ଝିଅଙ୍କ ପାଠପଢ଼ାରେ କେନ୍ଦ୍ର କଣ୍ଟା

ଭୁବନେଶ୍ୱର,୪ା୪(ଅନିଲ ଦାସ)‘ବେଟି ବଚାଓ, ବେଟି ପଢ଼ାଓ’ ସ୍ଲୋଗାନ ଦେଉଥିବା କେନ୍ଦ୍ର ସରକାର ଝିଅଙ୍କ ପାଠପଢ଼ାରେ କଣ୍ଟା ସାଜିଛନ୍ତି। ଏକକ କନ୍ୟାସନ୍ତାନଙ୍କୁ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ କେନ୍ଦ୍ରୀୟ ବିଦ୍ୟାଳୟରେ ଆଉ ନାମଲେଖା ପାଇଁ ସ୍ବତନ୍ତ୍ର ସୁବିଧା ମିଳିବ ନାହିଁ। କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନ ପକ୍ଷରୁ ୨୦୨୪-୨୫ ଶିକ୍ଷାବର୍ଷ ପାଇଁ ଜାରି କରାଯାଇଥିବା ନାମଲେଖା ଗାଇଡ୍‌ଲାଇନରେ ଏକକ କନ୍ୟା ସନ୍ତାନ ସଂରକ୍ଷଣ ବ୍ୟବସ୍ଥାକୁ ହଟାଇ ଦିଆଯାଇଛି। କେନ୍ଦ୍ର ସରକାରଙ୍କ ଏଭଳି ପଦକ୍ଷେପ ଶିକ୍ଷାବିତ୍‌ଙ୍କୁ ଚକିତ କରିଛି। ଏହାକୁ ନେଇ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଯେଉଁ ଅଭିଭାବକଙ୍କର ଗୋଟିଏ କନ୍ୟାସନ୍ତାନ ଅଛନ୍ତି, ଦେଶର ଯେକୌଣସି କେନ୍ଦ୍ରୀୟ ବିଦ୍ୟାଳୟରେ ସେମାନଙ୍କ ପାଠପଢ଼ା ପାଇଁ ପୂର୍ବରୁ ୩% ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ରହିଥିଲା। ଝିଅମାନଙ୍କ ସାକ୍ଷରତା ହାର ବଢ଼ାଇବା ଦିଗରେ ଏହା ଏକ ଉତ୍ତମ ପଦକ୍ଷେପ ଭାବେ ବିବେଚିତ ହେଉଥିଲା। ୨୦୨୩-୨୪ ଶିକ୍ଷାବର୍ଷରେ ମଧ୍ୟ ଉକ୍ତ ବ୍ୟବସ୍ଥା ପ୍ରଚଳିତ ଥିଲା। ଏହି ସୁବିଧା ବଳରେ ଝିଅମାନଙ୍କୁ ମାଗଣାରେ ପାଠ ପଢ଼ିବାର ସୁଯୋଗ ମିଳୁଥିଲା। ଶିକ୍ଷା ଅଧିକାର ଆଇନ ବଳରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତିଙ୍କ ଭଳି ଏକକ କନ୍ୟା ସନ୍ତାନ ପାଇଁ କେନ୍ଦ୍ରୀୟ ବିଦ୍ୟାଳୟରେ ନାମଲେଖା ଲାଗି ବହୁ ଦିନରୁ ସଂରକ୍ଷଣ ବ୍ୟବସ୍ଥା ଥିଲା। ଚଳିତ ବର୍ଷ ଏପ୍ରିଲ ପହିଲାରୁ କେନ୍ଦ୍ରୀୟ ବିଦ୍ୟାଳୟରେ ଅନ୍‌ଲାଇନ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ଏକକ କନ୍ୟା ସନ୍ତାନଙ୍କ ନାମଲେଖା ପାଇଁ ଥିବା ସ୍ବତନ୍ତ୍ର ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରାଯାଇଥିବାରୁ ଅଭିଭାବକମାନେ ନିଜ ପିଲାଙ୍କ ନାମଲେଖାଇ ନ ପାରି ନିରାଶ ହୋଇଛନ୍ତି। ଏ ସମ୍ପର୍କରେ କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନ ଭୁବନେଶ୍ୱର ରିଜିଅନ୍‌ର ନୋଡାଲ ଅଫିସର(ଆଡ୍‌ମିଶନ) ଅନିଲ କୁମାରଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି, ଆମେ କିଛି କରିପାରିବୁ ନାହିଁ। ଏହା କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନର ନିଷ୍ପତ୍ତି। ନୂଆଦିଲ୍ଲୀସ୍ଥିତ ମୁଖ୍ୟ କାର୍ଯ୍ୟାଳୟ ସହ ଯୋଗାଯୋଗ କରିବାକୁ ସେ ପରାମର୍ଶ ଦେଇଛନ୍ତି।
ଯାଜପୁରର ଜଣେ ଅଭିଭାବକ ମନୋଜ କୁମାର ଜେନା କହିଛନ୍ତି, ସିଙ୍ଗଲ୍‌ ଗାର୍ଲ ଚାଇଲ୍ଡ ସଂରକ୍ଷଣ ବ୍ୟବସ୍ଥାରେ ସେ ତାଙ୍କ ଝିଅକୁ ପାଠ ପଢ଼ାଇବାକୁ ଇଚ୍ଛାପ୍ରକାଶ କରିଥିଲେ। ହେଲେ ଚଳିତଥର କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନ ଏହି ବ୍ୟବସ୍ଥାକୁ ହଟାଇ ଦେଇଛି। ସରକାର ‘ବେଟି ବଚାଓ, ବେଟି ପଢ଼ାଓ’ ନାରା ଦେଉଛନ୍ତି। କିନ୍ତୁ ଏଠାରେ ବେଟିଙ୍କ ପ୍ରତି କେନ୍ଦ୍ରର ଅବହେଳା ସ୍ପଷ୍ଟ ବାରିହୋଇ ପଡୁଛି। ସରକାର ଏହି ନିଷ୍ପତ୍ତିକୁ ତୁରନ୍ତ ପ୍ରତ୍ୟାହାର କରିବା ଦରକାର ବୋଲି ମନୋଜ ଦାବି କରିଛନ୍ତି। ସେହିପରି ଭୁବନେଶ୍ୱରର ଜଣେ ଅଭିଭାବକ ଅଶୋକ କୁମାର ନାୟକ କହିଛନ୍ତି, ଆମେ ସାଧାରଣ ବର୍ଗର ଲୋକ। ପାଠପଢ଼ା ଖର୍ଚ୍ଚରୁ ରକ୍ଷା ପାଇବା ପାଇଁ କେନ୍ଦ୍ରୀୟ ବିଦ୍ୟାଳୟରେ ନାମ ଲେଖାଇବା ନିମନ୍ତେ ସିଙ୍ଗଲ୍‌ ଗାର୍ଲ ଚାଇଲ୍ଡ ସଂରକ୍ଷଣ ବ୍ୟବସ୍ଥାର ସାହାରା ନେଉଥିଲୁ। ଏଥିରେ ଆମ ପିଲା ଉପକୃତ ହେବେ ବୋଲି ଆଶାବାଦୀ ଥିଲୁ। କିନ୍ତୁ ଚଳିତଥର କେନ୍ଦ୍ର ସରକାର ଏହାକୁ ହଟାଇ ଦେଇଥିବାରୁ ଆମ ପିଲା ପାଠପଢ଼ାରୁ ବଞ୍ଚତ୍ତ ହୋଇଛନ୍ତି। ସରକାର ଏହାର ପୁନର୍ବିଚାର କରିବା ଦରକାର। ନଚେତ୍‌ କେନ୍ଦ୍ର ସରକାର ସିଙ୍ଗଲ୍‌ ଗାର୍ଲ ଚାଇଲ୍ଡଙ୍କୁ ଅଣଦେଖା କରୁଛନ୍ତି ବୋଲି ଏଥିରୁ ସ୍ପଷ୍ଟ ଜଣାପଡ଼ିବ। ଭୁବନେଶ୍ୱରର ଅନ୍ୟଜଣେ ଅଭିଭାବକ ଦୀପ୍ତିରେଖା ବେହୁରା କହିଛନ୍ତି, ସେ ତାଙ୍କ ଝିଅକୁ କେନ୍ଦ୍ରୀୟ ବିଦ୍ୟାଳୟରେ ପାଠ ପଢ଼ାଇବା ପାଇଁ ବହୁ ଆଶା କରିଥିଲେ। କେବେ ଅନ୍‌ଲାଇନ ଆବେଦନ କରାଯିବ ତାହାକୁ ଅପେକ୍ଷା କରିଥିଲେ। ଏବେ ତାଙ୍କ ଆଶା ମଉଳିଯାଇଛି। ଏହି ନିଷ୍ପତ୍ତିର ପୁନର୍ବିଚାର କରାଯିବା ଆବଶ୍ୟକ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

ସାବରିମାଲା ଦୁର୍ନୀତିର ବଡ଼ ପର୍ଦ୍ଦାଫାଶ

କୋଚି,୧ା୧: କେରଳ ହାଇକୋର୍ଟଙ୍କ ତରଫରୁ ସାବରିମାଲା ମନ୍ଦିରର ସୁନା ଚୋରି ଘଟଣାର ତଦନ୍ତ ଆରମ୍ଭ କରିଥିବା ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ମନ୍ଦିର ଗର୍ଭଗୃହର ଦ୍ୱରାପାଳକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri