ଭୁବନେଶ୍ୱର ୩ ଆସନ: ବିଜେଡି ଘୋଷଣାକୁ ଅପେକ୍ଷା

ଭୁବନେଶ୍ୱର, ୩।୪(ସୁନିତ୍‌ ମିଶ୍ର): ୨୦୨୪ ନିର୍ବାଚନରେ ଉଭୟ ବିଜେଡି ଏବଂ ଭାଜପା ପାଇଁ ଭୁବନେଶ୍ୱର ଲୋକ ସଭା ଆସନ ବହୁ ଗୁରୁତ୍ୱ ବହନ କରୁଛି। ବର୍ତ୍ତମାନ ସୁଦ୍ଧା ଉଭୟ ଦଳ ଏହି ଲୋକ ସଭା ଆସନରେ ନିଜର ପ୍ରାର୍ଥୀ ଘୋଷଣା କରିସାରିଲେଣି। ଭାଜପା ଏଠାରେ ପୁଣିଥରେ ଏମ୍‌ପି ଅପରାଜିତା ଷଡ଼ଙ୍ଗୀଙ୍କୁ ପ୍ରାର୍ଥୀ କରିଥିତ୍ବାବେଳେ ବିଜେଡି ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟଙ୍କୁ ଦଳରେ ସାମିଲ କରି ଟିକେଟ ଦେଇଛି। ତେବେ ଏହି ଲୋକ ସଭା ଆସନ ସହ ଏହା ଅଧୀନରେ ଥିବା ଭୁବନେଶ୍ୱରର ୩ ବିଧାନସଭା ଆସନ ଏକାମ୍ର, ମଧ୍ୟ ଏବଂ ଉତ୍ତର ଭୁବନେଶ୍ୱରକୁ କିଏ ହାତେଇବ ତାକୁ ନେଇ ଆଲୋଚନା ଜୋର ଧରିଛି। କାରଣ ଗତ ୩ଟି ବିଧାନସଭା ନିର୍ବାଚନରେ ଏହି ୩ ଆସନରେ ବିଜେଡି ପ୍ରାର୍ଥୀମାନେ ବିଜୟୀ ହୋଇ ଆସୁଛନ୍ତି। ଏହି ୩ଆସନ ପାଇଁ ଭାଜପା ମଙ୍ଗଳବାର ପ୍ରାର୍ଥୀ ଘୋଷଣା କରିଥିବାବେଳେ ବିଜେଡି ଏଯାବତ୍‌ ପ୍ରାର୍ଥୀ ଘୋଷଣା କରିପାରି ନାହିଁ। ବିଜେଡିରେ ଆଶାୟୀଙ୍କ ସଂଖ୍ୟା ବହୁ ଅଧିକ ଥିବାବେଳେ ଦଳ କେଉଁମାନଙ୍କୁ ଏଠାରେ ଟିକେଟ ଦେଉଛି ତାହା ଉପରେ ସମସ୍ତଙ୍କ ନଜର ରହିଛି।
ଭୁବନେଶ୍ୱର ଏକାମ୍ର ଆସନରେ ଭାଜପା ପୁଣିଥରେ ବାବୁ ସିଂଙ୍କୁ ଟିକେଟ ଦେଇ ରିପିଟ୍‌ କରିଛି। ଗତଥର ବାବୁ ଭାଜପାରେ ସାମିଲ ହୋଇ ଟିକେଟ ହାତେଇଥିଲେ। ୨୦୧୯ରେ ବିଜେଡି ପ୍ରାର୍ଥୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ଠାରୁ ବାବୁ ୨୮,୬୫୭ ଖଣ୍ଡ ଭୋଟ୍‌ ବ୍ୟବଧାନରେ ପରାଜିତ ହୋଇଥିଲେ। ଏଥର କିନ୍ତୁ ଭାଜପା ପୁନର୍ବାର ବାବୁ ସିଂଙ୍କ ଉପରେ ଭରସା କରିଛି। ସେହିପରି ମଧ୍ୟ ଭୁବନେଶ୍ୱର ବିଧାନସଭା କ୍ଷେତ୍ରରେ ଭାଜପା ଜଗନ୍ନାଥ ପ୍ରଧାନଙ୍କୁ ପୁନର୍ବାର ଭରସା କରି ଟିକେଟ ପ୍ରଦାନ କରିଛି। ୨୦୦୯ରେ ଏହି ଆସନରୁ ଜଗନ୍ନାଥ ପ୍ରଧାନ ସ୍ବାଧୀନ ପ୍ରାର୍ଥୀ ହୋଇ ୮,୧୫୯ ଖଣ୍ଡ ଭୋଟ୍‌ ପାଇଥିଲେ। ୨୦୧୪ରେ ଜଗନ୍ନାଥଙ୍କୁ ଭାଜପା ପ୍ରାର୍ଥୀ କରିଥିଲା। ସେ ୨୦୧୪ ନିର୍ବାଚନରେ ୨୭,୭୧୮ ଖଣ୍ଡ ଭୋଟ୍‌ ପାଇ ବିଜେଡି ପ୍ରାର୍ଥୀ ବିଜୟ କୁମାର ମହାନ୍ତିଙ୍କ ଠାରୁ ପରାସ୍ତ ହୋଇଥିଲେ। ୨୦୧୯ରେ ଜଗନ୍ନାଥଙ୍କୁ ପୁଣିଥରେ ଭାଜପା ଟିକେଟ ମିଳିଥିବାବେଳେ ସେ ୪୨,୫୮୦ ଖଣ୍ଡ ଭୋଟ୍‌ ପାଇ ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କ ଠାରୁ ପରାସ୍ତ ହୋଇଥିଲେ। ସେହିପରି ଉତ୍ତର ଭୁବନେଶ୍ୱର ଆସନରେ ୨୦୧୯ ନିର୍ବାଚନରେ ଭାଜପା ଅପରାଜିତା ମହାନ୍ତିଙ୍କୁ ପ୍ରାର୍ଥୀ କରିଥିଲା। ହେଲେ ସେଠାରେ ବିଜେଡି ପ୍ରାର୍ଥୀ ସୁଶାନ୍ତ ରାଉତ ବିଜୟୀ ହୋଇଥିଲେ। ୨୦୧୪ରେ ଦିଲୀପ ମହାନ୍ତି ଏବଂ ୨୦୦୯ରେ ଗୋଲକ ମହାପାତ୍ରଙ୍କୁ ଭାଜପା ଟିକେଟ ଦେଇଥିବାବେଳେ ସେମାନେ ମଧ୍ୟ ବିଜେଡି ଠାରୁ ପରାସ୍ତ ହୋଇଥିଲେ। ହେଲେ ଏଥର ବିଜେଡି ଛାଡ଼ି ଭାଜପାରେ ଯୋଗ ଦେଇଥିବା ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କୁ ଦଳ ଟିକେଟ ଦେଇଛି।
ଅନ୍ୟପଟେ ବିଜେଡି ଏହି ୩ ଆସନରେ କେଉଁମାନଙ୍କୁ ପ୍ରାର୍ଥୀ କରୁଛି ତାହା ଉପରେ ସମସ୍ତଙ୍କ ନଜର ରହିଛି। ଏହି ୩ ଆସନରେ ପ୍ରାର୍ଥୀ ପରିବର୍ତ୍ତନ କରିବ ନା ପୁରୁଣା ଚେହେରାଙ୍କ ଉପରେ ଦଳ ଭରସା କରିବ ସେନେଇ ଚର୍ଚ୍ଚା ଜୋର୍‌ ଧରିଛି। ଏକାମ୍ର, ମଧ୍ୟ ଏବଂ ଉତ୍ତର ନିର୍ବାଚନମଣ୍ଡଳୀରେ ଆଶାୟୀମାନେ ସ୍ଥାନୀୟ ନେତୃତ୍ୱଙ୍କ ବିରୋଧରେ ବିଭିନ୍ନ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ଉତ୍ତର ଭୁବନେଶ୍ୱର ନିର୍ବାଚନମଣ୍ଡଳୀରେ ବିଜେଡିରୁ ପ୍ରିୟଦର୍ଶୀ ଆଶାୟୀ ପ୍ରାର୍ଥୀ ଥିବାବେଳେ ସେ ଭାଜପାରେ ଯୋଗଦେବା ପରେ ଆଉ କେହି ଅସନ୍ତୁଷ୍ଟ ଏଠାରେ ଥିବାଭଳି ଦେଖିବାକୁ ମିଳୁନାହିଁ। ହେଲେ ଏକାମ୍ର ଏବଂ ମଧ୍ୟ ନିର୍ବାଚନମଣ୍ଡଳୀରେ ଆଶାୟୀଙ୍କ ସଂଖ୍ୟା ଅଧିକ ରହିଛି। ଏକାମ୍ର ଆସନରେ କର୍ପୋରେଟର ବିରଞ୍ଚତ୍ ନାରାୟଣ ମହାସୁପକାର ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ଟିକେଟ ଲବିରେ ଲାଗିପଡ଼ିଛନ୍ତି। ସେହିପରି ମଧ୍ୟ ନିର୍ବାଚନମଣ୍ଡଳୀରେ କର୍ପୋରେଟର ଅମରେଶ ଜେନା, ଦୁର୍ଗା ସାମନ୍ତରାୟ, ରୁଦ୍ର ସାମନ୍ତରାୟ ପ୍ରମୁଖ ଟିକେଟ ଆଶାୟୀ ଅଛନ୍ତି। ସ୍ଥାନୀୟ ବିଧାୟକଙ୍କ ବିରୋଧରେ ମଧ୍ୟ ବ୍ୟାପକ ଅସନ୍ତୋଷ ରହିଛି। ଅନ୍ୟପଟେ ଏହି ୩ ବିଧାନସଭା ଆସନରେ ପ୍ରାର୍ଥୀ ଚୟନ ନେଇ ଅସନ୍ତୁଷ୍ଟମାନଙ୍କ ସହ ଦଳ ପକ୍ଷରୁ ସେପରି କିଛି ଆଲୋଚନା ହୋଇ ନ ଥିବା ଭଳି ମନେ ହେଉଛି। କାରଣ ଏବେ ମଧ୍ୟ ସ୍ଥାନୀୟ ବିଧାୟକଙ୍କ ବିରୋଧରେ ଆଶାୟୀ ପ୍ରାର୍ଥୀମାନେ ବିଭିନ୍ନ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ତେଣୁ ଏହି ୩ ଆସନରେ ଆଶାୟୀ ଏବଂ ଅସନ୍ତୁଷ୍ଟଙ୍କୁ ଶାସକ ଦଳ କିଭଳି ବୁଝାଶୁଝା କରୁଛି ତାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଅନ୍ୟପଟେ ଏହି ୩ ଆସନରେ କଂଗ୍ରେସ ଯେଉଁମାନଙ୍କ ପ୍ରାର୍ଥୀ କରିଥିଲା ସେମାନଙ୍କ ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଥିଲା। ତେଣୁ ଏଥର କଂଗ୍ରେସ ମଧ୍ୟ କେଉଁମାନଙ୍କୁ ଏହି ୩ ଆସନରେ ପ୍ରାର୍ଥୀ କରିବ ତାହା ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି। ହେଲେ ବିଜେଡି ଏବଂ ଭାଜପା ପକ୍ଷରୁ ଯେଉଁମାନେ ପ୍ରାର୍ଥୀ ହେବେ ସେମାନଙ୍କ ଭୋଟ୍‌ ଲୋକ ସଭା ପ୍ରାର୍ଥୀଙ୍କ କ୍ଷେତ୍ରରେ ବହୁ ସହାୟକ ହେବ ବୋଲି ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଶୀତ ମହୋତ୍ସବକୁ ଆସିବା ପାଇଁ ନିମନ୍ତ୍ରଣ ଗ୍ରହଣ କଲେ ପ୍ରଭାତୀ

ଦାରିଙ୍ଗବାଡି, ୨୪/୧୨ (ଅରୁଣ ସାହୁ):  ଦାରିଙ୍ଗବାଡିରେ ଆସନ୍ତା ୮ ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି । ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ...

ନକଲି ଜିନିଷ ପାଇଁ ଅସଲି ଗ୍ରାହକ ହେଉଛନ୍ତି ଠକେଇ, ଭଞ୍ଜନଗରରେ ଖାଉଟି ଅଦାଲତ ସ୍ଥାପନ ଦାବି

ଭଞ୍ଜନଗର,୨୪/୧୨(ବାବୁଲା ପ୍ରଧାନ)-ଜାତୀୟ ଖାଉଟି ଦିବସ ପାଳନ ଅବସରରେ ଉପଭୋକ୍ତା ଓକିଲାତି ସଂଘ ବୋର୍ଡ, ଅବସର ସୈନିକ ସଂଘ, ଗ୍ରାହକ ପଞ୍ଚାୟତ ମିଳିତ ସହଯୋଗରେ ବୁଧବାର ଭଞ୍ଜନଗର...

ଅନୁ ଗର୍ଗ ହେଲେ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ, ନୂଆବର୍ଷରେ ନେବେ ଦାୟିତ୍ବ

ଭୁବନେଶ୍ବର,୨୪।୧୨: ଅନୁ ଗର୍ଗ ହେଲେ ନୂଆ ମୁଖ୍ୟ ଶାସନ ସଚିବ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟର...

ମକର ମେଳାରେ ଦଳାଚକଟା ଆଶଙ୍କା ଏଡ଼ାଇବାକୁ ପଦକ୍ଷେପ, ଏହିଦିନ ବନ୍ଦ ରହିବ ଟି- ସେତୁ

କଟକ,୨୪।୧୨: ବଡମ୍ବା ସିଂହନାଥ ମକର ମେଳାରେ ଦଳାଚକଟା ଆଶଙ୍କା ଏଡ଼ାଇବାକୁ ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି । ଜାନୁଆରୀ ୧୪ରୁ ୧୭ ଯାଏଁ...

ପାସ୍ତା, ପିଜା-ବର୍ଗର ନେଲା କି ଯୁବତୀଙ୍କ ଜୀବନ? ଜାଣନ୍ତୁ କ’ଣ କହୁଛନ୍ତି ଡାକ୍ତର

ନୂଆଦିଲ୍ଲୀ,୨୪।୧୨: ନିକଟରେ, ଉତ୍ତର ପ୍ରଦେଶର ଆମରୋହାରୁ ଜଣେ ୧୧ଶ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଖବର ପ୍ରକାଶିତ ହୋଇଥିଲା। ପରିବାର ଦାବି କରିଥିଲେ ଯେ ଝିଅଟିର ଖାଦ୍ୟରେ...

ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ସଚେତନତା, ବଟେଶ୍ୱର ପୀଠ ହେବ ପ୍ଲାଷ୍ଟିକ ମୁକ୍ତ

ଗଞ୍ଜାମ,୨୪।୧୨(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ଶୈବ ପୀଠ ସ୍ଥିତ କଲ୍ୟାଣ ମଣ୍ଡପରେ ବିରଳ ସାମୁଦ୍ରିକ କଇଁଛ ଅଲିଭ ରିଡଲେଙ୍କ ସୁରକ୍ଷା ସମ୍ପର୍କକିତ...

ଚାନ୍ଦବାଲି ଲଜ୍ଜା: ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪।୧୨: ଭଦ୍ରକ ଜିଲା ଚାନ୍ଦବାଲିରେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣା ବର୍ତ୍ତମାନ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏନେଇ ଉତ୍ତେଜନା ଦେଖାଯାଇଥିବା...

Vijay Hazare Trophy: ବିରାଟ କୋହଲିଙ୍କ ଧୂଆଁଧାର ବ୍ୟାଟିଂ, ୧୬ ବର୍ଷ ପରେ ଏପରି ଶତକ ମାରିଲେ…

ନୂଆଦିଲ୍ଲୀ,୨୪।୧୨: ବିରାଟ କୋହଲିଙ୍କ ବ୍ୟାଟ୍ ବନ୍ଦ ହେବାର କୌଣସି ସଙ୍କେତ ଦେଖାଯାଉନାହିଁ । ଏହା ଅନ୍ତର୍ଜାତୀୟ କ୍ରିକେଟ୍ ହେଉ କି ଘରୋଇ କ୍ରିକେଟ୍ ସବୁ ସ୍ଥାନରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri