Posted inଜାତୀୟ

କୋର୍ଟରେ ଆଜି ବଡ଼ ଖୁଲାସା କରିବେ କେଜ୍‌ରିଓ୍ବାଲ!

ନୂଆଦିଲ୍ଲୀ,୨୮।୩: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ନିକଟରେ ମଦ ଦୁର୍ନୀତି ମାମଲାରେ କିଛି ପ୍ରମାଣ ରହିଛି। ଏହା ସମ୍ପୂର୍ଣ୍ଣ ପ୍ରସଙ୍ଗ ଉପରୁ ପରଦା ଉଠାଇପାରେ ବୋଲି ବୁଧବାର କେଜ୍‌ରିଓ୍ବାଲଙ୍କ ପତ୍ନୀ ସୁନୀତା ସ୍ପଷ୍ଟ କରିଥିଲେ। ଏମିତିରେ ଯଦି ସେ ଆଜି କୋର୍ଟରେ ହାଜର ହୁଅନ୍ତି ତେବେ କେଜ୍‌ରିଓ୍ବାଲଙ୍କ ବୟାନ ଉପରେ ସମସ୍ତଙ୍କ ନଜର ରହିବ।

କେଜ୍‌ରିଓ୍ବମାଲଙ୍କୁ ମାର୍ଚ୍ଚ ୨୧ରେ ମଦ ଦୁର୍ନୀତି ମାମଲାରେ ଗିରଫ କରାଯାଇଛି। ଏହାପରେ ତାଙ୍କୁ ଇଡି ରିମାଣ୍ଡରେ ନେଇ ପଚରାଉଚରା କରୁଥିଲା। ଏବେ ଅବଧି ଶେଷ ହୋଇଥିବାରୁ ଦିଲ୍ଲୀର ରାଉସ୍‌ ଆଭିନ୍ୟୁ କୋର୍ଟରେ ତାଙ୍କ ଇଡି ରିମାଣ୍ଡ ପ୍ରସଙ୍ଗରେ ଗୁରୁବାର ଶୁଣାଣି ହେବ। ଏହି ଶୁଣାଣି ବେଳେ କେଜ୍‌ରିଓ୍ବାଲ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ଦେବେ ଏବଂ ବଡ଼ ଖୁଲାସା କରିବେ ବୋଲି ସୁନୀତା କହିଛନ୍ତି।

ସୁନୀତା ଦାବି କରିଥିଲେ ଯେ, ଇଡି କରିଥିବା ଚଢ଼ାଉରେ ଟଙ୍କାଟିଏ ବି ମିଳିନାହିଁ। କେଜ୍‌ରିଓ୍ବାଲ ମାର୍ଚ୍ଚ ୨୮,ଗୁରୁବାରରେ କୋର୍ଟରେ ବଡ଼ ଖୁଲାସା କରିବେ। ସେ ସତ କହିବେ, ପ୍ରମାଣ ବି ଦେବେ। ତେବେ ଜେଲରେ ଥିବା ବେଳେ କେଜ୍‌ରିଓ୍ବାଲ ତାଙ୍କୁ କହିଛନ୍ତି ଯେ, ଗତ ୨ ବର୍ଷ ଧରି ତଥାକଥିତ ମଦ ଦୁର୍ନୀତି ମାମଲାରେ ୨୫୦ରୁ ଅଧିକ ଥର ଚଢ଼ାଉ କରିଥିଲେ ହେଁ ଏଯାବତ ଟଙ୍କାଟିଏ ବି ମିଳିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

୧୦୦ ଲୋକଙ୍କୁ ରାଜଭବନର ସିସିଟିଭି ଫୁଟେଜ୍‌ ଦେଖାଇଲେ ରାଜ୍ୟପାଳ

ନୂଆଦିଲ୍ଲୀ,୯।୫: ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷଙ୍କ ନାଁରେ ଜଣେ ମହିଳା ଯୌନ ନିର୍ଯାତନା ଅଭିଯୋଗ କରିବା ପରେ ବିବାଦ ଆହୁରି ଗଭୀର ହେବାରେ ଲାଗିଛି।...

ମୁଁ ଯୁଆଡ଼େ ଯାଏ ଖାଲି ମୋଦି-ମୋଦି ଇକୋ ହୁଏ: ଶାହା

ହାଇଦ୍ରାବାଦ,୯ା୫: ତେଲେଙ୍ଗାନାର ଭୋଙ୍ଗୀର ଲୋକ ସଭା ନିର୍ବାଚନମଣ୍ଡଳୀରେ ଏକ ସମାବେଶକୁ ସମ୍ବୋଧିତ କରି ଗୁରୁବାର ଶାହା କହିଛନ୍ତି, ଏହି ନିର୍ବାଚନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ଭାରତୀୟ...

୨୦୨୪ ନିର୍ବାଚନ ହେଉଛି ମୋଦି ବନାମ ରାହୁଲ, କାହିଁକି ଏପରି କହିଲେ ଶାହା…

ହାଇଦ୍ରାବାଦ,୯ା୫: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏକ ନିର୍ବାଚନୀ ସଭାରେ କଂଗ୍ରେସକୁ ଟାର୍ଗେଟ୍‌ କରିଛନ୍ତି।  ଶାହା  ଗୁରୁବାର କହିଛନ୍ତି, ୨୦୨୪ ହେଉଛି ରାହୁଲ ଗାନ୍ଧୀ...

ଅମିତ ଶାହାଙ୍କ ଭବିଷ୍ୟବାଣୀ: ୩ ପର୍ଯ୍ୟାୟ ନିର୍ବାଚନରେ ଏତିକି ଆସନ ଆଣିବ ଭାଜପା

ନୂଆଦିଲ୍ଲୀ,୯।୫: ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ଚତୁର୍ଥ ପର୍ଯ୍ୟାୟ ଭୋଟ ଦେବା ପୂର୍ବରୁ ଭାରତୀୟ ଜନତା ପାର୍ଟି ପୁଣି ଥରେ କଂଗ୍ରେସ ଏବଂ ରାହୁଲ...

ମୋ ସହ ହୋଇନାହିଁ ବଳାତ୍କାର, ଟିଏମ୍‌ସି ନେତାଙ୍କ ନାଁରେ ମିଥ୍ୟା କେସ୍‌ କରିଛି ଭାଜପା: ସନ୍ଦେଶଖାଲି ପୀଡିତାଙ୍କ ଚାଞ୍ଚଲ୍ୟକର ଖୁଲାସା

କୋଲକାତା,୯।୫:ପଶ୍ଚିମବଙ୍ଗର ସନ୍ଦେଶଖାଲି ନିବାସୀ ତିନିଜଣ ମହିଳାଙ୍କ ମଧ୍ୟରୁ ଜଣେ ତୃଣମୂଳ କଂଗ୍ରେସ (ଟିଏମସି) ନେତାଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ପ୍ରତ୍ୟାହାର କରିନେଇଛନ୍ତି। ବଙ୍ଗଳାର ଉତ୍ତର ୨୪...

ଏହି ଭୁଲ୍‌ ଅଭ୍ୟାସ, ଏବେ ଅଧାରୁ ଅଧିକ ରୋଗର କାରଣ: ଜାଣନ୍ତୁ କ’ଣ ସେହି ଅଭ୍ୟାସ

ନୂଆଦିଲ୍ଲୀ,୯।୫: ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର)ର ମୁଖ୍ୟ ଭାରତୀୟଙ୍କ ଖାଦ୍ୟ ଅଭ୍ୟାସ ସମ୍ବନ୍ଧରେ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଅଧାରୁ ଅଧିକ ରୋଗର କାରଣ...

ରାମଲାଲାଙ୍କ ଦର୍ଶନ କଲେ କେରଳ ରାଜ୍ୟପାଳ ଆରିଫ ମହମ୍ମଦ୍‌ ଖାନ୍‌; କହିଲେ ଏମିତି

ଅଯୋଧ୍ୟା,୯।୫: କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନ୍‌ ବୁଧବାର ଅଯୋଧ୍ୟା ରାମ ମନ୍ଦିର ଗସ୍ତ କରିଛନ୍ତି। ଏହାକୁ ସେ ଶାନ୍ତିର ସ୍ଥାନ ବୋଲି କହିଛନ୍ତି। ଜାନୁଆରୀ...

କାହିଁକି ଅଧାରୁ ରାଜନୀତି ଛାଡିଥିଲେ ଅମିତାଭ ବଚ୍ଚନ

ଗଣତନ୍ତ୍ରର ମହାନ ପର୍ବ ଅର୍ଥାତ୍‌ ନିର୍ବାଚନ ଚାଲିଛି। ନିର୍ବାଚନବେଳେ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ଏକ ଘଟଣା ମନେ ପଡିଯାଏ। ବିଗ ବି ରାଜନୀତି ପ୍ରବେଶ କରିଥିଲେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri