ନିବେଶକ ହରାଇଲେ ୭ ଲକ୍ଷ କୋଟିରୁ ଅଧିକ, ୩ଦିନରେ କମିଲା ପ୍ରାୟ ୧୧ଲକ୍ଷ କୋଟି

ନୂଆଦିଲ୍ଲୀ,୧୦ା୫: କ୍ରମାଗତ ଭାବେ ଘରୋଇ ଶେୟାର ବଜାର କାରବାରରେ ହ୍ରାସ ଘଟୁଛି। ଫଳରେ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ ବା ବିଏସ୍‌ଇରେ ପଞ୍ଜୀକୃତ ଷ୍ଟକ୍‌ଗୁଡିକର ଶେୟାର ବଡ ଧରଣର କମିଥିଲାବେଳେ ନିବେଶକମାନେ ଲକ୍ଷାଧିକ ଟଙ୍କାର କ୍ଷତି ସହିଛନ୍ତି। ଏପରିକି ଦିନକରେ ନିବେଶକ ୭(୭,୩୪,୫୧୩.୪୮କୋଟି) ଲକ୍ଷ କୋଟିରୁ ଅଧିକ ଟଙ୍କା ହରାଇଛନ୍ତି।

ଉଲ୍ଲେଖଯୋଗ୍ୟ, ଷ୍ଟକ୍‌ ବଜାରର ସୂଚନା ଅନୁଯାୟୀ, ଗୁରୁବାର ନିବେଶକମାନେ ପ୍ରାୟ ୭.୩୪ ଲକ୍ଷ କୋଟି ଟଙ୍କାର ନିବେଶ ହରାଇଥିବାବେଳେ ପୁଞ୍ଜିବଜାରର ମୂଲ୍ୟ ୩,୯୩,୩୪,୮୯୬.୧୪ କୋଟିରେ ପହଞ୍ଚତ୍ଛି। ପୂର୍ବ ଦିନର ବଜାର କାରବାର ଶେଷ ସୁଦ୍ଧା ବଜାର ମୂଲ୍ୟ ୪,୦୮,୪୯,୭୬୭.୯୦ କୋଟିରେ ଥିଲା। ସେହିଭଳି ଗୁରୁବାର ଦଲାଲ ଷ୍ଟ୍ରିଟ୍‌ର କାରବାର ପ୍ରାରମ୍ଭରୁ ତଳମୁହଁା (ହ୍ରାସ) ହୋଇଥିତ୍ଲାବେଳେ କାର୍ଯ୍ୟଦିବସର ଶେଷ ପର୍ଯ୍ୟନ୍ତ ଏହି ଧାରା ଜାରି ରହିଥିଲା।

ଏପରିକି ଗୁରୁବାର ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ (ବିଏସ୍‌ଇ)ର ସେନ୍‌ସେକ୍ସ ୧୦୬୨.୨୨ ପଏଣ୍ଟ ବା ୧.୪୫% କମି ୭୨,୪୦୪.୧୭ ଅଙ୍କରେ ରହିଥିଲାବେଳେ ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ)ର ନିଫ୍ଟି-୫୦ରେ ମଧ୍ୟ ୩୪୫.୦୦ ପଏଣ୍ଟ ବା ୧.୫୫% ହ୍ରାସ ଘଟି ୨୧.୯୫୭.୫୦ ଅଙ୍କାରେ କାରବାର ବନ୍ଦ ହୋଇଥିଲା। ସେହିପରି ନିଫ୍ଟି ମିଡ୍‌କ୍ୟାପ ୯୨୭.୧୫ ପଏଣ୍ଟ ବା ୧.୮୫% କମି ୪୯,୧୦୯.୧୫ ଅଙ୍କରେ ରହିଥିଲାବେଳେ ନିଫ୍ଟି ସ୍ମଲକ୍ୟାପ ୨୨୮.୮୫ ପଏଣ୍ଟ ବା ୩.୦୦% ହ୍ରାସ ଘଟି ୭୩୯୦.୯୦ ଅଙ୍କରେ ପହଞ୍ଚତ୍ଛି।

ଅପରପକ୍ଷରେ ନିଫ୍ଟି ବ୍ୟାଙ୍କ ୫୩୩.୨୦ ପଏଣ୍ଟ ବା ୧.୧୧% ଖସି ୪୭,୪୮୭.୯୦ ଅଙ୍କରେ ରହିଛି। ସୂଚନାଯୋଗ୍ୟ, ଚଳିତ ସପ୍ତାହର କାରବାର ଅନୁଯାୟୀ ଗତ ୩ ଦିନ ମଧ୍ୟରେ ନିବେଶକ ପ୍ରାୟ ୧୧ଲକ୍ଷ କୋଟି ଟଙ୍କା ହରାଇଥିବା ପୁଞ୍ଜିବଜାର ମୂଲ୍ୟସୂଚୀରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିମାନ କର୍ମଚାରୀଙ୍କ ଖୋଲାଚିଠି ଭାଇରାଲ, ଏଥିରେ ଲେଖାଅଛି…

ନୂୂଆଦିଲ୍ଲୀ,୬ା୧୨: ଦେଶର ଅନେକ ବିମାନବନ୍ଦରରେ ବହୁ ବିମାନ ବାତିଲ ହେବା ପରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି। ସାଧାରଣ ଯାତ୍ରୀଙ୍କଠାରୁ ଆରମ୍ଭ କରି କର୍ମଚାରୀମାନେ ଅସନ୍ତୋଷ...

ଜିରୋ ବାଲାନ୍ସ ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର, ଏବେ ସେମାନେ ପାଇବେ…

ନୂଆଦିଲ୍ଲୀ,୬।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ସାଧାରଣ ଗ୍ରାହକଙ୍କୁ ଆଶ୍ୱସ୍ତି ପ୍ରଦାନ କରି ମୌଳିକ ସଞ୍ଚୟ ବ୍ୟାଙ୍କ ଜମା (BSBD) ଆକାଉଣ୍ଟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି।...

୪୪% ବଢିବ ଦରମା! ସରକାରଙ୍କ ହାତରୁ ଯିବ ଏତେ କୋଟି ଟଙ୍କା

ନୂଆଦିଲ୍ଲୀ,୬।୧୨: ଅଷ୍ଟମ ବେତନ କମିଶନକୁ ନେଇ ବଡ଼ ଅପଡେଟ୍‌ ଆସିଛି । କେନ୍ଦ୍ର ସରକାର ଦେଶର ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ ଏବଂ ପେନସନ୍‌ଭୋଗୀଙ୍କୁ ବଡ଼...

ଇଣ୍ଡିଗୋ ସଙ୍କଟ ମଧ୍ୟରେ ବଡ଼ ଆକ୍ସନ ନେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୬।୧୨: ଗତ ପାଞ୍ଚ ଦିନ ଧରି ଇଣ୍ଡିଗୋ ବିମାନ ଚଳାଚଳ ବନ୍ଦ ହେବା ଏବଂ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇବା ଯୋଗୁ, ଅନ୍ୟ ବିମାନ କମ୍ପାନୀଗୁଡ଼ିକର...

ଶେଷରେ ଟସ୍‌ ଜିତିଲା ଭାରତ: ଖୁସିକୁ ରୋକି ନ ପାରି ରାହୁଲ କରିଦେଲେ…

ନୂଆଦିଲ୍ଲୀ,୬।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷରେ ତୃତୀୟ ଦିନିକିଆରେ ଭାରତୀୟ ଅଧିନାୟକ କେଏଲ ରାହୁଲ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଭାରତ ୨୦...

୧ଟଙ୍କାରେ ଜମି ଦେବେ ସରକାର, ଏହି ତାରିଖ ସୁଦ୍ଧା କରିବାକୁ ପଡିବ ଆବେଦନ, କିନ୍ତୁ ରହିଛି ଏହି ସର୍ତ୍ତ

ପାଟନା,୬।୧୨: ପ୍ରାୟତଃ ଦେଖାଯାଏ ଯେ ଏକ ଭଲ ବ୍ୟବସାୟିକ ଧାରଣା ସତ୍ତ୍ୱେ, ଆକାଶଛୁଆଁ ଜମି ମୂଲ୍ୟ ଉଦ୍ୟୋଗୀମାନଙ୍କ ସ୍ୱପ୍ନକୁ ବାଧା ଦିଏ। ଯଦି ଆପଣ ମଧ୍ୟ...

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଭାରତର ସବୁଠୁ ବିଶ୍ବାସଯୋଗ୍ୟ ଏହି ୩ଟି ବ୍ୟାଙ୍କ, RBI କଲା ବଡ଼ ଘୋଷଣା

ନୂଆଦିଲ୍ଲୀ,୫।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI), HDFC, ଏବଂ ICICI ବ୍ୟାଙ୍କକୁ ଦେଶର ସବୁଠାରୁ ସୁରକ୍ଷିତ ବ୍ୟାଙ୍କ ଭାବରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri