ଭୁବନେଶ୍ୱର,୧୯।୩: ଦେଶର ପ୍ରମୁଖ ଆପ୍ଲାଏନ୍ସ ବ୍ରାଣ୍ଡ୍ ତଥା ହାୟର ଆପ୍ଲାଏନ୍ସ ଇଣ୍ଡିଆର ନୂତନ ଉତ୍ପାଦ ରେଞ୍ଜ ନିକଟରେ ଉନ୍ମୋଚିତ ହୋଇଯାଇଛି। ଏପରିକି କ୍ରମାଗତ ଭାବେ ୧୫ ବର୍ଷ ଧରି ଭାରତୀୟ ପ୍ରମୁଖ ଉପକରଣ ବ୍ରାଣ୍ଡ୍ ଭାବେ କମ୍ପାନୀ ୨୦ତମ ପୂର୍ତ୍ତି ଉତ୍ସବ ପାଳନ କରିଛି। ବିଶେଷକରି ମେକ୍ ଇନ୍ ଇଣ୍ଡିଆ, ମେଡ୍ ଫର୍ ଇଣ୍ଡିଆ ପ୍ରତି ନିଜର ପ୍ରତିଶ୍ରୁତିକୁ ସୁଦୃଢ କରି ବ୍ରାଣ୍ଡ ତା’ର ଉପତ୍ାଦ ବିସ୍ତାର କରିଛି। ସେହିଭଳି ବ୍ରାଣ୍ଡ୍ର ନୂତନ ଉପତ୍ାଦ ରେଞ୍ଜରେ ଓଏଲ୍ଇଡି ଆଣ୍ଡ କ୍ୟୁଏଲ୍ଇଡି ଟିଭି ସହିତ ସୁପର ହେଭି ଡ୍ୟୁଟି ଏୟାର କଣ୍ଡିଶନର (ଏସି) ସିରିଜ, ଭଗ ଓ ସ୍ମାର୍ଟ କନ୍ଭର୍ଟିବଲ ରେଫ୍ରିଜରେଟର, ୱାସର ଓ ଡ୍ରାୟର ଫ୍ରଣ୍ଟ ଲୋଡ ୱାଶିଂ ମେଶିନ ଭଳି ଅନେକ ଉତ୍ପାଦର ବଜାର ପ୍ରବେଶ କରାଯାଇଛି। ଏହିସବୁ ଉପକରଣ ଘର ପାଇଁ ଉପଯୁକ୍ତ ପସନ୍ଦ ହୋଇଥିବାବେଳେ ବ୍ରାଣ୍ଡ୍ର ରୋବୋ ଭାକ୍ୟୁମ କ୍ଲିନର, ସ୍ମାର୍ଟ ରୋଷେଇ ଉପକରଣ, ମାଇକ୍ରୋୱେଭ, ୱାଟର ହିଟର ଓ ଅନ୍ୟାନ୍ୟ ସ୍ମାର୍ଟ ସାମଗ୍ରୀକୁ ମଧ୍ୟ କମ୍ପାନୀ ବଜାର ପ୍ରବେଶ କରାଇଛି। ଏ ସମ୍ପର୍କରେ ହାୟର ଆପ୍ଲାଏନ୍ସ ଇଣ୍ଡିଆର ସଭାପତି ଏନ୍ଏସ୍.ସତୀଶ କହିଛନ୍ତି,ଭାରତ ବଜାରରେ ଆମେ ୨୦ତମ ପୂର୍ତ୍ତି ଉତ୍ସବ ପାଳନ କରି ବେଶ୍ ଉତ୍ସାହିତ ଅଛୁ। ଏପରିକି କମ୍ପାନୀ ପାଇଁ ଏକ ଐତିହାସିକ ମୁହୂର୍ତ୍ତ ହୋଇଥିବାବେଳେ ଏହି ମାଇଲଖୁଣ୍ଟ ଅତିକ୍ରମ ଆମ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ହୋଇଛି, କାରଣ ଆମର କର୍ମଚାରୀମାନେ ଏହି ସଫଳତାର ପ୍ରକୃତ ଭାଗୀଦାରି। ଏହି ଯାତ୍ରା ସମୟରେ ଗ୍ରାହକଙ୍କ ପାଇଁ ନବ ସୃଜନତା ପ୍ରତି ଆମେ ଯତ୍ନବାନ ରହିଛୁ। ମେକ୍ ଇନ୍ ଇଣ୍ଡିଆ, ମେଡ୍ ଫର୍ ଇଣ୍ଡିଆ ପ୍ରତି ନିଜର ପ୍ରତିଶ୍ରୁତିକୁ ସୁଦୃଢ଼ କରି ବ୍ରାଣ୍ଡ୍ ତା’ର ଉପତ୍ାଦ ବିସ୍ତାର କରିଛି। ସେହିଭଳି ଗ୍ରାହକ ଓ ଦେଶ ପାଇଁ ଏହା ଏକ ଦାୟିତ୍ୱପୂର୍ଣ୍ଣ ବ୍ରାଣ୍ଡ୍ ଭାବେ ଆମେ ସମାଧାନ ପ୍ରଦାନ ଦିଗରେ କାର୍ଯ୍ୟ କରୁଛୁ ଓ ଆଗକୁ ମଧ୍ୟ ଆମର ଏହି ପ୍ରୟାସ ଜାରି ରହିବ।
ସେହିପରି ଆମର ନୂଆ ପରମ୍ପରାକୁ ଅଧିକ ସୃଷ୍ଟି, ଅଧିକ ସମ୍ଭାବନା ଚିନ୍ତାଧାରାକୁ ନେଇ କାର୍ଯ୍ୟ କରିବୁ। ଆମର ଗ୍ରାହକଙ୍କ ଦୈନନ୍ଦିନ ଆବଶ୍ୟକତା ପୂରଣ ପାଇଁ ଆମେ ସବୁ ପ୍ରକାର ସୁବିଧାଜନକ ଓ ଆରାମଦାୟକ କରିବା ଲାଗି ଏହି ଦୃଷ୍ଟିକୋଣ ଉପରେ ସର୍ବଦା ଧ୍ୟାନ ପ୍ରଦାନ କରିବାକୁ ଚେଷ୍ଟା କରିବୁ। ଆମର ଏହି ଉଦ୍ୟୋଗର ବିକାଶକୁ ଆଗକୁ ନେବା ପାଇଁ ପ୍ରତିଶ୍ରୁତିବଦ୍ଧ ଯେ ଆମେ ଆଶାଠାରୁ ଅଧିକ ସମ୍ଭାବନା ସୃଷ୍ଟି କରିବୁ।
ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ, ପ୍ରତାରଣା ପରେ ଫେରିଲେ…ତା’ ପରେ ଯାହା ହେଲା ଜାଣିଲେ…
ଇନ୍ଦୌର,୧୬।୧୨: ମଧ୍ୟପ୍ରଦେଶର ଇନ୍ଦୌରର ଚନ୍ଦନନଗର ଥାନା ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ପ୍ରେମର ଫାଶରେ ପଡ଼ି ନିଜ ସ୍ବାମୀଙ୍କୁ...
ଏପଟେ ଚାଲିଥିଲା IPL ନିଲାମ; ସେପଟେ ପ୍ରଥମ ଭାରତୀୟ ଭାବେ ଦ୍ୱିଶତକ ମାରିଲେ ୧୭ ବର୍ଷୀୟ ବ୍ୟାଟର
ନୂଆଦିଲ୍ଲୀ,୧୬।୧୨: ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ। ସେ ଏସିଆ କପ୍ ୨୦୨୫ ରେ...
ଗୁଜରାଟରେ ‘ରୋଲିଂ ପେପର’ ଉପରେ କଟକଣା: ନିଶା ସେବନ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ
ନୂଆଦିଲ୍ଲୀ,୧୬।୧୨: ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶା ସେବନକୁ ରୋକିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ମଙ୍ଗଳବାର ରାଜ୍ୟରେ ‘ରୋଲିଂ ପେପର’, ‘ସ୍ମୋକିଂ କୋନ୍’, ପ୍ୟାକେଜ୍ଡ ରୋଲିଂ କିଟ୍...
୬ ବଲ୍ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…
ଅବୁଧାବୀ,୧୬।୧୨: ଆଇପିଏଲ୍ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...
କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ
କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...
ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…
ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...
ପୂର୍ବତନ କାଉନସିଲରଙ୍କ ପରଲୋକ: ଶୋକ ବ୍ୟକ୍ତକଲେ ବିଧାୟକ
ଭଞ୍ଜନଗର,୧୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନଏସିର ପୂର୍ବତନ କାଉନସିଲର ଟି. ସାରଦା ରାଓ (୫୫) ମଙ୍ଗଳବାର ପରାଲୋକ ହୋଇଛିି। ସେ ଜନତାଦଳରୁ ୧୯୯୮ ମସିହାରେ...
୧ ଲକ୍ଷ ଟଙ୍କାର ଋଣ ୭୪ ଲକ୍ଷରେ ପହଞ୍ଚିଲା: ପରିଶୋଧ କରିବାକୁ କିଡନୀ ବିକ୍ରି କଲେ ଚାଷୀ
ଭୁବନେଶ୍ୱର,୧୬।୧୨: ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲାର ଜଣେ ଚାଷୀଙ୍କୁ ବେଆଇନ ମହାଜନମାନଙ୍କଠାରୁ ନେଇଥିବା ୧ ଲକ୍ଷ ଟଙ୍କାର ଋଣ ଶେଷରେ ଦିନକୁ ୧୦,୦୦୦ ଟଙ୍କା ସୁଧ ସହିତ...
Archives


