ରାସ୍ତା ପାର୍ଶ୍ୱରେ ବିପଜ୍ଜନକ ଅବସ୍ଥାରେ ଚାଲୁଛି ପରିବା ବଜାର

ବଅଁରପାଳ/ଅନୁଗୋଳ,୨୫ା୩(ଅମିତ କୁମାର ସାମଲ): ବଅଁରପାଳ ବ୍ଲକ କୁଲା଼ଡ ଏଫ୍‌ସିଆଇ ଛକରୁ ନାଲ୍‌କୋ ସିପିପିକୁ ସଂଯୋଗ କରୁଥିବା ରାସ୍ତାର ଉଭୟ ପାଖରେ ଚାଲିଛି ପରିବା ବଜାର। କରୋନା ସମୟରେ ଭିଡ଼ ଏଡ଼ାଇବାକୁ ପ୍ରଶାସନ ପକ୍ଷରୁ ଏଠାରେ ଅସ୍ଥାୟୀ ଭାବେ ପରିବା ବଜାର ପାଇଁ ବ୍ୟବସ୍ଥା କରାଯାଇଥିଲା। ହେଲେ କରୋନା ଯିବାର ୩ ବର୍ଷ ପରେ ମଧ୍ୟ ଏହି ଅସ୍ଥାୟୀ ବଜାର ରାସ୍ତା ପାର୍ଶ୍ୱରେ ବିପଜ୍ଜନକ ଅବସ୍ଥାରେ ଚାଲିଛି। ଏଠାରେ ପରିବା ବିକ୍ରି କରୁଥିବା ଚାଷୀ ଓ ବ୍ୟବସାୟୀଙ୍କ ପାଇଁ ନାଲ୍‌କୋନଗରଠାରେ କୃଷକ ବଜାର ନିର୍ମାଣ କରାଯାଇଥିଲେ ବି ସେଠାକୁ ଏହି ବଜାର ସ୍ଥାନନ୍ତର କରାଯାଉ ନାହିଁ। ଏପରି କି ଉକ୍ତ କୃଷକ ବଜାରର ରକ୍ଷଣାବେକ୍ଷଣ କରାଯାଉ ନ ଥିବାରୁ ସେଠାରେ ନିର୍ମାଣ ହୋଇଥିବା ଭିତ୍ତିଭୂମି ନଷ୍ଟ ହେବାରେ ଲାଗିଛି। ଏଥିପାଇଁ ଅନୁଗୋଳ ନିୟନ୍ତ୍ରିତ ବଜାର କମିଟି (ଆର୍‌ଏମ୍‌ସି)କୁ ରାଜସ୍ବ ମଧ୍ୟ ହରାଇବାକୁ ପଡ଼ୁଛି।
ପ୍ରକାଶ ଯେ, ନାଲ୍‌କୋ ନଗରଠାରେ କୃଷିଜାତ ଦ୍ରବ୍ୟର ବିକ୍ରି ଉଦ୍ଦେଶ୍ୟରେ ଅନୁଗୋଳ ଆର୍‌ଏମ୍‌ସି, ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଓ ନାଲ୍‌କୋ ସହଯୋଗରେ ପ୍ରାରମ୍ଭିକ ପର୍ଯ୍ୟାୟରେ ପ୍ରାୟ ୨୧ ଲକ୍ଷ ଟଙ୍କା ବ୍ୟୟରେ ୩ ଏକର ୧୨ ଡିସମିଲ ଜାଗାରେ କୃଷକ ବଜାର ନିର୍ମାଣ କରାଯାଇଥିଲା। ଓଡ଼ିଶାର ପ୍ରଥମ କୃଷକ ବଜାର ଭାବେ ଏହା ପରିଚିତ ହୋଇଥିଲା। ଏହି ବଜାର ଦ୍ୱାରା ନାଲ୍‌କୋ ପାର୍ଶ୍ୱବର୍ତ୍ତୀ ୬ଟି ପଞ୍ଚାୟତ ଅଧୀନରେ ଥିବା ୧୫ ଗାଁର ପ୍ରାୟ ୨୨୦ କୃଷକ ଓ ୫୦ରୁ ଅଧିକ ବ୍ୟବସାୟୀଙ୍କୁ ଉପକୃତ ହେବାର ବନ୍ଦୋବସ୍ତ କରାଯାଇଥିଲା। ପରବର୍ତ୍ତୀ ସମୟରେ ୪୦ଟି ଦୋକାନ ଘର, ୮ଟି ପିଣ୍ଡି, ସୁଲଭ ଶୌଚାଳୟ ଓ ପାନୀୟ ଜଳ ପାଇଁ ପାଣି ଟାଙ୍କି ନିର୍ମାଣ ହୋଇଥିଲା। ହେଲେ ଆର୍‌ଏମ୍‌ସିର ଅବହେଳା ଓ ମରାମତି ଅଭାବରୁ କୃଷକ ବଜାର ମଧ୍ୟରେ ଥିବା ପିଣ୍ଡି, ଘର, ପିଣ୍ଡି ଛାତ ଆଦି ଭଗ୍ନାବସ୍ଥାକୁ ଚାଲିଆସିଛି। ଖାଉଟି, ବେପାରୀ ଓ କୃଷକଙ୍କ କଲ୍ୟାଣ ପାଇଁ ଉଦ୍ଦିଷ୍ଟ ଶୌଚାଳୟ ଦୀର୍ଘବର୍ଷ ଧରି ବନ୍ଦ ପଡ଼ି ଜରାଜୀର୍ଣ୍ଣ ଅବସ୍ଥାରେ ଅଛି। ଶୌଚାଳୟରେ ଲାଗିଥିବା ଦାମୀ ଉପକରଣଗୁଡିକ ଚୋରି ହୋଇ ଯାଇଥିବା ଅଭିଯୋଗ ହେଉଛି। କୃଷକବଜାର ମଧ୍ୟରେ ଥିବା ପାଣି ଟାଙ୍କି ବିପଦସଙ୍କୁଳ ଅବସ୍ଥାରେ ଅଛି। ପାଣି ଟାଙ୍କିର ଅନେକ ସ୍ଥାନରେ ଫାଟ ସହ ଚତୁଃପାର୍ଶ୍ୱରେ ଅନାବନା ଘାସ ହୋଇ ନର୍ଦ୍ଦମା ପାଣି ଜମିରହିଛି। ବଜାରରେ ବ୍ୟବସାୟ ପାଇଁ ନିର୍ମିତ ହୋଇଥିବା ଦୋକାନ ଗୃହଗୁଡ଼ିକ ଆବଣ୍ଟନ ନ ହୋଇ ଦୀର୍ଘଦିନ ଧରି ପଡ଼ିରହିଛି।
ଗ୍ରୀଷ୍ମ ଋତୁ ଆରମ୍ଭ ହୋଇଯାଇଥିବା ବେଳେ ରାସ୍ତା କଡରେ ବିପଜ୍ଜନକ ଅବସ୍ଥାରେ ପରିବା ବିକ୍ରି କରୁଥିବା ଚାଷୀ ଓ ବ୍ୟବସାୟୀଙ୍କୁ କିଭଳି କୃଷକ ବଜାର ମଧ୍ୟକୁ ଅଣାଯିବା ସହ ଆର୍‌ଏମ୍‌ସିର ରାଜସ୍ବ ବୃଦ୍ଧି କରାଯାଇପାରିବ ସେ ଦିଗରେ ପ୍ରଶାସନ ଧ୍ୟାନ ଦେବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

୧୩ରେ ପ୍ରଥମ ମତଦାନ: ୭୦୩ କେନ୍ଦ୍ରର ହେବ ଓ୍ବେବ୍‌କାଷ୍ଟ

ଛତ୍ରପୁର,୯ା୫(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ଗଞ୍ଜାମ ଜିଲାରେ ଆଉ ତିନି ଦିନ ପରେ ୧୩ ତାରିଖ ଦିନ ବ୍ରହ୍ମପୁର ଲୋକସଭା ଏବଂ ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି...

ଖର୍ଚ୍ଚ ସମ୍ବନ୍ଧୀୟ ଆପତ୍ତି ଅଭିଯୋଗ ଆସିଲେ ତୁରନ୍ତ ଜଣାଅ

ଭଦ୍ରକ,୯।୫ (ସନାତନ ରାଉତ)-ଭଦ୍ରକ ଲୋକ ସଭା ଓ ଜିଲାର ୫ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ନିର୍ବାଚନ ଆୟୋଗଙ୍କ ଦ୍ୱାରା ୩ଜଣ ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରାଯାଇଛି।...

ବିଧାୟକ, ଏମ୍‌ପି ପ୍ରାର୍ଥୀଙ୍କ ପାଇଁ ଭୋଟ୍‌ ଭିକ୍ଷା କରୁଛନ୍ତି କେସିଙ୍ଗା ନଗରପାଳ

କେସିଙ୍ଗା,୯ା୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏସିର ଓ୍ବାର୍ଡ ନମ୍ବର ୬ରେ ନଗରପାଳ ନୃପରାଜ ଯାଦବ ପ୍ରଚଣ୍ଡ ଟାଣଖରାକୁ ଖାତିର ନ କରି ଓ୍ବାର୍ଡ ନଂ...

ଚିଲିକାରେ ବ୍ରିଜ୍‌ ନିର୍ମାଣ ହେବ: ଓଡ଼ିଶା ପାଇଁ ଏହି ସବୁ ଘୋଷଣା କଲେ ନୀତିନ ଗଡ଼କରୀ

ପୁରୀ,୯।୫: କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଗୁରୁବାର କୃଷ୍ଣପ୍ରସାଦରେ ନିଜର ଅଭିଭାଷଣ ରଖିଛନ୍ତି। ଏହି ସମୟରେ ଗଡ଼କରୀ ଓଡ଼ିଶା ପାଇଁ ଅନେକ ଘୋଷଣା କରିଛନ୍ତି।...

୨ ଶହ କୋଟି ଟଙ୍କାରେ ନିର୍ମାଣ ହେବ ପାରାଦୀପ ଏୟାରପୋର୍ଟ: ଗଡ଼କାରୀ

ପୁରୀ,୯।୫: କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଗୁରୁବାର ପୁରୀରେ ପହଞ୍ଚି ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି। ଏହା ପରେ କୃଷ୍ଣପ୍ରସାଦରେ ବିରାଟ ଜନସଭାରେ ଉଦ୍‌ବୋଧନ...

୧୧ରେ ବରଗଡ଼ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ବରଗଡ଼,୯ା୫(ପ୍ରେମାନନ୍ଦ ଖମାରୀ): ଆସନ୍ତା ୧୧ତାରିଖ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବରଗଡ଼ ଗସ୍ତରେ ଆସିବା କାର୍ଯ୍ୟକ୍ରମ ରହିଛି। ମିଳିଥିବା ସୂଚନାନୁଯାୟୀ, ମୋଦି ସେହିଦିନ ବରଗଡ଼ ସହର...

ନାମାଙ୍କନ କଲେ କୋରେଇ ବିଜେଡି ବିଧାୟିକା ପ୍ରାର୍ଥିନୀ ସଂଧ୍ୟାରାଣୀ ଦାସ

ଯାଜପୁର, ୯।୫: କୋରେଇ ବିଧାନସଭା ଆସନ ପାଇଁ ବିଜୁ ଜନତା ଦଳ ପ୍ରାର୍ଥିନୀ ସଂଧ୍ୟାରାଣୀ ଦାସ ଗୁରୁବାର ନାମାଙ୍କନ ଦାଖଲ କରିଛନ୍ତି। ପ୍ରଥମେ ପାଣିକୋଇଲି ତାରିଣୀ...

କନ୍ଧମାଳବାସୀଙ୍କୁ ଭୋଟ୍‌ ମାଗିଲେ ମୁଖ୍ୟମନ୍ତ୍ରୀ

ଫୁଲବାଣୀ,୯ା୫(ରାକେଶ କୁମାର ରାଉତ): ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଗୁରୁବାର କନ୍ଧମାଳ ଗସ୍ତରେ ଆସି ଭୋଟ୍‌ ମାଗିଛନ୍ତି। କନ୍ଧମାଳ ସଂସଦୀୟ କ୍ଷେତ୍ର ୭...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri