାଇବେ…

ଭୁବନେଶ୍ବର,୨୨।୧୨:  ଓଡ଼ିଶା ହେବ ପୁଞ୍ଜିନିବେଶ ହବ୍ । ଫାର୍ମା ଓ ଡିଫେନ୍ସ ସହ ବୈଠକ ହୋଇଥିବା ବେଳେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ...

ହୃଦୟ ବିଦାରକ… ଝିଅ ଖୋଲିଦେଲା ଗୁମର, ପୁରୁଷ ବନ୍ଧୁଙ୍କ ସହ ମିଶି ସ୍ବାମୀଙ୍କୁ ହତ୍ୟା ପରେ ଗ୍ରାଇଣ୍ଡିଂ କରିଦେଲେ ସ୍ତ୍ରୀ

ନୂଆଦିଲ୍ଲୀ,୨୨।୧୨: ଉତ୍ତର ପ୍ରଦେଶର ସମ୍ଭାଲ ଜିଲାର ଚନ୍ଦୌସି ଥାନା ଅଞ୍ଚଳରୁ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ଜଣେ ମହିଳା ତାଙ୍କ ପ୍ରେମିକ ଏବଂ...

ଜାନୁଆରୀ ୧ରୁ କଡ଼ାକଡ଼ି ହେବ ଗାଡ଼ି ଚେକିଂ, ଏହି ସାର୍ଟିଫିକେଟ ନ ଥିଲେ ମିଳିବନି ପେଟ୍ରୋଲ!

ଭୁବନେଶ୍ୱର,୨୨।୧୨: ଜାନୁଆରୀ ୧ ତାରିଖରୁ ଜୋରଦାର ଗାଡ଼ି ଚେକିଂ ହେବ। ଏନେଇ ପରିବହନ କମିଶନର ଅମିତାଭ ଠାକୁର ସୂଚନା ଦେଇଛନ୍ତି। ସେ କହିଛନ୍ତି, MVI ନିୟମ...

ବଡ଼ଦିନ ପାଳନ ପାଇଁ ଚଳଚଞ୍ଚଳ କନ୍ଧମାଳ: ପୋଲିସ ପାଟ୍ରୋଲିଂକୁ କରାଯିବ କଡାକଡ଼ି

ଦାରିଙ୍ଗବାଡି, ୨୨ା୧୨ (ଅରୁଣ ସାହୁ): ଆଉ ମାତ୍ର ୨ ଦିନ ପରେ ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ ପାଳନ ହେବ। ଏଥିପାଇଁ ସବୁଠି ଆନନ୍ଦର ଲହରି ଦେଖା ଦେଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri