Odisha Elections 2024
Posted inଜାତୀୟ

ମଣିଷର ଶୋଇବା ଅଧିକାରକୁ କେହି ଛଡାଇ ନେଇ ପାରିବେ ନାହିଁ: ବମ୍ବେ ହାଇକୋର୍ଟ

ଶୋଇବା ଅଧିକାର ହେଉଛି ମଣିଷର ଏକ ମୌଳିକ ଆବଶ୍ୟକତା, ଏଥିରୁ ତା’କୁ କେହି ଛଡ଼ାଇ ନେଇପାରିବେ ନାହିଁ। ଏପରି କରିବା ମାନବିକ ଅଧିକାରର ଉଲ୍ଲଂଘନ ବୋଲି ବମ୍ବେ ହାଇକୋର୍ଟ କହିଛନ୍ତି। ଇଡି ଜଣେ ବ୍ୟକ୍ତିଙ୍କୁ ବିଳମ୍ବିତ ରାତି ଯାଏ ଜେରା କରିବା ଆବେଦନ ଉପରେ ଶୁଣାଣି କରି ଏପରି ଟିପ୍ପଣୀ ଦେଇଛନ୍ତି ବମ୍ବେ ହାଇକୋର୍ଟ। ହାଇକୋର୍ଟ ଇଡିକୁ ’ଆର୍ଥ ଟାଇମ’ ଅର୍ଥାତ ସମୟକୁ ଧ୍ୟାନରେ ରଖି ଜେରା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଥାଉ କି, ଗାନ୍ଧିଧାମର ଜଣେ ୬୪ ବର୍ଷୀୟ ରାମ କୋଟୁମାଲ ଇସ୍ରାନି ବମ୍ବେ ହାଇକୋର୍ଟରେ ଏକ ଆବେଦନ କରିଥିଲେ। ତାଙ୍କ ଆବେଦନ ଅନୁସାରେ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏକ ଅର୍ଥ ଘୋଟାଲା ମାମଲାରେ ତାଙ୍କୁ ଅଗଷ୍ଟ ୭, ୨୦୨୩ରେ କାର୍ଯ୍ୟାଳୟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲା। ସେ ମଧ୍ୟ ନିର୍ଦ୍ଦେଶ ଅନୁସାରେ, ସକାଳ ୧୦.୩୦ରୁ ଦିଲ୍ଲୀ କାର୍ଯ୍ୟାଳୟରେ ହାଜର ହୋଇଥିଲେ।

ଏହାପରେ ତାଙ୍କଠାରୁ ମୋବାଇଲ ଫୋନ ନେଇ ଯାଇଥିଲେ, ଏପରିକି ଶୌଚାଳୟ ଯିବା ସମୟରେ ମଧ୍ୟ ତାଙ୍କୁ ଇଡି ଅଧିକାରୀମାନେ ପିଛା କରି ଯାଉଥିଲେ ବୋଲି ଇସ୍ରାନିଙ୍କ ଓକିଲେ କୋର୍ଟରେ କହିଛନ୍ତି। ରାତି ୧୦.୩୦ ମିନିଟାୂ ୩ଟା ଯାଏଁ ଜେରା କରିଥିଲେ। ଏହାପରେ ତାଙ୍କୁ ସକାଳ ୫ଟାରେ ଗିରଫ କରିଥିଲେ। ପରବର୍ତ୍ତୀ ସମୟରେ ଗିରଫଦାରୀ ବେଆଇନ ଘୋଷିତ ହୋଇଛି। କିନ୍ତୁ ଇଡିର ଏପରି କାର୍ଯ୍ୟାନୁଷ୍ଠାନ ଜଣେ ବ୍ୟକ୍ତିଙ୍କ ମୌଳିକ ଅଧିକାରକୁ ଉଲ୍ଲଂଘନ କରୁଛି। ସମ୍ବିଧାନର ଧାରା ୨୧ ଅନୁସାରେ ଶୋଇବାରୁ ବଞ୍ଚିତ କରିବା ମୌଳିକ ଅଧିକାରର ଉଲ୍ଲଂଘନ ବୋଲି ଇସ୍ରାନିଙ୍କ ଓକିଲ ଯୁକ୍ତି ବାଢିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏ ମୋଦି ତ ବହୁତ ସୁନ୍ଦର… କାହିଁକି ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦି

ଜୈନପୁର,୧୬।୫: ଉତ୍ତରପ୍ରଦେଶର ଜୈନପୁରରେ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ସୁନ୍ଦର ପିଲାଙ୍କୁ ଦେଖି ପ୍ରଶଂସା କରିଛନ୍ତି। ଏହି ଦୁଇ ପିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ଅମିତ ଶାହା କହିଲେ-”କେଜ୍‌ରିଓ୍ବାଲଙ୍କୁ ଦିଆଯାଇଛି ସ୍ବତନ୍ତ୍ର ଟ୍ରିଟ୍‌ମେଣ୍ଟ୍‌”, ପ୍ରତିକ୍ରିୟା ଦେଲେ ସୁପ୍ରିମକୋର୍ଟ

ନୁଆଦିଲ୍ଲୀ,୧ା୫: ଏଏପି ମୁଖ୍ୟ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ବେଲ୍‌ ପ୍ରସଙ୍ଗରେ କେନ୍ଦ୍ର ସ୍ବରାଷ୍ଟ୍ର୍‌ମନ୍ତ୍ରୀ ଅମିତ ଶାହା ଦେଇଥିବା ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଦେଇଛନ୍ତି ସୁପ୍ରିମକୋର୍ଟ। କେଜ୍‌ରିଓ୍ବାଲଙ୍କୁ ବେଲ୍‌...

କେଜ୍‌ରିଓ୍ବାଲ୍‌ଙ୍କୁ ଆତ୍ମସମର୍ପଣ କରିବାକୁ ପଡ଼ିବ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୬।୫: ଦିଲ୍ଲୀ ଅବକାରୀ ନୀତି ମାମଲାରେ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଗିରଫଦାରୀକୁ ନେଇ ଆବେଦନ ଉପରେ ଗୁରୁବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଏହି ମାମଲାର ଶୁଣାଣି କରି...

ବିହାରରୁ ମୁହଁ ଫେରାଉଛନ୍ତି ଷ୍ଟାର ପ୍ରଚାରକ

ପାଟନା,୧୬ା୫: ଗୋଟିଏ ପଟେ ଲୋକ ସଭା ନିର୍ବାଚନରେ ଦେଶରେ ସରକାର ଗଠନ କରିବାକୁ କଂଗ୍ରେସ ଦାବି କରୁଛି, କିନ୍ତୁ ଅନ୍ୟପକ୍ଷରେ କଂଗ୍ରେସର ଷ୍ଟାର ପ୍ରଚାରକମାନେ କେଉଁଆଡ଼େ...

‘୫୬ ଇଞ୍ଚ ଛାତିରେ ସାହସ ନାହିଁ’, ଖୋଲା ବିତର୍କ ପ୍ରସଙ୍ଗରେ ମୋଦିଙ୍କୁ ଟାର୍ଗେଟ କଲେ ଜୟରାମ ରମେଶ

ନୂଆଦିଲ୍ଲୀ,୧୬।୫: ନିକଟରେ ଏକ ଚିଠିରେ ଦୁଇଜଣ ପୂର୍ବତନ ବିଚାରପତି ରାହୁଲ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସର୍ବସାଧାରଣରେ ବିତର୍କ କରିବାକୁ କହିଥିଲେ। ଯାହା ଉପରେ ପ୍ରତିକ୍ରିୟା...

ନିର୍ଦ୍ଧାରିତ ସମୟ ପୂର୍ବରୁ କେରଳରେ ମୌସୁମୀର ଏଣ୍ଟ୍ରି, IMD ଦେଲା ସୂଚନା

ନୂଆଦିଲ୍ଲୀ,୧୬।୫: ଦକ୍ଷିଣ-ପଶ୍ଚିମ ମୌସୁମୀ ସମୟ ପୂର୍ବରୁ କେରଳ ପହଞ୍ଚିବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ ଅନୁସାରେ ମେ ୩୧ ତାରିଖ ପାଖାପାଖି ମୌସୁମୀ କେରଳ...

ଏହିଦିନ ପ୍ରଧାନମନ୍ତ୍ରୀ ମୋଦି ନେବେ ଅବସର: କେଜ୍‌ରିଓ୍ବାଲ କଲେ ପୂର୍ବାନୁମାନ

ଲକ୍ଷ୍ନୌ,୧୬।୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ୍‌ ନିର୍ବାଚନ ପ୍ରଚାର ପାଇଁ ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ପହଞ୍ଚିଛନ୍ତି। ଇଣ୍ଡି ମେଣ୍ଟ ସଦସ୍ୟ ଅଖିଳେଶ ଯାଦବଙ୍କ ସହ ଏକ...

ଅମିତ ଶାହା ହେବେ ପ୍ରଧାନମନ୍ତ୍ରୀ, ୨ ମାସ ଭିତରେ ହଟିବେ ଯୋଗୀ

ନୂଆଦିଲ୍ଲୀ,୧୬।୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍‌ରିୱାଲ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri